ଜିଏସ୍‌ଟି ଚୋରି ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୯ା୯ – ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଟିକସ ଠକେଇ ମାମଲା ସାମ୍ନାକୁ ଆସୁଛି। ଏହି ମାମଲାଗୁଡିକରେ ବୃହତ୍‌ ପରିମାଣର ରାଜସ୍ବ ସରକାରଙ୍କୁ ହରାଇବାକୁ ପଡୁଛି। ଏହାକୁ ନଜରରେ ରଖି ସରକାର ଜିଏସ୍‌ଟି ଠକେଇ ରୋକିବା ଲାଗି ୨ଟି କମିଟି ଗଠନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟିକସ ଚୋରିକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସ୍‌ଟି ଛାଡ଼ ହେଉଥିବା ସାମଗ୍ରୀଗୁଡିକ ଉପରେ ସମୀକ୍ଷା କରିବା, ଟିକସ ଢାଞ୍ଚାର ପରିବର୍ତ୍ତନ ଉପରେ ପ୍ରସ୍ତାବ ଦେବା ଲାଗି ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଏକ କମିଟି ଗଠନ କରାଯାଇଛି। କମିଟି ଏହାର ରିପୋର୍ଟ ୨ ମାସରେ ପ୍ରଦାନ କରିବ ବୋଲି ଜଣାପଡିଛି। ଜିଏସ୍‌ଟିରେ ବର୍ତ୍ତମାନ ୦%, ୫%, ୧୨%, ୧୮% ଏବଂ ୨୮% ଭଳି ୫ଟି ଟିକସ ସ୍ଲାବ୍‌ ରହିଛି।
ସ୍ଲାବ୍‌କୁ ୩କୁ ଖସାଯାଇପାରେ। ଟିକସର ଏଭଳି ହାରକୁ ତର୍କ ସଙ୍ଗତ ବନାଇବା ଲାଗି ମନ୍ତ୍ରୀ ଗୋଷ୍ଠୀ ଟିକସ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରିବ ବୋଲି କୁହାଯାଉଛି। ଟିକସ ସ୍ଲାବ୍‌ ଏବଂ ଢାଞ୍ଚାରେ ପରିବର୍ତ୍ତନ ହେବାକୁ ଯାଉଥିବାରୁ ଜିଏସ୍‌ଟି ବାହାରେ ଥିବା କିଛି ସାମଗ୍ରୀ ଟିକସ ପରିସରଭୁକ୍ତ ହୋଇପାରେ। ସେହିଭଳି କିଛି ସାମଗ୍ରୀ ଉପରେ ଟିକସ ହାର ବଢ଼ିପାରେ। ସେହିଭଳି କିଛି ନୂଆ ସାମଗ୍ରୀ ଉପରେ ଟିକସ ଛାଡ଼ ତାଲିକାରେ ମଧ୍ୟ ସ୍ଥାନିତ ହୋଇପାରେ।
କମିଟି କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଛି। ଉକ୍ତ କମିଟିରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର, କେରଳ ଅର୍ଥ ମନ୍ତ୍ରୀ କେ.ଏନ୍‌.ବାଲଗୋପାଳ, ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଏବଂ ଅନ୍ୟମାନେ ରହିଛନ୍ତି। ଟିକସର ଆଧାର ବୃଦ୍ଧି, ଇନ୍‌ପୁଟ ଟିକସ କ୍ରେଡିଟ ଏବଂ ଜିଏସ୍‌ଟିରୁ ଛାଡ ପାଇଥିବା ବିଭିନ୍ନ ସାମଗ୍ରୀ ଉପରେ ଏହି କମିଟି ସମୀକ୍ଷା କରିବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଦ୍ୱିତୀୟ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ତାମିଲନାଡୁ ଅର୍ଥମନ୍ତ୍ରୀ ପି.ଟି.ରାଜନ, ଛତିଶଗଡ଼ ଅର୍ଥମନ୍ତ୍ରୀ ଟି.ଏସ୍‌.ସିଂ ଦେଓ ଏବଂ ଅନ୍ୟମାନେ ସ୍ଥାନିତ ହୋଇଛନ୍ତି। ଟିକସ ଚୋରିର ସ୍ରୋତ ସମ୍ପର୍କରେ ପତ୍ତା ଲଗାଇବା, ରାଜସ୍ବ ହ୍ରାସ ରୋକିବା ନେଇ ବିଭିନ୍ନ ପ୍ରସ୍ତାବ ଏହି କମିଟି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଏହି ଯୋଜନାରେ ୨ କୋଟି ଟଙ୍କା ପର୍ଯ୍ୟନ୍ତ ଋଣ ପ୍ରଦାନ କରୁଛନ୍ତି ସରକାର, ଏହି ଉପାୟରେ ଲାଭ ଉଠାଇପାରିବେ କୃଷକ

ନୂଆଦିଳ୍ଲୀ,୩।୪: ଦେଶର ଅଧାରୁ ଅଧିକ ଜନସଂଖ୍ୟା ଏବେ ବି ଚାଷ ଏବଂ କୃଷି ମାଧ୍ୟମରେ ଜୀବିକା ନିର୍ବାହ କରନ୍ତି, ଏବଂ ଏହି କାରଣରୁ ଭାରତର ପ୍ରଗତି ପାଇଁ…

ସଚେତନତା ହିଁ ଚିନ୍ତାଧାରା ବଦଳାଇବାର ବଡ଼ ମାଧ୍ୟମ

‘ଗୋମାୟା ପେଣ୍ଟ୍‌ସ’ର ପ୍ରତିଷ୍ଠାତା ତଥା ପରିଚାଳନା ନିର୍ଦ୍ଦେଶକ ଦୁର୍ଗା ପ୍ରିୟଦର୍ଶିନୀ ତାଙ୍କ ବ୍ୟବସାୟିକ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଜଣେ ଗୃହିଣୀ ଭାବେ ସମାଜ ଓ ପରିବେଶ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ସୁନା-ରୂପା ମୂଲ୍ୟରେ ବଡ଼ ହ୍ରାସ; ୧୩୦୦୦ କମିଲା….

ନୂଆଦିଲ୍ଲୀ,୨।୪: ଆଜି ସୁନା ଏବଂ ରୂପା ବଜାରରେ ଏକ ବଡ଼ ହ୍ରାସ ଦେଖିବାକୁ ମିଳିଛି । ଯାହା ନିବେଶକ ଏବଂ କ୍ରେତା ଉଭୟଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି…

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri