ୟୁଜି, ପିଜି ପାଇଁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଟୁଇଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି, କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ୟୁଜିସି ପକ୍ଷରୁ ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଓ ଏକାଡେମିକ୍‌ କ୍ୟାଲେଣ୍ଡର ଉପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଏପ୍ରିଲ୍‌ ୨୯ରେ ପ୍ରସ୍ତାବିତ ଏକାଡେମିକ୍‌ କ୍ୟାଲେଣ୍ଡରରେ ସଂଶୋଧନ କରାଯାଇଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ନଭେମ୍ବର ୧ରୁ ଏକାଡେମିକ୍‌ ଅଧିବେଶନ ଆରମ୍ଭ ହେବ। ଅବଶିଷ୍ଟ ଖାଲି ସିଟ୍‌ରେ ନାମଲେଖା ପାଇଁ ନଭେମ୍ବର ୩୦ ହେଉଛି ଶେଷ ତାରିଖ। ନଭେମ୍ବର ୧ରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୧ ମାର୍ଚ୍ଚ ୧ରୁ ୭ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ଦିଆଯିବ। ମାର୍ଚ୍ଚ ୮ରୁ ୨୬ତାରିଖ ପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୁଣି ଏପ୍ରିଲ ୫ରୁ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟ୧ ରୁ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପ୍ରସ୍ତୁତ ପାଇଁ ପିଲାଙ୍କୁ ସମୟ ଦିଆଯିବ। ଅଗଷ୍ଟ ୯ରୁ ୨୧ ଦ୍ୱିତୀୟ ସେମିଷ୍ଟର ହେବ। ଅଗଷ୍ଟ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏହାପରେ ଅଗଷ୍ଟ ୩୦ ତାରିଖରୁ ପୁଣି ଦ୍ୱିତୀୟ ବର୍ଷର ପାଠପଢ଼ା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ବାହ୍ୟ ଜଗତରୁ ବିଚ୍ଛିନ୍ନ ମଣିପୁର ଗାଁ, ରାସ୍ତା ଉପରେ ୩ ଫୁଟ୍‌ ଉଚ୍ଚର ବନ୍ୟାଜଳ

ଭାପୁର,୩୦।୭ (ପ୍ରଭାତ ବରାଡ): ଭାପୁର ପଞ୍ଚାୟତ ସମିତିର ୨୦ଗୋଟି ପଞ୍ଚାୟତ ମଧ୍ୟରୁ ପ୍ରାୟ ଚାରି ଗୋଟି ପଞ୍ଚାୟତ ଦେଇ ଓଡ଼ିଶାର ବୃହତ୍ତମ ନଦୀ ମହାନଦୀ ପ୍ରବାହିତ। ସେହି…

ମୋଦିଙ୍କ ଇନ୍‌ଷ୍ଟା ଭିଡିଓକୁ ନେଇ ଅଭିଜିତଙ୍କ କଟାକ୍ଷ, କହିଲେ-ପ୍ରଧାନମନ୍ତ୍ରୀ ପଦ ଛାଡ଼ି ଇନଫ୍ଲୁଏନ୍ସର ହୋଇଯିବା ଉଚିତ୍‌…

ନୂଆଦିଲ୍ଲୀ,୩୦।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରତିଷ୍ଠାତା ଅଭିଜିତ ଦୀପକେ କହିଛନ୍ତି, ନରେନ୍ଦ୍ର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଦେବା ଉଚିତ୍‌ ଏବଂ ଜଣେ ଇନଫ୍ଲୁଏନ୍ସର (Influencer)…

ସୁଦାମଙ୍କୁ ଧକ୍କା ଦେଲା ପିକ୍‌ଅପ୍‌ ଭ୍ୟାନ୍‌: ଆଉ ତା’ପରେ ଘଟିଲା..

ପଦ୍ମପୁର, ୩୦।୭: ପଦ୍ମପୁର ପାଟଣାଗଡ଼ ମୁଖ୍ୟ ସଡ଼କର ଦହିତା କଲେଜ ସମ୍ମୁଖରେ ଗୁରୁବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ…

ଇତିହାସ ରଚିଲା RCB: ୩୦୦ ମିଲିୟନ ଡଲାର ବ୍ରାଣ୍ଡ ଭାଲ୍ୟୁ ପାଇଥିବା ପ୍ରଥମ କ୍ରିକେଟ ଦଳ ଭାବେ ରେକର୍ଡ

ନୂଆଦିଲ୍ଲୀ,୩୦।୭: ଆଇପିଏଲ (IPL) ର ଗତ ଦୁଇଟି ସଂସ୍କରଣ (୨୦୨୫-୨୦୨୬)ର ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) କ୍ରମାଗତ ଭାବେ ଦୁଇଟି ଟାଇଟଲ ଜିତିବାରେ ତୃତୀୟ ଦଳ…

ଆଇସିସି ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ବୈଭବଙ୍କ କମାଲ, ୨୩୦ ସ୍ଥାନରୁ ସିଧାସଳଖ ପହଞ୍ଚିଲେ …

ନୂଆଦିଲ୍ଲୀ,୩୦।୭: ଭାରତୀୟ କ୍ରିକେଟର ଉଦୀୟମାନ ତାରକା ବୈଭବ ସୂର୍ଯ୍ୟବଂଶୀ ନିଜର ଚମତ୍କାର ବ୍ୟାଟିଂ ବଳରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ମାତ୍ର ୧୫ ବର୍ଷ…

ବଡ଼ ସଫଳତା: ବୈଭବ ସୂର୍ଯ୍ୟବଂଶୀଙ୍କୁ ଉପ-ଅଧିନାୟକ ଭାବେ ନିଯୁକ୍ତ କଲା ଏହି ଟିମ୍‌

ନୂଆଦିଲ୍ଲୀ,୩୦।୭: ଭାରତର ଯୁବ ବ୍ୟାଟିଂ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ନିଜର ଦ୍ରୁତ କ୍ରିକେଟ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ହାସଲ କରିଛନ୍ତି। ଆଗାମୀ ଦଲୀପ ଟ୍ରଫି…

ଆଜି ରାଜ୍ୟର ୪ ଜିଲାରେ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୩୦।୭: ଆଜି ରାଜ୍ୟର ୪ଟି ଜିଲାରେ ସ୍କୁଲ ଛୁଟି ଘୋଷଣା। ଭଦ୍ରକ, ଯାଜପୁର, ନବରଙ୍ଗପୁର ଓ କଳାହାଣ୍ଡିରେ ସ୍କୁଲ ଛୁଟି। ସବୁ ସରକାରୀ ଓ ଘରୋଇ ସ୍କୁଲ…

ସରକାରଙ୍କ ବଡ଼ ସୂଚନା: ବଢିବ ଅଙ୍ଗନବାଡ଼ି କର୍ମୀଙ୍କ ଦରମା! ଜାଣନ୍ତୁ କେତେ…

ଭୁବନେଶ୍ୱର,୩୦।୭: ରାଜ୍ୟର ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ମାନଙ୍କ ପାଇଁ ଏକ ବଡ଼ ଖୁସିଖବର ଆସିବାର ସମ୍ଭାବନା ରହିଛି। ରାଜ୍ୟ ସରକାରୀ ସ୍ତରରେ ସେମାନଙ୍କ ଦରମା ବୃଦ୍ଧି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri