ବ୍ରହ୍ମପୁର ବନଖଣ୍ଡ: ପକ୍ଷୀଗଣନାରେ ସାମିଲ ହେବେ ୩୮ ଦଳ

ବ୍ରହ୍ମପୁର ଅଫିସ,୨।୧- ବ୍ରହ୍ମପୁର ବନଖଣ୍ଡ ଅଞ୍ଚଳରେ ରବିବାର ବାର୍ଷିକ ପକ୍ଷୀ ଗଣନା ହେବ। ଏନେଇ ବନ ବିଭାଗ ପକ୍ଷରୁ ପ୍ରସ୍ତୁତି ଶେଷ ହେବା ସହ ଅଧିକାରୀ ଓ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି। ବନଖଣ୍ଡ ଅଧୀନ ଦିଗପହଣ୍ଡି, ଖଲ୍ଲିକୋଟ, ବ୍ରହ୍ମପୁର ଓ ସାମନ୍ତିଆପଲ୍ଲୀ ରେଞ୍ଜରେ ପକ୍ଷୀ ଗଣନା ହେବ। ଏହି ୪ ରେଞ୍ଜ ପାଇଁ ମୋଟ ୩୮ ଗଣନାକାରୀ ଦଳ ଗଠନ କରାଯାଇଛି। ପ୍ରତ୍ୟେକ ଦଳରେ ୪/୫ କର୍ମଚାରୀ ନିୟୋଜିତ କରାଯାଇଛି। ଚଳିତବର୍ଷ ତାପମାତ୍ରା ଅନୁକୂଳ ଥିବାରୁ ପକ୍ଷୀ ସଂଖ୍ୟା ବଢ଼ିବ ବୋଲି ବିଭାଗୀୟ ଅଧିକାରୀମାନେ ଆଶା କରୁଛନ୍ତି। ପ୍ରତ୍ୟେକ ବର୍ଷ ଜାନୁୟାରୀ ପ୍ରଥମ ସପ୍ତାହରେ ପକ୍ଷୀ ଗଣନା କରାଯାଇଥାଏ। ବ୍ରହ୍ମପୁର ବନଖଣ୍ଡ ରେଞ୍ଜରେ ୧୦, ଖଲ୍ଲିକୋଟ ରେଞ୍ଜରେ ୯ ଗଣନାକାରୀ ଦଳ ଗଠନ କରାଯାଇଛି। ଦିଗପହଣ୍ଡି ରେଞ୍ଜ ପାଇଁ ୧୩ ଏବଂ ସାମନ୍ତିଆପଲ୍ଲୀ ରେଞ୍ଜ ପାଇଁ ୬ ଲେଖାଏ ଗଣନାକାରୀ ଦଳ ନିୟୋଜିତ ରହିବେ ବୋଲି ବ୍ରହ୍ମପୁର ବନଖଣ୍ଡ ଅଧିକାରୀ (ଡିଏଫଓ) ଅମ୍ଲାନ ନାୟକ ସୂଚନା ଦେଇଛନ୍ତି। ପକ୍ଷୀ ଗଣନା ବେଳେ ଉପକୂଳ ଅଞ୍ଚଳର ଉଷ୍ମ ଆର୍ଦ୍ରଭୂମିକୁ ଗୁରୁତ୍ୱ ଦିଆଯିବ। ଏଭଳି ଅଞ୍ଚଳରେ ବିଦେଶୀ ପକ୍ଷୀ ରହିବା ପାଇଁ ଅଧିକ ପସନ୍ଦ କରିଥାନ୍ତି। ଗଞ୍ଜାମ ଜିଲାର ଏଭଳି ଅଞ୍ଚଳ ଅଧିକ ସଂଖ୍ୟାରେ ଦେଖୁବାକୁ ମିଳୁଛି। ଉଷ୍ମ ଆର୍ଦ୍ରଭୂମି ଅଞ୍ଚଳରେ ଜଳବାୟୁ ଉଷ୍ମ ରହିଥାଏ। ଫଳରେ ବିଦେଶୀ ପକ୍ଷୀଙ୍କୁ ତାହା ବେଶ୍‌ ଆକୃଷ୍ଟ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

କିରୋସିନ ଚୋରା ଚାଲାଣ ବେଳେ ଗୋଡେଇ ଧରିଲେ ଗ୍ରାମବାସୀ

ଦିଗପହଣ୍ଡି,୨ା୭(ଡି.ଏନ୍‌.ଏ.)- ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ଗ୍ରାମରୁ ବୁଧବାର ଟ୍ରାକ୍ଟର ଯୋଗେ ୨ ବ୍ୟାରେଲ ପିଡିଏସ୍‌ କିରୋସିନ ଚୋରାଚାଲାଣ ବେଳେ ଗ୍ରାମବାସୀ ପିଛା କରିଥିଲେ। ସମ୍ପୃକ୍ତ...

ବଳକା ଧାନ କିଣୁନି ସମିତି, ଚାଷୀ ଅସନ୍ତୋଷ

ବାଲିଆପାଳ, ୩|୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକରେ ଚାଷୀଙ୍କଠୁ ସିଧାସଳଖ ଧାନ କିଣିବା ପାଇଁ ସେବା ସମବାୟ ସମିତିକୁ ସରକାର ଦାୟିତ୍ୱ ପ୍ରଦାନ କରିଛନ୍ତି ା ସରକାର...

ଆଦାୟ ହୋଇପାରେ ୭ଶହ କୋଟି

ଯାଜପୁର ଅଫିସ/ଧର୍ମଶାଳା/ ଚଢ଼େଇଧରା,୧୦ା୧୧ (ଡି.ଏନ.ଏ.): ଯାଜପୁର ଜିଲା ଧର୍ମଶାଳା ତହସିଲ ଅଧୀନ ବହୁଚର୍ଚ୍ଚିତ ରାହାଡ଼ପୁର ପାହାଡ଼ରୁ ଅନୁମୋଦନଠାରୁ ଢେର ଗୁଣ ଅଧିକ କଳାପଥର ଲୁଟ ଅଭିଯୋଗ...

ମଣ୍ଡିରୁ ଜବତ ହେଲା ୩୨ କୁଇଣ୍ଟାଲ ଧାନ

ବରଗଡ଼ ଅଫିସ୍‌,୧୪।୧୨: ବରଗଡ଼ ଜିଲା ପାଇକମାଳ ବ୍ଲକ ଅଧୀନ ମାଣ୍ଡୋସିଲ ଧାନ କ୍ରୟକେନ୍ଦ୍ର(ମଣ୍ଡି)ରୁ ମଙ୍ଗଳବାର ଯୋଗାଣ ବିଭାଗ ୮୧ ପକେଟ୍‌ ଧାନ ଜବତ କରିଛି। ଜବତ...

ଜିଲାସ୍ତରୀୟ ନିଯୁକ୍ତି ମେଳାରେ ୮୧ଜଣଙ୍କୁ ପ୍ରତ୍ୟକ୍ଷ ନିଯୁକ୍ତି

ବାଲେଶ୍ୱର ଅଫିସ, ୧୭।୧୦-ଓଡ଼ିଶା ଦକ୍ଷତା ବିକାଶ ପ୍ରାଧିକରଣ ଏବଂ ବାଲେଶ୍ୱର ଜିଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଗୁରୁବାର ସ୍ଥାନୀୟ ବ୍ରିଟ୍‌ କଲ୍ୟାଣ ମଣ୍ଡପଠାରେ ଜିଲାସ୍ତରୀୟ ନିଯୁକ୍ତି...

ବୃତ୍ତି ପରୀକ୍ଷା ଦେଲେ ୨୬୪ ଛାତ୍ରୀଛାତ୍ର

ଭଣ୍ଡାରିପୋଖରୀ, ୧୫ା୭(ଡି.ଏନ୍‌.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଭଣ୍ଡାରିପୋଖରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଓ କୁଲଣା ସ୍ଥିତ ବିଶୋଳ କୁଲଣା ମୈତ୍ରୀ...

ଗୁରୁ ଶିଷ୍ୟ ସମ୍ପର୍କ ନିବିଡ଼ ହେଉ

ବଇଣ୍ଡା,୨୦।୭(ଡି.ଏନ.ଏ.): ଶିଶୁଙ୍କୁ ଭଲ ମଣିଷ କରିବା ପାଇଁ ଶିକ୍ଷକ ସମାଜର ଭୂମିକା ଅଧିକ ଗୁରୁତ୍ୱପୂର୍ଣ୍ଣ। ସବୁବେଳେ ଗୁରୁଙ୍କୁ ସମ୍ମାନ ଦିଆଯାଉ। ଗୁରୁ-ଶିଷ୍ୟ ସମ୍ପର୍କ ନିବିଡ଼ ହେଲେ...

କୋକସରାରେ ବଢ଼ୁଛି ଝାଡ଼ାବାନ୍ତି

କୋକସରା,୧୭।୧(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ସଦର କୋକସରା ପଞ୍ଚାୟତ କୋକସରା ଗ୍ରାମରେ ଗତ କିଛି ଦିନ ଧରି ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ...

Advertisement
Archives

Model This Week