ଚାଷ ଜମିକୁ ଭୂତଳ ଜଳଯୋଗାଣ

ଖଇରା, ୩ା୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଓ ଔପଦା ବ୍ଲକର ଭୂତଳ ପାଇପ ମାଧ୍ୟମରେ ଚାଷଜମିକୁ ଜଳସେଚନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆନନ୍ଦପୁର ବ୍ୟାରେଜର ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା ମୁଖ୍ୟକେନାଲ ସଂଲଗ୍ନ ୨୨ ପଞ୍ଚାୟତର ୧୩୨ଗୋଟି ଗ୍ରାମ ଏଥିରେ ଉପକୃତ ହେବା ନେଇ ଡିଭିଜନର ଯନ୍ତ୍ରୀମାନେ ପ୍ରକାଶ କରିଛନ୍ତି । ମୋଟ ୯ହଜାର ୮୦୩ ହେକ୍ଟର ଚାଷଜମିକୁ ପାଣି ମାଡିବାର ଯୋଜନା ରହିଛି । ୧୮ମାସ ମଧ୍ୟରେ ଶେଷ ହେବାକୁ ଥିବା ଏଭଳି ଯୋଜନାକୁ ନେଇ ଖଇରା ଔପଦାର ଚାଷୀମାନେ ଉତ୍ସାହିତ ହୋଇପଡିଛନ୍ତି। ଏଭଳି ଯୋଜନା ଅନିୟମିତ ପାଣିପାଗ ଯୋଗୁ ବିତସ୍ପୃହ ହୋଇପଡିଥିବା ଚାଷୀମାନଙ୍କ ପାଇଁ ସଞ୍ଜୀବନୀ ଭଳି କାମ କରିବ ବୋଲି ଉଭୟ ବ୍ଲକର ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ୨ ବ୍ଲକର ଚାଷୀମାନେ ଧାନ ଓ ପରିବା ଚାଷ ପାଇଁ ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । କ୍ରମାଗତ କିଛି ବର୍ଷ ଧରି କମ୍‌ ବୃଷ୍ଟିପାତ ଯୋଗୁ ଆଶାନୁରୂପ ଅମଳ ମିଳୁ ନ ଥିଲା। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଚାଷୀମାନେ ବହୁଦିନରୁ ଦାବି କରିଆସୁଥିଲେ। ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉକ୍ତ ଜମିକୁ ଦୁଇ ବ୍ଲକର କ୍ଷତି ସହୁଥିବା ଚାଷୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରଖିଥିଲେ। ଘୋଷଣା ଅନୁଯାୟୀ ଖଇରା ବ୍ଲକର ନୟାଖଣ୍ଡି, ଖଇରା, ଗୋବିନ୍ଦପୁର, ମହତୀପୁର, ସାରଡାଙ୍ଗ, ନନ୍ଦୁର, ପଳସା, ସାରୁଗାଁ, ଡୁଙ୍ଗୁରା, ଶ୍ୟାମସୁନ୍ଦରପୁର, କୁରୁଣ୍ଟା, ଡଗରପଡା, ଅଚ୍ୟୁତପୁର, ଜଳଦା, ଗଗନଧୂଳି, ମାଖନପୁର ଆଦି ପଞ୍ଚାୟତ ଏବଂ ଔପଦା ବ୍ଲକର ଫତେପୁର, ତଳକିଆ, ରାଇରାମଚନ୍ଦ୍ରପୁର, ଗଡସାହି, ବାଉଁଶବଣିଆ ଓ ଅଘିରାପଦା ଆଦି ପଞ୍ଚାୟତ ଉପକୃତ ହେବେ। ୧୪୭ମିଟର ଦୈର୍ଘ୍ୟ ବିଶିଷ୍ଟ ଭୂତଳ ପାଇପ ବିଛା କାର୍ଯ୍ୟ ପାଇଁ ପାଖାପାଖି ୨୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡିଭିଜନ ତରଫରୁ ସୂଚନା ଦିଆଯାଇଛି। ଆମ୍ବହତା କେନାଲର ୧୬.୦୮କି.ମି.ରୁ ୩୦.୫୪୭କି.ମି. ମଧ୍ୟରେ ଥିବା ୧୨ଟି ଡିଷ୍ଟ୍ରିବ୍ୟୁଟର ଏବଂ ମାଇନରରୁ ଏହି ପାଇପ ସଂଯୋଗ କରାଯିବ। ଏଭଳି ଯୋଜନା ନିରୁତ୍ସାହିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଅମଳ ଅଧିକ ହେବ ବୋଲି ଔପଦା ତଳକିଆ ପଞ୍ଚାୟତ ଚାଷୀ ଜଗବନ୍ଧୁ ଗାହାଣ ଓ ଭରତ ଚନ୍ଦ୍ର ପ୍ରଧାନ କହିଛନ୍ତି। ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ବହୁ ଜମି ପଡିଆ ପଡିଥିଲା ା ଏଭଳି ପ୍ରକଳ୍ପ ଘୋଷଣା ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରୁଛି ବୋଲି ମାଖନପୁର ପଞ୍ଚାୟତର ଚାଷୀ ନାରାୟଣ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ମାଟିରେ ଇତିହାସ ରଚିଲା DRDO: LRGRର ସଫଳ ପରୀକ୍ଷଣ, ୬୦ କିମି ଦୂର ଲକ୍ଷ୍ୟକୁ…

ନୂଆଦିଲ୍ଲୀ/ବାଲେଶ୍ୱର, ୮।୭: ଭାରତ ସ୍ୱଦେଶୀ ପ୍ରତିରକ୍ଷା ଜ୍ଞାନକୌଶଳ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ କରିଛି। ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ (DRDO) ବୁଧବାର…

ସିଙ୍ଗଡ଼ା କିଣିବା ପାଇଁ ଟ୍ରେନ୍‌ ଅଟକାଇଲେ ଲୋକୋ ପାଇଲଟ୍‌, ଭାଇରାଲ ହେଉଛି ଭିଡିଓ

ଇନ୍ଦୋର,୮ା୭: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଲୋକୋ ପାଇଲଟ୍‌ ଟ୍ରେନ୍‌ ଅଟକାଇ ରାସ୍ତାପାର୍ଶ୍ୱ ଦୋକାନରୁ ସିଙ୍ଗଡ଼ା କିଣୁଥିବାର ଭିଡିଓ ସୋସିଆଲ…

ଅନ୍ୟମାନଙ୍କ ପାଇଁ ଦୃଷ୍ଟାନ୍ତ: ମାଁ ଶ୍ୟାମାକାଳୀ ମନ୍ଦିରରେ ବିବାହ ବନ୍ଧନରେ ବାନ୍ଧିହେଲେ ୨ ଦିବ୍ୟାଙ୍ଗ ଯୋଡ଼ି

ବରଗଡ଼,୮।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ସହରରେ ଅବସ୍ଥିତ ମାଁ ଶ୍ୟାମାକାଳୀ ମନ୍ଦିର ସର୍ବେଶ୍ୱର କଲ୍ୟାଣ ମଣ୍ଡପରେ ବୁଧବାର ଆଦର୍ଶ ବିବାହ ହୋଇଥିଲା। ପାୱାର ଅଫ୍‌ ଦିବ୍ୟାଙ୍ଗ ଅନୁଷ୍ଠାନ ତତ୍ତ୍ୱାବଧାନରେ…

ସୋସିଆଲ ମିଡିଆରେ ଭାଇରାଲ କରିଦେବି… ଯୁବତୀଙ୍କୁ ବଳାତ୍କାର ଅଭିଯୋଗ, ଜେଲ୍ ଗଲେ ଅଭିଯୁକ୍ତ ରାଜମିସ୍ତ୍ରୀ

ଦିଗପହଣ୍ଡି,୮।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁର ଜଣେ ୨୬ ବର୍ଷୀୟା ଯୁବତୀଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ବୁଧବାର…

ବୋରପଦର ଗ୍ରାମ ପଞ୍ଚାୟତରେ ମନରେଗା ଦୁର୍ନୀତି ଅଭିଯୋଗ, ଜିଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା,୮।୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମନରେଗା ଦୁର୍ନୀତି ନେଇ ବିଭିନ୍ନ ସମୟରେ ଲୋକେ ଅଭିଯୋଗ କରି ଆସୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି…

ଛାତି ପର୍ଯ୍ୟନ୍ତ ପାଣି, ତଥାପି ବନ୍ୟାର ପ୍ରଖର ସ୍ରୋତରେ ନିଜ କାର୍‌କୁ ଛାଡ଼ିଲେନି ମାଲିକ..Viral Video ଦେଖିଲେ…

ଥରେ ଭାବନ୍ତୁ ଆପଣ କାର୍‌ରେ ଥିବେ, ବନ୍ୟାଜଳ ମାଡ଼ି ଆସିବ। କାର୍‌ଟି ବନ୍ୟାଜଳରେ ବୁଡ଼ିଯିବ, ଆପଣ କରିବେ କ’ଣ? କାରକୁ ଛାଡ଼ି ନିଜ ଜୀବନ ବଞ୍ଚାଇବେ ନା…

‘ମୋ ମୁଣ୍ଡ କାଟିଦେଲେ ବି ଭାଜପାକୁ ଯିବିନି…’, ଟିଏମସି କନ୍ଦଳ ଭିତରେ ଗର୍ଜିଲେ ମହୁଆ, କରିଦେଲେ ବଡ଼ ଖୁଲାସା

କୋଲକାତା,୮।୭: ପଶ୍ଚିମବଙ୍ଗରେ ଗତ ୧୫ ବର୍ଷ ଧରି କ୍ଷମତାରେ ଥିବା ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ (TMC) ବର୍ତ୍ତମାନ ଏକ କଷ୍ଟକର ପରିସ୍ଥିତିର ସମ୍ମୁଖୀନ ହେଉଛି।…

ଭାଙ୍ଗିଲା ସବୁ ରେକର୍ଡ; ଗୋଟିଏ ଦିନରେ ୬,୭୦୦ ଟଙ୍କା ଶସ୍ତା ହେଲା ରୁପା, ସୁନା ବି…

ନୂଆଦିଲ୍ଲୀ, ୮।୭: ଯଦି ଆପଣ ସୁନା କିମ୍ବା ରୁପା କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ବଡ଼ ଖବର ଅଛି। ଆନ୍ତର୍ଜାତୀୟ ବଜାରଠାରୁ ଆରମ୍ଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri