ସବୁଜ ଦୀପାବଳି

ବୌଦିକ  କାଳରୁ ପାଳିତ ହେଉଥିବା ଦୀପାବଳି ଆମ ଭାରତୀୟ ସାଂସ୍କୃତିକ ପରମ୍ପରାର ଏକ ଅନନ୍ୟ ପର୍ବ। କାର୍ତ୍ତିକ ମାସରେ ଏହା ପଡ଼ୁଥିବାରୁ ଲୋକଙ୍କ ପ୍ରାତଃସ୍ନାନ ସାଙ୍ଗକୁ ସାତ୍ତ୍ୱିକ ଆହାର, ଠାକୁର ଦର୍ଶନ, ଭଜନ, କୀର୍ତ୍ତନ ଇତ୍ୟାଦି ଧାର୍ମିକ ଭାବନାକୁ ଆହୁରି ସତେଜ କରେ । ଯେମିତି ଅମାବାସ୍ୟାର ଅନ୍ଧାରକୁ ଦୂର କରିବା ପାଇଁ ଦୀପର ଅଲୋକ ସହାୟକ ହୁଏ, ସେମିତି ଅଜ୍ଞାନ ରୂପକ ଅନ୍ଧାରରୁ ମୁକ୍ତି ଲାଗି ଜ୍ଞାନର ଅଲୋକବର୍ତ୍ତିକାରେ ଈଶ୍ୱରପ୍ରାପ୍ତି ରୂପକ ଶାନ୍ତି ଲାଭକରୁ । ପାର୍ବଣ ଋତୁର ଶେଷ ପର୍ଯ୍ୟାୟରେ ପାଳିତ ହେଉଥିବା ଦୀପାବଳି ଓ କାଳୀପୂଜାରେ ଅନେକ ପୌରାଣିକ ଘଟଣା ସଂଶ୍ଳିଷ୍ଟ। ଅପରପକ୍ଷରେ ବୈଜ୍ଞାନିକ ଦୃଷ୍ଟିକୋଣରୁ, ବର୍ଷର ଶେଷଭାଗରେ ଶିଶିର ଭିଜା ପରିବେଶ ସାଙ୍ଗକୁ ଶୀତଋତୁର ଆଗମନରେ ଅସଂଖ୍ୟ କୀଟ ପତଙ୍ଗ ବାୟୁମଣ୍ଡଳରେ ଘୂରିବୁଲନ୍ତି । ଦୀପାବଳିର ଆଲୋକସଜ୍ଜା ଓ ଆତସବାଜି ବିସ୍ଫୋରଣ ଜନିତ ବାରୁଦ ଗନ୍ଧରେ ସେମାନେ ମୃତ୍ୟୁବରଣ କରିଥାନ୍ତି, ଫଳରେ ବାୟୁମଣ୍ଡଳ କୀଟପତଙ୍ଗ ମୁକ୍ତହୋଇ ଏକ ନିର୍ମଳ ପରିବେଶ ସୃଷ୍ଟି କରିଥାଏ। ପରବର୍ତ୍ତୀ ସମୟରେ ଏହି ପର୍ବକୁ ଅଧିକ ଉତ୍ସବମୁଖର କରିବା ପାଇଁ ଆସତବାଜିର ବହୁଳ ବ୍ୟବହାର ପରିବେଶ ଉପରେ ଅନେକ ନକାରାତ୍ମକ ପ୍ରଭାବ ପକାଉଛି ।
ଦୂଷିତ ବାୟୁମଣ୍ଡଳରେ ଦୀପାବଳି ପର୍ବର ବାଣ ପ୍ରଦୂଷଣ ରୋକିବାକୁ ପରିବେଶବିତମାନେ ନ୍ୟାୟାଳୟର ଦ୍ୱାରସ୍ଥ ହେବାକୁ ବାଧ୍ୟ ହେଉଛନ୍ତି । ଫଳସ୍ବରୂପ ଦେଶର ସର୍ବୋଚ୍ଚ ନ୍ୟାୟାଳୟ କଲିକତା ଉଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଉପରେ ରୋକ ଲଗାଇ ବାଣକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇ ପାରିବନି ବୋଲି ଆଦେଶ ନାମା ଜାରି କରିଛନ୍ତି । ଅତ୍ୟଧିକ ଧୂଆଁ ସୃଷ୍ଟି କରୁ ନ ଥିବା ବାଣ (ଗ୍ରୀନ୍‌କ୍ରାକର) କୁ ବ୍ୟବହାର ନିମନ୍ତେ ନିର୍ଦ୍ଦେଶନାମା ଜାରି ହୋଇଛି । ଓଡ଼ିଶାର ଉଚ୍ଚ ନ୍ୟାୟାଳୟ ମଧ୍ୟ ଦୀପାବଳି ପାଳନ ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । ତେଣୁ ଏଥର ଦୀପାବଳିରେ ଫୁଟିବ ଗ୍ରୀନ୍‌ କ୍ରାକର ବା ସବୁଜ ବାଣ । ତେବେ ବିଗତଦିନରେ ଦୀପାବଳିରେ ବାଣ ବିସ୍ପୋରଣରେ ଅନେକ ମୂଲ୍ୟବାନ ଜୀବନ ଯାଇଥିବାର ନଜିର ଅଛି । ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ ଦୀପାବଳି ବନ୍ଧା ପଡ଼ିଛି ମହାମାରୀ କରୋନା କଟକଣାରେ ।
ଧର୍ମ ମାସର ଧାର୍ମିକ ପରିବେଶ ମନ୍ଦିର ବନ୍ଦ ଯୋଗୁ ମଳିନ ପଡ଼ିଯାଇଛି । ମନ୍ଦିର ବେଢ଼ାରେ ହବିଷିଆଳି ମାନଙ୍କ ହୁଳହୁଳି ସାଙ୍ଗକୁ ରାଇଦାମୋଦର ପୂଜା ଆଉ ଦେଖିବାକୁ ମିଳୁନି। ବର୍ତ୍ତମାନର ପରିସ୍ଥିତିକୁ ତର୍ଜମାକରି ଆଗାମୀ ଦିନରେ ଅନେକ ସମସ୍ୟାକୁ ସାମ୍ନା କରିବା ସହିତ ଆନନ୍ଦ ଉପଲବ୍ଧି କରିବା ପାଇଁ ମନକୁ ସବୁଜ କରିବା ନିତାନ୍ତ ଆବଶ୍ୟକ। ଚାଲନ୍ତୁ ସବୁଜ ଦୀପାବଳି ପାଳନ କରି ପରିବେଶ ସଜାଡ଼ିବାକୁ ଦୃଢ଼ ସଂକଳ୍ପ ନେବା ଓ ଆନନ୍ଦରେ ଜିଇଁବା।
-ଡ. ଅଜୟ କୁମାର ନନ୍ଦ
ବିଶ୍ୱନାଥ କୁଟିର, ନୀଳକଣ୍ଠପୁର, ପୁରୀ


