ଓଡ଼ିଶାରେ ଜିଏସ୍‌ଟି ଆଦାୟ ୫୦ ହଜାର କୋଟି ଛୁଇଁବ

ଭାରତରେ ୨୦୧୭ ଜୁଲାଇ ୧ ତାରିଖରୁ ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଲାଗୁ ହେବା ପରେ ଦେଶରେ ପୂର୍ବରୁ ପ୍ରଚଳିତ ବହୁମୁଖୀ ଟିକସ ବ୍ୟବସ୍ଥାକୁ ହଟାଇ ଦିଆଯାଇଛି। କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କେବଳ ପେଟ୍ରୋଲଜାତ ଦ୍ରବ୍ୟ ଓ ଟବାକୋ ଜାତୀୟ ସାମଗ୍ରୀରେ ଲାଗୁଛି। ଓଡ଼ିଶାରେ ପେଟ୍ରୋଲଜାତ ଦ୍ରବ୍ୟରୁ କେନ୍ଦ୍ରୀୟ ଶୁଳ୍କ ବାବଦରେ ବର୍ଷକୁ ପ୍ରାୟ ୨୪ ହଜାର କୋଟି ଟଙ୍କା ଆଦାୟ ହେଉଛି। ଏହାକୁ ବାଦ୍‌ ଦେଲେ ସମସ୍ତ ଉତ୍ପାଦ ଓ ବିକ୍ରି କ୍ଷେତ୍ରରେ ଜିଏସ୍‌ଟି ଲାଗୁ ହୋଇଛି। ସାଧାରଣତଃ ପ୍ରତ୍ୟେକ ବର୍ଷ ଫେବୃୟାରୀ ୨୪ ତାରିଖରେ ଦେଶରେ କେନ୍ଦ୍ରୀୟ ଉତ୍ପାଦ ଟିକସ ଦିବସ ପାଳନ କରାଯାଇଥାଏ। ଜିଏସ୍‌ଟି ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ଏହାର ଗୁରୁତ୍ୱ ହ୍ରାସ ପାଇଛି। ରାଜ୍ୟରେ ଜିଏସ୍‌ଟି ଆଦାୟ ବଢ଼ିଚାଲିଛି। ଚଳିତ ବର୍ଷ ଏହା ୫୦ ହଜାର କୋଟି ଟଙ୍କା ଟପିବା ସମ୍ଭାବନା ରହିଛି।
ରାଜ୍ୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ, ଜିଏସ୍‌ଟି ସ୍ଥିତି ନେଇ ଧରିତ୍ରୀ ପକ୍ଷରୁ ଜିଏସ୍‌ଟି, କେନ୍ଦ୍ରୀୟ ଉତ୍ପାଦ ଏବଂ କଷ୍ଟମ୍‌ ବିଭାଗ ଓଡ଼ିଶା ଶାଖାର ଅତିରିକ୍ତ ସଚିବ ଗୋପାଳ କୃଷ୍ଣ ପତିଙ୍କ ସହ ଏକ ସ୍ବତନ୍ତ୍ର ସାକ୍ଷାତ ଆଲୋଚନା କରାଯାଇଛି।

ପ୍ରଶ୍ନ-ରାଜ୍ୟରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ କେଉଁ ସାମଗ୍ରୀ ଉପରେ ଲାଗୁ କରାଯାଉଛି। ଏ ବାବଦରେ ରାଜ୍ୟକୁ କେତେ ଟିକସ ମିଳୁଛି। ଓଡ଼ିଶାରେ ଏହାର ସ୍ଥିତି କ’ଣ ।
ଉତ୍ତର- ସମସ୍ତ ଉତ୍ପାଦ ଓ ବିକ୍ରୟ ଉପରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଲାଗୁ କରାଯାଏ। ତେବେ ୨୦୧୭ ଜୁଲାଇ ପହିଲା ପରଠାରୁ କେବଳ ପେଟ୍ରୋଲଜାତ ଦ୍ରବ୍ୟ ଓ ଟବାକୋ ଉପରେ ଲାଗୁ କରାଯାଉଛି। ବିଭିନ୍ନ ରାଜ୍ୟରେ ଏହାର ଟିକସ ପରିମାଣ ଭିନ୍ନ ଭିନ୍ନ ରହିଛି। ଓଡ଼ିଶାରେ କେନ୍ଦ୍ରୀୟ ଉତ୍ପାଦ ଶୁଳ୍କରୁ ପ୍ରାୟ ୨୪ ହଜାର କୋଟି ଟଙ୍କାର ଟିକସ ଆଦାୟ ହେଉଛି।
ପ୍ରଶ୍ନ- ପୂର୍ବରୁ ପ୍ରଚଳିତ ଟିକସ ବ୍ୟବସ୍ଥା ଓ ଜିଏସ୍‌ଟି ଲାଗୁ ହେବା ପରେ ଟିକସ ଆଦାୟ କ୍ଷେତ୍ରରେ କି ପରିବର୍ତ୍ତନ ଆସିଛି। ଓଡ଼ିଶା ରାଜସ୍ବ କ୍ଷେତ୍ରରେ ଏହାର କି ପ୍ରଭାବ ରହିଛି।
ଉତ୍ତର- ଦେଶରେ ପ୍ରଚଳିତ ଥିବା ୧୩ଟି ଟିକସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରାଯାଇ ଗୋଟିଏ ଦେଶ ଗୋଟିଏ ଟିକସ ବ୍ୟବସ୍ଥା ଲାଗୁ କରାଯାଇଛି। ଜିଏସ୍‌ଟି କାର୍ଯ୍ୟକାରୀ ହେବା ପରେ ଟିକସଦାତାଙ୍କ ପାଇଁ ଟିକସ ପ୍ରଦାନ ସରଳ ହୋଇଛି। ରାଜ୍ୟର ଟିକସ ଆଦାୟ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିଛି। ଓଡ଼ିଶାରେ ସିଜିଏସ୍‌ଟି ଏବଂ ଏସ୍‌ଜିଏସ୍‌ଟିକୁ ମିଶାଇ ବାର୍ଷିକ ପ୍ରାୟ ୪୫ ହଜାର କୋଟି ଟଙ୍କା ଆଦାୟ ହେଉଛି।
ପ୍ରଶ୍ନ – ଟିକସ ଫାଙ୍କି ଓ ଦୁର୍ନୀତିକୁ ରୋକିବା ପାଇଁ ବିଭାଗ ପକ୍ଷରୁ କି କି ପଦକ୍ଷେପ ଗ୍ରହଣ କରାଯାଇଛି।
ଉତ୍ତର-ଟିକସ ଆଦାୟ ପୂର୍ବଭଳି ମାନୁଆଲ ହେଉ ନାହିଁ। ଅନ୍‌ଲାଇନ ଜରିଆରେ ସମସ୍ତ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ସବୁ ବ୍ୟବସ୍ଥା ଡାଟାବେସ୍‌ ହୋଇଛି। ଟିକସ ଫାଙ୍କିବା ସହଜ ନୁହେଁ। ସମସ୍ତ କାରବାର ଅନ୍‌ଲାଇନରେ ହେଉଥିବାରୁ ଦୁର୍ନୀତି ହ୍ରାସ ପାଇଛି। ବହୁ ସମୟରେ କେତେକ ଟିକସଦାତା ଆୟକର ଫାଇଲ କରୁଛନ୍ତି, ହେଲେ ଯାହାଙ୍କର ଜିଏସ୍‌ଟି ଦେବାର ଅଛି ସେଥିରୁ ଅଧିକାଂଶ ଫାଇଲ କରୁନାହାନ୍ତି। ଏହାକୁ ରୋକିବା ପାଇଁ ଆୟକର ଡାଟା କ୍ୟାପ୍‌ଚର ବ୍ୟବସ୍ଥା ହୋଇଛି। ଇ-ବିଲିଂ କରାଯିବା ସହ ଜମିବାଡ଼ି କିଣାବିକାର ଡାଟାବେସ୍‌ କରାଯାଉଛି।
ପ୍ରଶ୍ନ- ପେଟ୍ରୋଲ ଉପରେ ଜିଏସ୍‌ଟି ନ ଲଗାଇବା କାରଣ କ’ଣ। ଏହାକୁ ଜିଏସ୍‌ଟି ପରିସରଭୁକ୍ତ କରିବା ଯୋଜନା ଅଛି କି?
ଉତ୍ତର- ରାଜ୍ୟମାନେ ପେଟ୍ରୋଲରୁ ଅଧିକ ଟିକସ ପାଉଥିବାରୁ ସେମାନେ ଏହାକୁ ଜିଏସ୍‌ଟି ପରିସରକୁ ଆଣିବାକୁ ଚାହୁନାହାନ୍ତି। ତେବେ ଏ ସମ୍ପର୍କରେ ନିଷ୍ପତ୍ତି କେବଳ ଜିଏସ୍‌ଟି ପରିଷଦ ନେଇପାରିବ । ଏହି ପରିଷଦରେ ସବୁ ରାଜ୍ୟର ଅର୍ଥମନ୍ତ୍ରୀ ସଦସ୍ୟ ଅଛନ୍ତି।
ପ୍ରଶ୍ନ- ଜିଏସ୍‌ଟି ଲାଗୁ ହେବାର ୬ ବର୍ଷ ବିତିବାକୁ ବସିଲାଣି। ରାଜ୍ୟକୁ ଆଶାନୁରୂପ ଟିକସ ମିଳିନାହିଁ। ଏବେ ବି ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ କେନ୍ଦ୍ର ସରକାର ଦେଉଛନ୍ତି। ଏହି ଟିକସ ବ୍ୟବସ୍ଥା ଲାଗୁ ହେବା ପରେ ରାଜ୍ୟକୁ କି ଫାଇଦା ମିଳିଛି। ଜିଏସ୍‌ଟି କ୍ଷତିପୂରଣ କେବେ ସୁଦ୍ଧା ବନ୍ଦ ହେବ।
ଉତ୍ତର- ୨୦୧୫-୧୬ ଆର୍ଥିକ ବର୍ଷର ଟିକସ ସଂଗ୍ରହ ଆଧାରରେ ରାଜ୍ୟକୁ ଜିଏସ୍‌ଟି କ୍ଷତିପୂରଣ ମିଳୁଛି। ପ୍ରତିବର୍ଷ ଏଥିରେ ୧୪% ବୃଦ୍ଧି କରାଯାଉଛି। ଓଡ଼ିଶାରେ ଜିଏସ୍‌ଟି ଆଦାୟ ବୃଦ୍ଧି ପାଉଛି। ୨୦୨୧-୨୨ରେ ଜିଏସ୍‌ଟି ଆଦାୟ ୪୪,୨୬୭ କୋଟି ଟଙ୍କା ହୋଇଥିବା ବେଳେ ୨୦୨୨-୨୩ ଜାନୁୟାରୀ ସୁଦ୍ଧା ୪୦, ୧୩୮ କୋଟି ଟଙ୍କା ଆଦାୟ ହୋଇଛି। ଆସନ୍ତା ୨୦୨୫-୨୬ ଯାଏ ଜିଏସ୍‌ଟି କ୍ଷତିପୂରଣ ଚାଲୁ ରହିବ।
ପ୍ରଶ୍ନ- ଦେଖାଯାଉଛି ଅନେକ ସମୟରେ ବଡ଼ ବଡ଼ ବ୍ୟବସାୟିକ ସଂସ୍ଥା ଦ୍ୱରା ଜିଏସ୍‌ଟି ଫାଙ୍କି ବଢ଼ିଚାଲିଛି। ସେଥିରେ ଅଫିସରମାନଙ୍କର ସମ୍ପୃକ୍ତି ରହୁଥିବା ଅଭିଯୋଗ ହେଉଛି। ଦୁର୍ନୀତିକୁ ରୋକିବାକୁ କି ପଦକ୍ଷେପ ନିଆଯାଉଛି।
ଉତ୍ତର- ପୂର୍ବରୁ ଟିକସ ଆଦାୟ ମାନୁଆଲ ହେଉଥିଲା। ଅଫିସରମାନେ ଟିକସଦାତାଙ୍କଠାରୁ ସିଧାସଳଖ ଟିକସ ଆଦାୟ କରୁଥିଲେ। ଏବେ ସମସ୍ତ କାର୍ଯ୍ୟ ଅନ୍‌ଲାଇନରେ ହେଉଛି। ଅଫିସରମାନଙ୍କୁ ଟାର୍ଗେଟ ଦିଆଯାଉଛି। ସେମାନେ କେଉଁ ସ୍ଥାନରେ ଚଢାଉ କରୁଛନ୍ତି ସେ ସବୁର ସୂଚନା କର୍ତ୍ତୃପକ୍ଷଙ୍କ ନିକଟରେ ରହୁଛି। ଟିକସ ଫାଙ୍କୁଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ପୁରସ୍କାର ବ୍ୟବସ୍ଥା ରହିଛି।
ପ୍ରଶ୍ନ- ଜଣେ ସାଧାରଣ ଟିକସଦାତା ଜିଏସ୍‌ଟି ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଟିକସଦାତା ନିଜେ ଟିକସ ଦେବା ପାଇଁ ବିଭାଗ ପକ୍ଷରୁ କି ବ୍ୟବସ୍ଥା କରାଯାଇଛି।
ଉତ୍ତର- ଜିଏସ୍‌ଟି ଆସିବା ପରେ ଟିକସ ଦେବା ସରଳ ହୋଇଛି। ଅନ୍‌ଲାଇନ ଜରିଆରେ ଘରେ ବସି ଟିକସ ଦେଇ ହେବ। ଏଥିପାଇଁ ଯୁବଗୋଷ୍ଠୀଙ୍କୁ ତାଲିମ ମଧ୍ୟ ଦିଆଯାଉଛି। ସବୁ ଟିକସ ପାଇଁ ଗୋଟିଏ ରିର୍ଟନ ଫାଇଲ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?