ନାଁ ବଦଳାଇପାରନ୍ତି ଅଲ୍ଲୁ

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ରହିଛି। ବକ୍ସ ଅଫିସରେ ‘ପୁଷ୍ପା ୨’ ଫିଲ୍ମ ସୁପର ଡୁପର ହିଟ୍‌ ହେବା ପରେ ତାଙ୍କୁ ନେଇ ଚର୍ଚ୍ଚା ଲାଗିରହିଛି। ତେବେ ନିକଟରେ ଅଲ୍ଲୁ ନିଜର କୌଣସି ଫିଲ୍ମ ପାଇଁ ନୁହେଁ, ବରଂ ଅନ୍ୟ ଏକ କାରଣ ପାଇଁ ଚର୍ଚ୍ଚାରେ ଅଛନ୍ତି। ‘କୋଇମୋଇ’ ଏବଂ ‘ସିନେ ଜୋଶ’ର ରିପୋର୍ଟ ଅନୁଯାୟୀ, ଅଲ୍ଲୁ ତାଙ୍କ ନାମ ସାମାନ୍ୟ ବଦଳାଇବାକୁ ନେଇ ଏବେ ଚିନ୍ତା କରୁଛନ୍ତି। ଜଣେ ଅଙ୍କ ଜ୍ୟୋତିଷଙ୍କ ପରାମର୍ଶ ଆଧାରରେ ଅଲ୍ଲୁ ନିଜ ନାମର ଇଂଲିଶ ସ୍ପେଲିଂକୁ ବଦଳାଇବା ସହ ୨ଟି ଇଂଲିଶ ଆଲ୍‌ଫାବେଟ ‘ୟୁ’ ଏବଂ ୨ଟି ଇଂଲିଶ ଆଲ୍‌ଫାବେଟ ‘ଏନ୍‌’କୁ କିପରି ଯୋଡ଼ାଯିବ ସେନେଇ ଚିନ୍ତା କରୁଛନ୍ତି। ଅଲ୍ଲୁ ନିଜର ସଫଳତାକୁ ଆହୁରି ବଢ଼ାଇବା ସହ ତାଙ୍କ କ୍ୟାରିୟରକୁ ଅଧିକ ମଜଭୁତ କରିବା ପାଇଁ ନିଜ ନାମର ସ୍ପେଲିଂକୁ ବଦଳାଇବାକୁ ଚିନ୍ତା କରୁଛନ୍ତି ବୋଲି ରିପୋର୍ଟ ପ୍ରକାଶ ପାଇଛି। ତେବେ ଉକ୍ତ ରିପୋର୍ଟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା ଅଲ୍ଲୁ କୌଣସି ଆନୁଷ୍ଠାନିକ ପ୍ରତିକ୍ରିୟା ଦେଇନାହାନ୍ତି। ଆଗାମୀ ଦିନରେ ଅଲ୍ଲୁଙ୍କୁ ଏଟଲିଙ୍କ ନିର୍ଦ୍ଦେଶିତ ‘ଏଏ୨୨’ ଫିଲ୍ମରେ ଦେଖିବାକୁ ମିଳିବ। ଆସନ୍ତା ୮ରେ ଅଲ୍ଲୁଙ୍କ ଜନ୍ମଦିନ ଅବସରରେ ଉକ୍ତ ଫିଲ୍ମରେ ତାଙ୍କ ଲୁକ୍‌ ଉପରୁ ପରଦା ଉଠିପାରେ ବୋଲି ସିନେ ସମୀକ୍ଷକମାନେ କଳ୍ପନାଜଳ୍ପନା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

କାହିଁକି ସ୍ବୟଂବର କରିଥିଲେ ରାଖୀ ସାୱନ୍ତ? ଖୋଲିଦେଲେ ଅସଲ କାରଣ, କହିଲେ-ବିବାହ ପାଇଁ ନୁହେଁ ବରଂ…

ମୁମ୍ବାଇ: ବଲିଉଡର ‘ଡ୍ରାମା କ୍ୱିନ’ ଭାବେ ପରିଚିତ ରାଖୀ ସାୱନ୍ତ ପୁଣିଥରେ ଚର୍ଚ୍ଚାରେ। ୨୦୦୯ରେ ତାଙ୍କ ସ୍ବୟଂବର ରିଆଲିଟି ଶୋ’ ଟେଲିଭିଜନରେ ଖୁବ ଚର୍ଚ୍ଚିତ ହୋଇଥିଲା। ସେତେବେଳେ…

ତୁମ ପରି କେହି ନାହିଁ…ଇମୋଶନାଲ ହେଲେ ଅକ୍ଷୟ କୁମାର

ପ୍ରବୀଣ ହାସ୍ୟ ଅଭିନେତା ଏବଂ ଅଭିନେତା ଅସରାନି ଆଉ ନାହାନ୍ତି ସେ ତାଙ୍କ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ମାଧ୍ୟମରେ ସର୍ବଦା ଦର୍ଶକଙ୍କ ହୃଦୟରେ ଜୀବିତ ରହିବେ।…

ବଲିଉଡ୍‌ରେ ଆଉ ଜଣେ ଷ୍ଟାର୍ କିଡ୍‌ଙ୍କ ଏଣ୍ଟ୍ରି! ମଲାଇକା-ଅରବାଜଙ୍କ ପୁଅ ଅରହାନ କରିବେ ଡେବ୍ୟୁ…

ମୁମ୍ବାଇ: ଦୀର୍ଘଦିନରୁ ଚାଲିଥିବା ଚର୍ଚ୍ଚାରେ ଲାଗିଲା ବିରାମ। ବଲିଉଡ ଅଭିନେତ୍ରୀ ମଲାଇକା ଅରୋରା ଏବଂ ଅରବାଜ ଖାନଙ୍କ ପୁଅ ଅରହାନ ଖାନ ବଲିଉଡ ଡେବ୍ୟୁ କରିବା ସ୍ପଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri