Odisha Elections 2024

୨ ସପ୍ତାହରେ ଚର୍ବି କମାଇଥିଲେ ସାରା

ମୁମ୍ବାଇ: ସାରା ଅଲ୍ଲି ଖାନ୍‌ ହେଉଛନ୍ତି ବଲିଉଡ୍‌ର ଜଣେ ଫିଟ୍‌ ଏବଂ ଗ୍ଲାମରସ୍‌ ଅଭିନେତ୍ରୀ। ସେ ନିଜକୁ ଫିଟ୍‌ ରଖିବାକୁ ବହୁ ପରିଶ୍ରମ କରିଥାନ୍ତି। ତେବେ ସେ ନିକଟରେ କହିଛନ୍ତି, ମଝିରେ ଥରେ ସେ ଛୁଟିରେ ଯିବା କାରଣକୁ ତାଙ୍କ ପେଟରେ ବହୁ ଚର୍ବି ହୋଇଯାଇଥିଲା। ହେଲେ ସେ ସେହି ଚର୍ବିକୁ ମାତ୍ର ୨ ସପ୍ତାହ ମଧ୍ୟରେ ହ୍ରାସ କରିବାରେ ସଫଳ ହୋଇଥିଲେ। ଏନେଇ ସାରା ଇନ୍‌ଷ୍ଟାଗ୍ରାମ୍‌ରେ ଏକ ଷ୍ଟୋରି ଶେୟାର କରିଛନ୍ତି। ସେଥିରେ ସେ ତାଙ୍କର ୩ଟି ଭିନ୍ନ ଫଟୋ ଶେୟାର କରିଛନ୍ତି। ଗୋଟିଏରେ ତାଙ୍କ ଚର୍ବି ଥିବା ପେଟ ଦେଖିବାକୁ ମିଳୁଥିବାବେଳେ ଅନ୍ୟ ୨ଟିରେ ସେ ଲେହେଙ୍ଗାରେ ନଜରକୁ ଆସିଛନ୍ତି। ଯେଉଁଥିରେ ତାଙ୍କ ପେଟରେ ଚର୍ବି ନ ଥିବା ଦେଖିବାକୁ ମିଳିଥିଲା। ତାଙ୍କ ପେଟର ଚର୍ବି କମ୍‌ କରିବାକୁ ସାରା ଦୁଇ ଜଣଙ୍କୁ ଧନ୍ୟବାଦ ଦେଇଛନ୍ତି। ଗୋଟାଏ ସମୟରେ ସାରାଙ୍କ ଓଜନ ୯୬ କିଲୋ ଥିଲା। ସେ ନିଜର ଓଜନ ହ୍ରାସ କରିବା ପରେ ବଲିଉଡ୍‌ରେ ପ୍ରବେଶ କରିଥିଲେ। ସେ ୨୦୧୮ରେ ତାଙ୍କ ବଲିଉଡ୍‌ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ଅନେକ ଫିଲ୍ମ କରିଛନ୍ତି। ଶେଷ ଥର ପାଇଁ ଫିଲ୍ମ ‘ରକି ଅର ରାନୀ କି ପ୍ରେମ୍‌ କାହାନୀ’ରେ ଦେଖିବାକୁ ମିଳିଥିଲା। ଏବେ ତାଙ୍କ ହାତରେ ୩/୪ଟି ସିନେମା ରହିଛି, ଯେଉଁଥିରେ ସେ ବ୍ୟସ୍ତ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ହେଲେ ୟାମୀ ଗୌତମ

ବଲିଉଡ୍‌ ଅଭିନେତ୍ରୀ ୟାମୀ ଗୌତମ ମା’ ହେବାର ସୌଭାଗ୍ୟ ଲାଭ କରିଛନ୍ତି। ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୟାମି ଏବଂ ତାଙ୍କ ସ୍ବାମୀ...

ମତଦାନ ସାବ୍ୟସ୍ତ କଲେ ଅକ୍ଷୟ କୁମାର, କହିଲେ…

ମୁମ୍ବାଇ,୨୦ା୫: ସୋମବାର ଆଠଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ୪୯ଟି ଆସନରେ ୨୦୨୪ ଲୋକ ସଭା ନିର୍ବାଚନର ପଞ୍ଚମ ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଛି। ପଞ୍ଚମ...

ମୁମ୍ବାଇ ନିର୍ବାଚନ ପୂର୍ବରୁ ଶାହାରୁଖଙ୍କ ବିଶେଷ ଅପିଲ

ମୁମ୍ବାଇ,୧୯।୫: ୨୦୨୪ ଲୋକ ସଭା ନିର୍ବାଚନର ପର୍ଯ୍ୟାୟ ଚାଲିଛି। ୨୦ ମେ’ ୨୦୨୪ରେ ମୁମ୍ବାଇରେ ଭୋଟିଂ ଅନୁଷ୍ଠିତ ହେବ। ଏହାପୂର୍ବରୁ ଅନେକ ସେଲିବ୍ରିଟି ଯେମିତିକି ବଲିଉଡର...

ବାହା ହେବେ ସାରା!

ମୁମ୍ବାଇ: ବଲିଉଡର ଯୁବ ତାରକାମାନଙ୍କ ମଧ୍ୟରେ ଅଛନ୍ତି ଶୈଫ ଅଲି ଖାନ ଏବଂ ତାଙ୍କ ପୂର୍ବତନ ପତ୍ନୀ ଅମୃତା ସିଂଙ୍କ ଝିଅ ସାରା ଅଲି ଖାନ...

କଣ ଏହି ‘ଗଜଗାମିନୀ’ ଚାଲି? ଅଦିତିଙ୍କ ବାସ ୧୦ ସେକେଣ୍ଡର ଝଲକ୍‌ରେ ଲୋକେ ହେଉଛନ୍ତି ଦିୱାନା

ଫ୍ୟାଶନ ଦୁନିଆରେ ‘କ୍ୟାଟୱାକ’ ବିଷୟରେ ଆପଣ ନିଶ୍ଚୟ ବହୁତ ଶୁଣିଥିବେ। କିନ୍ତୁ କେବେ ସ୍ବାନ ଓ୍ବାକ୍‌ କିମ୍ବା ଗଜ ଗାମିନୀ ବିଷୟରେ ଶୁଣିଛନ୍ତି କି? ପ୍ରାୟତ...

୨୬ ଦିନ ପରେ ଫେରିଲେ ନିଖୋଜ ତାରକ ମେହେତା ଅଭିନେତା, ଚିହ୍ନିବା ହେଉଛି ମୁସ୍କିଲ

ବମ୍ବେ: ନିଖୋଜ ହେବାର ୨୬ ଦିନ ପରେ ଘରକୁ ଫେରିଲେ ‘ତାରକ ମେହେଟ୍ଟା କା ଉଲଟା ଚଷମା’ ଷ୍ଟାର ଗୁରୁଚରଣ ସିଂ। ଏପ୍ରିଲ ୨୨ରେ ସେ...

ଗର୍ଲଫ୍ରେଣ୍ଡଙ୍କ ମୃତ୍ୟୁକୁ ସହିପାରିଲେନି ଏହି ଅଭିନେତା: ହାରିଲେ ଜୀବନ

କିଛି ଦିନ ପୂର୍ବରୁ ଅଭିନେତ୍ରୀ ପବିତ୍ରା ଜୟାରାମ ଏକ କାର ଦୁର୍ଘଟଣାରେ ମୃତ୍ୟୁବରଣ କରିଥିଲେ। ବର୍ତ୍ତମାନ ତାଙ୍କ ପ୍ରେମିକ ତଥା ସହ-ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଥିବା...

ସମ୍ପର୍କରେ ବାଜିଲା ମୋହର! ଶିବାଙ୍ଗୀଙ୍କ ପ୍ରେମରେ ପଡ଼ିଥିବା ସ୍ବୀକାର କଲେ…

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା କୁଶାଲ ଟଣ୍ଡନ। ଅଭିନେତ୍ରୀ ଶିବାଙ୍ଗୀ ଜୋଶୀଙ୍କୁ ଡେଟ୍‌ କରୁଛନ୍ତି ସେ। କିଛି ଦିନ ଧରି ଉଭୟ ସମ୍ପର୍କରେ ଥିବା ନେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri