Posted inଫୁରସତ

ପରିବର୍ତ୍ତନର ବାର୍ତ୍ତା ଦିଏ ସାହିତ୍ୟ

ଦୀର୍ଘ ୫ ଦଶନ୍ଧି ଧରି ତାଙ୍କର ସାଧନା ଜାରି ରହିଛି। ସାହିତ୍ୟର ବିଭିନ୍ନ ଦିଗରେ ସେ କଲମ ଚାଳନା କରି ରଚନା କରିଛନ୍ତି ଶତାଧିକ ପୁସ୍ତକ। ଏକାଧାରାରେ ସେ ଜଣେ ଗୀତିକବି, ଗାଳ୍ପିକ, ଶିଶୁ ସାହିତି୍ୟକ, ନାଟ୍ୟକାର, ନିର୍ଦ୍ଦେଶକ, ଆକାଶବାଣୀର ସ୍ବୀକୃତିପ୍ରାପ୍ତ ଗୀତିକାର, କଳାକାର, ଚିକିତ୍ସକ ଓ ଶିକ୍ଷାବିତ୍‌। ତାଙ୍କ ରଚିତ ଏକାଧିକ ନାଟକ ବେତାର, ଦୂରଦର୍ଶନ ଓ ନାଟ୍ୟମଞ୍ଚରେ ମଞ୍ଚସ୍ଥ ହୋଇସାରିଛି। ବିଭିନ୍ନ ଅନୁଷ୍ଠାନ ତରଫରୁ ତାଙ୍କ ସାଧନାର ବହୁମୁଖୀ ପ୍ରତିଭାକୁ ମିଳିଛି ଅନେକ ପୁରସ୍କାର ଆଉ ସମ୍ମାନ। ସେ ହେଲେ ପ୍ରଫେସର ଉପେନ୍ଦ୍ର ପ୍ରସାଦ ନାୟକ। ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଅନ୍ତର୍ଗତ ଜଗନ୍ନାଥପ୍ରସାଦରେ ୮ା୨ା୧୯୫୧ରେ ଜନ୍ମଗ୍ରହଣ କରିଥିବା ଉପେନ୍ଦ୍ରଙ୍କ ପିତାଙ୍କ ନାମ ଦୈତାରୀ ନାୟକ ଓ ମା’ ଚିତ୍ରକଳା ନାୟକ। ବର୍ତ୍ତମାନ ସେ ରହୁଛନ୍ତି ଭୁବନେଶ୍ୱରରେ। ସେ କୁହନ୍ତି, ଯେତେବେଳେ ମୁଁ ଦୁଇବର୍ଷର ହୋଇଥିଲି ସେତେବେଳେ ବାପାଙ୍କ ଦେହାନ୍ତ ହୋଇଥିଲା। ଏଥିଯୋଗୁ ମୋର ପିଲାଦିନ ମାମୁଘରେ ବିତିଥିଲା। ଜଗନ୍ନାଥପ୍ରସାଦ ସ୍କୁଲରେ ମୋର ପ୍ରଥମରୁ ଏକାଦଶ ଯାଏ ପଢ଼ା ସରିଛି। ସେତେବେଳେ ପ୍ରଥମ ଶ୍ରେଣୀରେ ମାଟ୍ରିକ୍‌ ପାସ୍‌ କରିଥିଲି। ତା’ପରେ ଭଦ୍ରକ କଲେଜରେ ବିଜ୍ଞାନ ପଢ଼ିଲି। ପରେ କୋଲ୍‌କାତା ଯାଇ ହୋମିଓପାଥିକ କଲେଜରେ ଡିଏମ୍‌.ଏସ୍‌ ଏବଂ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ଓଡ଼ିଆରେ ଏମ.ଏ. ସହ ପିଏଚ୍‌ଡି ସାରିଲି। ଏହାପରେ କେନ୍ଦୁଝର ଜିଲା ଆଦିବାସୀ ଅଞ୍ଚଳର ଏକ ଚିକିତ୍ସାଳୟରେ ମେଡିକାଲ ଅଫିସର ଭାବେ ଚାକିରି କଲି। ପରେ ଉତ୍କଳମଣି ହୋମିଓପାଥିକ ମେଡିକାଲ କଲେଜରେ ଯୋଗଦେଲି। ସମୟକ୍ରମେ ଆସୋସିଏଟ୍‌ ପ୍ରଫେସର ଓ ପରେ ପୂର୍ବତନ ଅଧ୍ୟକ୍ଷ ହୋଇ ୨୦୦୯ରେ ଅବସର ନେଇଛି। କିନ୍ତୁ ୧୯୭୪ରୁ ମୁଁ ବିଭିନ୍ନ କାବ୍ୟକବିତା ଲେଖିଆସୁଛି। ସେତେବେଳେ ‘ଆସନ୍ତାକାଲି’ରେ ମୋର ଅନେକ ଲେଖା ପ୍ରକାଶ ପାଇଛି। ଆତ୍ମଜୀବନୀ ‘ସ୍ମୃତିର ନଦୀତୀରେ’ରେ ମୁଁ ମୋ ଅନୁଭୂତିର ଅନେକ କଥା ଲେଖିଛି। ଏମିତିରେ ଶତାଧିକ ପୁସ୍ତକ ପ୍ରକାଶିତ ହୋଇସାରିଲାଣି। ଶାନ୍ତା ଋଷିଶୃଙ୍ଗ, ବୈଶାଖ ସକାଳ, କେତେ ସ୍ବପ୍ନ କେତେ ଅଭିମାନ, ହିନ୍ଦୀରେ-ଜୀବନଖେଲ ଓ ବଙ୍ଗଳାରେ ଫୁଲେର୍‌ ଠିକଣା ଅନୁବାଦ କରିଛି। ନାଟକ ଭାବେ ମହିଷାସୁର ବଧ, ଚକ୍ରବୂ୍ୟହ, ଶୁଭଲଗ୍ନ, ନୀଳବହ୍ନି, ଶକ୍ତିିଭେଦ, ଡାକଘର ଆଦି ୪୦ଟିି ଓ ଉପନ୍ୟାସ ଆକାରରେ ତ୍ରୟୋଦଶୀର ଜହ୍ନ, ରକ୍ତାକ୍ତ ମୟୂରୀ ଆଦି ପ୍ରକାଶିତ ହୋଇଛି। ସେହିପରି ମନୋଗ୍ରାଫ୍‌-ଶତାୟୁ ସାଧକ ନିତ୍ୟାନନ୍ଦ ମହାପାତ୍ର, ଶିଶୁସାହିତ୍ୟ ଭାବେ ବିପ୍ଳବୀ ପ୍ରାଣନାଥ, ଝୁମୁରୁ ଝୁମୁରୁ ଝୁମୁରୁ ଝାଇଁ, ବାଘ ରାଇଜରେ ମେଘ, ସୁନା ଚଢ଼େଇ ରୂପାଚଢ଼େଇ ଆଦି ୧୮ଟି ଶିଶୁସାହିତ୍ୟ ମୋର ପ୍ରକାଶିତ। ଏହାବାଦ୍‌ ୧୫ଟି ଛାନ୍ଦ, ୫ଟି ଗଳ୍ପ ସଙ୍କଳନ, ୪ଟି ପ୍ରବନ୍ଧ ସଙ୍କଳନ, ୪୦ଟି କବିତା ସଙ୍କଳନ, ଦୂରଦର୍ଶନ ପ୍ରସାରିତ ୧୭ଟି ନାଟକ ମଧ୍ୟରେ ପାରିଜାତ ହରଣ, ଜିଅନ୍ତା ଶବ, ସୀତା ବନବାସ, ଦକ୍ଷଯଜ୍ଞ, ଅମର ବିଳାସ, ରୁକ୍ମିଣୀ ପରିଣୟ ଆଦି ରହିଛି। ସେହିପରି ବେତାର ନାଟକ ଭାବେ ଅନୁତପ୍ତ ସକାଳ, କଲିକତିଆ ବାବୁ, ପ୍ରଣୟମୁଦ୍ରିକା, ସୁନା ଶିକୁଳି, ସ୍ବପ୍ନ ବଳୟ, ନାଗାର୍ଜୁନ, ଅଶାନ୍ତ ଉପତ୍ୟକା ଆଦି ୧୫ଟି ରହିଛି। ସମ୍ପାଦିତ ପୁସ୍ତକାବଳୀ ମଧ୍ୟରେ ନୀଳ ନଗରୀର ମାୟା, ସମ୍ପାଦିତ ପତ୍ରପତ୍ରିକା ମଧ୍ୟରେ ନବରବି, ଶୁଭଶ୍ରୀ, ଫୁଲଝରୀ, ଧାମରା, ଶତଶ୍ରୁ ଆଦି ରହିଛି। ସେହିପରି କେତୋଟି ହୋମିଓପାଥିକ ଚିକିତ୍ସାର ବୈଶିଷ୍ଟ୍ୟ ଓ ବୈଭବ ପୁସ୍ତକ ରଚନା କରିଛି। ସାଂଗଠନିକ ଭାବେ ଓଡ଼ିଆ ଯୁବ ଲେଖକ ସମ୍ମେଳନ, ଗୋଦାବରୀଶ ସାହିତ୍ୟ ସଂସଦ ଭୁବନେଶ୍ୱର, ସଭାପତି ଭାବେ କ୍ୟାପିଟାଲ ଥିଏଟର୍ସ, ପୂର୍ବତନ ଓଡ଼ିଶା ସାହିତ୍ୟ ଏକାଡେମୀ ଆଦିର ଦାୟିତ୍ୱ ତୁଲାଇଛି। ଅନେକ ବେତାର, ଦୂରଦର୍ଶନ ଓ ମଞ୍ଚରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଛି। ମୋତେ ଉତ୍କଳ ସାହିତ୍ୟ ସମାଜ ନାଟକ ସମ୍ମାନ -କଟକ, ଗୋକର୍ଣ୍ଣିକା ସମ୍ମାନ, ଓଡ଼ିଆ ଗୀତିକବି ସମ୍ମାନ, ଭଣ୍ଡାରିପୋଖରୀ ସାହିତ୍ୟ ସଂସଦ ସମ୍ମାନ, ଶତାବ୍ଦୀର କଳାକାର ସମ୍ମାନ, ମାୟାଧର ମାନସିଂହ ସମ୍ମାନ -ଶ୍ୱେତ ସଙ୍କେତ ମଞ୍ଚ, ସୁଲେଖା ସମ୍ମାନ, ରାଜଧାନୀ ପୁସ୍ତକ ମେଳା ସମ୍ମାନ, କଳିଙ୍ଗ ପୁସ୍ତକ ମେଳା ସମ୍ମାନ, ଉପେନ୍ଦ୍ର ଭଞ୍ଜ ପୁରସ୍କାର ମିଳିଛି। ବିଭିନ୍ନ ସାହିତ୍ୟ ମଞ୍ଚ ଓ ସମ୍ମେଳନରେ ଅତିଥିଭାବେ ଯୋଗଦାନ ଦେଇଛି। ଏମିତିରେ ସାହିତ୍ୟର ବିଭିନ୍ନ କ୍ଷେତ୍ରକୁ ନେଇ ସାହିତ୍ୟ ସାଧନା ହୁଏ, ଯାହା ପରବର୍ତ୍ତୀ ସମୟରେ ସମାଜ ପରିବର୍ତ୍ତନରେ ସହାୟକ ହୋଇଥାଏ।

-ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

କେଶୁରାରେ ସିରିଜ୍‌ ଦୁର୍ଘଟଣା ନୁହେଁ, ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଲା ସାଂଘାତିକ ସତ, ଫିଲ୍ମ ଷ୍ଟାଇଲ୍‌ରେ…

ଭୁବନେଶ୍ୱର,୧୨ା୧୦: ରାଜଧାନୀର କେଶୁରା ଅଞ୍ଚଳରେ ଘଟିଥିବା ସିରିଜ ଦୁର୍ଘଟଣାରେ ଆସିଛି ନୂଆ ଟୁଇଷ୍ଟ୍‌। ସିସିଟିଭି ଫୁଟେଜରୁ ସାମ୍ନାକୁ ଆସିଛି ସାଙ୍ଘାତିକ ସତ। ପ୍ରଥମେ ଏହାକୁ ସିରିଜ୍‌ ଦୁର୍ଘଟଣା…

କାହିଁକି ବିରୋଧୀ ଦଳକୁ ଭେଟିବାକୁ ମନା କଲେ CJI ସୂର୍ଯ୍ୟ କାନ୍ତ? ଏହି ୫ କାରଣ ମାଧ୍ୟମରେ ବୁଝନ୍ତୁ ସମ୍ପୂର୍ଣ୍ଣ ଘଟଣାକୁ

ନୂଆଦିଲ୍ଲୀ,୧୨।୧୦: ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ସୂର୍ଯ୍ୟ କାନ୍ତ ବିରୋଧୀ ଦଳର ନେତାମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି। ରାହୁଲ ଗାନ୍ଧୀଙ୍କ ବ୍ୟତୀତ ମଲ୍ଲିକାର୍ଜୁନ ଖାର୍ଗେ ଏବଂ ଅନ୍ୟାନ୍ୟ କଂଗ୍ରେସ…

ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍, ଏକକାଳୀନ ୭ ଠିକଣାରେ ଚଢ଼ାଉ

ଧର୍ମଶାଳା,୧୨।୧୦(ଶିବପ୍ରସାଦ ମହାନ୍ତି): ଯାଜପୁର ଧର୍ମଶାଳା ABEOଙ୍କ ଘରେ ଭିଜିଲାନ୍ସ ରେଡ୍ । ମୋଟ ୭ଟି ସ୍ଥାନରେ ଚଢାଉ ଜାରି ରହିଥିବା ସୂଚନା ରହିଛି । ଆୟ ବହିର୍ଭୂତ…

ବଲାଙ୍ଗୀର-ଦେଓଗାଁ ରାସ୍ତାରେ ଦୁର୍ଘଟଣା, ଜଙ୍ଗଲକୁ ପଶିଗଲା ଟମାଟୋ ବୋଝେଇ ଟ୍ରକ୍

ବଲାଙ୍ଗୀର,୧୨।୧୦(ସୁନିଲ କୁମାର ମହାନ୍ତି ): ବଲାଙ୍ଗୀର-ଦେଓଗାଁ ମୁଖ୍ୟ ରାସ୍ତା ଏନଏଚ ୨୬ରେ ଦୁର୍ଘଟଣା ଘଟିଛି । ଦେଓଗାଁ ଚିନିକଳ କଲୋନୀ ବୁଲାଣି ନିକଟରେ ଭାରସାମ୍ୟ ହରାଇ ଜଙ୍ଗଲ…

ଅସ୍ତ ହେବେ ଶୁକ୍ରଦେବ; ୫ରାଶି ପାଇଁ ଅଶୁଭ, ଧନହାନି ସାଙ୍ଗକୁ….

ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ରଦେବଙ୍କୁ ପ୍ରେମ, ଦାମ୍ପତ୍ୟ ଜୀବନ, ସମ୍ପର୍କ, ସୌନ୍ଦର୍ଯ୍ୟ, ଐଶ୍ୱର୍ଯ୍ୟ ଓ ଭୌତିକ ସୁଖର କାରକ ଭାବେ ବିବେଚନା କରାଯାଏ । ଜ୍ୟୋତିଷୀୟ ଗଣନା ଅନୁଯାୟୀ,…

ପୂର୍ବତନ ଭାଜପା ବିଧାୟକଙ୍କୁ ନିର୍ମମ ହତ୍ୟା; ୭୦-୮୦ ଜଣ ଲୋକ କ୍ରସର୍‌ ପ୍ଲାଣ୍ଟ ଉପରେ ଆକ୍ରମଣ କରି ନେଇଗଲେ ଜୀବନ…

ଜୟପୁର,୧୨।୧୦: ରାଜସ୍ତାନ ଭରତପୁରରେ ଖଣି କାର୍ଯ୍ୟକୁ ନେଇ ହୋଇଥିବା ବିବାଦ ମଧ୍ୟରେ ପୂର୍ବତନ ଭାଜପା ବିଧାୟକ ଅତର ସିଂହ ଭଦାନାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି, ଯାହା…

ଆଖିରୁ ବହିଗଲା ଧାର ଧାର ଲୁହ…! ଶ୍ରେୟସ ଆୟରଙ୍କୁ ଏମିତି ପଡ଼ିଆରେ ଦେଖି ସହ୍ୟ କରିପାରିଲେ ନାହିଁ ଏହି ମହିଳା ପ୍ରଶଂସକ

ନୂଆଦିଲ୍ଲୀ,୧୨।୧୦: ଶ୍ରେୟସ ଆୟରଙ୍କ ଆଶ୍ଚର୍ଯ୍ୟଜନକ ପାଗଳାମି ଇନ୍ଦୋରରେ ଦେଖିବାକୁ ମିଳିଥିଲା। ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତୀୟ ଅଧିନାୟକ ବାହାରକୁ ଯିବା ମାତ୍ରେ ତାଙ୍କର ଜଣେ ମହିଳା ପ୍ରଶଂସକ କାନ୍ଦିବାକୁ…

ବିଗ ବିଙ୍କ ଜନ୍ମଦିନରେ ସୋସିଆଲ ମିଡିଆରେ ଏଭଳି କହିଲେ ଐଶ୍ୱର୍ଯ୍ୟା, ଚାରିଆଡ଼େ ଚର୍ଚ୍ଚା

ମୁମ୍ବାଇ, ୧୨।୧୦: ବଲିଉଡ୍‌ର ମହାନାୟକ ଅମିତାଭ ବଚ୍ଚନଙ୍କ ଜନ୍ମଦିନ ତାଙ୍କ ପ୍ରଶଂସକଙ୍କ ପାଇଁ କୌଣସି ଉତ୍ସବଠାରୁ କମ୍ ନୁହେଁ। ପ୍ରତିବର୍ଷ ଅକ୍ଟୋବର ୧୧ ତାରିଖରେ ତାଙ୍କ ଜନ୍ମଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?