Posted inଜାତୀୟ

ପରଟା ଉପରେ ୧୮% ଜିଏସ୍‌ଟି କାଏମ

ନୂଆଦିଲ୍ଲୀ,୧୫।୧୦(ପି.ଟି.): ପ୍ୟାକେଜ୍‌ଡ ପରଟା ଉପରେ ୧୮ ପ୍ରତିଶତ ଜିଏସ୍‌ଟିକୁ ଗୁଜରାଟ ଆପିଲେଟ୍‌ ଅଥରିଟି ଫର୍‌ ଆଡଭାନ୍ସ ରୁଲିଂ (ଏଏଏଆର୍‌) କାଏମ୍‌ ରଖିଛନ୍ତି। ଅଟାରେ ପ୍ରସ୍ତୁତ ହେଲେ ମଧ୍ୟ ପ୍ୟାକ୍‌ ହୋଇଥିବା ପରଟାକୁ ଖାଇବା ପୂର୍ବରୁ ଗରମ କରିବାକୁ ପଡ଼ିଥାଏ। ପରଟା ପ୍ରସ୍ତୁତିରେ ଅଟା ବ୍ୟତୀତ ବିଭିନ୍ନ ପନିପରିବା, ପିଆଜ, ମେଥି, ଆଳୁ, ତେଲ ଆଦି ବିଭିନ୍ନ ସାମଗ୍ରୀ ବ୍ୟବହାର କରାଯାଇଥାଏ। ଏହା ସାଦା ରୁଟି କିମ୍ବା ଚପାତିଠାରୁ ସମ୍ପୂର୍ଣ୍ଣ ଭିନ୍ନ ହୋଇଥିବାରୁ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହୋଇପାରିବ ନାହିଁ ବୋଲି ଏଏଏଆର୍‌ କହିଛନ୍ତି। ୨୦୨୧ ଜୁନ୍‌ରେ ଗୁଜରାଟ ଅଥରିଟି ଫର୍‌ ଆଡଭାନ୍ସ ରୁଲିଂ (ଏଏଆର୍‌) ପରଟା ଉପରେ ୧୮ ପ୍ରତିଶତ ଜିଏସ୍‌ଟି ଲାଗୁ ହେବା ଉଚିତ ବୋଲି କହିଥିଲେ। ଏହାକୁ ଅହମଦାବାଦର ବଡ଼ିଲାଲ୍‌ ଇଣ୍ଡଷ୍ଟ୍ରିଜ୍‌ ପକ୍ଷରୁ ଏଏଏଆର୍‌ରେ ଚ୍ୟାଲେଞ୍ଜ କରାଯାଇଥିଲା।
ଏଏଏଆର୍‌ଙ୍କ ରାୟକୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦ୍‌ମୀ ପାର୍ଟି ଆବାହକ ଅରବିନ୍ଦ କେଜ୍‌ରିଓ୍ବାଲ ସମାଲୋଚନା କରିଛନ୍ତି। ଏପରିକି ବ୍ରିଟିଶମାନେ ଖାଦ୍ୟସାମଗ୍ରୀ ଉପରେ ଟିକସ ଲଗାଇ ନ ଥିଲେ ବୋଲି ସେ କହିଛନ୍ତି। କେନ୍ଦ୍ର ସରକାର ବିଭିନ୍ନ ସାମଗ୍ରୀ ଉପରେ ଅତ୍ୟଧିକ ଜିଏସ୍‌ଟି ଲଗାଇଥିବାରୁ ଦେଶରେ ମଦ୍ରାସ୍ଫୀତି ବଢ଼ିଚାଲିଛି। ଦରବୃଦ୍ଧିରୁ ନିସ୍ତାର ପାଇବାକୁ ହେଲେ ଜିଏସ୍‌ଟି ହ୍ରାସ କରାଯିବା ଆବଶ୍ୟକ ବୋଲି କେଜ୍‌ରିଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସିଏଏକୁ ବିରୋଧ କରି ବିରୋଧୀଙ୍କ ‘ଗାନ୍ଧୀ ଶାନ୍ତି ଯାତ୍ରା’

ମୁମ୍ବାଇ,୯।୧: ମହାରାଷ୍ଟ୍ରରେ ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ) ଓ ରାଷ୍ଟ୍ରୀୟ ନାଗରିକତା ରେଜିଷ୍ଟର(ଏନ୍‌ଆର୍‌ସି)କୁ ବିରୋଧ କରି ବିରୋଧୀ ଦଳ ପକ୍ଷରୁ ଗୁରୁବାର ‘ଗାନ୍ଧୀ ଶାନ୍ତି ଯାତ୍ରା’ ବାହାର...

କମାଣ୍ଡରଙ୍କୁ ସାଲ୍ୟୁଟ୍‌ କଲା ସେନା କୁକୁର: ସୋସିଆଲ୍‌ ମିଡ଼ିଆରେ ଭାଇରାଲ

ଶ୍ରୀନଗର,୧୪।୧୨: ଏବେ ସୋସିଆଲ୍‌ ମିଡ଼ିଆରେ ଭାରତୀୟ ସେନାରେ ନିୟୋଜିତ ଥିବା କୁକୁର ମିନାକାର ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋଟି ଜୁଲାଇ ୧ ଅମରନାଥ ଯାତ୍ରା...

ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ, ୧୯ରେ ଫଳାଫଳ

ନୂଆଦିଲ୍ଲୀ,୨୮।୮: କଂଗ୍ରେସ ସଭାପତି ନିର୍ବାଚନ ତାରିଖ ରବିବାର ଘୋଷଣା କରାଯାଇଛି। ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ୨୨ ସେପ୍ଟେମ୍ବରରେ ବିଜ୍ଞପ୍ତି...

ନ୍ୟାୟିକ ବ୍ୟବସ୍ଥା ସଶକ୍ତ ହେବା ଅପରିହାର୍ଯ୍ୟ…

ଗାନ୍ଧିନଗର,୧୨।୩ : ପାଞ୍ଚ ରାଜ୍ୟରେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨ ଦିନିଆ ଗୁଜୁରାଟ ଗସ୍ତରେ ଯାଇଛନ୍ତି। ଶନିବାର ପ୍ରଧାନମନ୍ତ୍ରୀ...

ଆତ୍ମହତ୍ୟା: ଦିନମଜୁରିଆ ଆଗରେ

ନୂଆଦିଲ୍ଲୀ, ୩୦ା୮:ଗତ କିଛି ବର୍ଷ ଭଳି ୨୦୨୧ରେ ଦେଶରେ ଆତ୍ମହତ୍ୟା ବୃଦ୍ଧିପାଇଛି। ପାରିବାରିକ ସମସ୍ୟା, ଅସୁସ୍ଥତା ଦୁଇଟି ପ୍ରମୁଖ କାରଣ ହୋଇଥିବାବେଳେ ବୃତ୍ତି ଓ ପେସାଗତ...

ଏଠାରେ ପିଇବା ପାଣି ଉପରେ ବି ପହରା…

ବିକାନେର୍‌,୨୨।୩: ଖରାଦିନ ଆସିଲେ ରାଜସ୍ଥାନରେ ଜଳସଙ୍କଟ ଅତି ଉତ୍କଟ ହୋଇଥାଏ। ବିକାନେର୍‌ରେ ପିଇବା ପାଣି ସମସ୍ୟାକୁ ଦୃଷ୍ଟିରେ ରଖି ଏଠାରେ ପ୍ରଶାସନ ପକ୍ଷରୁ ସୁରକ୍ଷା ପଦକ୍ଷେପ...

କରୋନାକୁ ହରାଇଲେ ମନମୋହନ

ନୂଆଦିଲ୍ଲୀ,୨୯।୪: କରୋନାକୁ ହରାଇଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ। ଗତ ଏପ୍ରିଲ ୧୯ରେ ସେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏହାପରେ ତାଙ୍କୁ ଏମ୍ସର ଟ୍ରମା...

ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ଗୃହରେ ହଙ୍ଗାମା: ଅପରାହ୍ନ ୨ଟା ଯାଏ ଲୋକ ସଭା ସ୍ଥଗିତ

ନୂଆଦିଲ୍ଲୀ,୧୪।୩: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ସଂସଦରେ ହଟ୍ଟଗୋଳ ହୋଇଛି। ଲୋକ ସଭାରେ ପ୍ରଶ୍ନକାଳ ଆରମ୍ଭରୁ  ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ନେଇ ବିରୋଧୀ ହଙ୍ଗମା କରିଥିଲେ।...

Advertisement
Archives

Model This Week