ପଟ୍ଟାମୁଣ୍ଡାଇ ସହରରେ ଗୋଷ୍ଠୀ ସଂଘର୍ଷ: ୧୪୪ ଧାରା ଜାରି

ପଟ୍ଟାମୁଣ୍ଡାଇ,୨୦।୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳର ୧୧ ନଂ. ୱାର୍ଡରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଯୋଗୁ ସହରରେ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଛି। ଯାହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶନିବାର ୧୪୪ ଧାରା ଜାରି କରାଯାଇଛି।
ପ୍ରକାଶ ଯେ, ପଟ୍ଟାମୁଣ୍ଡାଇ ପୌରାଞ୍ଚଳ୧୧ନଂ. ଓ୍ବାର୍ଡରେ ଥିବା ଊର୍ଦ୍ଧୁ ସ୍କୁଲର ପାଚେରି ନିର୍ମାଣକୁ କେନ୍ଦ୍ରକରି ଦଳିତ ଓ ସଂଖ୍ୟାଲଘୁଙ୍କ ମଧ୍ୟରେ ଗତ ତିନିଦିନ ହେଲା ଗଣ୍ଡଗୋଳ ଲାଗିରହିଥିଲା। ଶୁକ୍ରବାର ସନ୍ଧ୍ୟାରେ କେତେକ ଗୋଟିଏ ଗୋଷ୍ଠୀର କେତେକ ଯୁବକ ଅନ୍ୟ ଗୋଷ୍ଠୀର ଯୁବକଙ୍କୁ ଆକ୍ରମଣ କରିବା ସହିତ ଟେକାମାଡ କରିଥିଲେ। ଟେକା ମାଡରେ ପୁରୁଷୋତ୍ତମ ମଳିକଙ୍କ ସ୍ତ୍ରୀ ମଞ୍ଜୁଲତା ଗର୍ଭବତୀ ଥିବାବେଳେ ତାଙ୍କ ପେଟରେ ଇଟାବାଜି ଗୁରୁତର ଆହତ ହୋଇଛନ୍ତି। ସେହିପରି କରୁଣାକର ମଳିକଙ୍କ ପୁଅ ଆଶିଷ ଶୁକ୍ରବାର ଉକ୍ତ ରାସ୍ତାଦେଇ କାର ନେଉଥିବା ବେଳେ ତାଙ୍କୁ ଅନ୍ୟ ଗୋଷ୍ଠୀର କିଛି ଯୁବକ ଆକ୍ରମଣ କରିଥିଲେ। ମାଧବ ମଳିକଙ୍କ ପୁଅ ବଳରାମ ଶୁକ୍ରବାର ପଟ୍ଟାମୁଣ୍ଡାଇ ଥାନାରେ ଏତଲା ଦେବାକୁ ଯାଇଥିବା ବେଳେ ପୋଲିସ ତାଙ୍କୁ ଗାଳିଗୁଲଜ କରି ଅଟକ ରଖିଥିଲା। ବସ୍ତିର ଅନ୍ୟ ୧୫-୨୦ ଯୁବକ ଦଳିତମାନଙ୍କ ଉପରେ ଆକ୍ରମଣ ଘଟଣାକୁ ନେଇ ଶନିବାର ସକାଳେ ଥାନା ଘେରାଉ କରିବା ସହିତ ପଟ୍ଟାମୁଣ୍ଡାଇ କେନାଲ ପୋଲ ଛକ ଡାକ ବଙ୍ଗଳା ଛକରେ ଟାୟାର ଜାଳି,ବାଉଁଶ ବାନ୍ଧି ରାସ୍ତାରୋକୋ କରିଛନ୍ତି। ପଟ୍ଟାମୁଣ୍ଡାଇ ବଜାରରେ ଉତ୍ତେଜନା ମୂଳକ ପରିସ୍ଥିତି ଲାଗି ରହିଥିବାରୁ ପ୍ରଶାସନ ପକ୍ଷରୁ ଦୃଷ୍ଟି ରଖାଯାଇଛି । କେନ୍ଦ୍ରାପଡା ଏସ୍‌ପି ମଧ୍ୟାହ୍ନରେ ପଟ୍ଟାମୁଣ୍ଡାଇରେ ପହଞ୍ଚି ଘଟଣାର ଅନୁଧ୍ୟାନ କରି ଧାରଣାରତ ଦଳିତମାନଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ୫୦ରୁ ଊର୍ଦ୍ଧ ମୁସଲମାନ ବସ୍ତିର ଯୁବକମାନେ ଏସ୍‌ପି ଓ ପୋଲିସ ଅଧିକାରୀଙ୍କ ସମ୍ମୁଖରେ ଆକ୍ରମଣ କରିବାକୁ ଉଦ୍ୟମ କାରିଥିଲେ। ଫଳରେ ପରିସ୍ଥିତି ସାମ୍ପ୍ରଦାୟିକ ଦଙ୍ଗାର ରୂପ ନେଇଥିବା ବେଳେ ପୋଲିସ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଦୋକାନ ବଜାର ବନ୍ଦ ଥିବାବେଳେ ଧାରଣା କାରିମାନେ ବସିରହିଛନ୍ତି। ପୋଲିସ ଉଭୟ ଗୋଷ୍ଠୀ ପକ୍ଷରୁ ପୃଥକ ଭାବେ ଦୁଇଟି ମାମଲା ରୁଜୁକରି ତଦନ୍ତ ଚଳାଇଛି। ତେବେ ପଟ୍ଟାମୁଣ୍ଡାଇ ବଜାରରେ ଉତ୍ତେଜନା ମୂଳକ ପରିସ୍ଥିତି ଲାଗି ରହିଛି। ବିଭିନ୍ନ ସ୍ଥାନରେ ଅଧିକ ପୋଲିସ ଫୋର୍ସ ମୁତୟନ କରାଯାଇଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଉଛୁଳୁଛି ସମୁଦ୍ର, ପୃଥିବୀ ଆଡକୁ ମାଡି ଆସୁଛି ବଡ଼ ‘ବିପର୍ଯ୍ୟୟ’? ବର୍ଷା-ବନ୍ୟା ଦେଉଛି ବିପଦର ବଡ଼ ସଙ୍କେତ

