ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଶାଢି ପିନ୍ଧି କିପରି ସଜାଇ ହେଲେ ଆକର୍ଷଣୀୟ ଲୁକ୍‌ ପାଇହେବ ସେ ନେଇ ଅନେକଙ୍କର ଚିନ୍ତା ଥାଏ। ତେଣୁ ଏଠାରେ ସେମିତି କିଛି ସହଜ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣେଇ ପାରିଲେ ଲୁକ୍‌ ସୁନ୍ଦର ଦେଖାଯିବା ସହ ଅନ୍ୟମାନଙ୍କୁ ବି ଆକର୍ଷିତ କରିପାରିବେ…

ଅଲ୍‌ ଟାଇମ୍‌ ସୋବର୍‌ ଲୁକ୍‌ ଦେଇଥାଏ ଶାଢି। କିନ୍ତୁ ପୂଜାପାର୍ବଣ ସମୟରେ କେଉଁ ଟାଇପ୍‌ର ଶାଢି ପିନ୍ଧିଲେ ଆରାମରେ ଫେଷ୍ଟିଭ୍‌ ଲୁକ୍‌ ପାଇହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଫ୍ଲୋରାଲ୍‌ ଶାଢି : ଫ୍ଲୋରାଲ୍‌ ପ୍ରିଣ୍ଟ ବାଲା ଶାଢି କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନଥାଏ। ଏପରିକି ସେଲିବ୍ରିଟିଙ୍କ ଗହଣରେ ମଧ୍ୟ ଏହି ଶାଢିର ଚାହିଦା ଖୁବ୍‌ ରହିଥାଏ। ତେଣୁ ଫେଷ୍ଟିଭ୍‌ ସିଜିନ୍‌ରେ ଫ୍ଲୋରାଲ୍‌ ପ୍ରିଣ୍ଟର ଶାଢି ପିନ୍ଧିଲେ ଆରାମରେ ଗର୍ଜିୟସ୍‌ ଲୁକ୍‌ ପାଇହୁଏ।

* ନାଲି ଓ ଧଳା ରଙ୍ଗର ଶାଢି: ପାର୍ବଣ ଋତୁରେ ଖାସ୍‌କରି ଧଳା ଓ ନାଲି ରଙ୍ଗର ଶାଢି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗିଥାଏ। ଆଉ ଯଦି ଏହି ଶାଢିକୁ ବଙ୍ଗାଳୀ ଷ୍ଟାଇଲ୍‌ରେ ପିନ୍ଧି ମଥାରେ ଟିକେ ବଡ଼ ସାଇଜ୍‌ର ନାଲି ବିନ୍ଦି ଲଗାଇବା ସହ ହାଲ୍‌କା ମେକ୍‌ଅପ୍‌ ନିଆଯାଏ ତା’ହେଲେ ବି ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।

* ବାନ୍ଧେନୀ ଶାଢି: ବାନ୍ଧେନୀ ଶାଢି ବି ପାର୍ବଣ ଋତୁରେ ପିନ୍ଧିବା ପାଇଁ ଏକ ଭଲ ଅପ୍ସନ ଅଟେ।

* ପାଟ ଶାଢି: ପୂଜାପାର୍ବଣ ସମୟରେ ପାଟ ଶାଢି ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ। ଏହି ଶାଢି ସାଙ୍ଗକୁ ଗହଣା ବି ବେଶ୍‌ ଭଲ ମାନେ। ତେଣୁ ଆପଣ ଚାହିଁଲେ ପାଟ ଶାଢିକୁ ମ୍ୟାଚ୍‌ କରି କାନ ଫୁଲ ହେଉ ଅବା ବେକରେ ନେକ୍‌ଲେସ୍‌ ପିନ୍ଧି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

* ସାଉଥ୍‌ କଟନ୍‌ ଶାଢି: ପୂଜା ଅବସରରେ ସାଉଥ୍‌ କଟନ୍‌ ଶାଢି ବି ବେଶ୍‌ ଭଲ ମାନିଥାଏ। ମୁଣ୍ଡରେ ଗଜରା ସାଙ୍ଗକୁ ମଥାରେ ନାଲି ବିନ୍ଦି ତା’ସାଙ୍ଗକୁ ହାଲ୍‌କା ମେକ୍‌ଅପ୍‌ ନେଇ ଏହି ଟାଇପ୍‌ର ଶାଢି ପିନ୍ଧିଲେ ଫେଷ୍ଟିଭ୍‌ ଲୁକ୍‌ ପାଇବା ସହଜ ହୋଇଯାଏ।

* ବାଟିକ୍‌ ପ୍ରିଣ୍ଟ ଶାଢି: ଏହି ଟାଇପ୍‌ର ଶାଢିକୁ ପୂଜାପାର୍ବଣ ସମୟରେ ପିନ୍ଧିଲେ ଯେମିତି ସୁନ୍ଦର ଦେଖାଯାଇଥାଏ ସେମିତି କମ୍ଫଟେବଲ୍‌ ବି ଲାଗିଥାଏ। ମାର୍କେଟ୍‌ରେ ଏହାର ଅନେକ କଲର୍‌ ବି ମିଳିଥାଏ। ଖାସ୍‌ କରି ନାଲି ଓ ଧଳା ରଙ୍ଗର ଶାଢି ପୂଜାରେ ପିନ୍ଧିବା ପାଇଁ ବେଷ୍ଟ ହୋଇଥାଏ।

କିଛି ଜରୁରୀ ଟିପ୍ସ
-ପୂଜାପାର୍ବଣ ସମୟରେ ଡାର୍କ କଲର୍‌ ତୁଳନାରେ ଯଦି ବ୍ରାଇଟ୍‌ କଲର୍‌ର ଶାଢି ପିନ୍ଧାଯାଏ, ତା’ହେଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

-ସେହିପରି ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ହାଲ୍‌କା ଶେଡ୍ସ ବାଲା ଶାଢି ସାଙ୍ଗକୁ ଯଦି ସିଲ୍‌ଭର୍‌ ଅଥବା ପର୍ଲ ଜୁଏଲେରୀକୁ ମ୍ୟାଚିଂ କରି ପିନ୍ଧାଯାଏ, ତା’ହେଲେ ପୂଜାରେ ଭିନ୍ନ ଲୁକ୍‌ ମିଳିଥାଏ।

-ଏହି ଫେଷ୍ଟିଭ୍‌ ସିଜିନ୍‌ରେ ଶାଢି ସାଙ୍ଗକୁ ଯଦି ହାଲ୍‌କା ଜୁଏଲେରୀ ସହିତ ନ୍ୟୁଡ୍‌ ପିଙ୍କ୍‌ ମେକ୍‌ଅପ୍‌ ନିଆଯାଏ ତା’ହେଲେ ବି ଲୁକ୍‌ ବହୁତ ଭଲ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri