Posted inଖେଳ

କ୍ୟାରିୟରର ପ୍ରଥମ ବଲ୍‌ରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଏହି ସ୍ପିନର: ବ୍ରିସ୍‌ବେନ୍‌ ମ୍ୟାଚ୍‌ରେ କରିପାରନ୍ତି ରେକର୍ଡ

ବ୍ରିସବେନ୍‌,୧୫।୧: ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ସଫଳ ବୋଲରଙ୍କ ମଧ୍ୟରୁ ନାଥନ ଲାୟନ ଅନ୍ୟତମ। ଶୁକ୍ରବାର ଭାରତ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ସେ ନିଜର ୧୦୦ତମ ମ୍ୟାଚ୍‌ ଖେଳୁଛନ୍ତି। ଏହି ସ୍ମରଣୀୟ ମ୍ୟାଚ୍‌ରେ ସେ ଅନ୍ୟଏକ ଉପଲବ୍ଧି ହାସଲ କରିପାରନ୍ତି। ଲାୟନ ନିଜର ୪୦୦ ଉଇକେଟ ପୂରଣ କରିବାରୁ ମାତ୍ର ୪ ଉଇକେଟ ପଛରେ ଅଛନ୍ତି। ଚଳିତ ମ୍ୟାଚ୍‌ରେ ସେ ୪ ଉଇକେଟ ନେବାରେ ସଫଳ ହେଲେ ବିଶ୍ୱର ଶ୍ରେଷ୍ଠ ବୋଲର ତାଲିକାରେ ସାମିଲ ହେବେ।

୨୦୧୦ରେ ଆଡିଲେଡ୍‌ରେ ଲାୟନ ଗ୍ରାଉଣ୍ଡ ଷ୍ଟାଫ ଭାବେ କାମ କରିଥିଲେ। ବର୍ଷକ ପରେ ୨୦୧୧ରେ ଶ୍ରୀଲଙ୍କା ଗସ୍ତରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହାପରଠାରୁ ସେ ପଛକୁ ଫେରି ଦେଖିନାହାନ୍ତି। ଏବେ ଅଷ୍ଟ୍ରେଲିଆର ସଫଳ ସ୍ପିନର ହିସାବରେ ତାଙ୍କୁ ଗଣାଯାଉଛି।

କ୍ୟାରିୟରର ପ୍ରଥମ ବଲ୍‌ରେ ସେ କୁମାର ସାଙ୍ଗାକାରାଙ୍କୁ ଆଉଟ୍‌ କରିଥିଲେ। ଏହାଛଡ଼ା ଡେବ୍ୟୁ ପାଳିରେ ୧୫ ଓଭରରେ ୩୪ ରନ୍‌ ଦେଇ ୫ ଉଇକେଟ ହାସଲ କରିଥିଲେ। ଏଯାବତ ସେ ୯୯ ଟେଷ୍ଟ ମ୍ୟାଚ୍‌ର ୧୮୯ ପାଳିରେ ମୋଟ ୩୯୬ ଉଇକେଟ ନେଇଛନ୍ତି। ଏହି ସମୟରେ ସେ ୧୮ ଥର ୫ ଉଇକେଟ ଏବଂ ୩ ଥର ୧୦ ଉଇକେଟ/ଅଧିକ ନେଇଛନ୍ତି। ୫୦ ରନ୍‌ରେ ୮ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଚଳିତ ଭାରତ ବିପକ୍ଷ ସିରିଜରେ ସେ ତିନି ମ୍ୟାଚ୍‌ ଖେଳି ୬ ଉଇକେଟ ନେଇଛନ୍ତି।

ଲାୟନଙ୍କ କ୍ୟାରିୟର:
ପ୍ରଥମ ଉଇକେଟ: କୁମାର ସାଙ୍ଗକାରା, ୨୦୧୧
୫୦ତମ ଉଇକେଟ: ୨୦୧୨ ଆଡିଲେଡ୍‌, ଜୈକ୍‌ ରୁଡୋଲ୍ଫ
୧୦୦ତମ ଉଇକେଟ: ଷ୍ଟୁଆର୍ଟ ବ୍ରାଡ, ମେଲବର୍ନ ୨୦୧୩
୧୫୦ତମ ଉଇକେଟ: ଜୋସ ବୟଲର, କାର୍ଡିଫ୍‌ ୨୦୧୫
୨୦୦ତମ ଉଇକେଟ: ଧନଞ୍ଜୟ ଡିସିଲଭା, ପଲ୍ଲେକେଲେ ୨୦୧୬
୨୫୦ ଉଇକେଟ: ତାଇଜୁଲ ଇସ୍ଲାମ, ଢ଼ାକା ୨୦୧୭
୩୦୦ ଉଇକେଟ: କଗିସୋ ରବାଡା, କେପ୍‌ଟାଉନ୍‌ ୨୦୧୮
୩୫୦ ଉଇକେଟ: ବେନ୍‌ ଷ୍ଟ୍ରୋକ୍ସ, ଏଜବେଷ୍ଟନ୍‌ ୨୦୧୯


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସର ସଂଘର୍ଷପୂର୍ଣ୍ଣ ବିଜୟ

ନୂଆଦିଲ୍ଲୀ, ୨୪।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଏଠାରେ ଅନୁଷ୍ଠିତ ଏକ ରୋମାଞ୍ଚକ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ୪ ରନରେ ସଂଘର୍ଷପୂର୍ଣ୍ଣ ବିଜୟ ହାସଲ କରିଛି।...

ରକ୍ତ ବଦଳରେ ରକ୍ତ…ପାକିସ୍ତାନ କ୍ରିକେଟ ବୋର୍ଡକୁ ଏହି ଧମକପୂର୍ଣ୍ଣ ଚିଠି ମିଳିବା ପରେ ବୋହିଗଲା ଝାଳ

ଇସଲାମାବାଦ,୨୪।୪: ଲାହୋରରେ ପାକିସ୍ତାନ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ହୋଇଥିବା ମ୍ୟାଚକୁ ନେଇ ଆତଙ୍କର ଛାୟା ଆସୁଛି। ଆତଙ୍କବାଦୀ ସଂଗଠନ ଇସଲାମିକ ଷ୍ଟେଟ ଆଗାମୀ କ୍ରିକେଟ ମ୍ୟାଚ...

କ୍ୟାମେରାମ୍ୟାନଙ୍କ ନଖରାମିକୁ ବରଦାସ୍ତ କରିପାରିଲେନି ଧୋନି

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ ର ୩୯ତମ ମ୍ୟାଚରେ ଲକ୍ଷ୍ନୌ ଏକ ଚମତ୍କାର ଖେଳ ପ୍ରଦର୍ଶନ କରି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ (ସିଏସକେ ବନାମ ଏଳଏସଜି ଆଇପିଏଲ ୨୦୨୪)...

ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ନାହିଁ ଭାରତ!

ନୂଆଦିଲ୍ଲୀ,୨୪।୪:ଭାରତ ଏବଂ ପାକିସ୍ତାନ ମଧ୍ୟରେ ଶେଷ ମୁକାବିଲା ୨୦୨୩ରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପରେ ହୋଇଥିଲା, ଯାହା ଭାରତ ଦ୍ୱାରା ଆୟୋଜିତ ହୋଇଥିଲା। ବର୍ତ୍ତମାନ ଉଭୟଙ୍କ ପରବର୍ତ୍ତୀ...

ସଚିନ ତେନ୍ଦୁଲକରଙ୍କ ଏହି ୫ ମହାରେକର୍ଡ ଭାଙ୍ଗିବା ପ୍ରାୟ ଅସମ୍ଭବ

ସଚିନ ତେନ୍ଦୁଲକର ଆଜି ୫୧ତମ ଜନ୍ମଦିନ ପାଳନ କରୁଛନ୍ତି। ଭାରତୀୟ କ୍ରିକେଟ ଦଳର ପୂର୍ବତନ କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ କ୍ୟାରିୟରରେ ଅନେକ ରେକର୍ଡ ସୃଷ୍ଟି କରିଥିଲେ।...

୫୧ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୫୧ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ: ଚଳିତ ଆଇପିଏଲରେ ପ୍ରଥମ ଥର ଟପ୍‌-୪ରୁ ବାଦ୍‌ ପଡ଼ିଲା ସିଏସକେ

ନୂଆଦିଲ୍ଲୀ,୨୪।୪: ଆଇପିଏଲ ୨୦୨୪ର ୩୯ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍‌ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଇଛି। ଏହି ମ୍ୟାଚରେ ଲକ୍ଷ୍ନୌ ଚେନ୍ନାଇକୁ ପରାସ୍ତ...

ଭାରତୀୟ ଦଳରେ ୫ ଓଡ଼ିଆ

ଭୁବନେଶ୍ୱର, ୨୪ା୪ (ବିଜୟ ରଣା): ବୁଧବାରଠାରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଥାଇଲାଣ୍ଡ ରେ ହେବାକୁ ଥିବା ଏସିଆନ୍‌ ହୁଇଲ ଚେୟାର ଫେନ୍‌ସିଂ ଚାମ୍ପିୟନଶିପ୍‌ ଲାଗି ମନୋନୀତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri