Posted inଫୁରସତ

ଗୋଟିଏ ମିନିଟ୍‌ରେ ମୁଣ୍ଡରେ ୪୨ ନଡ଼ିଆ ଫଟାଇଲେ ବ୍ୟକ୍ତି

ଜଣେ ବ୍ୟକ୍ତି ଚାହିଁଲେ କିଛି ବି କରିପାରିବ। କିଛି ନୂଆ କରିବାର ଉତ୍ସାହ ଜଣେ ବ୍ୟକ୍ତିଙ୍କୁ ସଫଳତାର ଶୀର୍ଷକୁ ନେଇଯାଏ। ଏବେ ଭାରତର କେ.ଭି ସାଇଦାଲଭି ଏମିତି ଜଣେ ବ୍ୟକ୍ତି ଯିଏ କ୍ରମାଗତ ଭାବରେ କିଛି ନୂଆ କରି ରେକର୍ଡ କରନ୍ତି। ତେଣୁ ପ୍ରତିବର୍ଷ ତାଙ୍କ ନାମ ଗିନିଜ ଓ୍ବାଲର୍‌ଡ ରେକର୍ଡରେ ସ୍ଥାନ ପାଉଛି। ସେ ନଡ଼ିଆ ଭାଙ୍ଗିବା ପାଇଁ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଗୋଟିଏ ମିନିଟ୍‌ରେ ୪୨ଟି ନଡ଼ିଆ ଭାଙ୍ଗିଥିଲେ।

ଗିନିଜ ଓ୍ବାଲର୍‌ଡ ରେକର୍ଡ ତାଙ୍କ ଏହି ଭିଡିଓ ଟ୍ବିଟରରେ ପୋଷ୍ଟ କରିଛି। ତାଙ୍କର ନଡ଼ିଆ ଭାଙ୍ଗିବାର ଶୈଳୀ ମଧ୍ୟ ଅତ୍ୟନ୍ତ ଅନନ୍ୟ। ପଡ଼ିଆରେ ଏକ ରାଉଣ୍ଡ କରି ୬ ଜଣ ବସିଥିଲେ। ସମସ୍ତଙ୍କ ସାମ୍ନାରେ ନଡ଼ିଆ ଗଦା କରି ରଖାଗଲା। ଏହା ପରେ ସମସ୍ତେ ନିଜ ନିଜ ମୁଣ୍ଡରେ ଏକ ନଡ଼ିଆ ରଖିଥିଲେ। ତା’ପରେ ସାଇଦାଲଭି ମୁଣ୍ଡରେ ନଡ଼ିଆ ଫଟାଇବା ଆରମ୍ଭ କଲେ। ଏହି ଭିଡିଓ ଆପଣଙ୍କୁ ରୋମାଞ୍ଚକର କରିବ। ନଡ଼ିଆ ସବୁ କ୍ଷେତରେ ବିଛା ଯାଇଥିଲା। ପରେ ଏହାକୁ ଖାଦ୍ୟ ପାଇଁ ବ୍ୟବହାର କରାଯାଇଥିଲା।

ଏହି ଭିଡିଓଟି ୩ ମିନିଟ୍‌ର। ନଡ଼ିଆ ଫାଟିଯିବା ପରେ ସେ ସପୁରୀ କାଟିବା ଆରମ୍ଭ କରିଥିଲେ। ଏଠାରେ ମଧ୍ୟ ଲୋକମାନେ ଏକ ଧାଡ଼ିରେ ବସିବା ପାଇଁ ତିଆରି ହୋଇଥିଲେ। ସମସ୍ତଙ୍କ ସପୁରୀ ମାତ୍ର ୩୦ ସେକେଣ୍ଡରେ ୭୫ଟି ସପୁରୀ କାଟିଥିଳେ।

ଖାଲି ଏତିକି ନୁହେଁ, ଖେଳକୁ ପ୍ରୋତ୍ସାହିତ କରିବା ପାଇଁ ସେ ମଧ୍ୟ ସବୁବେଳେ କିଛି ନୂଆ କରନ୍ତି। ସେ କରାଟେ, ଟାଏକୋଣ୍ଡୋ ଏବଂ କବାଡ଼ି ସମେତ ଅନେକ କ୍ଷେତ୍ରରେ ପାରଦର୍ଶୀ ଅଟନ୍ତ। ସେ ଆଗାମୀ ଦିନରେ ଆହୁରି ଅନେକ ରେକର୍ଡ ଭାଙ୍ଗିବାକୁ ଚାହୁଁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri