ସବୁଜ ଉଦ୍‌ଜାନ: ଆଜିର ଆବଶ୍ୟକତା

ସୀତାଂଶୁ କୁମାର ସାମଲ

ସମଗ୍ର ବିଶ୍ୱ ଏବଂ ଏହା ଅନ୍ତର୍ଗତ ସମସ୍ତ ପ୍ରାଣୀ, ଉଦ୍ଭିଦ, ଜଳ, ଖଣିଜ ପଦାର୍ଥ ଇତ୍ୟାଦି ବିଭିନ୍ନ ମୌଳିକ ଓ ଯୌଗିକର ସମାହାର। ମୌଳିକ ବସ୍ତୁର ସରଳତମ ରୂପ।ଏମାନଙ୍କର ରାସାୟନିକ ସଂଯୋଗ ଦ୍ୱାରା ଅସଂଖ୍ୟ ଯୌଗିକ ସୃଷ୍ଟି ହୋଇଥାଏ।
ଏ ପର୍ଯ୍ୟନ୍ତ ଆବିଷ୍କୃତ ୧୧୮ ମୌଳିକ ମଧ୍ୟରେ ସବୁଠାରୁ ହାଲୁକା ମୌଳିକଟି ହେଲା ଉଦ୍‌ଜାନ (ହାଇଡ୍ରୋଜେନ୍‌)।ଏହାର ଦୁଇଟି ପରମାଣୁ ମିଶି ଉଦ୍‌ଜାନ ଅଣୁ ସୃଷ୍ଟି କରନ୍ତି।ଏହାର ସମାହାର ଉଦ୍‌ଜାନ ଗ୍ୟାସ୍‌ ରୂପେ ପରିଚିତ।ବାୟୁ ମଣ୍ଡଳରେ ଯଥେଷ୍ଟ ପରିମାଣରେ ଥିବା ଦୁଇଟି ଗ୍ୟାସୀୟ ମୌଳିକ ମଧ୍ୟରୁ ଅମ୍ଳଜାନ ଜୀବନ ରକ୍ଷାକାରୀ। ସୃଷ୍ଟିର ପ୍ରତ୍ୟେକ ଜୀବ ସବୁ ସମୟରେ ଅବାଧରେ ଏହାକୁ ପାଇଥାଏ।ଈଶ୍ୱରଙ୍କର ଏହା ଏକ ବିସ୍ମୟକର ଅବଦାନ।ଦ୍ୱିତୀୟ ମୌଳିକଟି ହେଲା ଯବକ୍ଷାରଜାନ ବା ନାଇଟ୍ରୋଜେନ୍‌।ଏହା ବାୟୁରେ ସବୁଠାରୁ ବେଶି (୭୮%) ଥାଏ।ଏହାକୁ ବାୟୁରୁ ପୃଥକ କରି ୧:୩ ଅନୁପାତରେ ଉଦ୍‌ଜାନ ସହ ଜର୍ମାନ୍‌ ବୈଜ୍ଞାନିକ ଏଫ୍‌ ହାବରଙ୍କ ରାସାୟନିକ ପଦ୍ଧତିରେ ସଂଯୋଗ କରାଇ ଏମୋନିଆ ଗ୍ୟାସ୍‌ ସ୍ବଳ୍ପ ମୂଲ୍ୟରେ ପ୍ରସ୍ତୁତ କରାଯାଇଥାଏ।ଯହିଁରୁ ୟୁରିଆ, ଏମୋନିୟମ୍‌ ନାଇଟ୍ରେଟ୍‌ ଇତ୍ୟାଦି ଯବକ୍ଷାରଜାନଯୁକ୍ତ ସାର ସ୍ବଳ୍ପ ମୂଲ୍ୟରେ ଯଥେଷ୍ଟ ଉପତ୍ାଦନ କରାଯାଇ ପୃଥିବୀକୁ କ୍ଷୁଧା ଓ ଖାଦ୍ୟ ସଂକଟରୁ ରକ୍ଷା କରାଯାଇ ପାରୁଛି ା
ଏମୋନିଆ ପାଇଁ ବ୍ୟବହୃତ ଉଦ୍‌ଜାନ ଗ୍ୟାସ୍‌ ତୈଳକୂପରୁ ପେଟ୍ରୋଲିୟମ୍‌ ଉତ୍ତୋଳନ ସମୟରେ ପ୍ରଚୁର ମାତ୍ରାରେ ମିଳିଥାଏ।ଏହି ପ୍ରାକୃତିକ ଗ୍ୟାସ୍‌ରେ ଥିବା ମିଥେନ୍‌ ହାଇଡ୍ରୋକାର୍ବନକୁ ଉଚ୍ଚ ତାପମାତ୍ରାରେ ଥିବା ବାଷ୍ପ ସହିତ ମିଶାଇ ଜାରଣ ପ୍ରକ୍ରିୟା ଦ୍ୱାରା ଉଦ୍‌ଜାନ ଗ୍ୟାସ୍‌ ଉପଲବ୍ଧ ହୁଏ।ଉକ୍ତ ପଦ୍ଧତିରେ ପ୍ରଚୁର ପିରମାଣର ପରିବେଶ ପ୍ରଦୂଷଣ କରୁଥିବା ସବୁଜ ଗୃହ ଗ୍ୟାସ୍‌ (ଗ୍ରୀନ୍‌ ହାଉସ ଗ୍ୟାସ୍‌), ଅଙ୍ଗାରକାମ୍ଳ ଗ୍ୟାସ୍‌ ନିର୍ଗତ ହୁଏ।ଏଠାରେ ସୂଚିତ କରାଯାଇପାରେ ଯେ ଏକ ଟନ୍‌ (ହଜାରେ କିଲୋଗ୍ରାମ) ଏମୋନିଆ ଗ୍ୟାସ୍‌ର ପ୍ରସ୍ତୁତ ସମୟରେ ପ୍ରାୟତଃ ଦୁଇ ଟନ୍‌ ଅଙ୍ଗାରକାମ୍ଳ ଗ୍ୟାସ୍‌ ବାୟୁମଣ୍ଡଳକୁ ନିର୍ଗତ ହୁଏ।ଅଙ୍ଗାରକାମ୍ଳ ଗ୍ୟାସ୍‌ ଏକ ପ୍ରମୁଖ ବାୟୁ ପ୍ରଦୂଷଣ କରୁଥିବା ଯୌଗିକ।ଏହା ବିଶ୍ୱ ତାପମାତ୍ରା ବୃଦ୍ଧିରେ ସହାୟକ।ଏହାର ପରିମାଣ କମାଇବାକୁ ହେଲେ ସମଗ୍ର ବିଶ୍ୱ ଏବେ ଉଦ୍‌ଜାନ ଗ୍ୟାସ୍‌ ବଦଳରେ ସବୁଜ ଉଦ୍‌ଜାନ (ଗ୍ରୀନ୍‌ ହାଇଡ୍ରୋଜେନ୍‌) ଉପରେ ଗୁରୁତ୍ୱ ରଖୁଛି।ଏଠାରେ ସ୍ବତଃ ମନକୁ ପ୍ରଶ୍ନ ଆସିବ ସବୁଜ ଉଦ୍‌ଜାନ କ’ଣ? ଏହାର ସ୍ବଳ୍ପ ମୂଲ୍ୟରେ ବହୁଳ ପ୍ରସ୍ତୁତି ଏବଂ ବ୍ୟବହାର ଉପରେ ଆଲୋଚନା କରିବା।
ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ବିଶ୍ୱର ରସାୟନବିତ୍‌ମାନେ ସବୁଜ ରସାୟନ ବିଜ୍ଞାନ (ଗ୍ରୀନ୍‌ କେମିଷ୍ଟ୍ରି) ଉପରେ ବ୍ୟାପକ ଗବେଷଣା ଜାରି ରଖିଛନ୍ତି। ଯେଉଁ ରାସାୟନିକ ପଦାର୍ଥ ପ୍ରତ୍ୟକ୍ଷ ବା ପରୋକ୍ଷରେ ପରିବେଶ ପ୍ରଦୂଷିତ କରି ନ ଥାଏ, ତାହାକୁ ସବୁଜ ରାସାୟନିକ ପଦାର୍ଥ (ଗ୍ରୀନ୍‌ କେମିକାଲ୍‌ସ) କୁହାଯାଏ। ସେହି ଅର୍ଥରେ ସବୁଜ ଉଦ୍‌ଜାନ ଜଳର ବେଦ୍ୟୁତିକ ବିଘଟନ (ଇଲେକ୍ଟ୍ରୋଲିସିସ୍‌) ଦ୍ୱାରା ସବୁଜ ଶକ୍ତି ପ୍ରୟୋଗ କରାଯାଇ ଉପତ୍ାଦିତ ହୋଇଥାଏ। ପାରମ୍ପରିକ ପଦ୍ଧତିରେ ମିଳୁଥିବା ବିଦ୍ୟୁତ୍‌ ଶକ୍ତି ଜୀବାଶ୍ମ ଇନ୍ଧନର ଦହନ ଦ୍ୱାରା ସୃଷ୍ଟି ହୁଏ, ଯାହା ବହୁତ ପ୍ରଦୂଷଣକାରୀ।ତେଣୁ ସବୁଜ ଉଦ୍‌ଜାନ ପ୍ରସ୍ତୁତି ପାଇଁ ରିନିୱେବଲ୍‌ ଶକ୍ତିର ବ୍ୟବହାର ଅପରିହାର୍ଯ୍ୟ। ବର୍ତ୍ତମାନ ସବୁଜ ଉଦ୍‌ଜାନର ଆମଦାନୀ ବ୍ୟୟବହୁଳ।ଏହାର ବହୁଳ ଓ ସୁଲଭ ମୂଲ୍ୟରେ ଉପତ୍ାଦନ ପାଇଁ ବିଶ୍ୱର ବିଭିନ୍ନ ଦେଶ ଶିଳ୍ପ ଅନୁକୂଳ ନୀତି ନିର୍ଦ୍ଧାରଣ କରୁଛନ୍ତି।୧୨ଫେବୃୟାରୀ, ୨୦୨୧ରେ ଭାରତର ସରକାରଙ୍କ ଗୃହୀତ ନୀତି ସବୁଜ ଉଦ୍‌ଜାନର ଉପତ୍ାଦିତ ମୂଲ୍ୟକୁ ଶତକଡ଼ା ୫୦ ଭାଗକୁ ହ୍ରାସ କରିବ ବୋଲି ବିଶେଷଜ୍ଞମାନଙ୍କର ମତ, ଯାହା ଆମ ଦେଶ ପାଇଁ ଏକ ସ୍ବାଗତ ଯୋଗ୍ୟ ପଦକ୍ଷେପ।ଏଠାରେ ସୂଚିତ କରାଯାଇ ପାରେ କି ନଭେମ୍ବର ୨୦୨୧ରେ ସମାପ୍ତ ହୋଇଥିବା ସଂଯୁକ୍ତ ରାଷ୍ଟ୍ରଗୁଡ଼ିକର ଗ୍ଲାସ୍‌ଗୋ ସମ୍ମିଳନୀରେ ପ୍ରାୟତଃ ୨୦୦ ରାଷ୍ଟ୍ର ଅଙ୍ଗାର ନିର୍ଗମନ ଶୂନ୍ୟ (ଜିରୋ କାର୍ବନ ଏମିଶନ୍‌) ସ୍ତରକୁ ଆଣିବା ପାଇଁ ଏକମତ ହୋଇଛନ୍ତି।ସବୁଜ ଉଦ୍‌ଜାନର ସ୍ବଳ୍ପମୂଲ୍ୟରେ ପ୍ରସ୍ତୁତି ଏ ଦିଗରେ ନିଶ୍ଚୟ ଏକ ସକାରାତ୍ମକ ପଦକ୍ଷେପ। ଶତାବ୍ଦୀ ଧରି ଉପରେ କୁହାଯାଇଥିବା ହାବର ପଦ୍ଧତି ଦ୍ୱାରା ସ୍ବଳ୍ପ ମୂଲ୍ୟରେ ବହୁତ ଏମୋନିଆ ଗ୍ୟାସ୍‌ ପ୍ରସ୍ତୁତ କରାଯାଇଥାଏ, ଯହିଁରେ ବ୍ୟବହୃତ ଯବକ୍ଷାରଜାନ ବାୟୁରୁ ସଂଗୃହୀତ ହୋଇଥିବାରୁ ଏହା ପରିବେଶ ପ୍ରଦୂଷଣ କରି ନ ଥାଏ।ଅନୁରୂପ ଭାବେ ସବୁଜ ଉଦ୍‌ଜାନ ମଧ୍ୟ ପାଣିରୁ ସଂଗୃହୀତ ହେଉଥିବାରୁ ତାହା ମଧ୍ୟ ପରିବେଶ ପ୍ରଦୂଷଣ କରେ ନାହିଁ। ପ୍ରାକୃତିକ ଉତ୍ସରୁ ସଂଗୃହୀତ ଉଭୟ ଉଦ୍‌ଜାନ ଓ ଯବକ୍ଷାରଜାନ ପାରମ୍ପରିକ ହାବର ପଦ୍ଧତି ଦ୍ୱାରା ସବୁଜ ଏମୋନିଆ ଗ୍ୟାସ୍‌ ପ୍ରସ୍ତୁତ କରାଯାଇ ପାରିବ, ଯାହାକୁ ନେଇ ୟୁରିଆ ଓ ଅନ୍ୟ ଯବକ୍ଷାରଜାନଯୁକ୍ତ ସାର ପ୍ରସ୍ତୁତ କରାଯାଇ ଖାଦ୍ୟ ଉପତ୍ାଦନ ବୃଦ୍ଧିରେ ସହାୟକ ହେବ ା
ସବୁଜ ଉଦ୍‌ଜାନ ମଧ୍ୟ ସହଜରେ ନିଆଯାଇ ପାରୁଥିବା ଶକ୍ତିର ଏକ ବଳିଷ୍ଠ ବାହକ।ଏହାକୁ ଦହନ କରି ବିଦ୍ୟୁତ୍‌ ଶକ୍ତି ଉପତ୍ାଦିତ ହୋଇପାରିବ, ଯାହା ସବୁଜ ଶକ୍ତି ରୂପେ ପରିଚିତ। କାରଣ ସବୁଜ ଉଦ୍‌ଜାନର ଦହନ କେବଳ ଜଳ ସୃଷ୍ଟି କରିଥାଏ ଏବଂ ପରିବେଶ ପ୍ରଦୂଷଣକାରୀ ପଦାର୍ଥ ନୁହେଁ।ଏହି ସବୁଜ ଉଦ୍‌ଜାନର ପ୍ରସ୍ତୁତି ଖାଲି ପରିବେଶ ପାଇଁ ଅନୁକୂଳ ନୁହେଁ ଏହା ମଧ୍ୟ ସବୁଜ ଶକ୍ତିର ଏକ ଉତ୍ସ।ତେଣୁ ସବୁଜ ଉଦ୍‌ଜାନର ବହୁଳ ମାତ୍ରାରେ ତଥା ସୁଲଭ ମୂଲ୍ୟରେ ଉପତ୍ାଦନ ଆଗାମୀ ଦିନ ପାଇଁ ଏକ ବଡ଼ ଆହ୍ବାନ।ମୋର ବିଶ୍ୱାସ ବିଶ୍ୱର ବୈଜ୍ଞାନିକମାନେ ସେମାନଙ୍କର ପ୍ରଭାବୀ ଗବେଷଣା ଦ୍ୱାରା ଏହି ଆହ୍ବାନର ସଫଳ ମୁକାବିଲା କରିବାକୁ ସକ୍ଷମ ହେବେ।ଭାରତ ଏବଂ ବିଶ୍ୱର ରାଷ୍ଟ୍ରସମୂହ ଗ୍ଲାସ୍‌ଗୋ ସମ୍ମିଳନୀରେ ରଖିଥିବା ଶୂନ୍ୟ ଅଙ୍ଗାର ନିର୍ଗମନ ଲକ୍ଷ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ହାସଲ କରିପାରିବେ ା
ଅବସରପ୍ରାପ୍ତ ଆଞ୍ଚଳିକ ଶିକ୍ଷା
ନିର୍ଦ୍ଦେଶକ, ବାଲେଶ୍ୱର
ମୋ- ୯୪୩୭୨୯୫୭୭୫


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri