ଚାଷ ଜମିକୁ ଭୂତଳ ଜଳଯୋଗାଣ

ଖଇରା, ୩ା୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଖଇରା ଓ ଔପଦା ବ୍ଲକର ଭୂତଳ ପାଇପ ମାଧ୍ୟମରେ ଚାଷଜମିକୁ ଜଳସେଚନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଆନନ୍ଦପୁର ବ୍ୟାରେଜର ସାଳନ୍ଦୀ ବାମପାର୍ଶ୍ୱ ଆମ୍ବହତା ମୁଖ୍ୟକେନାଲ ସଂଲଗ୍ନ ୨୨ ପଞ୍ଚାୟତର ୧୩୨ଗୋଟି ଗ୍ରାମ ଏଥିରେ ଉପକୃତ ହେବା ନେଇ ଡିଭିଜନର ଯନ୍ତ୍ରୀମାନେ ପ୍ରକାଶ କରିଛନ୍ତି । ମୋଟ ୯ହଜାର ୮୦୩ ହେକ୍ଟର ଚାଷଜମିକୁ ପାଣି ମାଡିବାର ଯୋଜନା ରହିଛି । ୧୮ମାସ ମଧ୍ୟରେ ଶେଷ ହେବାକୁ ଥିବା ଏଭଳି ଯୋଜନାକୁ ନେଇ ଖଇରା ଔପଦାର ଚାଷୀମାନେ ଉତ୍ସାହିତ ହୋଇପଡିଛନ୍ତି। ଏଭଳି ଯୋଜନା ଅନିୟମିତ ପାଣିପାଗ ଯୋଗୁ ବିତସ୍ପୃହ ହୋଇପଡିଥିବା ଚାଷୀମାନଙ୍କ ପାଇଁ ସଞ୍ଜୀବନୀ ଭଳି କାମ କରିବ ବୋଲି ଉଭୟ ବ୍ଲକର ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ୨ ବ୍ଲକର ଚାଷୀମାନେ ଧାନ ଓ ପରିବା ଚାଷ ପାଇଁ ପ୍ରାୟତଃ ବର୍ଷାଜଳ ଉପରେ ନିର୍ଭର କରିଥାନ୍ତି । କ୍ରମାଗତ କିଛି ବର୍ଷ ଧରି କମ୍‌ ବୃଷ୍ଟିପାତ ଯୋଗୁ ଆଶାନୁରୂପ ଅମଳ ମିଳୁ ନ ଥିଲା। ଏଥିପାଇଁ ବିକଳ୍ପ ବ୍ୟବସ୍ଥା କରିବାକୁ ଚାଷୀମାନେ ବହୁଦିନରୁ ଦାବି କରିଆସୁଥିଲେ। ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉକ୍ତ ଜମିକୁ ଦୁଇ ବ୍ଲକର କ୍ଷତି ସହୁଥିବା ଚାଷୀମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ଉଦ୍ୟମ ଜାରି ରଖିଥିଲେ। ଘୋଷଣା ଅନୁଯାୟୀ ଖଇରା ବ୍ଲକର ନୟାଖଣ୍ଡି, ଖଇରା, ଗୋବିନ୍ଦପୁର, ମହତୀପୁର, ସାରଡାଙ୍ଗ, ନନ୍ଦୁର, ପଳସା, ସାରୁଗାଁ, ଡୁଙ୍ଗୁରା, ଶ୍ୟାମସୁନ୍ଦରପୁର, କୁରୁଣ୍ଟା, ଡଗରପଡା, ଅଚ୍ୟୁତପୁର, ଜଳଦା, ଗଗନଧୂଳି, ମାଖନପୁର ଆଦି ପଞ୍ଚାୟତ ଏବଂ ଔପଦା ବ୍ଲକର ଫତେପୁର, ତଳକିଆ, ରାଇରାମଚନ୍ଦ୍ରପୁର, ଗଡସାହି, ବାଉଁଶବଣିଆ ଓ ଅଘିରାପଦା ଆଦି ପଞ୍ଚାୟତ ଉପକୃତ ହେବେ। ୧୪୭ମିଟର ଦୈର୍ଘ୍ୟ ବିଶିଷ୍ଟ ଭୂତଳ ପାଇପ ବିଛା କାର୍ଯ୍ୟ ପାଇଁ ପାଖାପାଖି ୨୩୦କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଡିଭିଜନ ତରଫରୁ ସୂଚନା ଦିଆଯାଇଛି। ଆମ୍ବହତା କେନାଲର ୧୬.୦୮କି.ମି.ରୁ ୩୦.୫୪୭କି.ମି. ମଧ୍ୟରେ ଥିବା ୧୨ଟି ଡିଷ୍ଟ୍ରିବ୍ୟୁଟର ଏବଂ ମାଇନରରୁ ଏହି ପାଇପ ସଂଯୋଗ କରାଯିବ। ଏଭଳି ଯୋଜନା ନିରୁତ୍ସାହିତ ଚାଷୀଙ୍କୁ ପ୍ରୋତ୍ସାହିତ କରିବା ସହ ସେମାନଙ୍କର ଅମଳ ଅଧିକ ହେବ ବୋଲି ଔପଦା ତଳକିଆ ପଞ୍ଚାୟତ ଚାଷୀ ଜଗବନ୍ଧୁ ଗାହାଣ ଓ ଭରତ ଚନ୍ଦ୍ର ପ୍ରଧାନ କହିଛନ୍ତି। ଚଳିତବର୍ଷ ବିଳମ୍ବିତ ବର୍ଷା ଯୋଗୁ ବହୁ ଜମି ପଡିଆ ପଡିଥିଲା ା ଏଭଳି ପ୍ରକଳ୍ପ ଘୋଷଣା ଚାଷୀଙ୍କ ମନରେ ନୂଆ ଆଶା ସଞ୍ଚାର କରୁଛି ବୋଲି ମାଖନପୁର ପଞ୍ଚାୟତର ଚାଷୀ ନାରାୟଣ ବେହେରା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହର ଭିତରେ ଭାରୀଯାନ ଚଳାଚଳ ନିଷେଧ: କଟକଣା ଜାରି କଲା ଜିଲା ପ୍ରଶାସନ

