Posted inଜାତୀୟ

ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ପ୍ରବୃତ୍ତି ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ଦର୍ଶାଉଛି…

ନୂଆଦିଲ୍ଲୀ, ୨୧।୬ : ସମାଜ ତଥା ନୀତିର ଜଟିଳ ସମସ୍ୟାର ସମାଧାନ ପାଇଁ କୋର୍ଟ ଏକ ଶେଷ ସମାଧାନର ପଥ ହୋଇପାରିବ ନାହିଁ ବୋଲି ଦର୍ଶାଇ ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଡି.ଓ୍ବାଇ.ଚନ୍ଦ୍ରଚୂଡ଼ କହିଛନ୍ତି ଯେ ଏକ ଗଣତାନ୍ତ୍ରିକ ସମାଜ ନିଶ୍ଚିତ ଭାବରେ ଜନସାଧାରଣଙ୍କ ବିଚାରବିମର୍ଶ, ଆଲୋଚନା ଏବଂ ନାଗରିକ ପ୍ରତିନିଧିଙ୍କ ସହ ଜଡିତ ହେବା ଆବଶ୍ୟକ।

ସାମାଜିକ ସମସ୍ୟାର ସମାଧାନ ପାଇଁ ପ୍ରତିରକ୍ଷାର ପ୍ରଥମ ପଦକ୍ଷେପ ଭାବରେ ଅଦାଲତର ବ୍ୟବହାର ହେଉଛି ବକ୍ତବ୍ୟ ଏବଂ ସହମତି ଭିତ୍ତିରେ ବଢୁଥିବା ଶକ୍ତିର ପ୍ରତିଫଳନ। ବର୍ଣ୍ଣଭେଦ, ଜାତିଭେଦ ଏବଂ ଭେଦଭାବକୁ ଆମର ସମସ୍ତ ସାମାଜିକ ସମସ୍ୟରୁ ବାହାର କରି କୋର୍ଟରେ ହାଜର ହେବାକୁ ପଡ଼ିବ ବୋଲି ଜଷ୍ଟିସ ଚନ୍ଦ୍ରଚୂଡ କହିଛନ୍ତି। ଦେଶରେ ବୃଦ୍ଧି ପାଉଥିବା ମକଦ୍ଦମା ଧାରା ରାଜନୈତିକ କ୍ଷେତ୍ରରେ ସହନଶୀଳତାର ଅଭାବକୁ ସୂଚାଉଛି। ଏହା ଏକ ବିପଦଶଙ୍କୂଳ ପଥରେ ପରିଣତ ହୋଇଛି। ଯେଉଁଠାରେ ଅଧିକାର ହାସଲ ପାଇଁ କୋର୍ଟ ଏକମାତ୍ର ଅଙ୍ଗ ଭାବରେ ପରିଗଣିତ ହେଉଛି।

ଲଣ୍ଡନର କିିଙ୍ଗସ୍‌ କଲେଜରେ “ମାନବିକ ଅଧିକାରର ସୁରକ୍ଷା ତଥା ନାଗରିକ ସ୍ବାଧୀନତା ରକ୍ଷା କରିବା କ୍ଷେତ୍ରରେ ସୁପ୍ରିମକୋର୍ଟର ଭୂମିକା” ପ୍ରସଙ୍ଗରେ ଜଷ୍ଟିସ ଚନ୍ଦ୍ରଚୂଡ ଏହି ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ ମୌଳିକ ଅଧିକାରର ସୁରକ୍ଷା କରିବା ଅପରିହାର୍ଯ୍ୟ ବୋଲି ସେ କହିଛନ୍ତି। ନାଗରିକଙ୍କ ଅଧିକାର ନେଇ ସେ ଚେତାବନୀ ଦେଇଛନ୍ତି ଯେ ଏଥିରେ ନିର୍ବାଚିତ ପ୍ରତିନିଧୀଙ୍କ ସମ୍ପୃକ୍ତି ଦ୍ୱାରା ଗଣତାନ୍ତ୍ରିକ ସମାଜ ପାଇଁ ଆବଶ୍ୟକ ନ୍ୟାୟିକ ପଦକ୍ଷେପ ଗ୍ରହଣ କରାଯାଇ ପାରି ନ ଥାଏ। ଏକ୍ଷେତ୍ରରେ ସୁଧାର ପାଇଁ ଲଗାତାର କାର୍ଯ୍ୟ ଜାରି ରଖିବା ଜରୁରୀ ବୋଲି ସେ ଗୁରୁତ୍ୱାରୋପ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ଚାଲିଛି ପତିଆରା ଲଢେଇ: ନିଗମ ପାଇଁ ଚତୁର ଗୋଟିଚାଳନା

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ଓଡ଼ିଶାରେ ଭାଜପା ଶାସନକୁ ଆସିବାର ୨ ବର୍ଷ ପୂର୍ତ୍ତି ଉତ୍ସବ ନିକଟରେ ପାଳନ ହୋଇସାରିଛି। ରାଜ୍ୟର ଅନେକ ଜିଲାରେ ଏବେ ମଧ୍ୟ ସରକାରୀ ସ୍ତରରେ…

କାଲି ଥିଲେ ଶକ୍ତିଶାଳୀ, ଏବେ ମାଛି ଉଡାଉଛନ୍ତି ଏସବୁ ଆଇପିଏସ୍‌ ଅଫିସର

ଭୁବନେଶ୍ୱର,୧।୭(ସୁନିତ୍‌ ମିଶ୍ର): ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ଅଫିସର ଡି.ଏସ୍‌. କୁଟ୍ଟେ, ୧୯୯୮ ବ୍ୟାଚ୍‌ ଆଇପିଏସ୍‌ ରବି କାନ୍ତ, ୨୦୦୪ ବ୍ୟାଚ୍‌ ଆଇପିଏସ୍‌ ଆଶିଷ ସିଂ ଏବଂ ୨୦୧୦…

୧ ଜୁଲାଇରୁ ବଦଳିଗଲା ଏହି ୧୦ଟି ବଡ଼ ନିୟମ! ଆଇଟିଆର୍‌, କ୍ରେଡିଟ୍ କାର୍ଡଠାରୁ ଆରମ୍ଭ କରି ପିଏଫ୍‌ ଉଠାଣ ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧।୭: ଜୁଲାଇ ଆରମ୍ଭ ହୋଇଯାଇଛି। ଆଇଟିଆର୍ (ITR) ଦାଖଲ ସମୟସୀମାଠାରୁ ଆରମ୍ଭ କରି ୟୁପିଆଇ (UPI) ଭିତ୍ତିକ ପିଏଫ୍ (PF) ଟଙ୍କା ଉଠାଣ ଏବଂ କ୍ରେଡିଟ୍ କାର୍ଡର…

ଦେଶରେ ୫ଟଙ୍କା ଶସ୍ତା ହେଲା ପେଟ୍ରୋଲ, ଜାଣନ୍ତୁ କେଉଁ କମ୍ପାନୀ କଲା ଘୋଷଣା

ନୂଆଦିଲ୍ଲୀ,୧।୭: ଦେଶର କୋଟି କୋଟି ଜନତାଙ୍କ ପାଇଁ ଏକ ବଡ଼ ଖୁସି ଖବର। ଦୀର୍ଘ ଦୁଇ ବର୍ଷ ପରେ ପ୍ରଥମ ଥର ପାଇଁ ଦେଶରେ ଇନ୍ଧନ ମୂଲ୍ୟରେ…

୨୨ ବର୍ଷ ଧରି ବସବାସ ପରେ ବି ମିଳିଲାନି ମୌଳିକ ପରିଚୟ: ଉଚ୍ଛେଦ ଭୟରେ କୁର୍ଲୁପଡ଼ା କଲେକ୍ଟରପଡ଼ାର ୩୨ ପରିବାର

କେସିଙ୍ଗା, ୧।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ କୁର୍ଲୁପଡ଼ା ଗ୍ରାମର କଲେକ୍ଟରପଡ଼ାରେ ବସବାସ କରୁଥିବା ପ୍ରାୟ ୩୨ଟି ଗରିବ ପରିବାର ଗତ ୨୨ ବର୍ଷ…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର: ୬ରୁ ୧୯ ଜୁଲାଇ ପର୍ଯ୍ୟନ୍ତ ସବୁ ସ୍କୁଲ ବନ୍ଦ, ଜାଣନ୍ତୁ କେବେ ଖୋଲିବ…

ନୂଆଦିଲ୍ଲୀ,୧।୭: କଶ୍ମୀର ଉପତ୍ୟକାରେ ବଢୁଥିବା ଗରମ ଓ ଗୁଳୁଗୁଳି ମଧ୍ୟରେ ସ୍କୁଲ ପିଲାମାନଙ୍କ ପାଇଁ ଏକ ବଡ଼ ଏବଂ ଆଶ୍ୱସ୍ତିକର ଖବର ଆସିଛି। ଜମ୍ମୁ-କଶ୍ମୀର ସରକାର କଶ୍ମୀର…

୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଲେ ଡାକ୍ତର: ରୋଗୀ ସେବା ପ୍ରଭାବିତ

ଦାରିଙ୍ଗବାଡି,୧।୭(ଅରୁଣ ସାହୁ): ରାଜ୍ୟବ୍ୟାପୀ ଓଡିଶା ମେଡିକାଲ ସର୍ଭିସେସ ଆସୋସିଏସନ(ଓଏମଏସଏ) ପକ୍ଷରୁ ୧୦ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡି ଗୋଷ୍ଠୀ…

ଯୁବତୀଙ୍କୁ କାର୍‌ରେ ଅପହରଣ କରି ନେଇଥିଲେ ମନୋଜ: ୨୪ ଘଣ୍ଟାରେ ମିଳିଲା…

ପାରଳାଖେମୁଣ୍ଡି,୧।୭(ଗିରିଧାରୀ ପରିଛା): ପାରଳାଖେମୁଣ୍ଡି ପୋଲିସ ଜଣେ ଯୁବତୀଙ୍କ ଅପହରଣ ମାମଲାରେ ତ୍ୱରିତ ପଦକ୍ଷେପ ନେଇ ମାତ୍ର ୨୪ ଘଣ୍ଟା ମଧ୍ୟରେ ଅପହୃତାଙ୍କୁ ସୁରକ୍ଷିତ ଉଦ୍ଧାର କରିବା ସହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri