Posted inପୁରୀ

ବେଆଇନ ନିର୍ମାଣ ବିରୋଧରେ କୋର୍ଟରେ ମାମଲା

ପୁରୀ ଅଫିସ,୧୪।୪: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଅଧୀନରେ ବେଆଇନ ଖନନ ଓ ନିର୍ମାଣକୁ ବିରୋଧ କରି ପୁରୀ ଓକିଲ ସଂଘ ପକ୍ଷରୁ ବୁଧବାର ଏସ୍‌ଡିଜେଏମ୍‌ କୋର୍ଟରେ ଫୌଜଦାରି ମାମଲା ଦାୟର କରାଯାଇଛି। ଆଇନଜୀବୀ ବିଭୂତି ଶଙ୍କର ତ୍ରିପାଠୀ ଏହି ମାମଲା ଦାୟର କରିଛନ୍ତି। ପ୍ରକଳ୍ପ ଦାୟିତ୍ୱରେ ଥିବା ଠିକା କମ୍ପାନୀ ଟାଟା ପ୍ରୋଜେକ୍ଟ ଲିମିଟେଡ୍‌ର ମ୍ୟାନେଜର, ଓଡ଼ିଶା ସେତୁ ନିର୍ମାଣ ନିଗମର କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ପୁରୀ ଜିଲାପାଳ ସମର୍ଥ ବର୍ମାଙ୍କୁ ଏଥିରେ ପକ୍ଷଭୁକ୍ତ କରାଯାଇଛି। ଶ୍ରୀମନ୍ଦିରର ଶହେ ମିଟର ପରିଧି ମଧ୍ୟରେ ହେଉଥିବା ବେଆଇନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଗତ ମାର୍ଚ୍ଚ ୧୬ରେ ସିଂହଦ୍ୱାର ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ କାର୍ଯ୍ୟାନୁଷ୍ଠାନ ନେଲାନାହିଁ। ଏହାପରେ ଏପ୍ରିଲ ୮ରେ ଏସ୍‌ପି କନୱର ବିଶାଲ ସିଂଙ୍କୁ ମଧ୍ୟ ଏତଲା ଦିଆଯାଇଥିବା ସତ୍ତ୍ୱେ କାର୍ଯ୍ୟାନୁଷ୍ଠାନ ହୋଇନାହିଁ। ଆମ୍‌ସାର୍‌ ଆକ୍ଟ-୧୯୫୮ ଅନୁଯାୟୀ ଶ୍ରୀମନ୍ଦିର ଶହେ ମିଟର ପରିଧି ନିର୍ମାଣ କାର୍ଯ୍ୟ ବେଆଇନ ହୋଇଥିବା ବେଳେ ଓବିସିସି ଏବଂ ଟାଟା କମ୍ପାନୀ ଶ୍ରୀମନ୍ଦିର ମେଘନାଦ ପ୍ରାଚୀରଠାରୁ ୪୦ ମିଟର ଦୂରରେ ପଶ୍ଚିମ, ଉତ୍ତର, ଦକ୍ଷିଣ-ପୂର୍ବ ଦିଗରେ ୩୦ ଫୁଟ୍‌ର ଖନନ କାର୍ଯ୍ୟ କରୁଛନ୍ତି। ବଡ଼ ବଡ଼ ଡ୍ରିଲିଙ୍ଗ ମେଶିନ ସହାୟତାରେ ଏହି କାର୍ଯ୍ୟ କରାଯାଇଛି, ଯାହାଫଳରେ ଶ୍ରୀମନ୍ଦିର ଭିତ୍ତିଭୂମି ପ୍ରଭାବିତ ହେଉଛି। ଭକ୍ତଙ୍କୁ ମୌଳିକ ସୁବିଧା ଯୋଗାଇଦେବା ଉଦ୍ଦେଶ୍ୟରେ ନିର୍ମାଣ କରିବା ଆଳରେ ଏହି ବଡ଼ ବଡ଼ ଖନନ କରି ନିର୍ମାଣ କାର୍ଯ୍ୟ ଚାଲୁଥିବା ବେଳେ ଶ୍ରୀମନ୍ଦିର ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉନାହିଁ। ଏଣୁ ପ୍ରଶାସନ ମୂକ ବଧିର ଭଳି ବ୍ୟବହାର କରୁଥିବାରୁ ଓକିଲ ସଂଘର ଜେନେରାଲ ବଡି ମିଟିଂ ନିଷ୍ପତ୍ତି ଅନୁଯାୟୀ ଆଇପିସି ଧାରା ୩୦-ଏ ଏବଂ ୧୬୬-ଏ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। ଏଏସ୍‌ଆଇ ଫେବୃୟାରୀ ୫ରେ ଓବିସିସି ପ୍ରୋଜେକ୍ଟ ମ୍ୟାନେଜରଙ୍କୁ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଆଇନକୁ ବେଖାତିର କରି ଖନନ କରାଯାଉଛି। ଏଣୁ ଫୌଜଦାରି ଆଇନ ଧାରା ୧୫୬(୩) ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସିଂହଦ୍ୱାର ଥାନାକୁ ନିର୍ଦ୍ଦେଶ ଦିଆଯିବାକୁ କୋର୍ଟଙ୍କୁ ଅପିଲ୍‌ କରାଯାଇଛି। ଏହି ମକଦ୍ଦମାରେ ଆଇନଜୀବୀ ଶାରଦା ପ୍ରସାଦ ସାମଲ, ଭଗବାନ ମିଶ୍ର, ପ୍ରିୟଦର୍ଶନ ପଟ୍ଟନାୟକ, ପ୍ରେମାନନ୍ଦ ମହାନ୍ତି ଓ ତପନ କୁମାର ବାରିକ ପ୍ରମୁଖ ସାକ୍ଷୀ ରହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀପାବଳି ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ମିଳିବ ଖୁସି ଖବର, ଏତିକି % ବଢ଼ିବ DA!

ଲକ୍ଷ୍ନୌ,୪।୧୦: ଦୀପାବଳି ପୂର୍ବରୁ ଉତ୍ତରପ୍ରଦେଶର ସରକାରୀ କର୍ମଚାରୀ ଓ ପେନ୍‌ସନର୍‌ଙ୍କୁ ମିଳିପାରେ ଖୁସି ଖବର। ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟ କର୍ମଚାରୀଙ୍କ ପାଇଁ ବର୍ଦ୍ଧିତ ମହଙ୍ଗା ଭତ୍ତା…

ଗୋବିନ୍ଦା-କୋମଲଙ୍କ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ଝିଅ ଟିନା, କେବଳ କଥା….

ମୁମ୍ବାଇ,୪।୧୦: ବଲିଉଡ୍ ଅଭିନେତା ଗୋବିନ୍ଦା ଏବେ ଅଭିନେତ୍ରୀ କୋମଲ ରାଣୀ ସ୍ୱର୍ଣ୍ଣକାରଙ୍କ ସହ କଥିତ ସମ୍ପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଗୋବିନ୍ଦା ଓ ତାଙ୍କ ପତ୍ନୀ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?