Posted inରାଜ୍ୟ

ସମାଜସେବା ନାଁରେ କ୍ଷମତା ଓ ଚୌକି ଲୋଭ, ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ

ଭୁବନେଶ୍ୱର, ୪।୪: ନିର୍ବାଚନ ଆସିଲେ ମନେ ପଡୁଛି ଆଦର୍ଶ ଏବଂ ଆତ୍ମସମ୍ମାନ। ଟିକେଟ୍ ନ ମିଳିବାରୁ ଦଳ ପରିବର୍ତ୍ତନ କରୁଛନ୍ତି ନେତା। ସମାଜ ସେବା କଥା କହି ନିର୍ବାଚନ ଲଢ଼ୁଥିବା ବେଳେ କ୍ଷମତା, ଚୌକି ଲୋଭ ରହୁଛି ସର୍ବୋପରି। ନିର୍ବାଚନ ପୂର୍ବରୁ ଦଳ ଦଳ କହୁଥିବା ନେତାମାନେ ଟିକେଟ୍ ନ ମିଳିଲେ ଦଳୀୟ ନିଷ୍ପତ୍ତିକୁ ଗ୍ରହଣ କରି ପାରୁ ନାହାନ୍ତି। ମାତ୍ର ଦୁଇ ଘଣ୍ଟାରେ ବଦଳି ଯାଉଛି ଆଦର୍ଶ।

ଓଡ଼ିଶାରେ ଆଗକୁ ବିଧାନସଭା ଏବଂ ଲୋକ ସଭା ନିର୍ବାଚନ ଥିଲା ବେଳେ ରାଜ୍ୟର ତିନି ପ୍ରମୁଖ ଦଳ ପର୍ଯ୍ୟାୟ ପର୍ଯ୍ୟାୟ କରି ଟିକେଟ୍ ଘୋଷଣା କରୁଛନ୍ତି। ଏହାରି ମଧ୍ୟରେ ତିନି ଦଳର କିଛି ବରିଷ୍ଠ ନେତା ଏବଂ ଦଳରେ ଅନେକ ଦିନରୁ ଥିବା ନେତା ମାନଙ୍କୁ କୌଣସି କାରଣରୁ ଟିକେଟ୍ ନ ମିଳିବାରୁ ସେମାନେ ଦଳ ପରିବର୍ତ୍ତନ କରି ଦଳରୁ ଇସ୍ତଫା ଦେଇ ଅନ୍ୟ ଦଳରେ ଯୋଗ ଦେଉଛନ୍ତି। କିଛି ନେତା ଦଳରେ ଯୋଗ ଦେଉ ଦେଉ ସେମାନଙ୍କୁ ତୁରନ୍ତ ଟିକେଟ୍ ମଧ୍ୟ ମିଳି ଯାଉଛି।

ଏହି ଧାରାରେ ଅଭିନେତାରୁ ନେତା ସାଜିଥିବା ଅରିନ୍ଦମ ରାୟ, ଆକାଶ ଦାସ ନାୟକ, ସିଦ୍ଧାନ୍ତ ମହାପାତ୍ର, ଅନୁଭବ ମହାନ୍ତି ବିଜୁ ଜନତା ଦଳ(ବିଜେଡି) ଛାଡ଼ି ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ସେହିଭଳି ଭର୍ତ୍ତୃହରି ମହତାବ, ପ୍ରିୟଦର୍ଶୀ ମିଶ୍ର, ପର୍ଶୁରାମ ଧଡ଼ା, ବିରଞ୍ଚି ନାରାୟଣ ମହାସୁପକାର, ଦେବାଶିଷ ନାୟକ, ଆଦି ନେତା ଯେଉଁମାନେ ପୂର୍ବରୁ ବିଜେଡିରୁ ଟିକେଟ୍ ପାଇ ବିଧାୟକ ଏବଂ ଏମପି ଭାବେ ନିର୍ବାଚିତ ହୋଇଥିଲେ ଏଥର ଟିକେଟ୍ ନ ମିଳିବାରୁ ଭାଜପା କ୍ୟାମ୍ପକୁ ଡିଆଁ ମାରିଛନ୍ତି।

