ୟୁଜି, ପିଜି ପାଇଁ ନିର୍ଦ୍ଦେଶାବଳୀ

ଭୁବନେଶ୍ୱର, ୨୬।୯(ବ୍ୟୁରୋ): ୨୦୨୦-୨୧ ଶିକ୍ଷାବର୍ଷ ପାଇଁ କେନ୍ଦ୍ରୀୟ ଅନୁଦାନ ଆୟୋଗ(ୟୁଜିସି) ସ୍ନାତକ (ୟୁଜି) ଏବଂ ସ୍ନାତକୋତ୍ତର(ପିଜି) ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ନିମନ୍ତେ ନିର୍ଦ୍ଦେଶାବଳୀ ଜାରି କରିଛି। ଶୁକ୍ରବାର କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରୀଆଲ ନିଶଙ୍କ ଟୁଇଟ୍‌ କରି ଜଣାଇଛନ୍ତି। ସେ ଲେଖିଛନ୍ତି, କୋଭିଡ୍‌ ମହାମାରୀକୁ ଦୃଷ୍ଟିରେ ରଖି ୟୁଜିସି ପକ୍ଷରୁ ୟୁଜି ଓ ପିଜି ଛାତ୍ରୀଛାତ୍ରଙ୍କ ପାଇଁ ପରୀକ୍ଷା ଓ ଏକାଡେମିକ୍‌ କ୍ୟାଲେଣ୍ଡର ଉପରେ ଏହି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଏଥିରେ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଏପ୍ରିଲ୍‌ ୨୯ରେ ପ୍ରସ୍ତାବିତ ଏକାଡେମିକ୍‌ କ୍ୟାଲେଣ୍ଡରରେ ସଂଶୋଧନ କରାଯାଇଛି। ନୂଆ ନିର୍ଦ୍ଦେଶାବଳୀ ଅନୁଯାୟୀ, ପ୍ରଥମ ବର୍ଷର ଛାତ୍ରୀଛାତ୍ରଙ୍କ ପାଇଁ ନଭେମ୍ବର ୧ରୁ ଏକାଡେମିକ୍‌ ଅଧିବେଶନ ଆରମ୍ଭ ହେବ। ଅବଶିଷ୍ଟ ଖାଲି ସିଟ୍‌ରେ ନାମଲେଖା ପାଇଁ ନଭେମ୍ବର ୩୦ ହେଉଛି ଶେଷ ତାରିଖ। ନଭେମ୍ବର ୧ରୁ ପ୍ରଥମ ବର୍ଷ ପାଠପଢ଼ା ଆରମ୍ଭ ହେବ। ୨୦୨୧ ମାର୍ଚ୍ଚ ୧ରୁ ୭ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପାଇଁ ପ୍ରସ୍ତୁତ ହେବାକୁ ସମୟ ଦିଆଯିବ। ମାର୍ଚ୍ଚ ୮ରୁ ୨୬ତାରିଖ ପର୍ଯ୍ୟନ୍ତ ପ୍ରଥମ ସେମିଷ୍ଟର ପରୀକ୍ଷା ଅନୁଷ୍ଠିତ ହେବ। ଏହାପରେ ୨୭ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ। ପୁଣି ଏପ୍ରିଲ ୫ରୁ ପାଠପଢ଼ା ଆରମ୍ଭ ହେବ। ଅଗଷ୍ଟ୧ ରୁ ୮ତାରିଖ ପର୍ଯ୍ୟନ୍ତ ପରୀକ୍ଷା ପ୍ରସ୍ତୁତ ପାଇଁ ପିଲାଙ୍କୁ ସମୟ ଦିଆଯିବ। ଅଗଷ୍ଟ ୯ରୁ ୨୧ ଦ୍ୱିତୀୟ ସେମିଷ୍ଟର ହେବ। ଅଗଷ୍ଟ ୨୨ରୁ ୨୯ତାରିଖ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ଏହାପରେ ଅଗଷ୍ଟ ୩୦ ତାରିଖରୁ ପୁଣି ଦ୍ୱିତୀୟ ବର୍ଷର ପାଠପଢ଼ା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କଂଗ୍ରେସର ବସିବ ଚିନ୍ତନ ଶିବିର,ଯୋଗ ଦେବେ ଚେଲ୍ଲା କୁମାର

ଭୁବନେଶର, ୩୦।୫(ବ୍ୟୁରୋ): ରାଜ୍ୟ କଂଗ୍ରେସର ଚିନ୍ତନ ଶିବିର ଆସନ୍ତା ଜୁନ୍‌ ୧ ଓ ୨ ତାରିଖରେ ବସିବ । ଶରତ ପଟ୍ଟନାୟକ ପିସିସି ସଭାପତି ହେବା...

