Posted inଖେଳ

କ୍ୟାରିୟରର ପ୍ରଥମ ବଲ୍‌ରେ ସାଙ୍ଗାକାରାଙ୍କ ଉଇକେଟ ନେଇଥିଲେ ଏହି ସ୍ପିନର: ବ୍ରିସ୍‌ବେନ୍‌ ମ୍ୟାଚ୍‌ରେ କରିପାରନ୍ତି ରେକର୍ଡ

ବ୍ରିସବେନ୍‌,୧୫।୧: ବର୍ତ୍ତମାନ ସମୟରେ ଅଷ୍ଟ୍ରେଲିଆର ସଫଳ ବୋଲରଙ୍କ ମଧ୍ୟରୁ ନାଥନ ଲାୟନ ଅନ୍ୟତମ। ଶୁକ୍ରବାର ଭାରତ ବିପକ୍ଷ ନିର୍ଣ୍ଣାୟକ ଟେଷ୍ଟରେ ସେ ନିଜର ୧୦୦ତମ ମ୍ୟାଚ୍‌ ଖେଳୁଛନ୍ତି। ଏହି ସ୍ମରଣୀୟ ମ୍ୟାଚ୍‌ରେ ସେ ଅନ୍ୟଏକ ଉପଲବ୍ଧି ହାସଲ କରିପାରନ୍ତି। ଲାୟନ ନିଜର ୪୦୦ ଉଇକେଟ ପୂରଣ କରିବାରୁ ମାତ୍ର ୪ ଉଇକେଟ ପଛରେ ଅଛନ୍ତି। ଚଳିତ ମ୍ୟାଚ୍‌ରେ ସେ ୪ ଉଇକେଟ ନେବାରେ ସଫଳ ହେଲେ ବିଶ୍ୱର ଶ୍ରେଷ୍ଠ ବୋଲର ତାଲିକାରେ ସାମିଲ ହେବେ।

୨୦୧୦ରେ ଆଡିଲେଡ୍‌ରେ ଲାୟନ ଗ୍ରାଉଣ୍ଡ ଷ୍ଟାଫ ଭାବେ କାମ କରିଥିଲେ। ବର୍ଷକ ପରେ ୨୦୧୧ରେ ଶ୍ରୀଲଙ୍କା ଗସ୍ତରେ ତାଙ୍କୁ ଡେବ୍ୟୁ କରିବାର ସୁଯୋଗ ମିଳିଥିଲା। ଏହାପରଠାରୁ ସେ ପଛକୁ ଫେରି ଦେଖିନାହାନ୍ତି। ଏବେ ଅଷ୍ଟ୍ରେଲିଆର ସଫଳ ସ୍ପିନର ହିସାବରେ ତାଙ୍କୁ ଗଣାଯାଉଛି।

କ୍ୟାରିୟରର ପ୍ରଥମ ବଲ୍‌ରେ ସେ କୁମାର ସାଙ୍ଗାକାରାଙ୍କୁ ଆଉଟ୍‌ କରିଥିଲେ। ଏହାଛଡ଼ା ଡେବ୍ୟୁ ପାଳିରେ ୧୫ ଓଭରରେ ୩୪ ରନ୍‌ ଦେଇ ୫ ଉଇକେଟ ହାସଲ କରିଥିଲେ। ଏଯାବତ ସେ ୯୯ ଟେଷ୍ଟ ମ୍ୟାଚ୍‌ର ୧୮୯ ପାଳିରେ ମୋଟ ୩୯୬ ଉଇକେଟ ନେଇଛନ୍ତି। ଏହି ସମୟରେ ସେ ୧୮ ଥର ୫ ଉଇକେଟ ଏବଂ ୩ ଥର ୧୦ ଉଇକେଟ/ଅଧିକ ନେଇଛନ୍ତି। ୫୦ ରନ୍‌ରେ ୮ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ। ଚଳିତ ଭାରତ ବିପକ୍ଷ ସିରିଜରେ ସେ ତିନି ମ୍ୟାଚ୍‌ ଖେଳି ୬ ଉଇକେଟ ନେଇଛନ୍ତି।

ଲାୟନଙ୍କ କ୍ୟାରିୟର:
ପ୍ରଥମ ଉଇକେଟ: କୁମାର ସାଙ୍ଗକାରା, ୨୦୧୧
୫୦ତମ ଉଇକେଟ: ୨୦୧୨ ଆଡିଲେଡ୍‌, ଜୈକ୍‌ ରୁଡୋଲ୍ଫ
୧୦୦ତମ ଉଇକେଟ: ଷ୍ଟୁଆର୍ଟ ବ୍ରାଡ, ମେଲବର୍ନ ୨୦୧୩
୧୫୦ତମ ଉଇକେଟ: ଜୋସ ବୟଲର, କାର୍ଡିଫ୍‌ ୨୦୧୫
୨୦୦ତମ ଉଇକେଟ: ଧନଞ୍ଜୟ ଡିସିଲଭା, ପଲ୍ଲେକେଲେ ୨୦୧୬
୨୫୦ ଉଇକେଟ: ତାଇଜୁଲ ଇସ୍ଲାମ, ଢ଼ାକା ୨୦୧୭
୩୦୦ ଉଇକେଟ: କଗିସୋ ରବାଡା, କେପ୍‌ଟାଉନ୍‌ ୨୦୧୮
୩୫୦ ଉଇକେଟ: ବେନ୍‌ ଷ୍ଟ୍ରୋକ୍ସ, ଏଜବେଷ୍ଟନ୍‌ ୨୦୧୯


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

ଐତିହାସିକ ବିସ୍ମୃତିର ନବପର୍ବ

ଗୋଟିଏ ମୂର୍ତ୍ତି। ଅତୀତର ଗର୍ଭରେ ବିଲୀନ ହୋଇଯାଇଥିବା ମହେଞ୍ଜୋଦାରୋ ସଭ୍ୟତାର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସମ୍ପର୍କରେ ଯେଉଁ ଯତ୍‌କିଞ୍ଚତ୍ତ୍‌ ଧାରଣା ଏବେ ଆମେ ପାଇଛେ, ସେଥିରେ…

ଅବସର ଘୋଷଣା କଲେ ନେମାର, ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ…

ବ୍ରାସିଲିଆ,୬ା୭: ଅନ୍ତର୍ଜାତୀୟ ଫୁଟବଲ୍‌ରୁ ଅବସର ନେଇଛନ୍ତି ବ୍ରାଜିଲର ଷ୍ଟାର୍‌ ଖେଳାଳି ନେମାର। ଫିଫା ବିଶ୍ୱକପ୍‌ରେ ବ୍ରାଜିଲର ଅଶ୍ରୁଳ ବିଦାୟ ପରେ ନେମାର ଏହି ଅବସର ଘୋଷଣା କରିଛନ୍ତି।…

ଚାକିରିରୁ ରିଜାଇନ ଦେଲେ ଭୁବନେଶ୍ୱର ଡିସିପି, କହିଲେ ଏହି କାରଣରୁ…

ଭୁବନେଶ୍ୱର,୬ା୭: ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଚାକିରିରୁ ରିଜାଇନ ଦେଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ଚାକିରି ଛାଡ଼ିଦେଇଥିବା କହିଛନ୍ତି। ଡିସିପି ଜଗମୋହନ ୨୦୧୩ ବ୍ୟାଚ୍‌ର ଆଇପିଏସ୍‌ ଅଫିସର…

ସକାଳୁ ସକାଳୁ ଚମ୍ପୁଆରେ ଏନ୍‌କାଉଣ୍ଟର, ଅପରାଧୀଙ୍କ ନାମରେ ରହିଛି…

କେନ୍ଦୁଝର,୬ା୭(ନରେଶ ଚନ୍ଦ୍ର ପଟ୍ଟନାୟକ) କେନ୍ଦୁଝର ପୋଲିସ ସୋମବାର ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଜଙ୍ଗଲରେ ଜଣେ ଅପରାଧୀଙ୍କୁ ଏନ୍‌କାଉଣ୍ଟର କରିଥିବା ଜଣା ପଡ଼ିଛି। ସେ ଆହତ ହୋଇ…

ଭାରତର ଏକତା ଓ ପ୍ରଗତି ପାଇଁ ସମର୍ପିତ ଏକ ଜୀବନ

ରାଷ୍ଟ୍ରବାଦ ଓ ନିଃସ୍ବାର୍ଥ ସେବାର ଆଦର୍ଶରେ ବିଶ୍ୱାସ କରୁଥିବା ଅଗଣିତ ଲୋକଙ୍କ ପାଇଁ ଆଜିର ଦିନ, ୬ ଜୁଲାଇର ବିଶେଷ ମହତ୍ତ୍ୱ ରହିଛି। ଆମେ ଡକ୍ଟର ଶ୍ୟାମା…

ମହିଳା ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଚାମ୍ପିୟନ

ଲଣ୍ଡନ,୫ା୭: ମହିଳା ଟି୨୦ ବିଶ୍ୱକପ୍‌ରେ ପୁଣି ଥରେ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଟୁର୍ନାମେଣ୍ଟରେ ଅପରାଜେୟ ରହିଥିବା ଅଷ୍ଟ୍ରେଲିଆ ଐତିହାସିକ ଲଡର୍‌ସ ଗ୍ରାଉଣ୍ଡରେ ରବିବାର ଖେଳାଯାଇଥିବା ଫାଇନାଲରେ ୭…

ଜିଲାପାଳଙ୍କ ବଡ଼ ଘୋଷଣା: କଟକରେ ସ୍କୁଲ ଛୁଟି

କଟକ,୫।୭: ସୋମବାର କଟକ ଜିଲାର ସମସ୍ତ ସରକାରୀ ଏବଂ ବେସରକାରୀ ଶିକ୍ଷାନୁଷ୍ଠାନ ଛୁଟି ରହିବ। ଲଘୁଚାପ ଜନିତ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି କଟକ ଜିଲାପାଳ ଛୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri