ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ, ଓଡ଼ିଶାର ପୁରୀ ସହରରେ କ୍ରମାଗତ ଭାବେ ଭୂତଳ ଜଳ ସ୍ତର ହ୍ରାସ ପାଇବାରେ ଲାଗିଛି। ଏହାସହ ପୁରୀ ସହରର ଭୂତଳ ଜଳରେ କ୍ଲୋରାଇଡ୍‌, ଫ୍ଲୋରାଇଡ୍‌, ନାଇଟ୍ରେଟ୍‌ ପରିମାଣ ବୃଦ୍ଧି ପାଉଛି। ଏଭଳି ସମସ୍ୟା କେବଳ ପୁରୀ ସହରରେ ସୀମିତ ରହିନାହିଁ, ଏହା ରାଜ୍ୟ ସ୍ତରରେ ଏକ ଚିନ୍ତାର କାରଣ ହେଲାଣି। ନିକଟରେ ବିଧାନସଭାରେ ସରକାର ଦେଇଥିବା ତଥ୍ୟରୁ ଜଣାପଡ଼ିଛି ଯେ, ରାଜ୍ୟର ୩୦ଟି ଜିଲା ମଧ୍ୟରୁ ୨୭ଟିରେ ଭୂତଳଜଳ ସ୍ତର ହ୍ରାସ ପାଇଛି। ଗତ ପାଞ୍ଚବର୍ଷରେ ଏହା ୦.୫୩ ମିଟର ତଳକୁ ଖସିଛି। ତେବେ ଭୂତଳ ଜଳ ସ୍ତରର ନିରୀକ୍ଷଣ ଓ ସଞ୍ଚାଳନ ପାଇଁ ଜଳ ସମ୍ପଦ ସଚିବଙ୍କ ନେତୃତ୍ୱରେ ଓଡ଼ିଶା ଭୂତଳ ଜଳ ପ୍ରାଧିକରଣ ଗଠନ କରିବାକୁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ବିଳମ୍ବରେ ହେଲେ ମଧ୍ୟ ସରକାର ଏହା ଉପରେ ବିଚାରକରିବା ଏକ ସକାରାମତ୍କ ଦିଗକୁ ସୂଚିତକରେ।
ଉଲ୍ଲେଖନୀୟ ଯେ, ସହରୀ ବିକାଶ, ଶିଳ୍ପ ଓ କୃଷି କାର୍ଯ୍ୟରେ ଅତ୍ୟଧିକ ଭୂତଳ ଜଳ ବ୍ୟବହାର ଏହାର ସ୍ତରକୁ କମାଇବାରେ ଲାଗିଛି। ଦରକାରଠାରୁ ଅଧିକ ଜଳ ଉତ୍ତୋଳନ କରାଯାଉଛି। ଦେଖାଯାଉଛି ଘରେ ବାସନ ଧୋଇବା, ଲୁଗା ସଫା କରିବା, ଗାଡ଼ି ଧୋଇବା ଓ ବଗିଚାରେ ଭୂତଳ ଜଳର ଅପବ୍ୟବହାର ହେଉଛି। ଏହାଠାରୁ ଅଧିକ ଭୂତଳ ଜଳ ଚାଷ ଏବଂ ଶିଳ୍ପରେ ବ୍ୟବହାର ହେଉଥିବା ପରିଲକ୍ଷିତ ହେଉଛି। ଜଳର ପୁନଃ ଉପଯୋଗ ପଦ୍ଧତିକୁ ଏବେ ସୁଦ୍ଧା ଆପଣାଯାଇନାହିଁ। ଭୂତଳ ଜଳ ସମସ୍ୟା ଓ ତା’ର ସମାଧାନ ସରକାର କରିବେ କହି ଚୁପ୍‌ ହୋଇ ବସିଗଲେ ସେଥିରେ ସଫଳ ହେବା କଷ୍ଟକର। ଦେଖିବାକୁ ଗଲେ ସୀମିତ ମଧୁର ଜଳ (ଉଭୟ ପ୍ରବାହିତ ଓ ଭୂତଳ ଜଳ)ର ସୁରକ୍ଷା ପଛରେ ସମସ୍ତଙ୍କର ଗୁରୁଦାୟିତ୍ୱ ରହିଛି। ଉଲ୍ଲେଖନୀୟ ଯେ ପୃଥିବୀର ୭୧ ଭାଗ ହେଉଛି ଜଳ। ଏହାର ଶତକଡ଼ା ୯୭.୩ ଭାଗ ଲବଣ ଜଳ ଏବଂ ଅବଶିଷ୍ଟ ୨.୭ ଭାଗ ମଧୁର ଜଳର ଶତକଡ଼ା ୮୮ ଭାଗ ଜୀବଜଗତ ପାଇଁ ଉପଲବ୍ଧ ନୁହେଁ। ସମୁଦାୟ ମଧୁର ଜଳର ମାତ୍ର ୧୨ ଭାଗ କାମରେ ଲାଗିଥାଏ । ନଦୀ, ଝରଣା, ଜଳାଶୟ, ଭୂତଳରୁ ଆମେ ଏହି ଜଳ ପାଇଥାଉ। ଏହା ବ୍ୟତୀତ ବର୍ଷାଜଳ ଏହାର ଏକ ବଡ଼ ଭାଗ । କିନ୍ତୁ ତାହାକୁ ସଂରକ୍ଷଣ କରି ଉପଯୋଗ କରିବାକୁ ଏଯାବତ୍‌ ସକ୍ଷମ ହୋଇପାରିନାହଁୁ। ପୂର୍ବରୁ ଆକଳନ କରାଯାଇଥିଲା ଯେ, ଓଡ଼ିଶାର ଭୌଗୋଳିକ ଅଞ୍ଚଳରେ ବର୍ଷକୁ ଯେତିକି ବର୍ଷା ହୁଏ, ସେହି ଜଳ ଯଦି ପୋଖରୀ, ଜଳ ଅମଳ ପ୍ରକଳ୍ପ ଏବଂ ଭୂତଳ ଜଳ ଭରଣା କରିବାର ବ୍ୟବସ୍ଥା କରାଯାଇପାରନ୍ତା, ତେବେ ଗୋଟିଏ ବର୍ଷର ବର୍ଷାଜଳ ୧୦ ବର୍ଷ ପାଇଁ ଯଥେଷ୍ଟ ହୁଅନ୍ତା। ଏହା ବ୍ୟତୀତ ଆମେ ଭାରତୀୟମାନେ ଚରିତ୍ରଗତ ଭାବେ ପୋଖରୀ ଭଳି ଜଳାଶୟକୁ ସହ୍ୟ କରିପାରୁ ନାହଁୁ। ସହରାଞ୍ଚଳର ପୋଖରୀ ପୋତିଦେଇ ଘର କରିବା ଏକ ସାଧାରଣ ଦୃଶ୍ୟ। ସେହିଭଳି ପୋଖରୀ , ଝରଣା ଏବଂ ନଦୀଜଳକୁ ବିଷାକ୍ତ କରିବା ପାଇଁ ସବୁ ପ୍ରକାର ଅଳିଆ ଆବର୍ଜନା ଛାଡ଼ିଦେଉ। ଏପରିକି ପଇଡ଼ ପିଇକରି ତାକୁ ପୋଖରୀରେ ଫୋପାଡ଼ିବା ପାଇଁ ପିଲାଙ୍କୁ ଶିଖେଇଥାଉ।
କେନ୍ଦ୍ରୀୟ ଭୂତଳ ଜଳ ବୋର୍ଡର ତଥ୍ୟ ଦର୍ଶାଇଛି ଯେ ଓଡ଼ିଶା ସମେତ ୨୩ଟି ରାଜ୍ୟରେ ୨୦୧୭ ତୁଳନାରେ ୩୫୯ଟି ଜିଲାରେ ଭୂତଳ ଜଳରେ ନାଇଟ୍ରେଟ୍‌ ଥିବାବେଳେ ଏହି ସଂଖ୍ୟା ୨୦୨୩ରେ ୪୪୦ରେ ପହଞ୍ଚିଛି। ଏଭଳି ଜଳ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ । ଏହା ସହ ବିଶ୍ୱ ପରିସଂସ୍ଥାକୁ ମଧ୍ୟ କ୍ଷତି କରିଥାଏ। କାରଣ ନାଇଟ୍ରେଟ୍‌ ଥିବା ଭୂତଳ ଜଳ ଭୂପୃଷ୍ଠକୁ ଆସି ନଦୀ, ନାଳ, ଝରଣା ଆଦିରେ ମିଶି ଜଳଚର ପ୍ରାଣୀ ଓ ଉଦ୍ଭିଦଙ୍କ ଜୀବନ ପ୍ରତି ବିପଦ ସୃଷ୍ଟିକରେ। ନିକଟ ଅତୀତରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡ ତଥ୍ୟରୁ ଜଣାପଡ଼ିଥିଲା ଯେ, ରାଜ୍ୟର ଭୁବନେଶ୍ୱର ସମେତ କଟକ, ଢେଙ୍କାନଳ, ଅନୁଗୋଳ, ଭଦ୍ରକ, ବାଲେଶ୍ୱର, ବରଗଡ଼, ସମ୍ବଲପୁର, ଫୁଲବାଣୀ ଆଦି ୨୬ଟି ସହରରେ କେତେକ ସ୍ଥାନରେ ଭୂତଳ ପାନୀୟ ଜଳ ଗୁଣବତ୍ତାର ମାନକ ପୂରଣ କରିପାରିନାହିଁ। ବର୍ତ୍ତମାନ ପଞ୍ଚାୟତରେ ଜଳ ଯୋଗାଣ ପାଇଁ ବ୍ୟବସ୍ଥା କରାଯାଉଛି। ଗାଁ ଗାଁରେ ପ୍ରତି ଘରକୁ ଟ୍ୟାପ୍‌ ସଂଯୋଗ ବ୍ୟବସ୍ଥା ହୋଇଛି। ସବୁ ପାଣି ଭୂତଳରୁ ଆସୁଛି। କୌଣସି ନଦୀ କିମ୍ବା ଝରଣାର ପାଣିକୁ ଆଣି ବିଶୋଧନ କରାଯାଇ ଏହା କରାଯାଉନାହିଁ ।
ଏପରିକି ନଦୀ କୂଳ ଗ୍ରାମଗୁଡ଼ିକରେ ମଧ୍ୟ ଏହା ହେଉନାହିଁ। ଅନ୍ୟପକ୍ଷରେ କୃଷି ପାଇଁ ଉଠାଜଳସେଚନ ବ୍ୟବସ୍ଥା ହୋଇଛି । ଅନେକ ଘରେ ମୋଟର ଯୋଗେ ଭୂତଳ ଜଳ ଉତ୍ତୋଳନ କରାଯାଇ ବ୍ୟବହାର କରାଯାଉଛି। ଏହା ବ୍ୟତୀତ ଯେଉଁ ଜଳ ଲୋକେ ବ୍ୟବହାର କରୁଛନ୍ତି ସେଥିରେ ଫେଲାରାଇଡ୍‌ କିମ୍ବା ନାଇଟ୍ରେଟ୍‌ କେତେ ପରିମାଣରେ ଅଛି ତାହା ସେମାନେ ଜାଣିନାହାନ୍ତି କିମ୍ବା ସେମାନଙ୍କୁ ଅବଗତ କରାଯାଉନାହିଁ। ଫଳରେ ଏଭଳି ଜଳ ବ୍ୟବହାରକରି ଅନେକ ସମୟରେ ଲୋକେ କିଡ୍‌ନୀ କିମ୍ବା ପେଟ ରୋଗରେ ଆକ୍ରନ୍ତ ହେଉଥିବା ଖବର ଶୁଣିବାକୁ ମିଳୁଛି। ଏଣୁ ମଧୁର ଭୂତଳ ଜଳର ସଂରକ୍ଷଣ ଓ ସଦୁପଯୋଗ ଉପରେ ଗୁରୁତ୍ୱ ଦେବାକୁ ପଡ଼ିବ। ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥାକୁ ସହର ଓ ଗ୍ରାମାଞ୍ଚଳରେ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଆମକୁ ଅଧିକ ସଂଖ୍ୟକ ନଦୀବନ୍ଧ ଯୋଜନା, ଚେକ୍‌ ଡ୍ୟାମ୍‌, ଗଡ଼ିଆ, ପୋଖରୀଗୁଡ଼ିକର ପୁନରୁଦ୍ଧାରକରି ଜଳ ଧାରଣର କ୍ଷମତା ବଢ଼ାଇବାକୁ ହେବ। କୃଷି ପାଇଁ ସିଞ୍ଚନ କିମ୍ବା ବୁନ୍ଦା ଜଳସେଚନ ଲାଭଦାୟକ ହେବ। ଯେଉଁ ଅଞ୍ଚଳରେ ଭୂତଳ ଜଳ ହ୍ରାସ ପାଉଛି ସେଠାରେ ଏହାର ପ୍ରତିକାର ସ୍ବରୂପ କୃତ୍ରିମ ଜଳ ଭରଣ ୟୁନିଟ୍‌ ସ୍ଥାପନ କରିବାକୁ ପଡ଼ିବ ।
ଏକ ଦଶନ୍ଧି ପୂର୍ବରୁ ବୈଜ୍ଞାନିକମାନେ ଏହି ଉପାୟ ବତାଇଥିଲେ ଏବଂ ଏହା ଉତ୍ତର ପ୍ରଦେଶ, ରାଜସ୍ଥାନ, ବଞ୍ଜାବ, ଗୁଜରାଟ ଓ ତାମିଲନାଡୁରେ କାର୍ଯ୍ୟକାରୀ ହୋଇଥିବା ବେଳେ ଓଡ଼ିଶାରେ ଏଯାବତ୍‌ ହୋଇନାହିଁ। ଏ ଦିଗରେ ଏଠାରେ ଉଦ୍ୟମ ହେବା ଦରକାର। ଜଳର ଗୁଣବତ୍ତା ଜାଣିବାକୁ ବ୍ଲକ୍‌ ଏବଂ ମ୍ୟୁନିସିପାଲିଟି ଓ୍ବାର୍ଡ ସ୍ତରରେ ନିୟମିତ ସମୀକ୍ଷା ଓ ଅନୁଧ୍ୟାନ କରାଯିବା ଆବଶ୍ୟକ। ଜଳ ବିବାଦ ନେଇ ଯେତିକି ଆଲୋଚନା ହେଉଛି ଭୂତଳ ଜଳର ସ୍ଥିତି ନେଇ ଅନେକେ ଚିନ୍ତିତ ଥିବା ଭଳି ମନେହେଉନାହିଁ। ତେଣୁ ପ୍ରତ୍ୟେକ ବ୍ୟକ୍ତି ନିଜ ସ୍ତରରେ ଜଳ ପ୍ରତି ସଚେତନହେବା ଉଚିତ। ଏହାକୁ ନେଇ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ନ ପାଇଲେ ଆଗକୁ ଭୟଙ୍କର ସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଛୁରି ଭୁସି ହତ୍ୟା, ରକ୍ତ ଜୁଡୁବୁଡୁ ଅବସ୍ଥାରେ…

ଭବାନୀପାଟଣା,୫।୮(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ. ରାମପୁର ଥାନା ଡମକର୍ଲାଖୁଣ୍ଟାର ସରପଞ୍ଚ ସ୍ନିଗ୍ଧା ରଣାଙ୍କ ସ୍ୱାମୀ ତଥା ଭାଜପା ନେତା ଫକୀର ରଣାଙ୍କୁ ବୁଧବାର ସନ୍ଧ୍ୟାରେ…

ଉଠୁନି ଚାଉଳ.. ଏବେଠୁ ଧାନ ବିକ୍ରି ଚିନ୍ତା, ଲୋକ ସଭାରେ ପ୍ରଶ୍ନ ଉଠାଇଲେ ବରଗଡ଼ ଏମପି

ବରଗଡ଼,୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଖରିଫ୍‌ ଚାଷ କାର୍ଯ ଜାରି ରହିଛି । ଆଉ ଅଢ଼େଇ ମାସରୁ ୩ମାସ ମଧ୍ୟରେ ଧାନ ଅମଳ ହେବ ଏବଂ ଏହାପରେ…

ବିନା ଲାଇସେନ୍ସରେ ବିକ୍ରି ହେଉଥିଲା ବିଦେଶୀ ମଦ, ଫାଷ୍ଟଫୁଡ୍ ଦୋକାନରେ ଚଢ଼ାଉ କରି ଧରିଲା ପୋଲିସ

ଦିଗପହଣ୍ଡି,୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମ ଛକରେ ଥିବା ସମୀର ରାଉତଙ୍କ ଫାଷ୍ଟଫୁଡ୍ ଦୋକାନରୁ ୫୮ ବୋତଲ ବିଦେଶୀ ମଦ ଜବତ…

‘ରାଜନୈତିକ ଭୂମିକା ନ ନେଇ ଚାପ ଗୋଷ୍ଠୀ ଭାବେ କାମ କରିବ ସିଜେପି’

ମୁମ୍ବାଇ,୫ା୮: କକ୍‌ରୋଚ୍‌ ଜନତା ପାର୍ଟି (ସିଜେପି) ବର୍ତ୍ତମାନ ପାଇଁ ଏକ ଚାପ ଗୋଷ୍ଠୀ ଭାବେ କାର୍ଯ୍ୟ କରିବ ବୋଲି ଏହାର ପ୍ରତିଷ୍ଠାତା ଅଭିଜିତ ଦୀପ୍‌କେ ବୁଧବାର କହିଛନ୍ତି।…

ଜଗପାଡୁ ବଡବନ୍ଧର ପୁନରୁଦ୍ଧାର ପାଇଁ ଅଣ୍ଟା ଭିଡିଲେ ବିଧାୟକ ରୂପେଶ, ସ୍ଥିତି ସମୀକ୍ଷା ପରେ….

ପାରଳାଖେମୁଣ୍ଡି,୫।୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲାର ଗୁମ୍ମା ବ୍ଲକ ଅନ୍ତର୍ଗତ ଜଗପାଡୁ ଗ୍ରାମର ବହୁ ପୁରୁଣା ବଡବନ୍ଧ (ପୋଖରୀ)ର ସ୍ଥିତି ସମୀକ୍ଷା କରିଛନ୍ତି ସ୍ଥାନୀୟ ବିଧାୟକ ରୂପେଶ ପାଣିଗ୍ରାହୀ।…

୪୦ ହେକ୍ଟର ଜମିରେ ଲାଗିବ ଅଏଲ ପାମ୍‌ ବୃକ୍ଷ, କନ୍ଧମାଳରେ ୨ ବର୍ଷ ହେଲା…

ଦାରିଙ୍ଗବାଡ଼ି,୫ା୮(ଅରୁଣ ସାହୁ): ଦେଶରେ ଖାଇବା ତେଲର ଚାହିଦା ରହିଛି। ତେବେ ଖାଇବା ତେଲକୁ ଅନେକ ସମୟରେ ବାହାର ଦେଶରୁ ଆମଦାନୀ କରାଯାଉଛି। ଦେଶରେ ଚାହିଦା ରହିଥିଲେ ମଧ୍ୟ…

‘ଶିକ୍ଷାକ୍ଷେତ୍ରରେ ST-SC ଶିକ୍ଷକ ସଂଘର ସଭାପତି ବିଶ୍ୱନାଥଙ୍କ ଅବଦାନ ଅତୁଳନୀୟ’

କଲ୍ୟାଣସିଂହପୁର,୫ା୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ST, SC ଶିକ୍ଷକ ସଂଘର ସଭାପତି ସ୍ବର୍ଗତ ବିଶ୍ୱନାଥ କାଡ୍ରାକାଙ୍କ ଦ୍ୱାଦଶାହ କାର୍ଯ୍ୟକ୍ରମ ଶିରିପୁରସ୍ଥିତ ତାଙ୍କ ବାସଭବନରେ…

୨୨ ବର୍ଷ ପରେ ଜେଲ୍‌ରୁ ମୁକୁଳିଲେ ଆଜୀବନ କଏଦୀ ଅର୍ଜୁନ ଜାନି

କୋରାପୁଟ,୫ା୮(ଅମିତାଭ ବେହେରା): ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି କ୍ରମେ ୨୦୦୪ରେ ଏକ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଦୀର୍ଘ ୨୨ ବର୍ଷର କାରାଦଣ୍ଡ ଭୋଗିବା ପରେ ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri