ପାରାଦୀପରେ ହ୍ରାସ ପାଉଛି ଭୂତଳ ଜଳ

ପାରାଦୀପ,୪ା୮ (ସ୍ବ.ପ୍ର.): ସମ୍ପ୍ରତି ଜଳବାୟୁ ପରିବର୍ତ୍ତନ ଯୋଗୁ ପୃଥିବୀର ଅନେକ ସ୍ଥାନରେ ପରିବେଶ ବିଗିଡିବାରେ ଲାଗିଛି। କେଉଁଠି ଅତିବୃଷ୍ଟି ତ କେଉଁଠି ଶୁଖିଲା ପଡିଛି। ଏମିତି ଅବସ୍ଥା ଏବେ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳରେ ଦେଖିବାକୁ ମିଳିଲାଣି। ସମୁଦ୍ର ସଂଲଗ୍ନ ଅଞ୍ଚଳରେ ଭୂତଳ ଜଳସ୍ତର କ୍ରମଶଃ ହ୍ରାସ ପାଇବାରେ ଲାଗିଛି ବୋଲି ସରକାରୀ ଭାବେ ସୂଚନା ମିଳିଛି। ଜଗତ୍‌ସିଂହପୁର ଜିଲାର ଶିଳ୍ପ ଭିତ୍ତିକ ପାରାଦୀପରେ ଏଭଳି ସ୍ଥିତି ଦେଖା ଦେଲାଣି। ଯେଉଁଠି ୪ବର୍ଷ ତଳେ ୨୮୦ ମିଟର ତଳେ ମଧୁରଜଳ ମିଳୁଥିଲା ସେଠାରେ ଏବେ ୨୯୫ ରୁ ୩୦୦ ମିଟର ତଳକୁ ପାଣି ଖସି ଗଲାଣି। ଯେଉଁମାନେ ୫ ବର୍ଷ ତଳେ ନିଜସ୍ବ ଘର ପାଇଁ ନଳକୂପ ବସାଇଥିଲେ ସେମାନେ ଏବେ ପୁଣି ନୂଆ ନଳକୂପ ବସାଇଲେଣି। କାରଣ ପୁରୁଣା ନଳକୂପରୁ ଲୌହଯୁକ୍ତ ପାଣି ବାହାରୁଛି। ପୂର୍ବଭଳି ପାଣିର ମାତ୍ରା ରହୁନାହିଁ ବୋଲି ପାରାଦୀପ ଉଦୟବିହାର ବାସିନ୍ଦା ବୁବୁ ତାରେଣିଆ କୁହିଛନ୍ତି। ଏ ସମ୍ପର୍କରେ ସ୍ଥାନୀୟ ଜନସ୍ବାସ୍ଥ୍ୟ ବିଭାଗର କନିଷ୍ଠ ଯନ୍ତ୍ରୀ ମାନସ ରଞ୍ଜନ ମୁର୍ମୁଙ୍କୁ ପଚାରିବାରେ ୨୦୧୮ପୂର୍ବରୁ ଯେଉଁ ନଳକୂପ ଥିଲା ସେସବୁରେ ଏଭଳି ସମସ୍ୟା ଉପୁଜିଛି। କାରଣ ଭୂତଳ ଜଳ କ୍ରମଶଃ ହ୍ରାସ ପାଉଛି। ପାରାଦୀପର ନୂଆବଜାର ଅଞ୍ଚଳରେ ଏବେ ୨୬୦ରୁ ୨୭୦ ମିଟର ଗଭୀରରେ ମଧୁରଜଳ ମିଳୁଥିବା ବେଳେ ବିଜୟଚନ୍ଦ୍ରପୁର ଅଞ୍ଚଳରେ ତାହା ୨୮୫ ରୁ ୨୯୦ ମିଟର ଓ ଭିତରଗଡ଼ରେ ୩୦୦ ମିଟର ତଳେ ପାଣି ବାହାରୁଛି। ଭୂତଳ ଜଳ କମ ବ୍ୟବହାର ପାଇଁ ସରକାର ଏବେ ବିକଳ୍ପ ପନ୍ଥା ଆପଣେଇବାକୁ ଯାଉଛନ୍ତି। ମହାନଦୀର ଜୟପୁରଠାରୁ ପାଣି ଆଣି କୁଜଙ୍ଗ ସନ୍ତରାଠାରେ ଗଚ୍ଛିତ ରଖାଯିବ। ୨ ଏକର ଜାଗାରେ ଉକ୍ତ ପାଣିକୁ ଶୋଧନ କରି ପାରାଦୀପ ପୌରାଞ୍ଚଳ ଓ କୁଜଙ୍ଗ ବ୍ଲକର ଗ୍ରାମାଞ୍ଚଳରେ ଯୋଗାଣ କରାଯିବ। ଏଥିପାଇଁ ପ୍ରାଥମିକ ସର୍ଭେ କାମ ସରିଛି। ଏଥିପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ରହିଛି। ପାରାଦୀପ ପୌରାଞ୍ଚଳ ପାଇଁ ଏବେ ଦୈନିକ ୧୬ ମିଲିୟନ ଲିଟର ପାଣି ଆବଶ୍ୟକ ହେଉଛି। ଅଧିକାଂଶ ସ୍ଥାନରେ ଲୋକମାନେ ଭୂତଳ ଜଳ ବ୍ୟବହାର କରୁଛନ୍ତି। ଯାହା ଆଗାମୀଦିନରେ ସଙ୍କଟ ଦେବାର ସମ୍ଭାବନା ରହିଛି ବୋଲି ସେ କୁହିଛନ୍ତି। ଅନ୍ୟ ଏକ ଖବର ଅନୁସାରେ, ପାରାଦୀପର ଶିଳ୍ପସଂସ୍ଥାଗୁଡିକ ଲୁକ୍କାୟିତ ଭାବେ ଭୂତଳ ଜଳ କାରଖାନା ପାଇଁ ବ୍ୟବହାର କରୁଥିବା ଜଣାଯାଏ। ସେମାନଙ୍କ ପାଇଁ କୌଣସି ପ୍ରତିବନ୍ଧକ ସରକାରୀ ଭାବେ କରାଯାଉନାହିଁ। ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, ଏହାକୁ ତଦାରଖ କରିବା କାମ ଆଉ ପାଖରେ ନାହିଁ। ଭୂତତ୍ତ୍ୱବିତ୍‌ ଅଧିକାରୀ ଏହାକୁ ଦେଖିବା କଥା। ସୂଚନାଯୋଗ୍ୟ, ପାରାଦୀପରେ ଜଳ ପରିଚାଳନା ପାଇଁ ସେପରି କଟକଣା ନ ଥିବାରୁ କେତେଜଣ ଲୋକ ଭୂତଳ ଜଳକୁ ଶୋଧନ କରି ବଟଲିଂ କରି ବିକ୍ରି କରୁଛନ୍ତି। ଏଭଳି ପ୍ରାୟ ୫ ରୁ ଅଧିକ ସ୍ଥାନରେ ଚାଲିଛି। ଗୋଟିଏ ପଟେ ଜଳସ୍ତର ହ୍ରାସ ପାଉଥିବା ବେଳେ ଅପରପକ୍ଷେ ପାଣିର ବଜାରୀକରଣ ଯୋଗୁଁ ଜଳସଙ୍କଟ ଲାଗି ରହୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?