ବାଲେଶ୍ୱର ଅଫିସ,୧୧।୧୦-ଦୁର୍ଘଟଣା ହ୍ରାସ ଏବଂ ଟ୍ରାଫିକ୍‌ ଭିଡ଼ ନିୟନ୍ତ୍ରଣ ଉଦ୍ଦେଶ୍ୟରେ ବାଲେଶ୍ୱର ସହରର କେତେକ ବ୍ୟସ୍ତବହୁଳ ରାସ୍ତାରେ ଭାରୀଯାନ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।...

ବଣକାଟି ଗଁାରେ ଦନ୍ତା: ଲୋକେ ଆତଙ୍କିତ

ଜଳେଶ୍ୱର,୨୪।୧୨(ସ୍ବ.ପ୍ର.)-ସପ୍ତାହେ ନ ପୂରୁଣୁ ପୁଣି ଏକ ଦନ୍ତା ହାତୀ ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅଧୀନ ରାଇବଣିଆସ୍ଥିତ ବଣକାଟି ଗଁାରେ ଆତଙ୍କ ଖେଳାଇଛି। ଶିମିଳିପାଳର ଏକ...

ଟଙ୍କାଏ ନ କମାଇବାରୁ ପିଟି ମାରିଦେଲେ

ରୂପ୍‌ସା/ବସ୍ତା,୧୪।୨(ଡି.ଏନ.ଏ./ସ୍ବ.ପ୍ର.):ବାଲେଶ୍ୱର ସଦର ବ୍ଲକ ଅନ୍ତର୍ଗତ ସାର୍ଥା ଅଞ୍ଚଳରେ ସାମାନ୍ୟ ସିଗାରେଟ କିଣାକୁ କେନ୍ଦ୍ରକରି ବୁଧବାର ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ନିଶାଗ୍ରସ୍ତ ଯୁବକମାନେ ପିଟି ପିଟି...

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା

ଖଇରା,୫।୪(ଡି.ଏନ.ଏ):ବାଲେଶ୍ବର ଜିଲା ଖଇରା ବ୍ଲକ ଅଧୀନ ପତିରାଜପୁର ଦୋଳ ମେଳା କମିଟି ଓ ଗୋଳିହା ପଞ୍ଚାୟତ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସହାୟତା ପ୍ରଦାନ କରାଯାଇଛି।...

ନଳିତା ଚାଷରୁ ମୁହଁ ଫେରାଇଲେଣି ଚାଷୀ

ବାଲିଆପାଳ,୨।୬: ବାଲେଶ୍ୱର ଜିଲା ବାଲିଆପାଳ ଅଞ୍ଚଳର ସୁବର୍ଣ୍ଣରେଖା ନଦୀ ଅବବାହିକାର ମୃତ୍ତିକା ଓ ଜଳବାୟୁ ନଳିତା ଚାଷ ପାଇଁ ବେଶ୍‌ ଅନୁକୂଳ। ପୂର୍ବରୁ ଏଠାରେ ଏତେ ପରିମାଣରେ...

ବଜାର ଯିବା ବେଳେ ବାଟରେ ଚାପିଦେଲା ଟ୍ରକ୍‌

ସିମୁଳିଆ,୪ା୩(ଡି.ଏନ୍‌.ଏ.): ଶନିବାର ସନ୍ଧ୍ୟାରେ ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ ନଂ ଜାତୀୟ ରାଜପଥର ତାରିଣୀ ଛକ ନିକଟରେ(ଓଆର ୦୫ ଏପି ୦୦୧୭) ଟ୍ରକ୍‌ ଧକ୍କାରେ...

ବାଲିମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ତେଜିଲା

ନୀଳଗିରି, ୨୧।୫(ସ୍ବ.ପ୍ର.) ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ସୋନ ନଦୀପଠାରୁ ପ୍ରତ୍ୟେକ ଦିନ ଟ୍ରିପ୍‌ ଟ୍ରିପ୍‌ ବାଲି ଚାଲାଣ ହେଉଛି। ଏହାକୁ ରୋକିବା ପାଇଁ ପ୍ରଶାସନ...

ପୋଖରୀରେ ବୁଡ଼ି ବାଳକ ମୃତ, ନନ୍ଦିକା ଗ୍ରାମରେ ଶୋକାକୁଳ ପରିବେଶ

ଜଳେଶ୍ୱର, ୩ା୯-ଜଳେଶ୍ୱର ପୌରାଞ୍ଚଳର ୧୩ ନଂ. ୱାର୍ଡ଼ ନନ୍ଦିକା ଗ୍ରାମର ୯ବର୍ଷର ବାଳକ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ...

Advertisement
Archives

Model This Week