ଇନ୍ଦୋରରେ ଗ୍ରୀନ୍‌ ଫଙ୍ଗସ୍‌

ଇନ୍ଦୋର,୧୬।୬: କରୋନା ସଂକ୍ରମଣରୁ ଠିକ୍‌ ହେବା ପରେ ବ୍ୟକ୍ତିଙ୍କ ନିକଟରେ ଏବେ ବ୍ଲାକ୍‌, ହ୍ବାଇଟ ଓ ୟେଲୋ ଫଙ୍ଗସ୍‌ ପରେ ଏବେ ଗ୍ରୀନ୍‌ ପଙ୍ଗସ୍‌ ଲକ୍ଷଣ ଚିହ୍ନଟ ହୋଇଛି। ଯାହାକୁ ନେଇ ବିଶେଷଜ୍ଞ ଏବେ ଚିନ୍ତାରେ ପଡ଼ିଯାଇଛନ୍ତି। ପୂର୍ବରୁ ଦେଶରେ ବ୍ଲାକ୍‌, ହ୍ବାଇଟ ଓ ୟେଲୋ ଫଙ୍ଗସ୍‌ ଦେଖାଯାଇଥିବା ବେଳେ ପ୍ରଥମ ଥର ମଧ୍ୟପ୍ରଦେଶ ଇନ୍ଦୋରରେ ଗ୍ରୀନ ଫଙ୍ଗସ୍‌ର ପ୍ରଥମ ମାମଲା ସାମ୍ନାକୁ ଆସିଛି। ଇନ୍ଦୋରର ଗ୍ରୀନ୍‌ ଫଙ୍ଗସ୍‌ ରୋଗୀଙ୍କୁ ଏୟାରଲିଫ୍ଟ କରାଯାଇ ମୁମ୍ବାଇର ହିନ୍ଦୁଜା ରାଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏନେଇ ଇନ୍ଦୋରର ସ୍ବାସ୍ଥ୍ୟ ବିଭାଗର ଡାଟା ମ୍ୟାନେଜର ଅର୍ପୁବା ତିଓ୍ବାରି ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଦେଢ଼ ମାସରୁ ଇନ୍ଦୋରର ଅରୋବିନ୍ଦୋ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ମେଡିକାଲ ସାଇନ୍ସ ହସ୍ପିଟାଲରେ ଉକ୍ତ ରୋଗୀଙ୍କ ଚିକିତ୍ସା ଚାଲିଥିଲା। ଉକ୍ତ ବ୍ୟକ୍ତି ଜଣକ କରୋନା ଆକ୍ରାନ୍ତ ହେବା ପରେ ସୁସ୍ଥ ହୋଇଯାଇଥିଲେ। ତାଙ୍କ ନିକଟରେ ବ୍ଲାକ୍‌ ଫଙ୍ଗସ୍‌ ଲକ୍ଷଣ ଦେଖାଯିବା ସନ୍ଦେହରେ ଯାଞ୍ଚ କରାଯାଇଥିଲା। କିନ୍ତୁ ଏହି ଯାଞ୍ଚ ସମୟରେ ତାଙ୍କ ଫୁସ୍‌ଫୁସ୍‌ ଓ ରକ୍ତରେ ଗ୍ରୀନ ଫଙ୍ଗସ୍‌ ଲକ୍ଷଣ ମିଳିଥିଲା। ତାଙ୍କ ଫୁସ୍‌ଫୁସ୍‌ ୯୦ପ୍ରତିଶତ ସଂକ୍ରମିତ ହୋଇଥିବା ନେଇ ଅରୋବିନ୍ଦୋ ହସ୍ପିଟାଲର ଜଣେ ଡାକ୍ତର ରବି ଦୋସି ସୂଚନା ଦେଇଛନ୍ତି। ଏଥିସହ ସେ କହିଛନ୍ତି, ପରୀକ୍ଷଣ ସମୟରେ ଜଣାପଡ଼ିଥିଲା ଯେ, ଗ୍ରୀନ୍‌ ଫଙ୍ଗସ୍‌ ବ୍ଲାକ୍‌ ଫଙ୍ଗସ୍‌ର ଠାରୁ ପୁରା ଭିନ୍ନ। ତେବେ ଏନେଇ ଗବେଷଣା କରିବା ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି ବୋଲି ଡାକ୍ତର ରବି ଦୋସି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାବୁ ବି କଲେଣି ରାଜନୀତି

ନୂଆଦିଲ୍ଲୀ,୫ା୪:ଲୋକପ୍ରିୟ ଯୋଜନା ମାଧ୍ୟମରେ ରାଜ୍ୟ ସରକାରଗୁଡ଼ିକ ଲୋକମାନଙ୍କୁ ଦେଉଥିବା ମାଗଣା ସୁବିଧା ଉପରେ କେନ୍ଦ୍ର ସରକାରଙ୍କ କେତେଜଣ ବରିଷ୍ଠ ସଚିବ ପ୍ରଶ୍ନ ଉଠାଇ କହିଛନ୍ତି ଯେ,...

ସୁଶାନ୍ତଙ୍କ ଆତ୍ମହତ୍ୟାର ହେବ ନାହିଁ ସିବିଆଇ ଯାଞ୍ଚ୍‌: ସୁପ୍ରିମ୍‌କୋର୍ଟ

ମୁମ୍ବାଇ, ୩୦।୭: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ଆବେଦନକୁ ସୁପ୍ରିମ୍‌କୋର୍ଟ ଖାରଜ କରି ଦେଇଛନ୍ତି। ଆତ୍ମହତ୍ୟାର ସିବିଆଇ ଯାଞ୍ଚ୍‌ ହେଉବୋଲି...

ରାଜ୍ୟରେ ୨୦୮ କରୋନା ଆକ୍ରାନ୍ତ ଚିହ୍ନଟ: ନୂଆପଡ଼ାରୁ ସର୍ବାଧିକ

ଭୁବନେଶ୍ୱର,୨୯।୩(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ସୋମବାର ରାଜ୍ୟରେ ୨୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨୨ କ୍ୱାରାଣ୍ଟାଇନ୍‌ରୁ...

ଥିଏଟରରେ ରିଲିଜ୍‌ ହେବ ଜୟାଙ୍କ ବାୟୋପିକ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତଙ୍କ ଅଭୀନିତ ଫିଲ୍ମ ତଲାଓ୍ବି ରିଲିଜ୍‌କୁ ନେଇ ବହୁ କଳ୍ପନା ଜଳ୍ପନା ଲାଗି ରହିଥିଲା। ପୂର୍ବରୁ କରୋନା ଭାଇରସ୍‌ ଲକ୍‌ଡାଉନ...

‘ସିଏଏ ଲାଗୁ ହେବ, ମମତା ବାନାର୍ଜି ରୋକିପାରିବେନି’

କୋଲକତା,୨୨।୮: ପଶ୍ଚିମବଙ୍ଗ ଭାଜପା ସଭାପତି ସୁକାନ୍ତ ମଜୁମଦାର ରାଜ୍ୟ ମୁଖ୍ୟମନ୍ତ୍ରୀ ତଥା ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ତୁମେ (ମମତା...

ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କ ଗଳା କାଟି ହତ୍ୟା କଲେ ସ୍ବାମୀ

ବେଙ୍ଗାଲୁରୁ,୧୮।୮: ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ପରେ ମୃତ୍ୟୁ ଖବରକୁ ଲୁଚାଇବା ପାଇଁ ପୋଲିସକୁ ସ୍ତ୍ରୀ...

ରାଷ୍ଟ୍ରପତିଙ୍କୁ ଅପମାନିତ କରାଯାଉଛି: ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲା କଂଗ୍ରେସ

ନୂଆଦିଲ୍ଲୀ,୨୨।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମେ’ ୨୮ରେ ନବନିର୍ମାଣ ସଂସଦର ଉଦ୍‌ଘାଟନ କରିବେ। ଏ ସମ୍ପର୍କରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ରାଷ୍ଟ୍ରପତି...

ରାମଲଲାଙ୍କ ଲଡୁ: ପୁଲଓ୍ବାମା କେଶର-କେରଳ କାଜୁ-ଅଷ୍ଟ୍ରେଲିଆ ବେସନ ଆଉ…

ଅଯୋଧ୍ୟା,୨।୮: ଅଗଷ୍ଟ ୫ରେ ଅଯୋଧ୍ୟାରେ ରାମମନ୍ଦିରର ଭୂମି ପୂଜନ ଉତ୍ସବ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସମ୍ପନ୍ନ ହେବ। ଏନେଇ ରାମଲଲାଙ୍କୁ ଲାଗିହେବାକୁ ଥିବା ଲଡୁ...

Advertisement
Archives

Model This Week