ବ୍ରହ୍ମପୁର ବନଖଣ୍ଡ: ପକ୍ଷୀଗଣନାରେ ସାମିଲ ହେବେ ୩୮ ଦଳ

ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ରବିବାର ବାର୍ଷିକ ପକ୍ଷୀ ଗଣନା ହେବ। ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ବନଖଣ୍ଡ ଅଧୀନ ଦିଗପହଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ଓ ସାମନ୍ତିଆପଲ୍ଲୀ ରେଞ୍ଜରେ ପକ୍ଷୀ ଗଣନା ହେବ। ଏହି ୪ ରେଞ୍ଜ ପାଇଁ ମୋଟ ୩୮ ଗଣନାକାରୀ ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳରେ ୪/୫ କର୍ମଚାରୀ ନିୟୋଜିତ କରାଯାଇଛି। ଚଳିତବର୍ଷ ତାପମାତ୍ରା ଅନୁକୂଳ ଥିବାରୁ ପକ୍ଷୀ ସଂଖ୍ୟା ବଢ଼ିବ ବୋଲି ବିଭାଗୀୟ ଅଧିକାରୀମାନେ ଆଶା କରୁଛନ୍ତି। ପ୍ରତ୍ୟେକ ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା କରାଯାଇଥାଏ। ବ୍ରହ୍ମପୁର ବନଖଣ୍ଡ ରେଞ୍ଜରେ ୧୦, ଖଲ୍ଲିକୋଟ ରେଞ୍ଜରେ ୯ ଗଣନାକାରୀ ଦଳ ଗଠନ କରାଯାଇଛି। ଦିଗପହଣ୍ଡି ରେଞ୍ଜ ପାଇଁ ୧୩ ଏବଂ ସାମନ୍ତିଆପଲ୍ଲୀ ରେଞ୍ଜ ପାଇଁ ୬ ଲେଖାଏ ଗଣନାକାରୀ ଦଳ ନିୟୋଜିତ ରହିବେ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫଓ) ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ପକ୍ଷୀ ଗଣନା ବେଳେ ଉପକୂଳ ଅଞ୍ଚଳର ଉଷ୍ମ ଆର୍ଦ୍ରଭୂମିକୁ ଗୁରୁତ୍ୱ ଦିଆଯିବ। ଏଭଳି ଅଞ୍ଚଳରେ ବିଦେଶୀ ପକ୍ଷୀ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଗଞ୍ଜାମ ଜିଲାର ଏଭଳି ଅଞ୍ଚଳ ଅଧିକ ସଂଖ୍ୟାରେ ଦେଖୁବାକୁ ମିଳୁଛି। ଉଷ୍ମ ଆର୍ଦ୍ରଭୂମି ଅଞ୍ଚଳରେ ଜଳବାୟୁ ଉଷ୍ମ ରହିଥାଏ। ଫଳରେ ବିଦେଶୀ ପକ୍ଷୀଙ୍କୁ ତାହା ବେଶ୍‌ ଆକୃଷ୍ଟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ…

ଦିଲ୍ଲୀ ପୋଲିସ ନାଁରେ ଗୁରୁତର ଅଭିଯୋଗ, ଝିଅମାନଙ୍କୁ ପ୍ରବଳ ମାଡ଼….

ନୂଆଦିଲ୍ଲୀ,୨୨।୭: ଦିଲ୍ଲୀ ପୋଲିସ ନାଁରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ଦାଖଲ ହୋଇଛି । ୨୦ ଜୁଲାଇରେ ଜନ୍ତର ମନ୍ତରରେ ବିକ୍ଷୋଭ କରୁଥିବା ଛାତ୍ରମାନଙ୍କ ବିରୁଦ୍ଧରେ ଦିଲ୍ଲୀ…

ଉତ୍ତମ ରାଷ୍ଟ୍ର ଗଠନ ପାଇଁ ଉତ୍ତମ ସାହିତ୍ୟ ଚେତନା ଜରୁରୀ

ଭଞ୍ଜନଗର,୨୨ା୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଳକ୍ ଶାସନ ପଞ୍ଚାୟତ ଅନ୍ତର୍ଗତ ବଡ଼ଦୋଡଙ୍ଗା ଗ୍ରାମରେ ବୁଧବାର ଏକ କବିତା ଆସର ଏବଂ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।…

ବାହୁଡ଼ା ଯାତ୍ରା ନେଇ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ଭିଡ଼ ପରିଚାଳନା ନେଇ…

ଭୁବନେଶ୍ୱର,୨୨ା୭: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୁଧବାର ଲୋକସେବା ଭବନରେ ଆସନ୍ତା ୨୪ ତାରିଖରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରି ଭିଡ଼ ପରିଚାଳନା…

ନକଲି ଅଦାଲତ ଆଦେଶ ଦେଖାଇ ୫୦ ହଜାର ଟଙ୍କା ଠକେଇ, ଏପରି ଧରିଲା ପୋଲିସ

ଅତାବିରା,୨୨।୭(ଯୁଧିଷ୍ଠିର ମହାପାତ୍ର): ନିଜକୁ ଆଇନଜୀବୀ ପରିଚୟ ଦେଇ ଠକେଇ ଅଭିଯୋଗରେ ଜଣେ ଗିରଫ । ନକଲି ଅଦାଲତ ଆଦେଶ ପ୍ରସ୍ତୁତ କରି ଜଣେ ମହିଳାଙ୍କ ପରିବାରଠାରୁ ୫୦…

CJP ଆନ୍ଦୋଳନରେ ପେଲେଟ୍ ଗନ୍ ଫାୟାରିଂ? ସତ କହିଲା ଦିଲ୍ଲୀ ପୋଲିସ!

ନୂଆଦିଲ୍ଲୀ,୨୨।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଦିଲ୍ଲୀର ଜନ୍ତର-ମନ୍ତରରୁ ସଂସଦ ମାର୍ଚ୍ଚ ପାଇଁ ଆହ୍ୱାନ ଦିଆଯାଇଥିଲା। ଏହି ସମୟରେ ପୋଲିସ ଏବଂ ପ୍ରଦର୍ଶନକାରୀଙ୍କ…

ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁଙ୍କ ଆତ୍ମସମର୍ପଣ

କୋଇଡ଼ା, ୨୨।୭: ମାଓବାଦୀ ସଂଗଠନ ପାଇଁ ଏକ ବଡ଼ ଝଟକା ସୃଷ୍ଟି କରି ହାର୍ଡକୋର ମହିଳା ମାଓବାଦୀ ଅନିତା କିସ୍କୁ ଝାଡ଼ଖଣ୍ଡରେ ସୁରକ୍ଷା ବାହିନୀ ନିକଟରେ ଆତ୍ମସମର୍ପଣ…

ବିସ୍ଥାପନ ପାଇଁ ଦ୍ୱିତୀୟ ଦିନରେ କୁମିଆପାଲିରେ ପହଞ୍ଚିଲା ପ୍ରଶାସନ: ତାତିଲେ ଆଦିବାସୀ, ଧନୁତୀର ଧରି…

ବଲାଙ୍ଗୀର,୨୨ା୭(ସୁନିଲ କୁମାର ମହାନ୍ତି): ବୁଧବାର ଦ୍ୱିତୀୟ ଦିନରେ ଲୋୟର ସୁକତେଲ ଡ୍ୟାମ ପ୍ରଭାବିତ କୁମିଆପାଲି ଗାଁରେ ବିସ୍ଥାପନ ପ୍ରକ୍ରିୟା ଆରମ୍ଭ କରିବାକୁ ଜିଲା ପ୍ରଶାସନର ଟିମ୍‌ ପହଞ୍ଚିଥିଲା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri