ତଦନ୍ତ କରିବେ ଜିଏସ୍‌ଟି ଅଧିକାରୀ

ଛତ୍ରପୁର,୨୮।୧୨(ଡି.ଏନ.ଏ): ଗଞ୍ଜାମ ଜିଲାରେ ଜିଏସ୍‌ଟି ଅଧିକାରୀ ଦର୍ଶାଇ ଟ୍ରକ୍‌ ଡ୍ରାଇଭରଙ୍କୁ ମାଡମାରି ଟଙ୍କା ଠକେଇ ସହ ଲକ୍ଷାଧିକ ଟଙ୍କାର ଡିଲକ୍ସ ପାନ ମସଲା ଲୁଟ୍‌ ମାମଲାର ତଦନ୍ତ ଜାରି ରହିଛି ା ଏଥିରେ ୩ ନକଲି ଜିଏସ୍‌ଟି ଅଧିକାରୀଙ୍କ ସମେତ ୪ ଜଣଙ୍କୁ ଗିରଫ କରି ଛତ୍ରପୁର ପୋଲିସ ସୋମବାର କୋର୍ଟ ଚାଲାଣ କରିଥିଲା। ଏମାନେ ଏବେ ଛତ୍ରପୁର ଜେଲରେ ଅଛନ୍ତି। ଅପରପକ୍ଷରେ ଏହି ମାମଲାର ଅଧିକ ତଦନ୍ତ ଜିଏସ୍‌ଟି ବିଭାଗ କରିବେ ବୋଲି ଜଣାପଡିଛି ା ନକଲି ଜିଏସ୍‌ଟି ଅଧିକାରୀ ଭାବେ ଦର୍ଶାଇ ଟଙ୍କା ଓ ଲକ୍ଷାଧିକ ଟଙ୍କାର ପାନ ମସଲାର ତଦନ୍ତ କରିବାକୁ ଅସଲି ଜିଏସ୍‌ଟି ଅଧିକାରୀଙ୍କୁ ଛତ୍ରପୁର ପୋଲିସ ପକ୍ଷରୁ ଅବଗତ କରାଯାଇଛି ା ପ୍ରକୃତରେ ଜବତ ପାନ ମସଲା କିଣା ବିକା ଓଦ ପରିବହନ ବାବଦରେ ଜିଏସଟି ବିଭାଗ ନିକଟରେ ଟିକସ ଜମା ହୋଇଛି କି ନାହିଁ ତାର ଖୋଳତାଡ ବିଭାଗ ହିଁ କରିପାରିବ ା
ଜବତ ପାନ ୬୦ ବସ୍ତା ପାନ ମସଲାର ଆନୁମାନିକ ମୂଲ୍ୟ ୧୦ ରୁ ୧୨ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ା ତେବେ କୋଲକତାରୁ ଚାଉଳ ଓ ଉକ୍ତ ପାନ ମସଲା ଟ୍ରକ୍‌ ଯୋଗେ ଆନ୍ଧ୍ରକୁ ଚାଲାଣ ବେଳେ ନକଲି ଜିଏସଟି ଅଧିକାରୀ ଦର୍ଶାଇ ବଟି ଆଦାୟ ସହ ପାନ ମସଲା ଲୁଟ୍‌ କରାଯାଇଥିଲା। ବଟି ଆଦାୟ ପରେ ଚାଉଳ ସହ ଟ୍ରକକୁ ଦୁବୃତ୍ତମାନେ ଛାଡି ଦେଇଥିଲେ ା ଉକ୍ତ ଚାଉଳ ବାବଦରେ ମଧ୍ୟ ଜିଏସଟି ଟିକସ ପୈଠ ହୋଇଥିଲା କି ନାହିଁ ତାର ମଧ୍ୟ ତଦନ୍ତର ଆବଶ୍ୟକତା ରହିଛି ା ପୋଲିସ ପକ୍ଷରୁ ଜବତ ପାନ ମସଲା ନା ଏଥିରେ ଜର୍ଦା ମିଶ୍ରିତ ଅଛି କି ନାହିଁ ତାର ଟେଷ୍ଟିଂ ର ଆବଶ୍ୟକତା ରହିଛି ା ଏହାର ନମୁନା ଲ୍ୟାବକୁ ପଠାଯିବ ବୋଲି ଛତ୍ରପୁର ଥାନା ଆଇଆଇସି ସତ୍ୟ ରଞ୍ଜନ ପ୍ରଧାନ କହଛନ୍ତି। ଟ୍ରକ୍‌ରେ ଥିବା ୮୬ ହଜାର ଟଙ୍କା ମଧ୍ୟ ଦୁବୃର୍ତମାନେ ନେଇଯାଇଥିବା ଏତଲାରେ ଟ୍ରକ୍‌ ଚାଳକ ଦର୍ଶାଇଥିଲେ ା ମାତ୍ର ତାହାର ସତ୍ୟତା ଅଛି କି ନାହିଁି ତଦନ୍ତ ପରେ ଜଣାପଡିବ ବୋଲି କୁହାଯାଇଛି। ଏପରିକି ଗିରଫମାନଙ୍କ ନଁାରେ ଆଗରୁ କୌଣସି ଥାନାରେ ଆପରାଧିକ ମାମଲା ଅଛି କି ନାହିଁ ତାର ମଧ୍ୟ ଖୋଳତାଡ ଛତ୍ରପୁର ପୋଲିସ କରିବ ା ବ୍ରହ୍ମପୁରର ସୀମାଞ୍ଚଳ ପଣ୍ଡା ତାଙ୍କର ବକେୟା ଟଙ୍କା ଆଦାୟ କରିବାକୁ ସୁଶାନ୍ତ କୁମାର ଦଳାଇକୁ କହିଥିଲେ। ସୁଶାନ୍ତ ତାଙ୍କ ସହଯୋଗୀ ଛତ୍ରପୁରର ଦେବାଶିଷ ଓ ଗୋପାଳଙ୍କ ସହ ପ୍ରସ୍ତୁତି କରିଥିଲେ। ୨୧ ତାରିଖରେ କୋଲକତାରୁ ଏକ ଟ୍ରକ୍‌ ଯୋଗେ ନାନି ରାଜୁଙ୍କ ଚାଉଳ ଓ ପାନ ମସଲା ଆନ୍ଧ୍ରକୁ ଯାଉଥିବା ବେଳେ ଛତ୍ରପୁର ଥାନା ଅନ୍ତର୍ଗତ ଉଜ୍ଜଳେଶ୍ୱରୀ ମନ୍ଦିର ନିକଟରେ ସୁଶାନ୍ତ, ଦେବାଶିଷ ଓ ଗୋପାଳ ଅଟକାଇ ନିଜକୁ ଜିଏସ୍‌ଟି ଅଧିକାରୀ ବୋଲି ପରିଚୟ ଦେଇଥିଲେ। ଘଟଣାର ରଫାଦଫା କରିବାକୁ ସାମଗ୍ରୀର ମାଲିକ ୧ ଲକ୍ଷ ୪୦ ହଜାର ଟଙ୍କା ଟ୍ରାନ୍ସଫର କରିଥିଲେ। ଏଥିସହ ଟ୍ରକ୍‌ରେ ଥିବା ୬୦ ବସ୍ତା ପାନ ମସଲାକୁ ଦୁବୃତ୍ତମାନେ ନେଇ ଟ୍ରକ୍‌ ସହ ଚାଉଳ ଛାଡି ଦେଇଥିଲେ ା ଏତଲା ପରେ ତଦନ୍ତ କରି ଠକେଇ କରି ନେଇଥିବା ୧ ଲକ୍ଷ ୪୦ ହଜାର ଟଙ୍କା, ଲୁଟ୍‌ କରିଥିବା ଲକ୍ଷାଧିକ ଟଙ୍କାର ୬୦ ପ୍ୟାକେଟ୍‌ ପାନମସଲା, ୫ ଟି ମୋବାଇଲ ଏବଂ ୨ ଟି କାରକୁ ଏମାଙ୍କଠାରୁ ପୋଲିସ ଜବତ କରିଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

BCCIର ବଡ଼ ଘୋଷଣା; ରିଷଭ ପନ୍ତ ନୁହଁନ୍ତି, ଧ୍ରୁବ ଜୁରେଲଙ୍କୁ କରାଗଲା ଅଧିନାୟକ, ଏହା ହେଉଛି କାରଣ

ନୂଆଦିଲ୍ଲୀ,୬।୧୦: ନ୍ୟୁଜିଲାଣ୍ଡ ‘ଏ’ ବିପକ୍ଷରେ ହେବାକୁ ଥିବା ୩ ଟିକିଆ ଅନଅଫିସିଆଲ୍ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ୧୫ ଜଣିଆ ଇଣ୍ଡିଆ…

ଖାଦ୍ୟ ସନ୍ଧାନରେ ଗାଁକୁ ପଶିଲା ଦନ୍ତା: ଭାଙ୍ଗିଲା ଘର, ଦଳିଚକଟି ଦେଲା ବ୍ୟାପକ ଧାନ ଫସଲ

ଥୁଆମୂଳ ରାମପୁର, ୬।୧୦ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି-ରାୟଗଡ଼ା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଏକ ଦନ୍ତା ହାତୀର ଉପଦ୍ରବ ଯୋଗୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କର ବାତାବରଣ ସୃଷ୍ଟି ହୋଇଛି।…

ଜୁଆଆଡ୍ଡା ଭାଗବଣ୍ଟାକୁ ନେଇ ମହାଭାରତ: ଗୋଷ୍ଠୀ ସଂଘର୍ଷ, ମନ୍ଦିର ହୁଣ୍ଡି ଓ ସ୍କୁଟି ଛଡ଼ାଇ ନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୬।୧୦(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମ ନିକଟରେ ଚାଲିଥିବା ବେଆଇନ ଜୁଆଆଡ୍ଡା ପରିଚାଳନାକୁ ନେଇ ଦୁଇ ଗୋଷ୍ଠୀ…

ପରକୀୟା ପ୍ରୀତିରୁ ମହାଭାରତ: ୨ ପରିବାର ମଧ୍ୟରେ ଖଣ୍ଡଯୁଦ୍ଧ, ୬ ଆହତ; ୫ ଗିରଫ ହୋଇ ଜେଲ୍‌ରେ

ଦିଗପହଣ୍ଡି/ଚିକିଟି,୬|୧୦(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟି ବ୍ଲକ ରାମଚନ୍ଦ୍ରପୁର ଗ୍ରାମରେ ପାରିବାରିକ ହିଂସାକୁ ନେଇ ଦୁଇ ପରିବାର ମଧ୍ୟରେ ଘଟିଛି ରକ୍ତାକ୍ତ…

ଭିଏଚ୍‌ପି ପାଇଁ ଅତୁଳନୀୟ ଅବଦାନ: ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ସମାରୋହରେ ମଦନମୋହନ ଦ୍ୱିବେଦୀ ସମ୍ବର୍ଦ୍ଧିତ

ପାଟଣା,୬।୧୦ (ବୀର କିଶୋର ଦାଶ): କଟକସ୍ଥିତ ବିଜୁ ପଟ୍ଟନାୟକ ଛକସ୍ଥିତ ସାରଳା ମଣ୍ଡପଠାରେ ବିଶ୍ୱ ହିନ୍ଦୁ ପରିଷଦ (ଭିଏଚ୍‌ପି) ପକ୍ଷରୁ ଅଶୋକ ସିଂଘଲଙ୍କ ଜନ୍ମଶତାବ୍ଦୀ ବର୍ଷର ଉଦ୍‌ଘାଟନୀ…

ନାକା ଚେକିଂ ବେଳେ ଘଟଗାଁ ପୋଲିସକୁ ବଡ଼ ସଫଳତା: ୨ ଦେଶୀ ବନ୍ଧୁକ, ଧନୁ-ତୀର ସହ ୩ ଶିକାରୀ

ପାଟଣା, ୬।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ଘଟଗାଁ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। ପାଟଣା ବ୍ଲକ୍ ଭୀମକୁଣ୍ଡ ନିକଟରେ ନାକା ଚେକିଂ ସମୟରେ…

ମୃତ୍ୟୁ ସହ ୧୦ ଦିନର ସଂଗ୍ରାମ ପରେ ହାରିଗଲେ ସଞ୍ଜୟ: ନାଗ ସାପ ଚୋଟରେ ଚାଲିଗଲା ୨୮ ବର୍ଷର ଉଦ୍ଦଣ୍ଡ ଯୁବକଙ୍କ ଜୀବନ

ଗୁଡ଼ାରି,୬।୧୦(ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକ ଅନ୍ତର୍ଗତ ଅସଡ଼ା ଗ୍ରାମପଞ୍ଚାୟତର ବାମୁଣୀଡଙ୍ଗର ଗ୍ରାମରେ ମଙ୍ଗଳବାର ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସାପ କାମୁଡ଼ାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?