Posted inଜାତୀୟ

୩ କିଲୋମିଟର ଦୂର କାନ୍ଧରେ ବସି କନ୍ୟାଙ୍କ ଘରେ ପହଞ୍ଚିଲେ ବର, କାରଣ ଜାଣିଲେ…

ପାଟଣା,୭ା୬: ବିହାରର ବକ୍ସର ଜିଲାସ୍ଥିତ ଡୁନମରାଓ ଗାଁରେ କିଛିଦିନ ତଳେ ବର୍ଷା ହୋଇଥିଲା। ଗାଁ ରାସ୍ତାର ଅବସ୍ଥା ସମ୍ପୂର୍ଣ୍ଣ ବିଗିଡ଼ି ଯାଇଥିଲା। ଫଳରେ ଜଣେ ବର ବିବାହ ପାଇଁ ଆସି ହଟହଟା ହୋଇଛନ୍ତି। ରାସ୍ତା କାଦୁଅରେ ଭରି ଥିବାରୁ ୩ କିଲୋମିଟର ଦୂର କାନ୍ଧରେ ବସି ବରଙ୍କୁ ଆସିବାକୁ ପଡ଼ିଥିଲା। ଏହି ସମୟର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଦେଶ ସ୍ବାଧୀନ ହେବାର ୭୩ ବର୍ଷ ବିତିଲାଣି। ତଥାପି ଦେଶରେ ଥିବା କିଛି ଗାଁର ଚିତ୍ର ଆଜିଯାଏ ବଦଳିନାହିଁ। ଯାହାର ଜ୍ୱଳନ୍ତ ଉଦାହରଣ ହେଉଛି ଡୁନମରାଓ ଗାଁ। ଖରାଦିନେ ବି ବର୍ଷା ଟିକେ ହୋଇଗଲେ ଏହି ଗାଁ ରାସ୍ତାର ଅବସ୍ଥା ପୂରା ସଙ୍ଗିନ ହୋଇପଡ଼େ। ଏନେଇ ଗ୍ରାମବାସୀଙ୍କୁ ପଚାରିବାରୁ ସେମାନେ କୁହନ୍ତି, ଦୀଘବର୍ଷ ଧରି ଗାଁରେ ଏହି ସମସ୍ୟା ଲାଗି ରହିଛି। ସ୍ଥାନୀୟ ଜନପ୍ରତିନିଧିଙ୍କଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ।

ଡୁମରାଓ ଗାଁ ମୁଖ୍ୟାଳୟଠାରୁ ମାତ୍ର ୨୦ କିଲୋମିଟର ଦୂରରେ ଅବସ୍ଥିତ। ଯେଉଁଠାରେ ମୁଖ୍ୟରାସ୍ତାକୁ ଯିବା ପାଇଁ ଭଲ ରାସ୍ତାଟିଏ ନାହିଁ। ଅଦିନିଆ ବର୍ଷା ହେଲେ କଥା ସରେ। ଲୋକେ ବହୁତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି। ତୁରନ୍ତ ଏହି ଗାଁ ରାସ୍ତା ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁପି ବିଧାନସଭାରେ ହଙ୍ଗାମା: ଗ୍ୟାସ ସିଲିଣ୍ଡର ପିଠିରେ ବୋହି ଗୃହରେ ପହଞ୍ଚିଲେ ବିରୋଧୀ ବିଧାୟକ

ଲକ୍ଷ୍ନୌ,୧୩।୨: ଉତ୍ତରପ୍ରଦେଶ ବିଧାନସଭାରେ ଶୁକ୍ରବାର ଆରମ୍ଭ ହୋଇଥିବା ବଜେଟ ଅଧିବେଶନ ଆରମ୍ଭରୁ ବିରୋଧୀ ସିଏଏ, ଏନ୍‌ଆର୍‌ସି ଓ ଏନ୍‌ପିଆର୍‌କୁ ନେଇ ହୋହାଲ୍ଲା କରିଥିଲେ। ସମାଜବାଦୀ ପାର୍ଟି...

ରାହୁଲଙ୍କ ପ୍ରଶ୍ନ: ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ଙ୍କ ସମ୍ପତ୍ତି କେମିତି ବଢିଲା ୮ ଗୁଣା

ନୂଆଦିଲ୍ଲୀ,୨୨।୧: କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀ ପୁଣି ଥରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସେ ଟୁଇଟ୍‌ ଯୋଗେ ମହାମାରୀ ସମୟରେ ପ୍ରଧାନମନ୍ତ୍ରୀଙ୍କ ‘ପ୍ରିୟ ବନ୍ଧୁ’ର...

ମୋଦିଙ୍କ ଯୋଜନା ଗୁଜରାଟରେ ପ୍ରତ୍ୟାଖ୍ୟାତ

ଅହମ୍ମଦାବାଦ/ନୂଆଦିଲ୍ଲୀ,୧୨ା୮ : ଭାଜପା ଶାସିତ ଗୁଜରାଟରେ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା(ପିଏମ୍‌ଏଫ୍‌ବିଓ୍ବାଇ)କୁ ଶକ୍ତ ଝଟ୍‌କା ଲାଗିଛି। ଗୁଜରାଟ ଏହି ମହତ୍ତ୍ୱାକାଂକ୍ଷୀ ଶସ୍ୟ ବୀମା ଯୋଜନାକୁ ଅତ୍ୟଧିକ...

ଘନ କୁହୁଡ଼ି: ବିମାନ ଉଡ଼ାଣ ବାତିଲ, ରେଳ ସେବା ବ୍ୟାହତ, ଏକ୍ସପ୍ରେସ୍‌ ଓ୍ବେରେ ୨୫ ଗାଡ଼ି ଦୁର୍ଘଟଣା

ନୂଆଦିଲ୍ଲୀ,୧୬।୧: ଘନ କୁହୁଡି ଯୋଗୁ ଦିଲ୍ଲୀ ଏନ୍‌ସିଆର୍‌ରେ ସଙ୍କଟ ସୃଷ୍ଟି ହୋଇଛି। ୨-୩ ମିଟର ଦୂରରୁ ଦେଖିବା ମଧ୍ୟ ସମ୍ଭବ ହେଉ ନାହିଁ। ସୁରକ୍ଷା ଦୃଷ୍ଟିରୁ...

କୋଇଲା ସଙ୍କଟ: ବିଦ୍ୟୁତ୍‌ ଦର ବୃଦ୍ଧି ନ କରିବାକୁ ରାଜ୍ୟକୁ ଚେତାବନୀ

ବାଙ୍ଗାଲୋର, ୧୩।୧୦: ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି କ୍ଷେତ୍ର କୁହାଯାଉଥିବା ଭାରତରେ ଏବେ ବିଦ୍ୟୁତ୍‌ କ୍ଷେତ୍ର ସଙ୍କଟ ଦେଇ ଗତି କରୁଛି। କୋଇଲା ଅଭାବ ଯୋଗୁ...

କରୋନା ଭାଇରସ ଯୋଗୁ ସ୍ବାମୀଙ୍କ ମୃତ୍ୟୁ ହେବାରୁ ପୁଅ, ଝିଅଙ୍କ ସହ ଆତ୍ମହତ୍ୟା କଲେ ପତ୍ନୀ

ନୂଆଦିଲ୍ଲୀ,୨୦।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଗ୍ରାସ କରିଥିବା ବେଳେ ଦେଶରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୨୮ ଲକ୍ଷ ପାର କରି ସାରିଲାଣି। ସେହିପରି...

ପ୍ରେମ ପାଇଁ ଛାଡ଼ିଲେ ବନ୍ଧୁକ: ମାଓବାଦୀ ସଂଗଠନକୁ ପଛରେ ପକାଇ କଲେ ବିବାହ

ବସ୍ତର,୨।୩: ପ୍ରେମ କୌଣସି ପ୍ରତିବନ୍ଧକ ମାନେନା। ଏହାର ସଦ୍ୟତମ ଉଦାହରଣ ସୃଷ୍ଟି କରିଛନ୍ତି ମାଓବାଦୀ ସଂଗଠନରେ କାମ କରୁଥିବା ପ୍ରେମୀଯୁଗଳ। ମାଓବାଦୀ ସଂଗଠନରେ ପ୍ରେମ ଅବା...

୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିବା ଆମ୍ମା କ୍ୟାଣ୍ଟିନ ଏବେ ୧୧ ଲକ୍ଷ ଭୋକିଲାଙ୍କ ପେଟକୁ ଯୋଗାଉଛି ଦାନା

ଚେନ୍ନାଇ,୧୧।୪: ତାମିଲନାଡୁର ଆମ୍ମା କ୍ୟାଣ୍ଟିନ ଦେଶ ବିଦେଶରେ ବେଶ୍‌ ପରିଚିତ। ଦୌନିକ ଏହି କ୍ୟାଣ୍ଟିନ ପାଖାପାଖି ୫ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଉଥିଲା। ହେଲେ କରୋନା...

Advertisement
Archives

Model This Week