ତାରାତାରିଣୀଙ୍କୁ ଦର୍ଶନ ପାଇଁ ଗାଇଡ୍‌ଲାଇନ୍‌ ଜାରି

ଛତ୍ରପୁର,୨ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ଥିବା ମା’ ତାରାତାରିଣୀ ମନ୍ଦିର ରବିବାରଠାରୁ ଜନସାଧାରଣଙ୍କ ଦର୍ଶନ ଲାଗି ଗାଇଡ୍‌ଲାଇନ୍‌ ଅନୁସାରେ ହେବ। ଏନେଇ ଶନିବାର ଜିଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏ ସମ୍ପର୍କରେ ଅପରାହ୍ନରେ ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ସୂଚନା ଦିଆଯାଇଛି। ଦୀର୍ଘ ୯ ମାସ ପରେ ମନ୍ଦିର ଖୋଲୁଥିବାରୁ ଜନସାଧାରଣ ଓ ଭକ୍ତମାନେ ଉତ୍ସାହିତ ହୋଇପଡିଛନ୍ତି। ସକାଳ ୬ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଭକ୍ତମାନେ ମା’ଙ୍କ ଦର୍ଶନ କରିପାରିବେ। ଗାଇଡଲାଇନ୍‌ ଅନୁସାରେ ଭକ୍ତମାନେ ମାସ୍କ ପିନ୍ଧି ମନ୍ଦିର ଭିତରକୁ ପ୍ରବେଶ ସହ ସାମାଜିକ ଦୂରତା ରଖିବା ବାଧ୍ୟତାମୂଳକ ରହିଛି। ମନ୍ଦିର ଭିତରକୁ ପ୍ରବେଶ କରିବା ପୂର୍ବରୁ ହାତକୁ ସାନିଟାଇଜ କରିବାକୁ ହେବ। କୌଣସି ଭକ୍ତ ବିଗ୍ରହଙ୍କୁ ଛୁଇଁପାରିବେ ନାହିଁ। କଫ, ଜ୍ୱର ଓ ଥଣ୍ଡା ଲକ୍ଷଣ ଥିବା ବ୍ୟକ୍ତି କିମ୍ବା ଭକ୍ତଙ୍କୁ ମନ୍ଦିର ଭିତରକୁ ଯିବା ପାଇଁ ଅନୁମତି ମଳିବ ନାହିଁ। ପାହାଡ ପାଦ ଦେଶରେ ତାରାତାରିଣୀ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଗାଡି ପାର୍କିଂର ସୁବିଧା କରାଯାଇଛି। ପାହାଡ ଉପରକୁ ମନ୍ଦିରକୁ ଯିବା ପାଇଁ ଗଂଜାମ ଆରଟିଓଙ୍କ ସହାୟତାରେ ବ୍ରହ୍ମପୁର ଉନ୍ନୟନ କର୍ତୁପକ୍ଷ (ବିଡିଏ) ର ୨ ଟି ବସ୍‌ର ବ୍ୟବସ୍ଥା କରିଛନ୍ତି। ଅପରକ୍ଷରେ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତି, ଗର୍ଭବତୀ, ୧୦ ବର୍ଷରୁ କମ୍‌ ପିଲାଙ୍କୁ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ସମବାୟ ସମିତିରୁ ୫ ଲକ୍ଷ ହଡ଼ପ ଅଭିଯୋଗ: ପୂର୍ବତନ ସମ୍ପାଦକ ଗିରଫ

ତିହିଡ଼ି, ୧୨।୭ (ଡି.ଏନ.ଏ.): ଭଦ୍ରକ ଜିଲା ତିହିଡ଼ି ଥାନା ଅଧୀନ ଗୁଆମାଳ ସେବା ସମବାୟ ସମିତିରୁ ୫ ଲକ୍ଷ ଟଙ୍କା ହଡ଼ପ ହୋଇଛି। ସମିତିର ଉପସଭାନେତ୍ରୀ...

ବ୍ରହ୍ମପୁର ବିମାନବନ୍ଦର ଦାବି ନେଇ ରାଜନୀତି

ବ୍ରହ୍ମପୁର ଅଫିସ,୨୬।୧୧: ଦକ୍ଷିଣ ଓଡ଼ିଶାର ପ୍ରମୁଖ ସହର ବ୍ରହ୍ମପୁର ନିକଟସ୍ଥ ଗୋପାଳପୁର ବେଳାଭୂମି ଆକର୍ଷଣୀୟ ହୋଇଥିବାରୁ ରାଜ୍ୟ ଓ ଦେଶର ପର୍ଯ୍ୟଟନ ମାନଚିତ୍ରରେ ସ୍ଥାପିତ ହୋଇଛି।...

ରାୟଗଡ଼ାରେ ୫ କରୋନା ପଜିଟିଭ୍‌ ଚିହ୍ନଟ: ରହିଛନ୍ତି ଗୋଟିଏ ପରିବାରର ମା’, ବାପା ୪ ବର୍ଷର ଶିଶୁକନ୍ୟା

ରାୟଗଡ଼ା ଅଫିସ,୨୦।୬: ରାୟଗଡ଼ା ଜିଲାରେ ଶନିବାର ୫ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ଗୁଣୁପୁର ବ୍ଲକର ୪ ଜଣ। ଅନ୍ୟ ଜଣେ ରାମନାଗୁଡ଼ା ବ୍ଲକର...

ଡରାଇଲାଣି ସମ୍ଭାବ୍ୟ ବାତ୍ୟା

ଭୋଗରାଇ,୨୧।୫(ଡି.ଏନ.ଏ.)-ପୂର୍ବ-ମଧ୍ୟୀୟ ବଙ୍ଗୋପସାଗରରେ ସୃଷ୍ଟି ହେଉଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ବାଲେଶ୍ୱର ଓ ପଶ୍ଚିମବଙ୍ଗ ଉପୂକଳରେ ତାଣ୍ଡବ ରଚାଇବ ବୋଲି ବିଭିନ୍ନ ପାଣିପାଗ ଦପ୍ତର ଆଗୁଆ ସତର୍କ...

ତାଲିମ ନେଲେ ୧୦୦ ଚାଷୀ

ବାରିପଦା ଅଫିସ,୧୫।୪ ମୟୂରଭଞ୍ଜ ଜିଲା ପଲ୍ଲୀଶ୍ରୀ ମେଳା ଆନୁକୂଲ୍ୟରେ ଜିଲା କୃଷି ଓ ଆନୁସଙ୍ଗିକ ବିଭାଗ ପକ୍ଷରୁ କୃଷି ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ...

୭ ହଜାର ଶାମୁକାରେ ପ୍ରଭୁ ଗଜାନନଙ୍କ ବାଲୁକା କଳା ନିର୍ମାଣ କଲେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ

ପୁରୀ ଅଫିସ,୧୦ା୯: ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଏକ ନିଆରା ପ୍ରୟାସ କରିଛନ୍ତି। ପ୍ରଥମଥର ସେ ୭ ହଜାର ଶାମୁକା ନେଇ ପୁରୀ...

ବୀମାରାଶି ଲାଗି ତେଜିଲା ଚାଷୀ ଆନ୍ଦୋଳନ: ଅଟକାଇଲେ ଏମ୍‌ପିଙ୍କ ଗାଡ଼ି

ପାଟଣାଗଡ଼,୨୯।୧୦ (ଡି.ଏନ୍‌.ଏ.): ବଲାଙ୍ଗୀର ଜିଲାପାଟଣାଗଡ ବ୍ଲକ ଏକ ଚିର ମରୁଡି ପ୍ରପୀଡ଼ିତ ଅଞ୍ଚଳ। ୨୦୧୯-୨୦ ଖରିଫ ଋତୁରେ ମଧ୍ୟ ଏଠାରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଥିଲା।...

ସ୍କୁଟର ସିଟ ତଳୁ ନାଗ ଉଦ୍ଧାର

ବାରିପଦା ଅଫିସ,୪।୬- ବାରିପଦା ସହର ତକତପୁର ୱାର୍ଡ ନଂ ୨୭ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସ୍କୁଟର ସିଟ ତଳୁ ଏକ ନାଗ ସାପ ଉଦ୍ଧାର କରାଯାଇଛି।...

Advertisement
Archives

Model This Week