ଏନ୍‌ଆଇଆର୍‌ଏଫ୍‌ରେ ଓଡ଼ିଶାର ୪ ଶିକ୍ଷାନୁଷ୍ଠାନ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ଉଚ୍ଚଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଶୁକ୍ରବାର ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା ନ୍ୟାଶନାଲ ଇନଷ୍ଟିଚ୍ୟୁଶନାଲ ର଼୍ୟାଙ୍କିଙ୍ଗ୍‌ ଫ୍ରେମ୍‌ଓ୍ବାର୍କ (ଏନ୍‌ଆଇଆର୍‌ଏଫ୍‌) ପ୍ରକାଶ ପାଇଛି। ସାମଗ୍ରିକ ଭାବେ ଆଇଆଇଟି...

ମାଟ୍ରିକ୍‌ ପରୀକ୍ଷା ଦେଇନାହାନ୍ତି ହଜାର ହଜାର ପରୀକ୍ଷାର୍ଥୀ

ଭୁବନେଶର,୬।୫(ବ୍ୟୁରୋ): ମାଟ୍ରିକ୍‌ ପରୀକ୍ଷାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ବିଷ୍ଣୁପଦ ସେଠୀ। ସେ କହିଛନ୍ତି, ଚଳିତ ବର୍ଷ ହଜାର ହଜାର ପରୀକ୍ଷାର୍ଥୀ...

ରାଜତନ୍ତ୍ରର ସ୍ମୃତି ବଖାଣୁଛି ବାରିପଦା ପୌର ପରିଷଦ

ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ୧୧୭ ବର୍ଷରେ ପଦାର୍ପଣ କରିଛି। ମୟୂରଭଞ୍ଜ ରାଜତନ୍ତ୍ରର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓଙ୍କ ଶାସନକାଳ ସମୟରେ ବାରିପଦା ସହରର ୨ବର୍ଗ...

ଇଣ୍ଡିଆ ରିଲିଜିୟନ କନ୍‌ଫରେନ୍ସରେ କାର୍ଯ୍ୟକାରୀ ବାଚସ୍ପତି

ଭୁବନେଶ୍ୱର, ୨୨ା୮(ସୁନିତ୍‌ ମିଶ୍ର):ରାଜ୍ୟ ବିଧାନସଭାର କାର୍ଯ୍ୟକାରୀ ବାଚସ୍ପତି ରଜନୀକାନ୍ତ ସିଂହ ଏବଂ ସଚିବ ଦାଶରଥି ଶତପଥୀ ରାଜସ୍ଥାନର ଉଦୟପୁରଠାରେ ଅନୁଷ୍ଠିତ ହେଉଥିବା ନବମ କମନୱେଲ୍‌ଥ ପାର୍ଲାମେଣ୍ଟାରୀ...

ବାଲେଶ୍ୱରରେ ସର୍ବାଧିକ ବର୍ଷା

ଭୁବନେଶ୍ୱର,୭।୧୦(ବ୍ୟୁରୋ): ଗତିକାଲିର ଘୂର୍ଣ୍ଣିବଳୟ ଆଜି ସାମାନ୍ୟ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତିକରି ତେଲେଙ୍ଗାନା ଏବଂ ବିଦର୍ଭ ଅଞ୍ଚଳରେ ବାୟୁମଣ୍ଡଳର୧.୫ ରୁ ୩.୧ କିମି ମଧ୍ୟରେ ସକ୍ରିୟ ରହିଛି।...

ସିଂହଦ୍ୱାରରେ ଜମିଲା ମେଳଣ

ପୁରୀ ଅଫିସ, ୧୦ା୧୦: ଶେଷ ହୋଇଛି ଦଶହରା। ଧରାପୃଷ୍ଠରୁ ବିଦାୟ ନେଇଛନ୍ତି ଜଗଜ୍ଜନନୀ ମା’ ଦୁର୍ଗା। ମୃଣ୍ମୟୀ ଦୁର୍ଗାଙ୍କ ବିସର୍ଜନ ପରେ ଏକାଦଶୀରେ ଶ୍ରୀକ୍ଷେତ୍ରରେ ପାରମ୍ପରିକ...

ରାସ୍ତାରେ ପୋଲିସ ପକାଇଲା ତାରବାଡ଼: ଶହୀଦ ପରିବାର ଗୃହବନ୍ଦୀ

ଢେଙ୍କାନାଳ ଅଫିସ, ୨୪।୭- ପୋଲିସ ଦାଦାଗିରି। କ୍ଷମତାର ବଳ ଦେଖାଇ ରାସ୍ତାରେ ଜୋରଜବରଦସ୍ତ ପକାଇଦେଲେ ତାରବାଡ଼। ଯେଉଁଥିପାଇଁ ଦେଶ ସେବାରେ ପ୍ରାଣବଳି ଦେଇଥିବା ଜଣେ ଶହୀଦଙ୍କ...

Advertisement
Archives

Model This Week