ନୂଆଦିଲ୍ଲୀ,୨୫।୮: ବିଶ୍ୱ ପାଣିପାଗ ଧାରାରେ ଦ୍ରୁତ ପରିବର୍ତ୍ତନ ହେଉଛି। କିଛି ଅଞ୍ଚଳ ପ୍ରବଳ ଗରମ ଅନୁଭବ କରୁଥିବା ବେଳେ, ଅନ୍ୟ ଅଞ୍ଚଳରେ ଅଳ୍ପ ସମୟ ମଧ୍ୟରେ ଏତେ…

୫୦ କିଲୋ ପିଆଜ କିଣିଲେ ଉଠାଇନେବ ପୋଲିସ! ଜାଣନ୍ତୁ ନିୟମ

ନୂଆଦିଲ୍ଲୀ,୨୫।୮: ସାରା ଦେଶରେ ପିଆଜ ଦରରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ମାତ୍ର ଗୋଟିଏ ସପ୍ତାହ ମଧ୍ୟରେ ପିଆଜ ଦର ପ୍ରାୟ ୧୭ ପ୍ରତିଶତ ବଢ଼ିଛି। ଅନେକ…

ବିଧିର ବିଚିତ୍ର ବିଧାନ: ରାତିରେ ଶୋଇଥିଲେ ଅଜା- ନାତି ସକାଳକୁ ଦେଖିଲାବେଳକୁ ….

ବଣାଇଁ, ୨୫।୮ (ପ୍ରଦୀପ ତ୍ରିପାଠୀ): ସୁନ୍ଦରଗଡ଼ ଜିଲା ଟିକାୟତପାଲୀ ଥାନା ଅନ୍ତର୍ଗତ ତିଲେଇମାଳ ଗ୍ରାମରେ ବିଷାକ୍ତ ସାପ କାମୁଡ଼ାରେ ଅଜା ଓ ନାତିଙ୍କ ମୃତ୍ୟୁ ଘଟିଛି। ଏହି…

ଅବସର ନେବେ ଗଡ଼କରୀ! ଦେଲେ ଏମିତି ବୟାନହେଲାଣି ରାଜନୈତିକ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ନାଗପୁର ଜିଲାର କାଟୋଲ ଅଞ୍ଚଳର ପାରାଡସିଙ୍ଗାରେ ଆୟୋଜିତ ଏକଲବ୍ୟ ଏକଲ ବିଦ୍ୟାଳୟର ଶିକ୍ଷକ ଏବଂ ପର୍ଯ୍ୟବେକ୍ଷକଙ୍କ ପାଇଁ ଏକ ତାଲିମ ଅଧିବେଶନରେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ…

ଗୁଣିଆଙ୍କ ଔଷଧ ଖାଇ ଚାଲିଗଲା ନିଃସନ୍ତାନ ଦମ୍ପତିଙ୍କ ଜୀବନ

ଫୁଲବାଣୀ,୨୫।୮: କନ୍ଧମାଳ ଜିଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଗୁଣିଆଙ୍କ ନିକଟରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।…

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର: ଛାତ୍ରୀଛାତ୍ରଙ୍କ ମଧ୍ୟରେ ବୃଦ୍ଧି ପାଉଛି ଆଗ୍ରହ

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ଏନସିସି ଆର୍ମି ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ…

ବ୍ୟବସାୟୀଙ୍କ ଘରୁ ଚୋରି ଘଟଣାରେ ୬ ଗିରଫ: ସୁନା-ରୁପା ଜବତ

କେସିଙ୍ଗା,୨୫।୮(ତୁମେଶ୍ୱର ସାହୁ) : କେସିଙ୍ଗା ସହର ୱାର୍ଡ ନଂ-୩ର ବ୍ୟବସାୟୀ ପୁନମ ଜୈନଙ୍କ ଘରୁ ଗତ ଜୁଲାଇ ୨୧ ତାରିଖରେ ତାଲା ଭାଙ୍ଗି ସୁନା, ରୁପା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri