ନେକ୍ସସ୍‌ ମଲ୍‌ସର ନୂତନ ଅଭିଯାନ

ନୂଆଦିଲ୍ଲୀ,୨୮ା୧୨: ଦେଶର ପ୍ରମୁଖ ବାଣିଜି୍ୟକ ବ୍ରାଣ୍ଡ ‘ନେକ୍ସସ୍‌ ମଲ୍‌ସ’ ପକ୍ଷରୁ ନିକଟରେ ଏକ ନୂତନ ଅଭିଯାନ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଉକ୍ତ ଅଭିଯାନ ପରିପ୍ରେକ୍ଷୀରେ ଉନ୍ମୋଚିତ ହୋଇଥିବା ନେକ୍ସସ୍‌ ମଲ୍‌ସର ଡିଜିଟାଲ ଆଡ୍‌ ଫିଲ୍ମରେ ଅମିତାଭ ବଚ୍ଚନଙ୍କୁ ନେକ୍ସସ୍‌ ମଲ୍‌ସ ପୋର୍ଟଫୋଲିଓର ଏକ ମଲ୍‌ରୁ ଅନ୍ୟ ଏକ ମଲ୍‌ର ଗ୍ରାହକଙ୍କୁ ଏକ ହଟେଷ୍ଟ ପର୍ପଲ୍‌ ଡ୍ରେସ୍‌ ଚୟନ କରିବାରେ ସାହାଯ୍ୟ କରୁଥିବାର ଦେଖାଯାଇଛି। ଏହି ଡିଜିଟାଲ ଆଡ୍‌ ହେଉଛି ପାର୍ବଣ ଋତୁ ପାଇଁ ନେକ୍ସସ୍‌ ମଲ୍‌ସ ପକ୍ଷରୁ ଅମିତାଭ ବଚ୍ଚନଙ୍କ ସହ ଯୋଜନା କରାଯାଇଥିବା ଏକ ବୃହତ୍‌ କ୍ୟାମ୍ପେନ୍‌ ରୋଲ୍‌ଆଉଟ୍‌ର ଏକ ଅଂଶବିଶେଷ। ଏ ସମ୍ପର୍କରେ ନେକ୍ସସ୍‌ ମଲ୍‌ସର ସିଏମ୍‌ଓ ନିଶାଙ୍କ ଜୋଷୀ କହିଛନ୍ତି, ‘ଆମର ବ୍ରାଣ୍ଡ୍‌ ନିର୍ମାଣ ଜାରି ରଖିଥିବାରୁ ଆମେ ନିଶ୍ଚିତ ଯେ ଏହି କ୍ୟାମ୍ପେନ୍‌ ଆମକୁ ଉପଭୋକ୍ତାଙ୍କ ଦୃଷ୍ଟିରେ ଆମର ସ୍ଥିତି ମଜଭୁତ କରିବାରେ ସାହାଯ୍ୟ କରିବ। ଅମିତାଭ ବଚ୍ଚନଙ୍କ ସହ ଆମର କ୍ୟାମ୍ପେନ୍‌ ଆମ ଗ୍ରାହକଙ୍କ ପାଇଁ ‘ଅବ୍‌ ହର୍‌ ଦିନ୍‌ କୁଛ୍‌ ନୟା’ ଅନୁଭୂତି ଆଣିବାର ବ୍ରାଣ୍ଡ୍‌ ପ୍ରତିଶ୍ରୁତି ପ୍ରତି ବାସ୍ତବ ରହିବା ପାଇଁ ଆମର ପ୍ରତିବଦ୍ଧତା। କୋର୍‌କୋଏସ୍‌ ଦ୍ୱାରା ପ୍ରଯୋଜିତ ଏହି ଆଡ୍‌ ଫିଲ୍ମକୁ ‘ପ୍ରସୁନ ପାଣ୍ଡେ’ ନିର୍ଦ୍ଦେଶନା ଦେଇଛନ୍ତି। ତେବେ ଏହାର ସ୍କ୍ରିପ୍ଟ ଲେଖିଛନ୍ତି ଅନୁରାଗ ଅଗ୍ନିହୋତ୍ରୀ ଓ ପୀୟୂଷ ପାଣ୍ଡେ। ଏହି କ୍ୟାମ୍ପେନ୍‌ ମଲ୍ଟି-ମିଡିଆ ଉପରେ ଗୁରୁତ୍ୱ ଦେଉଛି ଏବଂ ପ୍ରିଣ୍ଟ୍‌ ଓ ଡିଜିଟାଲ ଚ୍ୟାନେଲଗୁଡ଼ିକ ଉପରେ ମଧ୍ୟ ଗୁରୁତ୍ୱ ଦେବ। ଉଲ୍ଲେଖଯୋଗ୍ୟ, ନିକଟରେ ଅମିତାଭ ବଚ୍ଚନଙ୍କୁ ମଲ୍‌ର ହାପିନେସ୍‌ ଆମ୍ବାସାଡର ଭାବେ ଘୋଷଣା କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri