ହାର୍ଡଓ୍ବୟାର ଦୋକାନରେ ଜିଏସ୍‌ଟି ଚଢ଼ାଉ

ରାୟଗଡ଼ା,୧୬ା୩(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହର ନ୍ୟୁ କଲୋନୀସ୍ଥିତ ଫେୟାର ଡିଲ୍‌ କର୍ପୋରେଶନ ଦୋକାନରେ ଶନିବାର ଜିଏସ୍‌ଟି ଚଢ଼ାଉ ହୋଇଛି। ରାୟଗଡ଼ାସ୍ଥିତ ଜିଏସ୍‌ଟି ଏନଫୋର୍ସମେଣ୍ଟ ଡେପୁଟି କମିଶନର ତୋଫାନ ବେମାଲଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଛି। ଟିକସ ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି। ଜିଏସ୍‌ଟି ପକ୍ଷରୁ ୫ ଜଣିଆ ଟିମ୍‌ ଚଢ଼ାଉ କରିଛନ୍ତି। ୨୦୧୮ଠାରୁ ବର୍ତ୍ତମାନ ସୁଦ୍ଧା ସମସ୍ତ ନଥିପତ୍ର ଜିଏସ୍‌ଟି ଏନଫୋର୍ସମେଣ୍ଟ ଟିମ୍‌ ଯାଞ୍ଚ କରୁଥିବା ନଜରକୁ ଆସିଛି। ଏଣେ ଗୋଦାମ ପରିସରରେ ଷ୍ଟକ୍‌ ମଧ୍ୟ ଯାଞ୍ଚ ହେଉଛି। ଏଥିପାଇଁ ଜିଏସ୍‌ଟି ବିଭାଗ ପକ୍ଷରୁ ପୋଲିସ ସହାୟତା ନିଆଯାଇଛି। ସେହି ସ୍ଥାନରେ ପୋଲିସ ଟିମ୍‌ ନିୟୋଜିତ ହେବା ସହ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏଭଳିକି ଗଣମାଧ୍ୟମ ପ୍ରତିନିଧିମାନେ ମଧ୍ୟ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଏ ସମ୍ପର୍କରେ ଜିଏସ୍‌ଟି କାର୍ଯ୍ୟାଳୟ ପକ୍ଷରୁ କୌଣସି ମତାମତ ଦିଆଯାଇନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଇସ୍ତଫା ଦେବେ ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ

ଲଣ୍ଡନ,୨୨ା୬: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ପଦରୁ କିର୍‌ ଷ୍ଟାର୍ମର ଇସ୍ତଫା ଦେବାକୁ ଯାଉଥିବା ରବିବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ କହିଛନ୍ତି। ଆଣ୍ଡି ବର୍ନହାମ୍‌ଙ୍କୁ ନୂଆ ପ୍ରଧାନମନ୍ତ୍ରୀ ଭାବେ…

ସ୍ବିଜରଲ୍ୟାଣ୍ଡରେ ଆମେରିକା-ଇରାନ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ, ଉଚ୍ଚସ୍ତରୀୟ କମିଟି ଉପରେ ସହମତ, ଜାଣନ୍ତୁ କ’ଣ କହିଲେ ଆରାଘଚି

ବେର୍ନ,୨୨।୬: ସ୍ବିଜରଲ୍ୟାଣ୍ଡରେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରଥମ ପର୍ଯ୍ୟାୟ ଆଲୋଚନା ଶେଷ ହୋଇଛି। ଏହି ଆଲୋଚନାର ଅଂଶ ସ୍ବରୂପ ଉଭୟ ପକ୍ଷ ଏକ ଉଚ୍ଚସ୍ତରୀୟ କମିଟି…

ଜାଣନ୍ତି କି କାହିଁକି ଖରାପ ହୁଏ କିଡ୍‌ନୀ?

କିଡ୍‌ନୀ ଏପରି ଏକ ଅଙ୍ଗ ଯାହାର କାର୍ଯ୍ୟ ଅକ୍ଷମତା ଅନେକ ଡେରିରେ ଧରାପଡ଼େ। ଅଙ୍ଗଟି ପ୍ରାୟ ୮୦-୯୦ ଶତାଂଶ ଅକ୍ଷମ ନ ହୋଇପଡ଼ିବାର ପୂର୍ବ ପର୍ଯ୍ୟନ୍ତ ରୋଗୀକୁ…

ହେବ ଭାରତ ପାକିସ୍ତାନ ଯୁଦ୍ଧ! ବିଲାୱଲ ଭୁଟ୍ଟୋଙ୍କ ପରେ, ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଭାରତକୁ ଦେଲେ ଧମକ

ଇସଲାମାବାଦ,୨୨।୬: ଭାରତ ମିଳିତ ଜାତିସଂଘରେ ସିନ୍ଧୁ ଜଳ ଚୁକ୍ତିନାମା ସମ୍ପର୍କରେ ଦୀର୍ଘଦିନର ମତକୁ ପୁନରାବୃତ୍ତି କରିବା ପରେ ପାକିସ୍ତାନ କ୍ରୋଧିତ ହୋଇଛି। ପ୍ରାରମ୍ଭରେ, ପାକିସ୍ତାନ ପିପୁଲ୍ସ ପାର୍ଟି…

ରାଜ୍ୟରେ ପାଗ ପରିବର୍ତ୍ତନ: ଟ୍ବିନ୍‌ସିଟିରେ ଜାରି ରହିଛି ବର୍ଷା

ଭୁବନେଶ୍ୱର,୨୨ା୬: ସାରା ରାଜ୍ୟରେ ପାଗରେ ପରିବର୍ତ୍ତନ ଘଟିଛି। ଟ୍ବିନ୍‌ସିଟିରେ ରବିବାର ରାତିରୁ କିଛି ସ୍ଥାନରେ ଝିପିଝିପି ବର୍ଷା ଲାଗି ରହିଥିବାବେଳେ ଆଜି ସକାଳୁ ମଧ୍ୟ ବର୍ଷା ଜାରି…

ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଜବତ ମାମଲା: ବନ୍ଧା ହେଲେ ବିଶ୍ୱଜିତ୍‌

ବ୍ରହ୍ମପୁର,୨୧ା୬(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଗୋଳନ୍ଥରା ଥାନା ଅଞ୍ଚଳର ଏକ ଘରୋଇ କଲେଜ ହଷ୍ଟେଲରେ ଛାତ୍ରୀ ବୁଗୁଡା ଘୋଡ଼ାପଡ଼ା ଗ୍ରାମର ଶୃତି ଭୋଳଙ୍କ ସନ୍ଦେହଜନକ ମୃତ୍ୟୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri