ଗାଇଡ୍‌ ଓ ସ୍କଲାର

ଦୁନିଆରେ ପ୍ରାୟତଃ ସବୁ କ୍ଷେତ୍ରରେ ଦୁର୍ନୀତି ହୁଏ, କିଛି ସେଥିରୁ କହିହୁଏ, ଆଉ କିଛି ଲୁଚିଯାଏ ଅବା କହିବାକୁ ଲାଜଲାଗେ। କିଛି ଜିଭ ଅଗକୁ ଆସି ରହିଯାଏ ତ କିଛି ପେଟ ଭିତରେ ଜୀର୍ଣ୍ଣ କରିବାକୁ ପଡ଼େ। ଏକଥା କ’ଣ ଗୋଟେ ଭାଇରାଲ କରିବି ଯେ? କଥାଟି ଦାଣ୍ତରେ ପଡ଼ି ହାଟରେ ପଡ଼ିବ। ‘ମୋର ଗୋଟିଏ ପର୍ସନାଲିଟି ରହିଛି ନା ନାହିଁ?’ ନତୁବା ‘ଲୋକେ ବୋଲିବେ କ’ଣ?’ – ଆଦିକୁ ପାଥେୟ କରି ଅନେକ ବିଷୟ ରହିଯାଏ ଦୃଷ୍ଟି ଅଢୁଆଳରେ। ନିଜ ପଥରେ ପଡ଼ି଼ଥିବା କଣ୍ଟାମାନଙ୍କୁ ସଫା ନ କଲେ ଅବା ରାସ୍ତାକଡ଼କୁ ନ ଫୋପାଡ଼ିଲେ ସେୟା ସେଇମାନଙ୍କ ପାଦରେ ଫୁଟିବ, ଯେଉଁମାନେ କିଛି ସମୟ ପରେ ସେହି ରାସ୍ତାରେ ଗତି କରିବେ। ସେହି ପରିପ୍ରେକ୍ଷୀରେ ଆଜିର ଆଲୋଚନା।
ଭାରତରେ ଗୁରୁକୁଳ ଆଶ୍ରମ ବ୍ୟବସ୍ଥା ହଟିବା ପରେ ବ୍ରିଟିଶ ଶିକ୍ଷା ପ୍ରଚଳନ ହେଲା। ସେହି ବ୍ୟବସ୍ଥାର ସର୍ବୋଚ୍ଚ ଶିକ୍ଷାଟି ହେଉଛି ଡି.ଲିଟ୍‌। ତାହା ତଳ ପାଠ ପିଏଚ.ଡ଼ି ବା ବିଦ୍ୟା ବାରିଧି। ପୂର୍ବରୁ ଏମ୍‌.ଫିଲ ବା ବିଦ୍ୟାନିଶାନ୍ତ ରହିଥିଲା କିନ୍ତୁ ନୂତନ ଶିକ୍ଷାନୀତି ଅନୁସରଣ ହେବା ପରେ ସେହି ପାଠ୍ୟକ୍ରମକୁ ବାତିଲ କରାଯାଇଛି। ଏହି ପାଠ୍ୟକ୍ରମ ନିମନ୍ତେ ଯୋଗ୍ୟତା ରହୁଛି ସ୍ନାତକୋତ୍ତର। ସାଧାରଣ ବର୍ଗଙ୍କ ନିମନ୍ତେ ୫୫ ଶତକଡ଼ା ବାଧ୍ୟତାମୂଳକ ହୋଇଥାଏ, ଯେଉଁମାନେ ଗବେଷଣା ନିମନ୍ତେ ଆବେଦନ କରିପାରନ୍ତି। ତତ୍‌ପଶ୍ଚାତ୍‌ ଏକ ପ୍ରବେଶିକା ପରୀକ୍ଷା ହୁଏ। ଯେଉଁମାନେ ଜାତୀୟ ଯୋଗ୍ୟତା ପରୀକ୍ଷାରେ ପୂର୍ବରୁ କୃତିତ୍ୱ ହାସଲ କରିଥା’ନ୍ତି ସେମାନଙ୍କୁ ଏହି ବିଶ୍ବବିଦ୍ୟାଳୟ ଗବେଷଣା ଯୋଗ୍ୟତା ପରୀକ୍ଷା ନାମକ ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହେବାକୁ ପଡ଼େ ନାହିଁ। ତା’ ପରେ ଏକ ସାକ୍ଷାତ୍‌କାର ପରୀକ୍ଷା ହୁଏ, ଯେଉଁଥିରେ ପ୍ରତ୍ୟାଶୀର ଗବେଷଣା ଲକ୍ଷ୍ୟ ଏବଂ ତାହାର ସାଧନରେ ଅଭିଳାଷ କିଭଳି ରହୁଛି ସେହି ବିଷୟ ଆଲୋଚନା ହୁଏ। ପ୍ରତ୍ୟାଶୀ ସେହି ପ୍ରକ୍ରିୟାରେ ଉତ୍ତୀର୍ଣ୍ଣ ହୋଇଗଲେ ଯୋଗ ଦିଅନ୍ତି। ଏକ ଛଅମାସିଆ କୋର୍ସ ୱାର୍କ ହୁଏ ଏବଂ ସେଥିରେ ଉତ୍ତୀର୍ଣ୍ଣ ପଶ୍ଚାତ୍‌ ଜଣେ ଗାଇଡ୍‌ଙ୍କ ତତ୍ତ୍ୱାବଧାନରେ ପିଏଚ.ଡି. ନିମିତ୍ତ ପଞ୍ଜୀକରଣ ହୁଏ। ଭଲ ଲୋକଟିଏ ଥିଲେ ବିଶେଷତଃ ଅସୁବିଧା ହୁଏ ନାହିଁ କିନ୍ତୁ କିଛି କଦର୍ଯ୍ୟ ଲୋକ ରହିଛନ୍ତି, ଯେଉଁମାନେ ସ୍କଲାରଙ୍କୁ ନିର୍ଯାତନା ଦିଅନ୍ତି।
ସମସ୍ତ ଗାଇଡ୍‌ ଖରାପ ନୁହନ୍ତି। ସେମାନଙ୍କ ମାଧ୍ୟମରେ ହିଁ ଗୂଢ଼ତତ୍ତ୍ୱ ସମାଜକୁ ଆସେ। କିନ୍ତୁ କେତେକଙ୍କ ପାଇଁ ଆଜି କିଛି ସ୍କଲାର ହଇରାଣ ହେଉଛନ୍ତି। ଗାଇଡ୍‌ଙ୍କ ତରଫରୁ ପ୍ରତ୍ୟାଶୀଟିକୁ ଯେଉଁସବୁ ନିର୍ଯାତନା ମିଳେ ତାହାକୁ ମୁଖ୍ୟତଃ ଦୁଇ ଭାଗରେ ବିଭକ୍ତ କରାଯାଇପାରେ। ଗୋଟିଏ ହେଉଛି ସ୍ବାର୍ଥଯୁକ୍ତ ନିର୍ଯାତନା ଆଉ ଗୋଟିଏ ହେଉଛି ସ୍ବାର୍ଥବିହୀନ ନିର୍ଯାତନା। ପ୍ରଥମେ ଜାଣିନେବା ସ୍ବାର୍ଥବିହୀନ ନିର୍ଯାତନା କ’ଣ, ତାହା କାହିଁକି ହୁଏ ଏବଂ ସମାଧାନର ପନ୍ଥା କ’ଣ। କିଛି ଗାଇଡ୍‌ ଥା’ନ୍ତି ଯେଉଁମାନେ ସ୍କଲାରଟିର ମଙ୍ଗଳ ଚାହାନ୍ତି, ତାହାକୁ ବିଭିନ୍ନ ଉପଦେଶ ଏବଂ ଅନୁଭୂତି ବିତରଣ ସହକାରେ ମଙ୍ଗଳ ବିଧାନ କରନ୍ତି। ଆଉ କିଛି ଦୀର୍ଘ କାଳରେ ମଙ୍ଗଳ ବିଧାନ ନିମନ୍ତେ ଭାବୁଥିବା ସ୍ଥଳେ ସ୍ବଳ୍ପ କାଳରେ ଛେନା ଚିପୁଡ଼ି ପାଣି କାଢ଼ିଲା ଭଳି କରନ୍ତି; ଯାହା ପଛରେ କାରଣ ଥାଏ, ତାଙ୍କ ଗାଇଡ୍‌ ତାଙ୍କୁ ଏହିଭଳି ଶୋଷଣ କରିଥିଲେ। ବୋହୂଟିଏ ଆସିଲେ ଶାଶୁ ତା’କୁ ଘରର ଚାଲିଚଳଣି, ପରମ୍ପରା ଆଦି ବିଷୟରେ ଅବଗତ କରେଇବା ଭଳି ଏହି ଗାଇଡ୍‌ଗୁଡ଼ିକୁ ତାଙ୍କ ସ୍କଲାରଙ୍କୁ ସେ ପାଇଥିବା ନିର୍ଯାତନା ସହ ପରିଚୟ କରାନ୍ତି। ପାଠ ମଧ୍ୟ ଆସ୍ତେ ଆସ୍ତେ କହନ୍ତି। ସମୟ ଏବଂ ପରିବେଶ ଭିତ୍ତିରେ ସ୍କଲାର ୟାଙ୍କୁ ଛାଡ଼ିକି ଯିବାର ନଜିର ରହିଛି।
ସ୍ବାର୍ଥଯୁକ୍ତ ନିର୍ଯାତନାକୁ ଯଦି ଭାଗ କରିବା ତେବେ ସେୟା ମୁଖ୍ୟତଃ ଚାରି ପ୍ରକାରର ହୋଇପାରେ। ପ୍ରଥମତଃ ଶାରୀରିକ, ଦ୍ୱିତୀୟତଃ ଧାର୍ମିକ, ତୃତୀୟତଃ ଆର୍ଥିକ ଏବଂ ଚତୁର୍ଥତଃ ଈର୍ଷାଳୁ ସ୍ବଭାବ। ଶାରୀରିକ ନିର୍ଯାତନାର ଶିକାର ମୁଖ୍ୟତଃ ମହିଳା ସ୍କଲାର ହୁଅନ୍ତି। ଧାର୍ମିକ ନିର୍ଯାତନା କଥା ଯଦି ଦେଖିବା, ବିଧର୍ମୀ ଗାଇଡ୍‌ଗୁଡ଼ିକ ସ୍କଲାରଟିର ଧର୍ମ ପରିବର୍ତ୍ତନ ଆଶାରେ ନିର୍ଯାତନା ଦିଅନ୍ତି। ଆର୍ଥିକ ନିର୍ଯାତନାରେ ସ୍କଲାରଠାରୁ କିଛି ଉପହାର ପାଇବା, ଅବା ନିଜର ଘରୋଇ କାର୍ଯ୍ୟ ସବୁ ତା’ ହାତରେ କରେଇବା, ନିଜ ସ୍ତ୍ରୀର ଲୁଗାକୁ ଡ୍ରାଏ ୱାଶ୍‌ ପାଇଁ ତା’ ହାତରେ ପଠେଇବା, ଛୁଆଙ୍କୁ ସ୍କୁଲ ପଠେଇବା ଓ ଆଣିବା, ତା’ ହାତରେ ଟ୍ରେନ୍‌ ଟିକଟ ତଥା ଫ୍ଲାଇଟ ଟିକଟ କରେଇବା ଆଦି। ଚତୁର୍ଥତଃ ଈର୍ଷାଳୁ ସ୍ବଭାବ ହେଲା, ଏହି ପିଲାଟି ସ୍ନାତକୋତ୍ତରରେ ସ୍ବର୍ଣ୍ଣପଦକ ପାଇଥିଲା, ତାକୁ ଭୂମି ଚଟେଇ ନ ଦେଲେ ବହୁତ ଉପରକୁ ଉଠିଯିବ; ଯାହା ବି ହଉ ପିଲାଟା ଦବିକି ରହୁ। ତାହାର ଅନେକ ପ୍ରକାଶନ ହେଲେ ମଧ୍ୟ କିଛି ଗାଇଡ୍‌ ଈର୍ଷାଳୁ ହୋଇ ଛାପିବାକୁ ମନା କରିଦିଅନ୍ତି। ତାହାକୁ ନେଇ ନିଜ ପରିଜନଙ୍କ ନାମରେ ଛାପନ୍ତି।
ସେ ଯାହା ବି ହଉ, ନୂ୍ୟନତମ ହେଲେ ମଧ୍ୟ କିଛି ସ୍କଲାର ମାନସିକ ସନ୍ତୁଳନ ହରେଇ ଆତ୍ମହତ୍ୟା କରନ୍ତି, କିଛି ଅଧାରୁ ପାଠ ଛାଡି଼ ପଳାନ୍ତି ଆଉ କିଛି ପିଲା ସ୍କଲାରଶିପ ଆଶାରେ କାମ ନ କରି ଗୋଦରା ଗୋଡ଼ରେ ମାଉଁସ ଲାଗିବା ଭଳି ଗାଇଡ୍‌ଙ୍କୁ ମଧ୍ୟ ହଇରାଣ କରନ୍ତି। ତେବେ ଭାରତୀୟ ଜ୍ଞାନ ପରମ୍ପରାରେ ତାହାର ସୁଷମ ବଣ୍ଟନ କରି ଏକ ସ୍ବାସ୍ଥ୍ୟକର ପରିବେଶ ସୃଷ୍ଟି କରିବା ସମସ୍ତଙ୍କ ଧ୍ୟେୟ ହେବା ଉଚିତ। ଯେହେତୁ ଉଚ୍ଚଶିକ୍ଷାରେ କମ୍‌ ସଂଖ୍ୟକ ଛାତ୍ର ହିଁ ପହଞ୍ଚି ପାରନ୍ତି, ଏହି ବିଷୟଗୁଡ଼ିକ କେବେ ମଧ୍ୟ ଉଚ୍ଚଶିକ୍ଷା ବିଭାଗ କାନରେ ବାଜିପାରେ ନାହିଁ। ଉପଯୁକ୍ତ ଖାପଖୁଆଇ ଚଳିବା, ବିବାଦର ସମାଧାନ କିଭଳି କରିବା ଆଦି ବିଷୟରେ ବିଶ୍ବବିଦ୍ୟାଳୟ ମଞ୍ଜୁରୀ ଆୟୋଗ ଯଥାଶୀଘ୍ର ମାର୍ଗଦର୍ଶିକା ଜାରି କରିବା ସହ ସମସ୍ତେ ସଙ୍କୀର୍ଣ୍ଣତାରୁ ଉଠିପାରିଲେ ଦେଶ ଓ ଦଶର ଉନ୍ନତି ହେବ।

  • ଅରୁଣ କୁମାର ତ୍ରିପାଠୀ
    ୱିମେନ ଷ୍ଟଡି଼ଜ ରିସର୍ଚ୍ଚ ସ୍କଲାର
    ବ୍ରହ୍ମପୁର ବିଶ୍ବବିଦ୍ୟାଳୟ
    ମୋ : ୯୦୭୮୮୩୮୬୨୭

Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri