ଫେଷ୍ଟିଭ୍‌ ଲୁକ୍‌

ପୂଜାପାର୍ବଣ ସମୟରେ ଶାଢି ପିନ୍ଧି କିପରି ସଜାଇ ହେଲେ ଆକର୍ଷଣୀୟ ଲୁକ୍‌ ପାଇହେବ ସେ ନେଇ ଅନେକଙ୍କର ଚିନ୍ତା ଥାଏ। ତେଣୁ ଏଠାରେ ସେମିତି କିଛି ସହଜ ଟିପ୍ସ ସମ୍ପର୍କରେ ଉଲ୍ଲେଖ କରାଗଲା, ଯାହାକୁ ଆପଣେଇ ପାରିଲେ ଲୁକ୍‌ ସୁନ୍ଦର ଦେଖାଯିବା ସହ ଅନ୍ୟମାନଙ୍କୁ ବି ଆକର୍ଷିତ କରିପାରିବେ…

ଅଲ୍‌ ଟାଇମ୍‌ ସୋବର୍‌ ଲୁକ୍‌ ଦେଇଥାଏ ଶାଢି। କିନ୍ତୁ ପୂଜାପାର୍ବଣ ସମୟରେ କେଉଁ ଟାଇପ୍‌ର ଶାଢି ପିନ୍ଧିଲେ ଆରାମରେ ଫେଷ୍ଟିଭ୍‌ ଲୁକ୍‌ ପାଇହେବ, ଆସନ୍ତୁ ଜାଣିବା ସେ ସମ୍ପର୍କରେ…

* ଫ୍ଲୋରାଲ୍‌ ଶାଢି : ଫ୍ଲୋରାଲ୍‌ ପ୍ରିଣ୍ଟ ବାଲା ଶାଢି କେବେ ବି ଆଉଟ୍‌ ଅଫ୍‌ ଟ୍ରେଣ୍ଡ ହୋଇ ନଥାଏ। ଏପରିକି ସେଲିବ୍ରିଟିଙ୍କ ଗହଣରେ ମଧ୍ୟ ଏହି ଶାଢିର ଚାହିଦା ଖୁବ୍‌ ରହିଥାଏ। ତେଣୁ ଫେଷ୍ଟିଭ୍‌ ସିଜିନ୍‌ରେ ଫ୍ଲୋରାଲ୍‌ ପ୍ରିଣ୍ଟର ଶାଢି ପିନ୍ଧିଲେ ଆରାମରେ ଗର୍ଜିୟସ୍‌ ଲୁକ୍‌ ପାଇହୁଏ।

* ନାଲି ଓ ଧଳା ରଙ୍ଗର ଶାଢି: ପାର୍ବଣ ଋତୁରେ ଖାସ୍‌କରି ଧଳା ଓ ନାଲି ରଙ୍ଗର ଶାଢି ପିନ୍ଧିଲେ ଲୁକ୍‌ ବେଶ୍‌ ଆକର୍ଷକ ଲାଗିଥାଏ। ଆଉ ଯଦି ଏହି ଶାଢିକୁ ବଙ୍ଗାଳୀ ଷ୍ଟାଇଲ୍‌ରେ ପିନ୍ଧି ମଥାରେ ଟିକେ ବଡ଼ ସାଇଜ୍‌ର ନାଲି ବିନ୍ଦି ଲଗାଇବା ସହ ହାଲ୍‌କା ମେକ୍‌ଅପ୍‌ ନିଆଯାଏ ତା’ହେଲେ ବି ଲୁକ୍‌ ବେଶ୍‌ ସୁନ୍ଦର ଲାଗିଥାଏ।

* ବାନ୍ଧେନୀ ଶାଢି: ବାନ୍ଧେନୀ ଶାଢି ବି ପାର୍ବଣ ଋତୁରେ ପିନ୍ଧିବା ପାଇଁ ଏକ ଭଲ ଅପ୍ସନ ଅଟେ।

* ପାଟ ଶାଢି: ପୂଜାପାର୍ବଣ ସମୟରେ ପାଟ ଶାଢି ପିନ୍ଧିଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ। ଏହି ଶାଢି ସାଙ୍ଗକୁ ଗହଣା ବି ବେଶ୍‌ ଭଲ ମାନେ। ତେଣୁ ଆପଣ ଚାହିଁଲେ ପାଟ ଶାଢିକୁ ମ୍ୟାଚ୍‌ କରି କାନ ଫୁଲ ହେଉ ଅବା ବେକରେ ନେକ୍‌ଲେସ୍‌ ପିନ୍ଧି ଆକର୍ଷଣୀୟ ଲୁକ୍‌ ପାଇପାରିବେ।

* ସାଉଥ୍‌ କଟନ୍‌ ଶାଢି: ପୂଜା ଅବସରରେ ସାଉଥ୍‌ କଟନ୍‌ ଶାଢି ବି ବେଶ୍‌ ଭଲ ମାନିଥାଏ। ମୁଣ୍ଡରେ ଗଜରା ସାଙ୍ଗକୁ ମଥାରେ ନାଲି ବିନ୍ଦି ତା’ସାଙ୍ଗକୁ ହାଲ୍‌କା ମେକ୍‌ଅପ୍‌ ନେଇ ଏହି ଟାଇପ୍‌ର ଶାଢି ପିନ୍ଧିଲେ ଫେଷ୍ଟିଭ୍‌ ଲୁକ୍‌ ପାଇବା ସହଜ ହୋଇଯାଏ।

* ବାଟିକ୍‌ ପ୍ରିଣ୍ଟ ଶାଢି: ଏହି ଟାଇପ୍‌ର ଶାଢିକୁ ପୂଜାପାର୍ବଣ ସମୟରେ ପିନ୍ଧିଲେ ଯେମିତି ସୁନ୍ଦର ଦେଖାଯାଇଥାଏ ସେମିତି କମ୍ଫଟେବଲ୍‌ ବି ଲାଗିଥାଏ। ମାର୍କେଟ୍‌ରେ ଏହାର ଅନେକ କଲର୍‌ ବି ମିଳିଥାଏ। ଖାସ୍‌ କରି ନାଲି ଓ ଧଳା ରଙ୍ଗର ଶାଢି ପୂଜାରେ ପିନ୍ଧିବା ପାଇଁ ବେଷ୍ଟ ହୋଇଥାଏ।

କିଛି ଜରୁରୀ ଟିପ୍ସ
-ପୂଜାପାର୍ବଣ ସମୟରେ ଡାର୍କ କଲର୍‌ ତୁଳନାରେ ଯଦି ବ୍ରାଇଟ୍‌ କଲର୍‌ର ଶାଢି ପିନ୍ଧାଯାଏ, ତା’ହେଲେ ଗର୍ଜିୟସ୍‌ ଲୁକ୍‌ ମିଳିଥାଏ।

-ସେହିପରି ପିଙ୍କ୍‌ କିମ୍ବା ପିଚ୍‌ କଲର୍‌ର ହାଲ୍‌କା ଶେଡ୍ସ ବାଲା ଶାଢି ସାଙ୍ଗକୁ ଯଦି ସିଲ୍‌ଭର୍‌ ଅଥବା ପର୍ଲ ଜୁଏଲେରୀକୁ ମ୍ୟାଚିଂ କରି ପିନ୍ଧାଯାଏ, ତା’ହେଲେ ପୂଜାରେ ଭିନ୍ନ ଲୁକ୍‌ ମିଳିଥାଏ।

-ଏହି ଫେଷ୍ଟିଭ୍‌ ସିଜିନ୍‌ରେ ଶାଢି ସାଙ୍ଗକୁ ଯଦି ହାଲ୍‌କା ଜୁଏଲେରୀ ସହିତ ନ୍ୟୁଡ୍‌ ପିଙ୍କ୍‌ ମେକ୍‌ଅପ୍‌ ନିଆଯାଏ ତା’ହେଲେ ବି ଲୁକ୍‌ ବହୁତ ଭଲ ଦେଖାଯାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ରାତିରେ ସାର ଚାଲାଣ ଅଭିଯୋଗ, ବଢ଼ିଲା ଚାଷୀ ଅସନ୍ତୋଷ

ହାଟଡିହୀ/ଛେନାପଦୀ,୨୩।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ସମଣା ସେବା ସମବାୟ ସମିତିରେ ଚାଷୀଙ୍କ ପାଇଁ ମହଜୁଦ ଥିବା ସାରକୁ ବିକ୍ରି ଉଦ୍ଦେଶ୍ୟରେ ରାତିରେ ଅନ୍ୟତ୍ର…

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri