ବିଫଳତା ଲୁଚାଇବାକୁ ବାହାନା

ବଇଣ୍ଡା,୨୯ା୯ (ପରିକ୍ଷିତ ସାହୁ)

ବିପଦସଙ୍କୁଳ ଅବସ୍ଥାରେ ଅତି ତଳକୁ ଝୁଲିରହିଛି ବିଦ୍ୟୁତ୍‌ ତାର। ମୁକୁଳା ପଡ଼ିଛି ଟ୍ରାନ୍ସଫର୍ମର ଚତୁଃପାର୍ଶ୍ୱ। ଅନେକ ସ୍ଥାନରେ କାଠ, ବାଉଁଶ ଖୁଣ୍ଟିରେ ଯୋଗାଯାଇଛି ସେବା। ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡର ବହୁ ଗାଁରେ ଅସଜଡ଼ା ବିଦ୍ୟୁତ୍‌ ବ୍ୟବସ୍ଥାର ଏପରି ଚିତ୍ର ବାରମ୍ବାର ଦେଖିବାକୁ ମିଳୁଛି। ଏପରି କି ମାସେ ହେଲା ଉପଖଣ୍ଡର ୨୬ଟି ଟ୍ରାନ୍ସଫର୍ମର ପୋଡ଼ିଯାଇଥିଲେ ମଧ୍ୟ ତାହାକୁ ବଦଳାଯାଉ ନାହିଁ। ସହସ୍ରାଧିକ ଲୋକ ଏହି ଜରୁରୀ ସେବାରୁ ବଞ୍ଚିତ ରହିଥିବାବେଳେ ଭିତ୍ତିଭୂମି ସଜାଡିବାରେ ଦାୟିତ୍ୱରେ ଥିବା ସଂସ୍ଥା ବିଫଳ ହୋଇଥିବା ଅଭିଯୋଗ ହେଉଛି। ହେଲେ ନିଜ ବିଫଳତା ଲୁଚାଇବାକୁ ଉକ୍ତ ସଂସ୍ଥା ନାନା ବାହାନା କରୁଥିବା ଉପଭୋକ୍ତାମାନେ କହିଛନ୍ତି। ଉତ୍ତମ ସେବା ବଦଳରେ କେବଳ ବିଲ୍‌ ଆଦାୟ ଉପରେ ଜୋର୍‌ ଦିଆଯାଉଥିବାରୁ ଆଠମଲ୍ଲିକ ଉପଖଣ୍ଡରେ ଅସନ୍ତୋଷ ଦେଖାଦେଇଛି।
ଆଠମଲ୍ଲିକ ଉପଖଣ୍ଡର କିଶୋରନଗର ଓ ଆଠମଲ୍ଲିକ ବ୍ଲକ ଅଞ୍ଚଳରେ ୨୬ଟି ଟ୍ରାନ୍ସଫର୍ମର ମାସେ ତଳୁ ପୋଡିଯାଇଛି। ଫଳରେ ଶତାଧିକ ଗ୍ରାମବାସୀ ବିନା ବିଦ୍ୟୁତ୍‌ରେ ଅଛନ୍ତି। ବହୁ ହେକ୍ଟର ଜମିକୁ ପାଣି ମାଡ଼ିପାରୁ ନାହିଁ। କିଶୋରନଗର ବ୍ଲକ ବାମୁର ବିଦ୍ୟୁତ୍‌ ବିଭାଗ ଅଧୀନରେ ଥିବା ଆମ୍ବପାଳ ଗ୍ରାମର ୬୩ କେଭି ଟ୍ରାନ୍ସଫର୍ମର, ରେଙ୍ଗାଳବେଡ଼ାର ୨୫ କେଭି ଟ୍ରାନ୍ସଫର୍ମର, ସୁସବ ଗ୍ରାମର ୨୫ କେଭି, ଭାଙ୍ଗମୁଣ୍ଡା ଗ୍ରାମର ୨୫ କେଭି, ପିପଳମୁଣ୍ଡା ଗ୍ରାମର୨୫ କେଭି, ମାଣିକପୁର ଗ୍ରାମର ୧୬ କେଭି, ଅଙ୍ଗପଡା ଗ୍ରାମର ୬୩ କେଭି, ଧଡରପାଳ ଗ୍ରାମର ୧୬ କେଭି, ପୁରୁଣାପାଣି ଗ୍ରାମର ୧୬ କେଭି, ନତଡା ଗ୍ରାମର ଏଲ୍‌ଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି, ବଅଁରନାଳି ଗ୍ରାମର ୨୫ କେଭି ଓ ୬୩ କେଭି, ପର୍ଶୁମାଳ ଗ୍ରାମର ୬୩ କେଭି, ଜଏରାଟର ୧୬ କେଭି, ଓସ୍କାପାଲି ପଞ୍ଚାୟତ ବାଲିଜେରେଙ୍ଗର ୧୬ କେଭି, ଜାମ୍ବୁନାଳି ଗ୍ରାମର ୨୫ କେଭି ଓ ଏଲଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି ଟ୍ରାନ୍ସଫର୍ମର ପୋଡ଼ିଯାଇଛି। ସେହିପରି ଆଠମଲ୍ଲିକ ବ୍ଲକ କୁରୁମଟାପ ଗ୍ରାମରେ ଏଲ୍‌ଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି, ତିଳେଶ୍ୱର ହରିଜନ ସାହିର ୧୦ କେଭି, ଟେନ୍ତୁଳିପଥର ଗ୍ରାମର ୧୦ କେଭି, ଅନ୍ତତପାଲି ଗ୍ରାମର ୬୩ କେଭି, ଜାମୁଡୁଲି ଗ୍ରାମ ଏଲ୍‌ଆଇ ପଏଣ୍ଟରେ ଥିବା ୧୬ କେଭି, ମାଧପୁର ଏଲ୍‌ଆଇ ପଏଣ୍ଟ ପାଇଁ ଥିବା ୨୫ କେଭି, କିଆକଟା ଏଲ୍‌ଆଇ ପଏଣ୍ଟ ପାଇଁ ଲାଗିଥିବା ୨୫ କେଭି, ବିନିକେଇଠାରେ ଏଲଆଇ ପଏଣ୍ଟ ପାଇଁ ଥିବା ୨୫ କେଭିର ୨ଟି ଟ୍ରାନ୍ସଫର୍ମର ପୋଡିଯାଇଛି। ଏ ନେଇ ଅଞ୍ଚଳର ଉପଭୋକ୍ତାମାନେ ବହୁବାର ବଇଣ୍ଡାସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟଠାରେ ଅଭିଯୋଗ କରିଥିଲେ ମଧ୍ୟ ପଦକ୍ଷେପ ନିଆଯାଉ ନ ଥିବା ତିଳେଶ୍ୱର ଗ୍ରାମବାସୀ ଅଭିଯୋଗ କରିଛନ୍ତି। କରୋନା ମହାମାରୀକୁ ଆଳ କରି ବହୁ ବିଳମ୍ବରେ ଉପଭୋକ୍ତାମାନଙ୍କୁ ବିଲ୍‌ ଦିଆଯାଉଥିବା ବେଳେ ସମସ୍ତ ବକେୟା ପଇଠ ନ କଲେ ନୂତନ ଟ୍ରାନ୍ସଫର୍ମର ଲଗାଯିବ ନାହିଁ ବୋଲି ବିଭାଗୀୟ ଅଧିକାରୀମାନେ କହୁଛନ୍ତି। ଅନେକ ଉପଭୋକ୍ତାଙ୍କ ମିଟର ଖରାପ ହୋଇଥିବା କହି ମିନିମମ୍‌ ଚାର୍ଜ ପକାଇ ବିଲ୍‌ ଆଦାୟ କରୁଥିବା କର୍ମଚାରୀମାନେ ଅଧିକ ଅର୍ଥ ନେଉଥିବା ଜଏରାଟ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ତୁରନ୍ତ ଅଚଳ ଟ୍ରାନ୍ସଫର୍ମର ସ୍ଥାନରେ ନୂଆ ବ୍ୟବସ୍ଥା କରିବାକୁ ଉପଭୋକ୍ତାମାନେ ଦାବି କରିଛନ୍ତି।
ଭଙ୍ଗା ଖୁଣ୍ଟରେ ତାର ଟଣାଯାଉଛି
ମାଧପୁର ଅଞ୍ଚଳରେ ଉତ୍ତମ ସେବା ଯୋଗାଇବାରେ ଘରୋଇ ସଂସ୍ଥା ବିଫଳ ହୋଇଛି। ଯେଉଁ ଅଞ୍ଚଳରେ ଟ୍ରାନ୍ସଫର୍ମର ପୋଡ଼ୁଛି, ସେଠାରେ ନୂତନ ଟ୍ରାନ୍ସଫର୍ମର ଲଗାଇବାରେ ବହୁ ବିଳମ୍ବ କରାଯାଉଛି। ଅନେକ ଗ୍ରାମରେ ଭଙ୍ଗା ଖୁଣ୍ଟରେ ବିଦ୍ୟୁତ୍‌ ତାର ଟଣାଯାଇଛି।
-ସଚ୍ଚିଦାନଦ ପ୍ରଧାନ
ଗଦାଧରପୁର, ମାଧପୁର
ସେବା ପରିବର୍ତ୍ତେ ଜୁଲମ
ବିଦ୍ୟୁତ୍‌ ସମସ୍ୟାର ସମାଧାନ ପରିବର୍ତ୍ତେ ଜୁଲମ ବଢ଼ୁଛି। କେବଳ ଏଲ୍‌ଇଡି ବଲ୍‌ ଜାଳୁଥିବା ଲୋକଙ୍କଠାରୁ ମିନିମମ୍‌ ଚାର୍ଜ ପକାଇ ବିଲ୍‌ ସଂଗ୍ରହ କରାଯାଉଛି। ସରକାର ବିନା ଦେୟରେ ଗରିବଙ୍କୁ ସଂଯୋଗ ଦେଉଥିବାବେଳେ ଅସାଧୁ କର୍ମଚାରୀ ଅର୍ଥ ଦାବି କରୁଛନ୍ତି।
-ରମଣୀ ରଞ୍ଜନ ପ୍ରଧାନ, ଜଏରାଟ
ଅଯଥା ବିଲ୍‌ କରାଯାଉଛି
ଗ୍ରାମାଞ୍ଚଳରେ ବିଦ୍ୟୁତ୍‌ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର ଲଗାଇବାରେ ବହୁ ବିଳମ୍ବ କରାଯାଉଛି। ଅଯଥା ବିଲ୍‌ କରି ଉପଭୋକ୍ତାଙ୍କଠାରୁ ଅଧିକ ଅର୍ଥ ନିଆଯାଉଛି। ଭିତ୍ତିଭୂମିରେ ଉନ୍ନତି ଆଣିବା ଦିଗରେ ବିଭାଗ ଫେଲ୍‌ ମାରିଛି।
-ଭାଗୀରଥି ପ୍ରଧାନ, ଭାଜପା ନେତା
ସମାଧାନ ପାଇଁ ନିର୍ଦ୍ଦେଶ ଦିଆଯିବ
ଆଠମଲ୍ଲିକ ଉପଖଣ୍ଡରେ ଥିବା ପୋଡ଼ା ଟ୍ରାନ୍ସଫର୍ମର ସ୍ଥାନରେ କିଭଳି ଶୀଘ୍ର ନୂତନ ଟ୍ରାନ୍ସଫର୍ମର ଲଗାଯିବ ସେ ନେଇ ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓଙ୍କୁ ନିର୍ଦ୍ଦେଶ ଦିଆଯିବ। ଲୋକଙ୍କ ସମସ୍ୟା ସମାଧାନ ଦିଗରେ ତୁରନ୍ତ ପଦକ୍ଷେପ ନିଆଯିବାକୁ କୁହାଯିବ।
-ଲଲିତ ମୋହନ ବେହେରା, ଉପଜିଲାପାଳ, ଆଠମଲ୍ଲିକ
ତୁରନ୍ତ ପଦକ୍ଷେପ ନିଆଯିବ
ପୋଡ଼ି ଯାଇଥିବା ଟ୍ରାନ୍ସଫର୍ମର ସ୍ଥାନରେ ନୂତନ ଟ୍ରାନ୍ସଫର୍ମର ଲଗାଯାଉଛି। କିନ୍ତୁ କିଛି ଅଞ୍ଚଳର ଉପଭୋକ୍ତାଙ୍କ ଉପରେ ବିଲ୍‌ ବାବଦ ବହୁ ଅର୍ଥ ବକେୟା ଥିବାରୁ ନୂତନ ଟ୍ରାନ୍ସଫର୍ମର ଲଗାଇବାରେ ସମସ୍ୟା ହେଉଛି। ତଥାପି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯିବ।
-ସିପକ କୁମାର ଦାସ,
ଏସ୍‌ଡିଓ, ବଇଣ୍ଡା ସେକ୍ସନ


Enter your email to get our daily news in your inbox.

All Right Reserved By Dharitri.Com

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ…

ପ୍ରବଳ ଝଡ଼ତୋଫାନ ସହ ବର୍ଷା: ଭାଙ୍ଗିଲା ଯାତ୍ରା ତୋରଣ,ବ୍ୟାପକ କ୍ଷୟକ୍ଷତି

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ରବିବାର ରାତି ୧୦ଟାରୁ ୧୧ଟା ପର୍ଯ୍ୟନ୍ତ ପ୍ରବଳ ଝଡ଼ତୋଫାନ ସହ ବର୍ଷା ହୋଇଥିଲା। ଏହାର କିଛି ସମୟ ପରେ…

ଡିଜିପିଙ୍କ କଡ଼ା ନିର୍ଦ୍ଦେଶ: ସକାଳ ୯ଟା ପୂର୍ବରୁ ଥାନାରେ ହେବ ବ୍ରିଫିଂ ପରେଡ୍‌

ଭୁବନେଶ୍ୱର,୧୦।୫: ଭୁବନେଶ୍ୱର ଡିଜିପିଙ୍କ କ୍ୟାମ୍ପ ଅଫିସ୍‌ରେ ରବିବାର ପୋଲିସ ଅଧିକାରୀଙ୍କ ଏକ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା। ବୈଠକ ପରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଏକ କଡ଼ା…

ବୁର୍ଲାରେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ

ବୁର୍ଲା,୧୦।୫: ସମ୍ୱଲପୁର ଜିଲା ବୁର୍ଲା ଜଗନ୍ନାଥ ମନ୍ଦିର ନିକଟରେ ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ କରାଯାଇଛି। ପୂର୍ୱ ଶତ୍ରୁତାକୁ ନେଇ ଯୁବକଙ୍କୁ ଆକ୍ରମଣ କରାଯାଇଥିବା ଜଣାପଡିଛି। ଆକ୍ରମଣରେ…

ହୃଦଘାତରେ ଚାଲିଗଲା କ୍ରୀଡ଼ା ଶିକ୍ଷକଙ୍କ ଜୀବନ

ପାତ୍ରପୁର,୧୦ା୫(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ସୁରଙ୍ଗି ହାଇସ୍କୁଲର କ୍ରୀଡା ଶିକ୍ଷକ ଶିଖର ମାଝୀଙ୍କ ରବିବାର ହୃଦଘାତରେ ମୃତ୍ୟୁ ଘଟିଛି। ସେ ନିଜ ଗ୍ରାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri