ଜିଏସ୍‌ଟି ଚୋରି ଉପରେ ରୋକ ଲାଗିବ

ନୂଆଦିଲ୍ଲୀ,୨୯ା୯ – ସାମଗ୍ରୀ ଓ ସେବା ଟିକସ (ଜିଏସ୍‌ଟି) ଲାଗୁ ହେବା ପରେ ଟିକସ ଠକେଇ ମାମଲା ସାମ୍ନାକୁ ଆସୁଛି। ଏହି ମାମଲାଗୁଡିକରେ ବୃହତ୍‌ ପରିମାଣର ରାଜସ୍ବ ସରକାରଙ୍କୁ ହରାଇବାକୁ ପଡୁଛି। ଏହାକୁ ନଜରରେ ରଖି ସରକାର ଜିଏସ୍‌ଟି ଠକେଇ ରୋକିବା ଲାଗି ୨ଟି କମିଟି ଗଠନ କରିଛନ୍ତି। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଟିକସ ଚୋରିକୁ ରୋକିବା ଦିଗରେ ପଦକ୍ଷେପ ଗ୍ରହଣ କରାଯାଇଛି। ଜିଏସ୍‌ଟି ଛାଡ଼ ହେଉଥିବା ସାମଗ୍ରୀଗୁଡିକ ଉପରେ ସମୀକ୍ଷା କରିବା, ଟିକସ ଢାଞ୍ଚାର ପରିବର୍ତ୍ତନ ଉପରେ ପ୍ରସ୍ତାବ ଦେବା ଲାଗି ରାଜ୍ୟ ଅର୍ଥମନ୍ତ୍ରୀଙ୍କ ଏକ କମିଟି ଗଠନ କରାଯାଇଛି। କମିଟି ଏହାର ରିପୋର୍ଟ ୨ ମାସରେ ପ୍ରଦାନ କରିବ ବୋଲି ଜଣାପଡିଛି। ଜିଏସ୍‌ଟିରେ ବର୍ତ୍ତମାନ ୦%, ୫%, ୧୨%, ୧୮% ଏବଂ ୨୮% ଭଳି ୫ଟି ଟିକସ ସ୍ଲାବ୍‌ ରହିଛି।
ସ୍ଲାବ୍‌କୁ ୩କୁ ଖସାଯାଇପାରେ। ଟିକସର ଏଭଳି ହାରକୁ ତର୍କ ସଙ୍ଗତ ବନାଇବା ଲାଗି ମନ୍ତ୍ରୀ ଗୋଷ୍ଠୀ ଟିକସ ଢାଞ୍ଚାରେ ମଧ୍ୟ ପରିବର୍ତ୍ତନ କରିବ ବୋଲି କୁହାଯାଉଛି। ଟିକସ ସ୍ଲାବ୍‌ ଏବଂ ଢାଞ୍ଚାରେ ପରିବର୍ତ୍ତନ ହେବାକୁ ଯାଉଥିବାରୁ ଜିଏସ୍‌ଟି ବାହାରେ ଥିବା କିଛି ସାମଗ୍ରୀ ଟିକସ ପରିସରଭୁକ୍ତ ହୋଇପାରେ। ସେହିଭଳି କିଛି ସାମଗ୍ରୀ ଉପରେ ଟିକସ ହାର ବଢ଼ିପାରେ। ସେହିଭଳି କିଛି ନୂଆ ସାମଗ୍ରୀ ଉପରେ ଟିକସ ଛାଡ଼ ତାଲିକାରେ ମଧ୍ୟ ସ୍ଥାନିତ ହୋଇପାରେ।
କମିଟି କର୍ନାଟକ ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତ କରାଯାଇଛି। ଉକ୍ତ କମିଟିରେ ପଶ୍ଚିମବଙ୍ଗ ଅର୍ଥମନ୍ତ୍ରୀ ଅମିତ ମିତ୍ର, କେରଳ ଅର୍ଥ ମନ୍ତ୍ରୀ କେ.ଏନ୍‌.ବାଲଗୋପାଳ, ବିହାର ଉପମୁଖ୍ୟମନ୍ତ୍ରୀ ତାରକିଶୋର ପ୍ରସାଦ ଏବଂ ଅନ୍ୟମାନେ ରହିଛନ୍ତି। ଟିକସର ଆଧାର ବୃଦ୍ଧି, ଇନ୍‌ପୁଟ ଟିକସ କ୍ରେଡିଟ ଏବଂ ଜିଏସ୍‌ଟିରୁ ଛାଡ ପାଇଥିବା ବିଭିନ୍ନ ସାମଗ୍ରୀ ଉପରେ ଏହି କମିଟି ସମୀକ୍ଷା କରିବ। ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାରଙ୍କ ନେତୃତ୍ୱରେ ଦ୍ୱିତୀୟ କମିଟି ଗଠନ କରାଯାଇଛି। ଉକ୍ତ କମିଟିରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ, ତାମିଲନାଡୁ ଅର୍ଥମନ୍ତ୍ରୀ ପି.ଟି.ରାଜନ, ଛତିଶଗଡ଼ ଅର୍ଥମନ୍ତ୍ରୀ ଟି.ଏସ୍‌.ସିଂ ଦେଓ ଏବଂ ଅନ୍ୟମାନେ ସ୍ଥାନିତ ହୋଇଛନ୍ତି। ଟିକସ ଚୋରିର ସ୍ରୋତ ସମ୍ପର୍କରେ ପତ୍ତା ଲଗାଇବା, ରାଜସ୍ବ ହ୍ରାସ ରୋକିବା ନେଇ ବିଭିନ୍ନ ପ୍ରସ୍ତାବ ଏହି କମିଟି ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ବଜାଜ ଫାଇନାନ୍ସ ଅଧ୍ୟକ୍ଷ ପଦବୀରୁ ଓହରିଲେ ରାହୁଲ ବଜାଜ

ନୂଆଦିଲ୍ଲୀ,୨୧।୭: ପ୍ରତିଷ୍ଠିତ ଉଦ୍ୟୋଗପତି ରାହୁଲ ବଜାଜ, ବଜାଜ ଫାଇନାନ୍ସର ଅଣକାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ପବଦୀରୁ ଓହରିଯାଇଛନ୍ତି। ଚଳିତ ମାସ ଶେଷ ଯାଏ ସେ ଏହି ପଦବୀରେ ରହିବେ।...

‘ଡିଜିଟାଇଜେଶନ କାରବାରକୁ ଗୁରୁତ୍ୱାରୋପ’

ନୂଆଦିଲ୍ଲୀ,୨୩ା୧: ଦେଶର ପ୍ରମୁଖ ଫିନ୍‌ଟେକ ପ୍ଲାଟଫର୍ମ ଫୋନ୍‌ ପେ’ ଡିଜିଟାଇଜେଶନ କ୍ଷେତ୍ରର ସମ୍ପ୍ରସାରଣ ଓ ଗୁରୁତ୍ୱାରୋପକୁ ଦୃଷ୍ଟିରେ ରଖି ପାଣ୍ଠି ସଂଗ୍ରହ ସମ୍ପର୍କରେ ଘୋଷଣା କରିଥିଲା।...

ଅକ୍ଟୋବରରେ ୪୮% ବୃଦ୍ଧି ପାଇଛି ଗାଡ଼ି ବିକ୍ରି

ନୂଆଦିଲ୍ଲୀ, ୮।୧୧: ଚଳିତ ବର୍ଷର ପାର୍ବଣ ଅବସରରେ ଗାଡିର ଖୁଚୁରା ବିକ୍ରି ଆଶାତୀତ ଭାବେ ବୃଦ୍ଧି ପାଇଛି। ବିଶେଷକରି ଚଳିତ ବର୍ଷ ଅକ୍ଟୋବରରେ ଗାଡି ବିକ୍ରି...

ମହଙ୍ଗା ହେଲା ଏଲପିଜି ସିଲିଣ୍ଡର ଦର

ନୂଆଦିଲ୍ଲୀ,୧।୩: ମାର୍ଚ୍ଚ ପହିଲାରୁ ମହଙ୍ଗା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର ଦର। ତେବେ ସିଲିଣ୍ଡର ମୂଲ୍ୟ ୧୦୫ ଟଙ୍କା ବୃଦ୍ଧି ପାଇଛି । ରାଜଧାନୀ ଦିଲ୍ଲୀରେ...

ବଜାଜ୍‌ ଅଲ୍‌ ନ୍ୟୁ ପଲ୍‌ସର ପି ୧୫୦ର ଶୁଭାରମ୍ଭ

ଭୁବନେଶ୍ୱର,୨୩।୧୧: ଦେଶର ପ୍ରମୁଖ ୨ ଚକିଆ ଯାନ ନିର୍ମାତା ‘ବଜାଜ୍‌ ଅଟୋ’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ପଲ୍‌ସର ସିରିଜ୍‌ର ନୂଆ ବାଇକ୍‌...

୫୯ ମିନିଟରେ ମିଳିବ ରିଟେଲ ଋଣ

ନୂଆଦିଲ୍ଲୀ,୭-୮: ଦେଶର ଅର୍ଥନୀତିକୁ ଗତିଶୀଳ କରିବାକୁ ହେଲେ ଚାହିଦା ବୃଦ୍ଧି କରିବାକୁ ହେବ। ଏହାକୁ ଦୃଷ୍ଟିରେ ରଖି ସରକାର ମାତ୍ର ୫୯ ମିନିଟରେ ରିଟେଲ ଋଣ...

ରେପୋ ରେଟ୍‌ ୦.୪% କମାଇଲା ଆର୍‌ବିଆଇ

ନୂଆଦିଲ୍ଲୀ,୨୩।୫: ଭାରତୀୟ ଅର୍ଥ ବ୍ୟବସ୍ଥା ମାନ୍ଦାବସ୍ଥା ଦେଇ ଗତି କରୁଥିବା ବେଳେ କରୋନା ଭୂତାଣୁ ନିୟନ୍ତ୍ରଣ ଲାଗି ସରକାର ଘୋଷଣା କରିଥିବା ଲକ୍‌ଡାଉନ ଯୋଗୁ ଆର୍ଥତ୍କ...

ନାଲ୍‌କୋର ରେକର୍ଡ ଉତ୍ପାଦନ

ଭୁବନେଶ୍ୱର, ୩।୪: ନ୍ୟାଶନାଲ ଆଲୁମିନିୟମ କମ୍ପାନୀ (ନାଲ୍‌କୋ) ୨୦୧୯-୨୦ ଆର୍ଥିକ ବର୍ଷରେ ବକ୍ସାଇଟି ଏବଂ ଆଲୁମିନା ଉତ୍ପାଦନ କ୍ଷେତ୍ରରେ ସର୍ବକାଳୀନ ରେକର୍ଡ ହାସଲ କରିଛି। କମ୍ପାନୀ...

Advertisement
Archives

Model This Week