Posted inଜାତୀୟ

ମାଡ଼ିଆସିଥିଲେ ୧୦୦ ଚାଇନା ସୈନ୍ୟ

ଡେରାଡୁନ/ନୂଆଦିଲ୍ଲୀ,୨୯।୯(ପି.ଟି.): ଏଲ୍‌ଏସି ଠିକ୍‌ ଭାବେ ନିର୍ଦ୍ଧାରଣ ହୋଇ ନ ଥିବାରୁ ଭାରତ-ଚାଇନା ସୀମାରେ ଅନେକ ସମୟରେ ଦ୍ୱନ୍ଦ୍ୱ ଓ ବିବାଦ ସୃଷ୍ଟି ହେଉଛି। ଏହି କ୍ରମରେ ଅଗଷ୍ଟ ୩୦ରେ ୧୦୦ରୁ ଊର୍ଦ୍ଧ୍ୱ ପିଏଲ୍‌ଏ ସୈନ୍ୟ ଉତ୍ତରାଖଣ୍ଡର ବାରାହୋତିକୁ ଅନୁପ୍ରବେଶ କରି ଭଙ୍ଗାରୁଜା କରିଥିଲେ। ତେବେ ଭାରତୀୟ ପାଟ୍ରୋଲିଂ ପାର୍ଟି ପହଞ୍ଚତ୍ବା ପୂର୍ବରୁ ସେମାନେ ଫେରିଯାଇଥିବା ନେଇ ମଙ୍ଗଳବାର କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ଚାଇନାର ଶତାଧିକ ସୈନ୍ୟ ଗତ ଅଗଷ୍ଟ ୩୦ରେ ଭାରତୀୟ ଭୂଖଣ୍ଡର ୫ କି.ମି. ଭିତରକୁ ଅନୁପ୍ରବେଶ କରିଥିଲେ। ପିପୁଲ୍ସ ଲିବରେଶନ ଆର୍ମି (ପିଏଲ୍‌ଏ) ସୈନ୍ୟମାନେ ୫୫ ଘୋଡ଼ାରେ ଜୁନ୍‌ ଲା ପାସ୍‌ ଦେଇ ଉତ୍ତରାଖଣ୍ଡର ବାରାହୋତି ରିଜ୍‌ ପର୍ଯ୍ୟନ୍ତ ଆସିଥିଲେ। ବାରାହୋତି କ୍ଷେତ୍ରରେ ସେମାନେ ପ୍ରାୟ ୩ ଘଣ୍ଟା ରହିଥିଲେ। ଏହି ସମୟରେ ସେମାନେ ଅନେକ ବ୍ରିଜ୍‌ ଓ ଅନ୍ୟ ଭିତ୍ତିଭୂମିକୁ ଭାଙ୍ଗିଦେଇଥିଲେ। ସ୍ଥାନୀୟ ଲୋକେ ଚାଇନା ସୈନ୍ୟଙ୍କ ଅତିକ୍ରମଣ ବିଷୟ ପ୍ରଶାସନକୁ ଜଣାଇବା ପରେ ଭାରତୀୟ ସେନା ଓ ଇଣ୍ଡୋ-ଟିବେଟାନ୍‌ ବର୍ଡର ପୋଲିସ (ଆଇଟିବିପି) ଯବାନମାନଙ୍କୁ ପାଟ୍ରୋଲିଂ ପାଇଁ ସମ୍ପୃକ୍ତ ଅଞ୍ଚଳକୁ ପଠାଯାଇଥିଲା। ହେଲେ ଯବାନମାନେ ସେଠାରେ ପହଞ୍ଚତ୍ବା ପୂର୍ବରୁ ଚାଇନା ସୈନ୍ୟ ପଳାୟନ କରିଥିଲେ। କିନ୍ତୁ ଏ ବିଷୟରେ ଭାରତ ସରକାରଙ୍କ ପକ୍ଷରୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ମିଳିପାରି ନାହିଁ।
ଉତ୍ତରାଖଣ୍ଡର ନନ୍ଦାଦେବୀ ଜାତୀୟ ଉଦ୍ୟାନର ଉତ୍ତରରେ ଅବସ୍ଥିତ ବାରାହୋତି ରିଜ୍‌ ଜୋଷୀ ମଠକୁ ସଂଯୋଗ କରିଥାଏ। ଉତ୍ତରାଖଣ୍ଡ ସଂଲଗ୍ନ ଭାରତ-ଚାଇନାର ୩୫୦ କି.ମି. ସୀମା ଉପରେ ଆଇଟିବିପି ନଜର ରଖିଥାଏ। ଚାମୋଲି ଜିଲାର ବାରାହୋତି ଅଞ୍ଚଳରେ ଗୋପାଳକମାନେ ଗୋରୁ ଚରାଇଥାଆନ୍ତି। ୭୦ ବର୍ଗ କି.ମି. ବିସ୍ତୃତ ଉକ୍ତ ଅଞ୍ଚଳର ଶେଷଭାଗରେ ତିବ୍ବତର ଦାଫା ଗ୍ରାମ ରହିଛି। ତେବେ ଏହା ଏକ ଡିମିଲିଟାରାଇଜ୍‌ଡ ଜୋନ୍‌ ବା ସୈନ୍ୟ ଅପସାରିତ କ୍ଷେତ୍ର ହୋଇଥିବାରୁ ଏହି ଘଟଣା ସୁରକ୍ଷାଗତ ଚିନ୍ତା ବୃଦ୍ଧିର କାରଣ ହୋଇଛି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଚାଇନା ସୈନ୍ୟଙ୍କ ଅନୁପ୍ରବେଶ ସମ୍ପର୍କରେ କିଛି ଜାଣି ନ ଥିବା କହିଛନ୍ତି। ଇତିମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି, ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି)କୁ ନେଇ ଭାରତ ଓ ଚାଇନା ମଧ୍ୟରେ ମତଭେଦ ରହିଛି। ଏଥିଯୋଗୁ ପିଏଲ୍‌ଏ ସୈନ୍ୟ ବାରମ୍ବାର ସୀମା ଅତିକ୍ରମ କରୁଛନ୍ତି।
ପ୍ରକାଶ ଯେ, ଭାରତ ଓ ଚାଇନା ମଧ୍ୟରେ ଥିବା ୩,୪୮୮ କି.ମି. ବିସ୍ତୃତ ସୀମାକୁ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍‌ଏସି) କୁହାଯାଏ। ଲଦାଖରୁ ଅରୁଣାଚଳ ପ୍ରଦେଶ ପର୍ଯ୍ୟନ୍ତ ଲମ୍ବିଥିବା ଏହି ସୀମାରୁ ସୈନ୍ୟ ଅପସାରଣ କରି ସ୍ଥିତାବସ୍ଥା ଓ ଶାନ୍ତି ବଜାୟ ପାଇଁ ଉଦ୍ୟମ ଚାଲିଥିବା ଉଭୟ ପକ୍ଷ କହିଥାଆନ୍ତି। ଉପଯୁକ୍ତ ଭାବେ ସୀମା ନିର୍ଦ୍ଧାରଣ ହୋଇ ନ ଥିବାରୁ ବିଭିନ୍ନ ସମୟରେ ଉଭୟ ଦେଶର ସୈନ୍ୟ ମୁହଁାମୁହିଁ ହେଉଛନ୍ତି। ୨୦୨୦ ମେ’ରେ ପୂର୍ବ ଲଦାଖର ଗଲଓ୍ବାନ ଉପତ୍ୟକାରେ ଦୁଇଦେଶର ସୈନ୍ୟ ସାମ୍ନାସାମ୍ନି ହୋଇଥିଲେ। ଗତବର୍ଷ ଜୁନ୍‌ ୧୫ରେ ରକ୍ତାକ୍ତ ସଂଘର୍ଷରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଚାଇନାର କେତେ ସୈନ୍ୟ ମୃତାହତ ହୋଇଥିଲେ ତାହା ବେଜିଂ ପକ୍ଷରୁ ସ୍ପଷ୍ଟ କରାଯାଇ ନାହିଁ। ଗତ ଫେବୃୟାରୀରେ ପାଙ୍ଗୋଙ୍ଗ୍‌ ହ୍ରଦରୁ ସୈନ୍ୟ ଅପସାରଣ କରାଯାଇଥିଲା। ଜୁଲାଇ ୩୧ରେ କମାଣ୍ଡରସ୍ତରୀୟ ବୈଠକ ପରେ ଗୋଗ୍ରାରୁ ଭାରତୀୟ ଯବାନ ଓ ପିଏଲ୍‌ଏ ସୈନ୍ୟ ଓରହିଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?