ସମାନ ଅବସ୍ଥା ଭାଜପାରେ ମଧ୍ୟ ଦେଖିବାକୁ ମିଳିଛି। ଗଞ୍ଜାମ ଜିଲାର ବରିଷ୍ଠ ଭାଜପା ନେତା ଭୃଗୁ ବକ୍ସିପାତ୍ର ବ୍ରହ୍ମପୁର ଲୋକ ସଭା ପାଇଁ ଟିକେଟ୍ ଆଶାୟୀ ଥିବା ବେଳେ ଦଳ କିନ୍ତୁ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଟିକେଟ୍ ଦେଇଥିଲା। ଯାହାପରେ ଭୃଗୁ ଭାଜପାରୁ ଇସ୍ତଫା ଦେଇ ବୁଧବାର ବିଜେଡି ଶିବିରରେ ଯୋଗ ଦେଇଥିଲେ। ଆଉ ମାତ୍ର କେଇ ଘଣ୍ଟା ପରେ ତାଙ୍କୁ ପୁରସ୍କାର ସ୍ୱରୂପ ବ୍ରହ୍ମପୁର ଲୋକ ସଭା ଆସନରୁ ଲଢ଼ିବା ପାଇଁ ଟିକେଟ୍ ମିଳିଥିଲା। ସେହିପରି ଭାଜପା କଟକ ଜିଲା ସଭାପତି ପ୍ରକାଶ ବେହେରା ବିଜେଡିରେ ଯୋଗ ଦେଇଛନ୍ତି। ଏହାପୂର୍ବରୁ ନୀଳିଗିରି ବିଧାୟକ ସୁକାନ୍ତ କୁମାରତ ନାୟକ ଭାଜପା ଛାଡ଼ି ବିଜେଡିରେ ଯୋଗ ଦେଇଛନ୍ତି।

ରାଜ୍ୟରେ କଂଗ୍ରେସର ସ୍ଥିତି ଖରାପ ଥିବାରୁ କଂଗ୍ରେସରୁ ମଧ୍ୟ ଅନେକ ନେତା ଯାଇ ବିଜେଡି ଏବଂ ଭାଜପାରେ ଯୋଗ ଦେଇଛନ୍ତି। ଏଥିରେ ସବୁଠାରୁ ବଡ଼ ନାଁ ରହିଛି ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସାନ ପୁଅ ମନ୍ମଥ ରାଉତରାୟ। ସେ କଂଗ୍ରେସ ଟିକେଟରେ ଜଟଣୀ ବିଧାନସଭା ଆସନରୁ ଲଢ଼ିବା ପାଇଁ ଚର୍ଚ୍ଚା ହେଉଥିଲେ ମଧ୍ୟ ବିଜେଡି ତିକେଟ୍ରୁ ସେ ଭୁବନେଶ୍ୱର ଲୋକ ସଭା ଆସନରେ ପ୍ରତିଦ୍ବନ୍ଦିତା କରିବା ପାଇଁ ଅବତୀର୍ଣ୍ଣ ହୋଇଛନ୍ତି। ସେହିପରି ବଲାଙ୍ଗୀର ଲୋକସଭା କ୍ଷେତ୍ର ପାଇଁ ନିକଟରେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଇଥିବା ସୁରେନ୍ଦ୍ର ସିଂ ଭୋଇଙ୍କୁ ଟିକେଟ୍‌ ମିଳିଛି।

ରାଜ୍ୟରେ ନିର୍ବାଚନ ଆଉ ଖୁବ କମ୍ ଦିନ ବାକି ଥିବା ବେଳେ ଆଗକୁ ଆହୁରି କିଛି ନେତା ଦଳ ପରିବର୍ତନ କରିବାର ଶେଷାନଙ୍କ ରହିଛି।
ଯେଉଁଥିରୁ ଜଣା ପଡୁଛି ପ୍ରତିଟି ନେତା ନିଜ କ୍ଷମତା ଓ ଚଉକୀ ଛଡା ଆଉ କିଛି ଚିନ୍ତା କରୁ ନାହାନ୍ତି। ଦଳ ଆଦର୍ଶ ନୀତି ସବୁ ପଛରେ ପଡିଯାଉଛି ବ୍ୟକ୍ତିଗତ ସ୍ଵାର୍ଥ ସର୍ବୋପରି ରହୁଛି। ମାତ୍ର କିଛି ଘଣ୍ଟାରେ ସବୁ ଆଦର୍ଶ ବଦଳି ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଟାଟା ପ୍ଲାଣ୍ଟରେ ଭାରତରେ ଆଇଫୋନ ଉତ୍ପାଦନ ଆରମ୍ଭ, ଟାରିଫ୍ ପ୍ରଭାବିତ ଚାଇନାଠୁ ଦୂରାଉଛି ଆପଲ

ନୂଆଦିଲ୍ଲୀ, ୨୯।୪: ଆପଲ ତାମିଲନାଡୁରେ ଟାଟା ଇଲେକ୍ଟ୍ରୋନିକ୍ସର ଏକ ନୂତନ ପ୍ଲାଣ୍ଟରେ ଆଇଫୋନ ଉତ୍ପାଦନ ଆରମ୍ଭ କରିଛି, ଏବଂ ବେଙ୍ଗାଲୁରୁରେ ଫକ୍ସକନ ଦ୍ୱାରା ପରିଚାଳିତ ଦ୍ୱିତୀୟ...

ୟୁଜିସି ନେଟ୍‌ ଫର୍ମ ଆବେଦନର ଶେଷ ତାରିଖ ମେ ୭

ଭୁବନେଶ୍ୱର,୨୯।୪(ସୁଚିସ୍ମିତା ସାହୁ): ନ୍ୟାଶନାଲ ଟେଷ୍ଟ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ଜାତୀୟ ଯୋଗ୍ୟତା ପରୀକ୍ଷା (ଏନ୍‌ଇଟି)-୨୦୨୫ର ଜୁନ୍‌ ସେସନ ପାଇଁ ପଞ୍ଜୀକରଣ...

ସାକ୍ଷୀଗୋପାଳଙ୍କ ବଗିଚାରୁ ଲକ୍ଷାଧିକ ଟଙ୍କାର ଚନ୍ଦନ ଗଛ କାଟିନେଲେ

ସାକ୍ଷୀଗୋପାଳ,୨୯।୪(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ରାତି ପାହିଲେ ଚନ୍ଦନ ସାକ୍ଷୀଗୋପାଳ ଠାକୁରଙ୍କ ଚନ୍ଦନ ଯାତ୍ରା। ଚନ୍ଦନ ପୋଖରୀରେ ଚାପ ଖେଳିବେ ବିଜେ ପ୍ରତିମା ମଦନମୋହନ। ୨୧...

ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ: ସଜାଗ ରହିବା ପାଇଁ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୨୯।୪: ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରାକ୍‌ ବାତ୍ୟା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ୨୦୧୯ ମସିହା ମଇ ମାସରେ...

ଲିଟର ପିଛା ୨ ଟଙ୍କା ବଢ଼ିଲା କ୍ଷୀର ମୂଲ୍ୟ, ନୂତନ ଦର ତାଲିକା ଜାଣନ୍ତୁ

ଭୁବନେଶ୍ୱର, ୨୯।୪: ଦେଶର ଅଗ୍ରଣୀ କ୍ଷୀର ଉତ୍ପାଦନ କମ୍ପାନୀ ମଦର ଡେରୀ ଦିଲ୍ଲୀ-ଏନସିଆର ଅଞ୍ଚଳ ସମେତ ସମସ୍ତ ଅପରେଟିଂ ମାର୍କେଟରେ କ୍ଷୀର ମୂଲ୍ୟ ବୃଦ୍ଧି କରିଛି।...

ଶ୍ରମିକଙ୍କ ଦୈନିକ ମଜୁରୀ ବଢାଇଲେ ସରକାର, ପିଛିଲା ଭାବେ ଏପ୍ରିଲ ପହିଲାରୁ ଲାଗୁ ହେବ

ଭୁବନେଶ୍ୱର,୨୯।୪: ରାଜ୍ୟରେ ଶ୍ରମିକମାନଙ୍କ ଦୈନିକ ଦରମା ବୃଦ୍ଧି କରିଛନ୍ତି ସରକାର। ଏହି ବର୍ଦ୍ଧିତ ଦରମା ପିଛିଲା ଭାବେ ଏପ୍ରିଲ ମାସ ପହିଲାରୁ ଲାଗୁ ହେବ। ମୁଖ୍ୟମନ୍ତ୍ରୀ...

ସେନାକୁ ସବୁଜ ସଙ୍କେତ ଦେଲେ ପ୍ରଧାନମନ୍ତ୍ରୀ, ହେବ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ, ୨୯।୪: ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା ବୈଠକ କରିଛନ୍ତି। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ଜାତୀୟ...

ଆବକାରୀ ଅଧୀକ୍ଷକଙ୍କୁ ରାସ୍ତା ମଝିରେ ଅଟକାଇଲା ଭିଜିଲାନ୍ସ; ୩ ଲକ୍ଷ ଟଙ୍କା ନଗଦ ଜବତ

ଢେଙ୍କାନାଳ, ୨୯।୪: ଓଡ଼ିଶା ଭିଜିଲାନ୍ସ ମଙ୍ଗଳବାର ଢେଙ୍କାନାଳ ଜିଲାରେ ଆବକାରୀ ଅଧୀକ୍ଷକ କୃଷ୍ଣା ନାୟକଙ୍କୁ ମାର୍ଗମଧ୍ୟରେ ଅଟକାଇ ତାଙ୍କ ନିକଟରୁ ୩ ଲକ୍ଷ ଟଙ୍କା ନଗଦ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri