୨ ସପ୍ତାହରେ ଚର୍ବି କମାଇଥିଲେ ସାରା

ମୁମ୍ବାଇ: ସାରା ଅଲ୍ଲି ଖାନ୍‌ ହେଉଛନ୍ତି ବଲିଉଡ୍‌ର ଜଣେ ଫିଟ୍‌ ଏବଂ ଗ୍ଲାମରସ୍‌ ଅଭିନେତ୍ରୀ। ସେ ନିଜକୁ ଫିଟ୍‌ ରଖିବାକୁ ବହୁ ପରିଶ୍ରମ କରିଥାନ୍ତି। ତେବେ ସେ ନିକଟରେ କହିଛନ୍ତି, ମଝିରେ ଥରେ ସେ ଛୁଟିରେ ଯିବା କାରଣକୁ ତାଙ୍କ ପେଟରେ ବହୁ ଚର୍ବି ହୋଇଯାଇଥିଲା। ହେଲେ ସେ ସେହି ଚର୍ବିକୁ ମାତ୍ର ୨ ସପ୍ତାହ ମଧ୍ୟରେ ହ୍ରାସ କରିବାରେ ସଫଳ ହୋଇଥିଲେ। ଏନେଇ ସାରା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରି ଶେୟାର କରିଛନ୍ତି। ସେଥିରେ ସେ ତାଙ୍କର ୩ଟି ଭିନ୍ନ ଫଟୋ ଶେୟାର କରିଛନ୍ତି। ଗୋଟିଏରେ ତାଙ୍କ ଚର୍ବି ଥିବା ପେଟ ଦେଖିବାକୁ ମିଳୁଥିବାବେଳେ ଅନ୍ୟ ୨ଟିରେ ସେ ଲେହେଙ୍ଗାରେ ନଜରକୁ ଆସିଛନ୍ତି। ଯେଉଁଥିରେ ତାଙ୍କ ପେଟରେ ଚର୍ବି ନ ଥିବା ଦେଖିବାକୁ ମିଳିଥିଲା। ତାଙ୍କ ପେଟର ଚର୍ବି କମ୍‌ କରିବାକୁ ସାରା ଦୁଇ ଜଣଙ୍କୁ ଧନ୍ୟବାଦ ଦେଇଛନ୍ତି। ଗୋଟାଏ ସମୟରେ ସାରାଙ୍କ ଓଜନ ୯୬ କିଲୋ ଥିଲା। ସେ ନିଜର ଓଜନ ହ୍ରାସ କରିବା ପରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସେ ୨୦୧୮ରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଅନେକ ଫିଲ୍ମ କରିଛନ୍ତି। ଶେଷ ଥର ପାଇଁ ଫିଲ୍ମ ‘ରକି ଅର ରାନୀ କି ପ୍ରେମ୍‌ କାହାନୀ’ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ହାତରେ ୩/୪ଟି ସିନେମା ରହିଛି, ଯେଉଁଥିରେ ସେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶେଷ ଶ୍ରାବଣ ସୋମବାରରେ ଦୁର୍ଘଟଣା, ମନ୍ଦିରରେ ଦଳାଚକଟାରେ ଅନେକ ଶ୍ରଦ୍ଧାଳୁ ଆହତ

ପାଟନା,୨୪।୮: ପବିତ୍ର ଶ୍ରାବଣ ମାସର ଶେଷ ସୋମବାରରେ ବିହାରର ମାଧେପୁରା ଜିଲାର ସିଂହେଶ୍ୱର ମନ୍ଦିରରେ ଦଳାଚକଟା ଘଟି ଅନେକ ଭକ୍ତ ଆହତ ହୋଇଛନ୍ତି। ଏହା ପରେ ସୃଷ୍ଟି…

ଭୂସ୍ଖଳନ ଯୋଗୁ ବାରବାଙ୍କ ଘାଟିରେ ଖସୁଛି ପଥର, ପୋଲିସ ଦେଲା ସତର୍କ ସୂଚନା

କେନ୍ଦୁଝର,୨୪।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଲଗାଣ ବର୍ଷା ଯୋଗୁ ବିଭିନ୍ନ ଜାତୀୟ ରାଜପଥ କଡ଼ରେ ଥିବା ପାହାଡରୁ ମାଟି ଓ ପଥର ଅତଡ଼ା ଖସି ରାସ୍ତା…

ବଡ଼ଡୁମ୍ବୁଳା ଗାଁରେ ସିରିଜ ଚୋରି, ମନ୍ଦିର ହୁଣ୍ଡିକୁ ବି ଛାଡ଼ିଲେନି

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମରେ ସିରିଜ ଚୋରି ହୋଇଛି। ରବିବାର ବିଳମ୍ବିତ ରାତିରେ ଗ୍ରାମର ନାଗେଶର ସୁବୁଦ୍ଧିଙ୍କ ଲୁଗାଦୋକାନ,ଦେବରାଜ ସାହୁଙ୍କ…

ବଢୁଛି କଙ୍ଗାରୁକୋର୍ଟ, ହଇରାଣ ହେଉଛନ୍ତି ଅସହାୟ ପରିବାର

ଗଞ୍ଜାମ,୨୪ା୮(ବିଦ୍ୟାଧର ସାହୁ): ଜାଣତରେ ହେଉ କିମ୍ବା ଅଜାଣତରେ କିଛି ଭୁଲ ହେଇଯାଏ। ତା’ହେଲେ ସଙ୍ଗେ ସଙ୍ଗେ ଗ୍ରାମ ସଭା ବସେ। ତା’ପରେ ଆରମ୍ଭ ହୁଏ ନିର୍ଯାତନା। ରମ୍ଭା…

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ମାଫିଆ ସକ୍ରିୟ, ସାରର କୃତ୍ରିମ ସଙ୍କଟ, ଚାଷୀ ହଟହଟା

ବରଗଡ଼,୨୪।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷକାର୍ଯ୍ୟକୁ ୨ମାସ ବିତି ଯାଇଛି। ଏହାସତ୍ତ୍ୱେ ଜିଲାରେ ସାରର କୃତ୍ରିମ ସଙ୍କଟ ଦେଖାଯାଇଛି। ଜିଲା କୃଷି ବିଭାଗ ଜିଲାରେ ପର୍ଯ୍ୟାପ୍ତ…

ଏଇ ଭାରତରେ

ବର୍ଜ୍ୟ ପରିଚାଳନାରେ ବେଙ୍ଗାଲୁରୁର ବ୍ରିଗେଡ ମିଡୋଜ କଲୋନି ଏକ ଉଦାହରଣ ସୃଷ୍ଟି କରିଛି। ଏହି କଲୋନିର ଆପାର୍ଟମେଣ୍ଟଗୁଡ଼ିକରେ ପାଖାପାଖି ୭,୦୦୦ ପରିବାର ରହୁଛନ୍ତି। ସେମାନେ ଏକ ସୋସାଇଟି…

ଚାଲ ଦୁଷ୍ଟାମି କରିବା

ପିଲା ଜନ୍ମ ହେଲା। ଘରେ ମିଠା ବଣ୍ଟାଗଲା। ଫୋନ୍‌ରେ ଫଟୋ ଉଠିଲା। ସୋସିଆଲ ମିଡିଆରେ ପୋଷ୍ଟହେଲା ‘ଆମ ଘରକୁ ନୂଆ ଅତିଥି ଆସିଲା।’କେହି କହିଲେ ‘ଲକ୍ଷ୍ମୀ ଆସିଛି।’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri