Posted inଜାତୀୟ

ଅଗଷ୍ଟ ୧୫ ପୂର୍ବରୁ ଶ୍ରୀନଗର ଲାଲଚୌକରେ ଗ୍ରେନେଡ ମାଡ଼

ଶ୍ରୀନଗର,୧୦।୮: ଜମ୍ମୁ-କଶ୍ମୀରରେ ସ୍ବାଧିନତାର ଅମୃତ ମହୋତ୍ସବ ମଧ୍ୟରେ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ବୃଦ୍ଧି ପାଇଛି। ମଙ୍ଗଳବାର ସକାଳେ ଶୋପିଆନରେ ସିଆରପିଏଫ୍‌ର ପାଟ୍ରୋଲିଂ ପାର୍ଟି ଉପରେ ଆକ୍ରମଣ ପରେ ଦ୍ୱିପ୍ରହରରେ କେନ୍ଦ୍ର ଶାସିତ ପ୍ରଦେଶର ରାଜଧାନୀ ଶ୍ରୀନଗରରେ ଆତଙ୍କବାଦୀମାନେ ଗ୍ରେନେଡ ମାଡ଼ କରିଛନ୍ତି। ଆକ୍ରମଣ କରିବା ପରେ ଆତଙ୍କବାଦୀମାନେ ସେଠାରୁ ଫେରାର ହୋଇଯାଇଥିଲେ। ଶ୍ରୀନଗରର ଲାଲଚୌକ ଅଞ୍ଚଳରେ ଏହି ବିସ୍ଫୋରଣ ଘଟିଛି। ଲାଲଚୌକ ବ୍ୟସ୍ତବହୁଳ ଥିବା ବେଳେ ହଠାତ୍‌ ବିସ୍ଫୋରଣର ଶବ୍ଦ ହୋଇଥିଲା। ଆତଙ୍କବାଦୀଙ୍କ ଏହି ଆକ୍ରମଣରେ ୪ରୁ ଊର୍ଦ୍ଧ୍ୱ ନାଗରିକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ବର୍ତ୍ତମାନ ସେମାନଙ୍କର ଚିକିତ୍ସା ଚାଲିଥିବା ଜଣାପଡ଼ିଛି। ଅନ୍ୟପଟେ ଆତଙ୍କବାଦୀଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀ ଓ ପୋଲିସ ମିଳିତ ଭାବେ ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟୁଇଟ୍‌ ଅବା କ୍ୟାଣ୍ଡେଲ ରାଲି କରି ଭାଜପାକୁ ପରାଜିତ କରି ହେବନି, ରାହୁଲଙ୍କୁ ପିକେଙ୍କ କଟାକ୍ଷ…

ନୂଆଦିଲ୍ଲୀ,୧୧।୧୨: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର(ପିକେ) ପୁଣି ଥରେ କଂଗ୍ରେସ ଦଳକୁ ଟାର୍ଗେଟ୍‌ କରିଛନ୍ତି। କଂଗ୍ରେସରେ ଗଣତନ୍ତ୍ର ନାହିଁ ବୋଲି ସେ କହିଛନ୍ତି। ଯଦି ଦଳକୁ...

ଚକୋଲେଟ ଖାଇ ୪ଶିଶୁ ମୃତ

କୁଶୀନଗର,୨୩।୩: ଉତ୍ତରପ୍ରଦେଶର କୁଶୀନଗରରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି। ଏକାସାଙ୍ଗରେ ୪ଜଣଙ୍କ ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ ସୃଷ୍ଟି ହୋଇଛି। ମୃତକ ମଧ୍ୟରେ...

ଫେବୃୟାରୀ ୧୪କୁ ‘କାଓ ହଗ୍‌ ଡେ’ ଭାବେ ପାଳନ କରିବାକୁ ଏଡବ୍ଲ୍ୟୁବିଆଇର ଅପିଲ୍‌

ନୂଆଦିଲ୍ଲୀ,୮।୨: ପ୍ରାଣୀ କଲ୍ୟାଣ ବୋର୍ଡ ଅଫ୍‌ ଇଣ୍ଡିଆ (ଏଡବ୍ଲ୍ୟୁବିଆଇ) ୧୪ ଫେବୃୟାରୀରେ ‘କାଓ ହଗ୍‌ ଡେ’ ପାଳନ କରିବାକୁ ଦେଶବାସୀଙ୍କୁ ଅପିଲ୍‌ କରିଛି। ଏହି ଦିନ...

ସାଧ୍ୱୀ ପ୍ରଜ୍ଞାଙ୍କୁ ନୂଆ ଦାୟିତ୍ୱ

ନୂଆଦିଲ୍ଲୀ,୨୧।୧୧: ମାଲୋଗାଁଓ ବୋମା ବିସ୍ଫୋରଣର ଅଭିଯୁକ୍ତ ତଥା ମଧ୍ୟପ୍ରଦେଶ ଭୋପାଳରୁ ଭାରତୀୟ ଜନତା ପାର୍ଟି(ଭାଜପା)ର ଏମ୍‌ପି ସାଧ୍ୱୀ ପ୍ରଜ୍ଞା ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରଣାଳୟର ସଂସଦୀୟ ପରାମର୍ଶଦାତା...

୪୪ ଡିଗ୍ରୀ ତାପମାତ୍ରାରେ ସିଝୁଛି ରାଜଧାନୀ

ନୂଆଦିଲ୍ଲୀ,୨୪।୫: ରାଜଧାନୀ ଦିଲ୍ଲୀର ତାପମାତ୍ରା ଏବେ ୪୪ ଡିଗ୍ରୀ ଉପରେ ରହୁଥିବା ବେଳେ ସାଧାରଣ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇ ପଡିଛି। ଗୋଟିଏ ପଟେ କରୋନା ସଂକ୍ରମଣ...

ଜନସଂଖ୍ୟା ସମସ୍ୟା କୌଣସି ଧର୍ମର ନୁହେଁ, ଏହା ସମଗ୍ର ଦେଶର…

ନୂଆଦିଲ୍ଲୀ, ୧୩।୭ : ନିକଟରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଜନସଂଖ୍ୟା ବିସ୍ଫୋରଣ ବିଷୟରେ କହିଥିଲେ ଯେ ଏହା ଘଟିବା ଉଚିତ ନୁହେଁ। ତେବେ କୌଣସି ଏକ ବର୍ଗର...

ତେଲେଙ୍ଗାନା ବିଧାନସଭାରେ ସିଏଏ, ଏନ୍‌ଆରସି, ଏନ୍‌ପିଆରକୁ ବିରୋଧ

ହାଇଦ୍ରାବାଦ,୧୬।୩: ନାଗରିକତ୍ୱ ସଂଶୋଧନ ଆଇନ(ସିଏଏ), ଏନ୍‌ଆରସି ଓ ଏନ୍‌ପିଆର ବିରୋଧରେ ତେଲେଙ୍ଗାନା ବିଧାନସଭାରେ ଏକ ପ୍ରସ୍ତାବ ପାସ୍‌ ହୋଇଛି। ସୋମବାର ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ...

ଅଧ୍ୟକ୍ଷ ପଦ ସମ୍ଭାଳିବାକୁ ରାଜି ନୁହେଁ ରାହୁଲ

ନୂଆଦିଲ୍ଲୀ,୬।୭: କଂଗ୍ରେସ ଦଳରେ ଖୁବ୍‌ଶୀଘ୍ର ବଡ ଧରଣର ଅଦଳବଦଳ ହେବାକୁ ଯାଉଥିବା ସୂଚନା ମିଳିଛି। ଯେଉଁ ନେତାମାନେ ସଚିବ ଓ ପ୍ରଭାରୀଙ୍କ ମଧ୍ୟରେ ମହତ୍ୱପୂର୍ଣ୍ଣ ଭୂମିକା...

Advertisement
Archives

Model This Week