ବାର୍ଦ୍ଧକ୍ୟରେ ବଢୁଛି ବ୍ୟଥା

ଢେଙ୍କାନାଳ ଅଫିସ, ୨୨।୮: ବରିଷ୍ଠ ନାଗରିକଙ୍କୁ ସମ୍ମାନ ଜଣାଇବା, ସେମାନଙ୍କୁ ଅଧିକାର ପ୍ରଦାନ କରିବା ଏବଂ ଅନ୍ୟମାନଙ୍କୁ ଏ ଦିଗରେ ସଚେତନ କରାଇବା ଉଦ୍ଦେଶ୍ୟରେ ରବିବାର ବିଶ୍ୱବ୍ୟାପୀ ପାଳିତ ହୋଇଛି ବରିଷ୍ଠ ନାଗରିକ ଦିବସ। ସେମାନଙ୍କ ଉଦ୍ଦେଶ୍ୟରେ ଆୟୋଜିତ ହୋଇଛି ସଭାସମିତି ଏବଂ ସଚେତନତା କାର୍ଯ୍ୟକ୍ରମ। ‘ବୟସ୍କଙ୍କ ସୁରକ୍ଷା, ଆମର ଦାୟିତ୍ୱ’ ବୋଲି ଭାଷଣବାଜି ମଧ୍ୟ କରାଯାଇଛି। ହେଲେ ଥାନା ହେଉ କି ଡାକ୍ତରଖାନା, ଘର ହେଉ କି ଦପ୍ତର ସବୁଠି ସେମାନେ ଏବେ ବି ଅବହେଳିତ। ପ୍ରଶାସନର ନୀରବତା ଆଗରେ ବୟୋଜ୍ୟେଷ୍ଠଙ୍କ ଦାବି ନିଷ୍ପ୍ରଭ ହୋଇପଡୁଥିବାବେଳେ ଏହାକୁ ନେଇ ସେମାନଙ୍କ ମଧ୍ୟରେ ପୁଞ୍ଜୀଭୂତ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି।
ଦୁଇବର୍ଷ ତଳେ ଢେଙ୍କାନାଳ ଜିଲା ପ୍ରଶାସନ, ପୋଲିସ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ଉଭୟ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳର ବରିଷ୍ଠ ନାଗରିକଙ୍କୁ ପରିଚୟପତ୍ର ପ୍ରଦାନ କରାଯିବ ବୋଲି କୁହାଯାଇଥିଲା। ଏହି ପରିଚୟପତ୍ର ଦେଖାଇଲେ ବିଭିନ୍ନ କାର୍ଯ୍ୟରେ ଅଗ୍ରାଧିକାର ଦିଆଯିବ ଏବଂ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଏଥିସହ ଥାନାରେ ଉପଯୁକ୍ତ ସମ୍ମାନ ପ୍ରଦାନ ଏବଂ ନିୟମିତ ବ୍ୟବଧାନରେ ସ୍ବାସ୍ଥ୍ୟ ଶିବିର କରାଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ନିଷ୍ପତ୍ତି ନିଆଯାଇଥିଲା। କେବଳ ଏତିକି ନୁହେଁ, ଅବସର ସମୟରେ ମନୋରଞ୍ଜନ ପାଇଁ ବିଭିନ୍ନ ସ୍ଥାନରେ ପାର୍କ, ବୟସ୍କଙ୍କ ପାଇଁ ସ୍ବତନ୍ତ୍ର ଚଲାପଥ ନିର୍ମାଣ କରାଯିବ ବୋଲି ଯୋଜନା ରହିଥିଲା। ହେଲେ ଏସବୁ ଆଜି ବି ସ୍ବପ୍ନ ପାଲଟିଛି। ସିନିୟର ସିଟିଜେନ୍‌ଙ୍କ ପାଇଁ ରେଳଯାତ୍ରା ସମୟରେ ଦିଆଯାଇଥିବା ରିହାତି ମଧ୍ୟ ବନ୍ଦ କରିଦିଆଯାଇଥିବା କେତେଜଣ ଅଭିଯୋଗ କରିଛନ୍ତି। ଭତ୍ତା ଯୋଜନାରୁ କୌଣସି ବୟସ୍କ ଯେପରି ବାଦ୍‌ ନ ପଡ଼ନ୍ତି, ତାହାକୁ ଗୁରୁତ୍ୱ ଦେବାକୁ ଜିଲାପାଳ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଉଥିବାବେଳେ ଏହାକୁ କେହି ଗୁରୁତ୍ୱ ଦେଉନାହାନ୍ତି। ଏବେ ବି ବାର୍ଦ୍ଧକ୍ୟ ଭତ୍ତା ପାଇଁ ଦୁର୍ଗମ ଗ୍ରାମାଞ୍ଚଳରୁ ଜିଲା କାର୍ଯ୍ୟାଳୟକୁ ବୃଦ୍ଧାବୃଦ୍ଧ ଧାଇଁ ଆସିବା, ସେମାନଙ୍କ ଅସହାୟତାକୁ ସ୍ପଷ୍ଟ କରିଛି।
ବିପିଏଲ୍‌ ତାଲିକାଭୁକ୍ତ ବୟସ୍କ ବ୍ୟକ୍ତିଙ୍କୁ କେନ୍ଦ୍ର ସରକାରଙ୍କ ଇନ୍ଦିରା ଗାନ୍ଧୀ ଜାତୀୟ ବାର୍ଦ୍ଧକ୍ୟ ଭତ୍ତା ଏବଂ ରାଜ୍ୟ ସରକାରଙ୍କ ପକ୍ଷରୁ ମଧୁବାବୁ ପେନ୍‌ସନ ଯୋଜନାରେ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯାଉଛି। ଢେଙ୍କାନାଳ ଜିଲାରେ ୬୦ ବର୍ଷରୁ ଊର୍ଦ୍ଧ୍ୱ ୯୧,୦୭୧ଜଣ ୫୦୦ ଟଙ୍କା ଏବଂ ୮୦ରୁ ଊର୍ଦ୍ଧ୍ୱ ୭,୯୪୭ଜଣ ୭୦୦ଟଙ୍କା ଲେଖାଏ ଭତ୍ତା ପାଉଛନ୍ତି। ତେବେ ଏବେ ବି ଅନେକେ ଯୋଗ୍ୟତା ଥାଇ ସୁଦ୍ଧା ଏଥିରୁ ବଞ୍ଚତ୍ତ ହୋଇ ରହିଥିବା ଅଭିଯୋଗ ହେଉଛି। ସେହିପରି କାମାକ୍ଷାନଗର ଉପଖଣ୍ଡରେ ବରିଷ୍ଠ ନାଗରିକ ଏବଂ ଦିବ୍ୟାଙ୍ଗଙ୍କ ପାଇଁ ଏକ ସ୍ବତନ୍ତ୍ର କ୍ୟାମ୍ପସ୍‌ କରିବା ଲାଗି ୧୦ ଏକର ଜାଗା ଚିହ୍ନଟ ହୋଇଛି। ତେବେ ଅନୁଦାନ ପ୍ରଦାନ କରାଯାଉ ନ ଥିବାରୁ ଏହି ପ୍ରତୀକ୍ଷିତ ପ୍ରକଳ୍ପ ଆଗକୁ ବଢ଼ିପାରୁନାହିଁ।
ଏ ସଂକ୍ରାନ୍ତରେ ଜିଲା ସାମାଜିକ ସୁରକ୍ଷା ଅଧିକାରୀ ଶୁଭେନ୍ଦୁ ଖୁଣ୍ଟିଆ କୁହନ୍ତି, ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ କେତେ ଜଣଙ୍କୁ ପୋଲିସ ପ୍ରଶାସନ ପକ୍ଷରୁ ପରିଚୟ ପତ୍ର ପ୍ରଦାନ କରାଯାଇଛି। ପରିବାରରୁ ଅଲଗା ହୋଇଥିବା ବୃଦ୍ଧାବୃଦ୍ଧଙ୍କ ଥଇଥାନ ପାଇଁ ଜରାଶ୍ରମ ବ୍ୟବସ୍ଥା କରାଯାଇଛି। ସେମାନଙ୍କ ଭରଣ ପୋଷଣ ଆଇନ-୨୦୦୭ ଅନୁଯାୟୀ ଉପଜିଲାପାଳଙ୍କ ଅଧ୍ୟକ୍ଷତାରେ ଏକ ଟ୍ରିବ୍ୟୁନାଲ ରହିଛି। କୋଭିଡ୍‌ ଯୋଗୁ ସ୍ବାସ୍ଥ୍ୟ ପରୀକ୍ଷା କାର୍ଯ୍ୟକ୍ରମ ବନ୍ଦ ରହିଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ: ୧ ହଜାର କି.ଗ୍ରା. ପର୍ଯ୍ୟନ୍ତ ବହନ କରିବ ଯୁଦ୍ଧାସ୍ତ୍ର

ବାଲେଶ୍ୱର,୭ା୧୨(ମାନସ ବିଶ୍ୱାଳ): ଭଦ୍ରକ ଜିଲା ଧାମରାସ୍ଥିତ ଏପିଜେ ଅବଦୁଲ କଲାମ ଦ୍ୱୀପରୁ ଗୁରୁବାର ସ୍ବଳ୍ପ ଦୂରଗାମୀ ବାଲିଷ୍ଟିକ କ୍ଷେପଣାସ୍ତ୍ର ‘ଅଗ୍ନି-୧’ର ପ୍ରଶିକ୍ଷଣ ଉତ୍‌କ୍ଷେପଣ ସଫଳ ହୋଇଛି।...

ବାତ୍ୟା ମିଗ୍‌ଜୋମ୍‌ ପ୍ରଭାବ: ପାହାଡ଼ରୁ ଧସିଲା ମାଟି ଅତଡ଼ା

କୋରାପୁଟ/ନାରାୟଣପାଟଣା,୭।୧୨(ଅମିତାଭ ବେହେରା/ରାଜକିଶୋର ଜେନା): ବାତ୍ୟା ମିଗ୍‌ଜୋମ୍‌ର ଭୟ ଟଳି ଯାଇଥିବା ବେଳେ ଦେଇଯାଇଛି ଦୁଃଖ l ଏହାର ପ୍ରଭାବରେ କୋରାପୁଟ ଜିଲାରେ ୨ ଦିନ ହେଲା...

ସରକାରୀ ଜାଗା ପ୍ରଦାନ ପାଇଁ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ସ୍ମାରକପତ୍ର

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଓଡ଼ିଶା ଡ୍ରାଇଭର ମହାସଂଘ କବିସୂର୍ଯ୍ୟନଗର ଶାଖାର ନିଜସ୍ବ କାର୍ଯ୍ୟାଳୟ ପାଇଁ ସରକାରୀ ଜାଗା ପ୍ରଦାନ ନିମନ୍ତେ ଗଞ୍ଜାମ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର...

ଖେଳ ଦେଖି ଘରକୁ ଫେରୁଥିଲେ ସେନା କର୍ମଚାରୀ, ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଜୀବନ

ଛତ୍ରପୁର,୭ା୧୨(ଦିଲ୍ଲୀପ ସାମଲ): ଖେଳ ଦେଖି ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତଙ୍କ ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ଜୀବନ ହାରିଛନ୍ତି ଜଣେ ଭାରତୀୟ ସେନା କର୍ମଚାରୀ ।...

ରାଜ୍ୟର ବିଭିନ୍ନ ସ୍ଥାନରେ ଆୟକରଚଢ଼ାଉ: ମିଳିଲା ନଗଦ ୫୦ କୋଟି ଟଙ୍କା

ବୌଦ୍ଧ/ଭୁବନେଶ୍ୱର(ଅଜିତ କୁମାର ବାରିକ/ସତ୍ୟଜିତ୍‌ ରାଉତ), ୭।୧୨ଓଡ଼ିଶାରେ ସାଧାରଣ ନିର୍ବାଚନ ପୂର୍ବରୁ ଆକ୍ସ ମୋଡରେ ଆୟକର ବିଭାଗ। ରାଜ୍ୟର ବିଭିନ୍ନ ସ୍ଥାନରେ ଛାପା ମାରିଛି ଆୟକର ବିଭାଗ।...

ଅମଳ ବେଳେ ଭିଜିଲା ଧାନ ଫସଲ

ଲାଠୋର/ଖପ୍ରାଖୋଲ, ୭ା୧୨(ଭୁବନେଶ୍ୱର ବାରିକ/ଅଭୟ ତ୍ରିପାଠୀ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଞ୍ଚଳରେ ମଙ୍ଗଳବାର ରାତିରୁ ଲଗାଣ ବର୍ଷା ଚାଷୀଙ୍କ ଚିନ୍ତା ବଢାଇ ଦେଇଛି। କ୍ଷେତରେ ଅମଳ...

ଫସଲ ଉଜାଡ଼ିଦେଲା ଅଦିନିଆ ବର୍ଷା: ବ୍ୟାପକ ଧାନ, କପା ଫସଲ ନଷ୍ଟ

ରାୟଗଡ଼ା,୭।୧୨(ଆଶିଷ ରଞ୍ଜନ ପଣ୍ଡା): ମିଗ୍‌ଜୋମ୍‌ ପ୍ରଭାବରେ ରାୟଗଡ଼ା ଜିଲାର ପ୍ରତ୍ୟେକ ଅଞ୍ଚଳରେ ବୁଧବାର ଦିନସାରା ବର୍ଷା ଲାଗି ରହିଛି । ମଙ୍ଗଳବାର ସକାଳୁ ପାଗ କୋହଲା...

ପୁନରୁଦ୍ଧାର ଅପେକ୍ଷାରେ ଗୌରଚରଣଙ୍କ ସ୍ମୃତିପୀଠ

ବେଗୁନିଆ,୭।୧୨(ହର ପ୍ରସନ୍ନ ପଣ୍ଡା)କବି ଦ୍ୱିଜ ଗୌରଚରଣ ଅଧିକାରୀ ଜନସାଧାରଣଙ୍କ ମାନସ ପଟରେ ଉଭେଇ ଯିବାକୁ ବସିଛନ୍ତି। ଏପରିକି ତାଙ୍କର ସ୍ମୃତି ପୀଠ ମଧ୍ୟ ମାଟିରେ ଲୀନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri