କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ ଦଶକରେ ବହୁବିଧ ବସ୍ତ୍ରରେ ସଜ୍ଜିତ ହୋଇଥିଲେ ବି ଟେକ୍ନୋକ୍ରାଟ୍‌ମାନେ ଆମକୁ ନଗ୍ନ ଦେଖିପାରିବେ। ଆମ ଚିନ୍ତାଧାରା ପଢ଼ିପାରିବେ, କେବଳ ଦେହ ନଗ୍ନ ନୁହେଁ, ମନ ବି ନଗ୍ନ ହୋଇଯିବ, କିଛି ଗୋପନୀୟ (ପ୍ରାଇଭେସି) ରହିବ ନାହିଁ। ଆଧାର କାର୍ଡ ଭଳି ପରିଚୟପତ୍ରରେ ଥିବା କ୍ୟୁଆର୍‌ କୋଡ୍‌ (Quick Response Code) ବ୍ୟକ୍ତିର ସମସ୍ତ ସୂଚନା ଜଣାଇବ (ବନ୍ୟଜନ୍ତୁକୁ ଠାବ କରିବା ପାଇଁ ଏପରି ଚିପ୍‌ ତା’ ଚମ ତଳେ ପୋତାଯାଉଛି)ା ମୁଁ ମୋବାଇଲ୍‌ ଫୋନ୍‌ ଧରିବା ମାନେ ମୁଁ କୁଆଡ଼େ ଯାଉଛି, କ’ଣ କରୁଛି ତା’ ଇଣ୍ଟରନେଟ୍‌ରେ ଜାଣିହେବ, ଗନ୍ତବ୍ୟ ସ୍ଥଳରେ ଡିଜିଟାଲ୍‌ କ୍ୟାମେରା ଥିଲେ ଦୃଶ୍ୟମାନ ବିବରଣୀ ମିଳିବ। ଫୋନ୍‌ପେ, ପେଟିଏମ୍‌ ବା ଆକାଉଣ୍ଟ-ଟ୍ରାନ୍ସଫର୍‌ ଭଳି ପେମେଣ୍ଟ (ଦାମ୍‌ ବା ପାଉଣା ଦେବା) ବ୍ୟବସ୍ଥା ଚାଲୁ ହେବାରୁ ଯେ ମୁଦ୍ରାର ଠଣଠଣ ଶବ୍ଦ କି ନୋଟ୍‌ ବା ଚେକ୍‌ର ଫଡ୍‌ ଫଡ୍‌ ଶବ୍ଦ ଯେ ଶୁଭିବ ନାହିଁ ବା ମୁଦ୍ରା ପାଇଁ ଧାତୁ ତରଳା ବା ନୋଟ ପାଇଁ ଗଛକଟା ଦରକାର ହେବ ନାହିଁ ଏବଂ ପରିବେଶ ସୁସ୍ଥତର ହେବ ତା’ ଯେତେ ଶାନ୍ତିଦାୟକ ନୁହେଁ ତା’ଠାରୁ ବେଶି ଆତଙ୍କିତ ହେବାକୁ ପଡ଼ିବ ଯେ ପ୍ରତ୍ୟେକର ଜୀବନ ଏକ ଏକ ଖୋଲା ବହି ହୋଇଯିବ। ଏଇ ୩ ବର୍ଷ ତଳେ ଆରମ୍ଭ ହୋଇଥିବା ଏଆଇ ବିଭିନ୍ନ ସଂସ୍କରଣ ଦେଇ ଏମିତି ମାଡିଯାଉଛି (invasive ହେଉଛି) ଯେ ଆମର ପ୍ରତିଟି କାରବାରର ସୂଚନା ଟିପି ରଖୁଛି। ପରିବାରରେ କଥାବାର୍ତ୍ତା, ବଜାରରେ କିଣାବିକା, ସୋସିଆଲ୍‌ ମିଡିଆ ପଢ଼ାପଢ଼ି ଏ ତହିଁରେ ଲେଖାଲେଖି, ୟୁଟ୍ୟୁବ୍‌ ଚାନେଲ୍‌ରେ ବର୍ଣ୍ଣନା ଆଦିରୁ ଆମର ଗୁମର, ଆମର ମାନସିକତା ଜାଣିନେଉଛି। ସୋସିଆଲ୍‌ ମିଡିଆରେ ଆମେ ଗୋଟିଏ ଗୋଟିଏ ଡକୁମେଣ୍ଟାରି। ତାକୁ ବ୍ୟବହାର କରି ବ୍ୟବସାୟୀମାନେ ତାଙ୍କ ଜିନିଷ କିପରି କିଣିବେ, ପ୍ରବଞ୍ଚକମାନେ ତୁମଠୁ କିପରି ପଇସା ଝଡ଼ାଇହେବ, ରାଜନୈତିକ ଦଳମାନେ ତୁମକୁ କିପରି ତାଙ୍କର ସମର୍ଥକ କରିବେ ବା ତୁମ ଭୋଟ୍‌କୁ କିପରି କିଣିପାରିବେ ତା’ର ଉପାୟ କରୁଛନ୍ତି। ବଜାର କାରବାରରେ ସର୍ଭେଲାନ୍ସ ଇକନମି – ନିରୀକ୍ଷଣ ଅର୍ଥନୀତି – କାମ କରୁଛି, ଯାହା ବିଭିନ୍ନ ସୂତ୍ରରୁ ତୁମର ସମସ୍ତ ବ୍ୟକ୍ତିଗତ ସୂଚନା ଆହରଣ କରି, ସେଗୁଡ଼ିକୁ ଯୋଡ଼ିଯାଡ଼ି ତୁମର ମାନସିକତା, ଆଚରଣ ଓ ଚରିତ୍ର ସମ୍ପର୍କରେ ତଥ୍ୟ ହାସଲ କରୁଛି। ବ୍ରାଉଜିଂ ହିଷ୍ଟ୍ରି, କିଣାକିଣି ଇତିହାସ, କ୍ରେଟିଡ୍‌ କାର୍ଡ ବ୍ୟବହାରର ଇତିହାସ, ସୋସିଆଲ୍‌ ମିଡିଆ, ପବ୍ଲିକ୍‌ ରେକର୍ଡ ଆଦିରୁ ଖଳଲୋକେ ଜାଣିପାରନ୍ତି ତୁମକୁ କିପରି ଠକି ହେବ। ନିରୀକ୍ଷଣ ଇକନମିକୁ ବଳ ଯୋଗାଇଲାଣି ଏଇ ତିନି ଚାରି ବର୍ଷର ଏଆଇ (କୃତ୍ରିମବୁଦ୍ଧିମତ୍ତା)ର କ୍ରମବର୍ଦ୍ଧିଷ୍ଣୁ ସଂସ୍କରଣ।
ଅନ୍ୟପକ୍ଷରେ ଆମେ ପ୍ରତ୍ୟେକେ ଚାହୁଁ ମୋର କେତେକ କଥା ମୋ ଭିତରେ ରହୁ, ଏହା ହିଁ ତ ପ୍ରାଇଭେସି। ଆମେ ଆଇନ କରିଛୁ ଦୋଷ ସ୍ବୀକାର କଲେ ବି ସ୍ବୀକାରୋକ୍ତି ଦୋଷୀ ବିରୋଧରେ ସାକ୍ଷ୍ୟ ରୂପେ ଧରାଯିବ ନାହିଁ। ଅଥଚ ଏଆଇ ଆମର ସବୁକଥା ଜାଣିନେଉଛି। ଇଣ୍ଟରନେଟ୍‌ରେ ଖୋଜିଲା ବେଳେ ସମ୍ପୃକ୍ତ ଅନୁଷ୍ଠାନ ବା ବ୍ୟବସାୟୀ ବା ପ୍ରବଞ୍ଚକ ତା’ର କୁକିଜ୍‌ (ମିଠା ସନ୍ଦେଶ) ଗ୍ରହଣ କର ବୋଲି ମେସେଜ୍‌ ଛାଡୁଛନ୍ତି, ଗ୍ରହଣ ନ କଲେ ଖୋଜିବା ସହଜ ହେବ ନାହିଁ ବୋଲି ପରୋକ୍ଷ ଧମକ ଦେଉଛନ୍ତି, ଥରେ ତୁମେ କୁକିଜ୍‌ ଗ୍ରହଣ କରିନେଲ ତ ତୁମ ମଗଜକୁ କଣ୍ଟ୍ରୋଲ କରିବାର ଉପାୟ ସେମାନେ ପ୍ରୟୋଗ କରିବେ – ସାଇକୋଲଜି ବିଦ୍ୟା ଉପାୟ ବତାଏ। କୁକିଜ୍‌ ଗ୍ରହଣ ନ କଲେ ବି ତୁମେ କୌଣସି ୱେବ୍‌୍‌ ଖୋଲିଲ ତ ୱେବ୍‌୍‌-କମ୍ପାନୀର ଗୋଇନ୍ଦା ପଶିଯିବ, ତୁମକୁ ନ ଜଣାଇ ତୁମର ସବୁ ତଥ୍ୟ ସଂଗ୍ରହ କରିନେବ। ଉଦାହରଣ ସ୍ବରୂପ, ବ୍ୟାଙ୍କ୍‌ର କିରାଣିକୁ ପଇସା ଯାଚି ଖଳଲୋକମାନେ ଉଚ୍ଚ ଆୟକାରୀଙ୍କ (High Net-worth Individual) ଫୋନ୍‌ ନମ୍ବର ହାତେଇ ପାରୁଛନ୍ତି- ଡିଜିଟାଲ୍‌ ଆରେଷ୍ଟ ଡର ଦେଖାଉଛନ୍ତି ବା ଅଶ୍ଳୀଳ କାରବାରର ଶିକାର କରୁଛନ୍ତି। ବ୍ୟାଙ୍କ୍‌ ବା ବ୍ୟାଙ୍କ୍‌ର କୌଣସି କର୍ମଚାରୀ ଆପଣଙ୍କ ଏକାଉଣ୍ଟ ବିଷୟରେ କୌଣସି ତଥ୍ୟ ମାଗନ୍ତି ନାହିଁ ବୋଲି ବ୍ୟାଙ୍କମାନେ ଯେତେ କହିଲେ ବି ଆମ ଭିତରୁ କେତେକ ଖଳ ଲୋକଙ୍କ ଫାଶରେ ପଡ଼ିଯାଉଛନ୍ତି।
ଇକନମିକ୍ସ ବା ଅର୍ଥନୀତି ଶାସ୍ତ୍ର ନୀତି ଅନୀତି ମାନେ ନାହିଁ, ଇକନମି ଇଜ୍‌ ଆମୋରାଲ୍‌। ଭଲ ସାଙ୍ଗରେ ଭେଲ କାରବାର ବି ଏକ ଅର୍ଥନୈତିକ କାରବାର। ତେଣୁ ଛକାଛକି ଅର୍ଥବ୍ୟବସ୍ଥା (surveillance economy) ଅର୍ଥନୀତି ଶାସ୍ତ୍ରର ଏକ ଅଙ୍ଗ: ବ୍ୟକ୍ତିଗତ ସୂଚନା ତୁମର ନିଜସ୍ବ, କିନ୍ତୁ ଛକାଛକି ଅର୍ଥନୀତି ତୁମର ଅଜାଣତରେ, ତୁମକୁ ସାମାନ୍ୟତମ ଭ୍ରୂକ୍ଷେପ ନ କରି ବଜାର କାରବାର କରାଇଥାଏ। ଠକିବା ଓ ଭେଜାଲ କାରବାର କରିବା କିଣାଳିକୁ ମୃତ୍ୟୁମୁଖକୁ ଠେଲିଦେଇପାରେ ତା’ର ଚିନ୍ତା ନାହିଁ, ବେଶି ଲାଭ ତ ହେବ। ଏଥିଲାଗି ପ୍ରବଞ୍ଚକମାନଙ୍କ ଉପରେ ମୃତ୍ୟୁ-ଉଦ୍ରେକକାରୀ ଅପରାଧ (ଆବେଟ୍‌ମେଣ୍ଟ ଟୁ ମର୍ଡର୍‌) ଦଫା ଲାଗୁ ହେଉନାହିଁ। ନିଜର ନିଜତ୍ୱ ବା ପ୍ରାଇଭେସି ରକ୍ଷା କରିବାକୁ ହେଲେ ଏହି ସର୍ଭେଲାନ୍ସ ଇକନମିର ପାଚେରିକୁ ଠେଲି ଭାଙ୍ଗିବାକୁ ପଡ଼ିବ। କମ୍ପୁଟର ସିକ୍ୟୁରିଟି ବିଷୟରେ ଜାଣିବାକୁ ପଡ଼ିବ, ପ୍ରାଇଭେସି ରକ୍ଷା କରିବା ତା’ ଉପରେ ନିର୍ଭର କରେ। ଗୋଟିଏ ସହଜ ଉପାୟ ହେଉଛି ପ୍ରାଇଭେସି ରକ୍ଷା କରୁଥିବା ବ୍ରାଉଜର୍‌, ଯଥା ବ୍ରେଭ୍‌, ବ୍ୟବହାର କରିବା। ବ୍ରେଭ୍‌ରେ ଅଛି କଡ଼ା ପ୍ରାଇଭେସି ରକ୍ଷା କରିବା ବ୍ୟବସ୍ଥା। ଆମର ବ୍ୟକ୍ତିଗତ ସୂଚନା ସଂଗ୍ରହ କରିବାର ଉପାୟ ହେଉଛି କୁକିଜ୍‌, ଟ୍ରାକର୍ସ ଓ ଟିପଚିହ୍ନ ସଂଗ୍ରହ। ବିବେକୀ ଲୋକେ ଅସୁରକ୍ଷିତ ୱାଇଫାଇ ନେଟ୍‌ୱର୍କ ବା ଆଇଏସ୍‌ପି (ଇଣ୍ଟରନେଟ୍‌ ସର୍ଭିସ୍‌ ପ୍ରୋଭାଇଡର) ବ୍ୟବହାର ନ କରି ଏକ ଭର୍ଚୁଆଲ୍‌ ପ୍ରାଇଭେଟ୍‌ ନେଟ୍‌ୱର୍କ (VPN) ବ୍ୟବହାର କରନ୍ତି, ଯଥା ବ୍ରେଭ୍‌ ଭିପିଏନ୍‌, ତାହା ଅନ୍ୟମାନଙ୍କୁ, ସରକାରଙ୍କୁ ବି ତୁମ କାମଦାମକୁ ଲକ୍ଷ୍ୟ କରିବାର ସୁବିଧା ଯୋଗାଇବ ନାହିଁ। ଜର୍ଜ ଅର୍‌ୱେଲ୍‌ ତାଙ୍କ ‘୧୯୮୪’ ବିଜ୍ଞାନ ଉପନ୍ୟାସରେ ଦେଖାଇଛନ୍ତି କିପରି ନାଗରିକମାନଙ୍କ ବ୍ୟକ୍ତିତ୍ୱ ଓ ସ୍ବାଧୀନତା ଉପରେ ଓସିଆନିଆ ରାଷ୍ଟ୍ର ତା’ର ଦଖଲ ରଖିଛି, ବିଗ୍‌ ବ୍ରଦର୍‌ ବୋଲାଇ ସେନସରଶିପ୍‌, ପ୍ରୋପାଗଣ୍ଡା, ବ୍ରେନ୍‌ୱାଶିଂ ଆଦି ଅସ୍ତ୍ର ଜରିଆରେ। ସରକାରଙ୍କ ଯେ କୌଣସି କଥା ବା ବାର୍ତ୍ତାକୁ ଏମିତି ହେରଫେର କରୁଛି ଯେ ନାଗରିକ ସତ ବୋଲି ଭାବିନେଉଛି, ଯିଏ ସତ ବୋଲି ନ ମାନିଲା ତାକୁ ଏତେ ଯନ୍ତ୍ରଣା ଦିଆଯାଉଛି ଯେ ସେ ସତ ବୋଲି ଭାବିବାକୁ ବାଧ୍ୟ ହେଉଛି। ଗରିବ ଖାଦ୍ୟଚିନ୍ତାରେ ଯେପରି ଦେହ ବିକିବାକୁ ବାଧ୍ୟ ହୋଇଥାଏ, ସେହିଭଳି ଓସିଆନିଆ ଦେଶରେ ବଞ୍ଚି ରହିବାକୁ ହେଲେ ସରକାରୀ ଢାଞ୍ଚାରେ ବଢ଼ିବାକୁ ବାଧ୍ୟ। ଟୋଟାଲିଟାରିଆନ୍‌, ଡିକ୍ଟେଟରିଆଲ୍‌ ବା ଅଥରିଟାରିଆନ୍‌ ରାଷ୍ଟ୍ରରେ କିପରି ଶାସନ ଚାଲେ, ନାଗରିକମାନେ କିପରି ବ୍ୟବହାର ପାଆନ୍ତି ତାହା ୧୯୮୪ ଉପନ୍ୟାସରେ ଚିତ୍ରିତ।
ମୁଦ୍ରାଶୂନ୍ୟ ଓ ନୋଟଶୂନ୍ୟ ସମାଜରେ ଆମର ଟିକିନିଖି ନେଣଦେଣର ଛାପ ଇଣ୍ଟରନେଟ୍‌ରେ ରହିଯାଉଛି ତ ସରକାର ଦେଖିପାରିବେ। ତୁମେ ଲିଭାଇ ଦେଲେ ବି ଫୋରେନ୍ସିକ ବିଜ୍ଞାନ ତାକୁ ପଢ଼ିପାରିବ – ଯେମିତି କାଗଜରୁ ଲିଭା ପେନ୍ସିଲ୍‌ ଲେଖା ପଢ଼ିହୁଏ। କଲମର ପଏଣ୍ଟ ବା ନିବ୍‌ମୁନର ଚାପ କମ୍ପୁଟର ପଢ଼ିପାରୁଛି, ଅର୍ଥାତ୍‌ କମ୍ପୁଟର ସାମ୍‌ନାରେ ତୁମେ ଲଙ୍ଗଳା। (ନୂଆ ପୋଷାକ ମାନୁଛି କି ନାହିଁ ଦୋକାନର ଟ୍ରାୟାଲ୍‌ ରୁମ୍‌କୁ ନ ଯାଇ କମ୍ପୁଟର ସାମନାରେ ବସି ଈପ୍ସିତ ପୋଷାକ ପିନ୍ଧିହେବ, ଚଷମା କି ଯୋତା ସାଇଜ୍‌ ମାପି ହେବ)ା ଜୟଦ୍ରଥର ମୁଣ୍ଡକୁ ଅର୍ଜୁନ ତପସ୍ୟାରତ ମୁନିଙ୍କ କୋଳରେ ପକାଇଥିଲେ ପା, କୃତ୍ରିମ ବୁଦ୍ଧିମତ୍ତାର ଡିପ୍‌ଫେକ୍‌ ତରିକା ପ୍ରୟୋଗ କରି ଜଣେ ଟେକ୍ନୋକ୍ରାଟ୍‌ କୌଣସି ଅପରାଧୀ ବା ବଦ୍‌ମାସର ଶରୀର ଉପରେ ତୁମ ମୁହଁ ଯୋଡ଼ିିପାରିବ, କାଗଜପତ୍ର କଥା କ’ଣ କହିବା! ଡିଜିଟାଲ ଯୁଗର ବିକାଶରେ ମାନବିକତା ହଜିଯିବ, ଡିକ୍ଟେଟରମାନେ ଜଙ୍ଗଲୀ ଶାସନ (ରୁଡ୍‌ୱାର୍ଡ କିପ୍ଲିଂ ଭାଷାରେ ଲ ଅଫ୍‌ ଦ ଜଙ୍ଗଲ) ଚାଲୁ କରିଦେବେ! ଅବଶ୍ୟ ସରକାରଙ୍କ ଅବହେଳାରୁ ଓଡ଼ିଶାର ଦୁଇତୃତୀୟାଂଶ ଅଞ୍ଚଳରେ ଇଣ୍ଟରନେଟ୍‌ ନାହିଁ, ଏଆଇ କିପରି ଧସିପଶିବ?

ସହଦେବ ସାହୁ

sahadevas@yahoo.com


Enter your email to get our daily news in your inbox.

All Right Reserved By Dharitri.Com

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

ଏହି ଜିଲାରେ ୨୪ ଯାଏ ସ୍କୁଲ ଛୁଟି ଘୋଷଣା: ଆଲର୍ଟ ରହିବାକୁ ନିର୍ଦ୍ଦେଶ

ଗଜପତି,୨୧।୯: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ ଧୀରେ ଧୀରେ ଗଭୀର ଅବପାତର ରୂପ ନେଇଛି। ଫଳରେ ରାଜ୍ୟରେ ପ୍ରବଳ ବର୍ଷା ଲାଗି ରହିଛି। ଆସନ୍ତା ୨୩ ଏବଂ ୨୪…

ପିଲାଙ୍କୁ ଖଡ଼ି ଧରି ପାଠ ପଢ଼ାଇଲେ ସରପଞ୍ଚ: ସବୁଠି ହେଉଛି ଚର୍ଚ୍ଚା

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ନାଏବ ସରପଞ୍ଚ ଦୀପକ ପ୍ରଧାନଗତ କିଛି ଦିନ ହେଲା ସରପଞ୍ଚ ଦାୟିତ୍ୱ ସମ୍ଭାଳିବା ପରେ ପ୍ରଥମଥର ପାଇଁ…

ପୋଲିସ ଯାଞ୍ଚ୍‌ ନାଁରେ ଲୋକଙ୍କୁ ହଇରାଣ: ଥାନା ଏଏସଆଇଙ୍କ ଦାଦାଗିରି

ରିଷିଡା,୨୧।୯(ସୁଶାନ୍ତ ମଲ୍ଲିକ): ଗତକିଛି ଦିନ ହେଲା ମ.ରାମପୁର ଥାନା ଅଧିନ ବିଭିନ୍ନ ଅଞ୍ଚଳରେ ସନ୍ଧ୍ୟା ସମୟରେ ପୋଲିସ ଯାଞ୍ଚ୍‌ ନାଁରେ ଜନୈକ ଏଏସଆଇ ଦାଦାଗିରି ଚଲାଇଥିବା ଅଭିଯୋଗ…

ବାତ୍ୟା ଆସିଲେ ଭୂସ୍ଖଳନ ଭୟ: ୨ ଦିନ ବନ୍ଦ ରହିବ କଳିଙ୍ଗା ଘାଟି

ଜି.ଉଦୟଗିରି,୨୧।୯(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଓ ଗଞ୍ଜାମ ସୀମାନ୍ତବର୍ତ୍ତୀ କଳିଙ୍ଗା ଘାଟି ଦେଇ ବିଜୟୱାଡ଼ା ରାଞ୍ଚିକୁ ସଂଯୋଗ କରୁଥିବା ୧୫୭ ନମ୍ବର ଜାତୀୟ ରାଜପଥ ଏବେ…

ଭଞ୍ଜନଗରରେ ଅଧିକ ବର୍ଷା ଆଶଙ୍କା: ତଳିଆ ଅଞ୍ଚଳବାସୀଙ୍କ ପାଇଁ ସତର୍କ ସୂଚନା ଜାରି

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ): ଭଞ୍ଜନଗର ଜଳଭଣ୍ଡାରରେ ବର୍ତ୍ତମାନ ପ୍ରାୟ ୮୬ ପ୍ରତିଶତ ଜଳ ସଞ୍ଚିତ ଥିବାବେଳେ ଆଗାମୀ ଦିନରେ ଅଧିକ ବର୍ଷାର ସମ୍ଭାବନା ଅଛି । ତେଣୁ ଭଞ୍ଜନଗର…

ସେପ୍ଟେମ୍ବର ୨୩ରେ ଘଟିବ ବିରଳ ଘଟଣା; ଦିନ-ରାତି ୧୨-୧୨ ଘଣ୍ଟା….

ନୂଆଦିଲ୍ଲୀ,୨୧।୯: ଆସନ୍ତା ୨୩ ସେପ୍ଟେମ୍ବରରେ ଆକାଶରେ ଦେଖିବାକୁ ମିଳିବ ଏକ ବିଶେଷ ଭୌଗଳିକ ଘଟଣା । ଏହି ତାରିଖରେ ଦିନ ଓ ରାତିର ସମୟ ପ୍ରାୟ ସମାନ…

ଭଞ୍ଜନଗର ଉପଖଣ୍ଡର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ୪୫୮୬ ନୂଆ ଯୋଡ଼ିହେଲେ, ୩୬୩୪୨ ପଡ଼ିଲେ ବାଦ୍‌

ଭଞ୍ଜନଗର,୨୧।୯(ବାବୁଲା ପ୍ରଧାନ):ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ବତନ୍ତ୍ର ସଘନ -୨୦୨୬ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା ପରେ ସୋମବାର ଚୂଡ଼ାନ୍ତ ଭୋଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?