Enter your email to get our daily news in your inbox.

All Right Reserved By Dharitri.Com

ଆର୍ଯ୍ୟପଲ୍ଲୀ ସମୁଦ୍ରରେ ଲୀନ ହେବା ପୂର୍ବରୁ ବଞ୍ଚାଅ: ଦୀର୍ଘକାଳୀନ ପଦକ୍ଷେପ ଦାବି

ଛତ୍ରପୁର, ୧୩।୮(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲାର ଛତ୍ରପୁର ନିକଟସ୍ଥ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ସମୁଦ୍ର କ୍ରମଶଃ କୂଳ ଲଙ୍ଘି ଗାଁ ଆଡକୁ ମାଡ଼ି ଆସୁଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ…

ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ: ଯୋଗଦେଲେ ଫୁଲବାଣୀ ବିଧାୟକ

ଜି.ଉଦୟଗିରି,୧୩।୮(ଚିନ୍ମୟ କୁମାର ସେଠୀ): ସ୍ଥାନୀୟ ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ସମସ୍ତ ସ୍କୁଲ,କଲେଜ ଛାତ୍ରୀଛାତ୍ରମାନଙ୍କୁ ନେଇ ଘର ଘର ତ୍ରିରଙ୍ଗା ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ…

ପୂର୍ବାଫାଲ୍ଗୁନୀ ନକ୍ଷତ୍ରରେ ସୂର୍ଯ୍ୟଙ୍କ ଗୋଚର ଦେବ ବଡ଼ ଫାଇଦା, ମେଷ-ମିଥୁନ ସମେତ ୫ ରାଶିଙ୍କ ପାଇଁ ବଲ୍ଲେ-ବଲ୍ଲେ

ବୈଦିକ ଜ୍ୟୋତିଷରେ ପୂର୍ବା ଫାଲ୍ଗୁନୀ ୨୭ଟି ନକ୍ଷତ୍ର ମଧ୍ୟରୁ ୧୧ତମ ନକ୍ଷତ୍ର, ଯାହାର ସ୍ବାମୀ ଶୁକ୍ର। ଏହି ନକ୍ଷତ୍ରର ସମ୍ପର୍କ କଳା, ସଙ୍ଗୀତ, ସୌନ୍ଦର୍ଯ୍ୟ ଏବଂ ସାଜସଜ୍ଜା…

କୋଚିଙ୍ଗ ସେଣ୍ଟର୍‌ ଝରକା ଗ୍ରିଲ କାଟି ୪ ଦଶମ ଶ୍ରେଣୀ ଛାତ୍ର ଫେରାର

ପାଟଣା,୧୩।୮(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ କେନ୍ଦେଇ ପୋଷିସ୍ଥିତ ଏକ ଘରୋଇ ରେସି ଡେଣ୍ଟାଲ କୋଚିଂ ସେଣ୍ଟରରୁ ବୁଧବାର ବିଳମ୍ବିତ ରାତିରେ କୋଚିଂ ସେଣ୍ଟରର ଝରକା…

ଶୋଇଥିବାବେଳେ ବିଳମ୍ବିତ ରାତିରେ ସୁରେନ୍ଦ୍ରଙ୍କ ଘରେ ଲାଗିଲା ନିଆଁ, ଚାହୁଁ ଚାହୁଁ ଚାରିଆଡେ ବ୍ୟାପିଗଲା…

ଦିଗପହଣ୍ଡି,୧୩।୮(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ପାଣ୍ଡା ଛକ ନିକଟ ଉଲୁକପଲ୍ଲୀ ସାହିର ସୁରେନ୍ଦ୍ର ସାହୁଙ୍କ ଘରେ ବୁଧବାର ବିଳମ୍ବିତ…

ଭାରତରେ ପେଟ୍ରୋଲ-ଡିଜେଲ ଦର କମିବା ଆଶା! ୫ ଦିନର ଦ୍ରୁତ ବୃଦ୍ଧି ପରେ ଖସିଲା…

ନୂଆଦିଲ୍ଲୀ,୧୩।୮: ଅନ୍ତର୍ଜାତୀୟ ବଜାରରେ କଚା ତେଲ (Crude Oil) ଦରରେ ଗତ ୫ ଦିନ ଧରି ଚାଲିଆସୁଥିବା ବୃଦ୍ଧିରେ ଶେଷରେ ବ୍ରେକ ଲାଗିଛି। ୧୩ ଅଗଷ୍ଟ ୨୦୨୬ରେ…

କେସିଙ୍ଗା ଶିକ୍ଷା ବ୍ୟବସ୍ଥାକୁ ନେଇ ଅପପ୍ରଚାର: ଦୃଢ଼ କାର୍ଯ୍ୟାନୁଷ୍ଠାନ ଚେତାବନୀ

କେସିଙ୍ଗା, ୧୩।୮( ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର କେତେକ ବିଦ୍ୟାଳୟରେ ଶିକ୍ଷକ ଅଭାବ ଥିବାବେଳେ, ଅନ୍ୟ କେତେକ ସ୍କୁଲରେ ଅଧିକ ଶିକ୍ଷକ ରହିଛନ୍ତି। ଏହି…

ଗାଁ ମୁହାଁ ୪ ଟିକିଆ ହାତୀ: ଭୟରେ କୋତାଗୁଡା ଗ୍ରାମବାସୀ

ଗୁଣପୁର,୧୩।୮(ସୁଜାତା ପାଢ଼ୀ):ରାୟଗଡା ଗୁଣପୁର ବ୍ଲକ ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର କୋତାଗୁଡା ଗାଁ ନିକଟରେ ଗୁରୁବାର ସକାଳେ ୪ ଟିକିଆ ହାତୀଙ୍କୁ ଦେଖିବାକୁ ମିଳିଛି l କାଦୁଆ ରାସ୍ତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri