ରୋଗ ପ୍ରତିରୋଧକ ଶକ୍ତିକୁ ଦୃଢ଼ କରେ ଅଙ୍ଗୁର

ଆପଣ ନିଜ ରୋଗ ପ୍ରତିରୋଧକ ଶକ୍ତିକୁ ନେଇ ଚିନ୍ତିତ କି ? ଯଦି ହଁ, ତେବେ ଏହାକୁ କେତେକାଂଶରେ ଦୃଢ଼ କରିବା ପାଇଁ ନିଜର ଦୈନନ୍ଦିନ ଖାଦ୍ୟ ତାଲିକାରେ ଅଙ୍ଗୁର ସାମିଲ କରନ୍ତୁ ନା! ୟୁନିଭର୍ସିଟି ଅଫ ଲଣ୍ଡନର ପୁଷ୍ଟିବିଜ୍ଞାନୀଙ୍କ ଦ୍ୱାରା ହୋଇଥିବା ଏକ ସର୍ଭେରୁ ଜଣାପଡିଛି ଯେ ପ୍ରତିଦିନ କିଛି ପରିମାଣରେ ଅଙ୍ଗୁର ଖାଇବା ଦ୍ୱାରା ସଂପୃକ୍ତ ବ୍ୟକ୍ତିଙ୍କର ରୋଗ ପ୍ରତିରୋଧକ ଶକ୍ତି କେତେକାଂଶରେ ସନ୍ତୁଳିତ ରହିଥାଏ। ଅଙ୍ଗୁରରେ ମଧ୍ୟ ଆଣ୍ଟି ଅକ୍ସିଡାଣ୍ଟ ଗୁଣ ଭରି ରହିଛି। ସବୁଠାରୁ ଖାସ୍‌ କଥା ହେଲା, ଏଥିରେ ମଧ୍ୟ କ୍ୟାନ୍‌ସର ସହ ଲଢ଼ିବାର ଗୁଣ ରହିଛି। ଅଙ୍ଗୁରରେ ପୋଟାସିୟମ୍‌ ମାତ୍ରା ମଧ୍ୟ ଅଛି। ଏହା ମଧ୍ୟ ଶରୀରରେ ବ୍ଲଡ୍‌ ପ୍ରେସର୍‌ରକୁ ସନ୍ତୁଳିତ ରଖେ। ଏଥିରେ ଫାଇବର୍‌ ମଧ୍ୟ ରହିଛି ଯାହା କୋଲେଷ୍ଟରଲ୍‌ର ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରେ। ଆଲ୍‌ଜିମର୍ସ ଭଳି ମସ୍ତିଷ୍କଜନିତ ସମସ୍ୟରୁ ଏହା କିଛି ମାତ୍ରାରେ ଉପଶମ ଦେଇଥାଏ। ଏହାକୁ ନିୟମିତ ଖାଇଲେ ମସ୍ତିଷ୍କର କାର୍ଯ୍ୟଧାରା ମଧ୍ୟ ସକ୍ରୟ ରହେ। ଉକ୍ତ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏହା ମଧ୍ୟ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଏଥିରେ ଭିଟାମିନ୍‌ କେ, କ୍ୟାଲ୍‌ସିୟମ୍‌, ପୋଟାସିୟମ୍‌ ଓ ମ୍ୟାଗ୍ନେସିୟମ୍‌ ରହିଛି। ନିୟମିତ ଅଙ୍ଗୁର ଖାଇବା ଦ୍ୱାରା ଏହା ଅସ୍ଥି ଓ ମଜ୍ଜାକୁ ଶକ୍ତ ରଖିଥାଏ। ଏହାକୁ ଖାଇବା ଦ୍ୱାରା ବାତ ଓ ଆଣ୍ଠୁଗଣ୍ଠି ସମସ୍ୟାରୁ କିଛି ମାତ୍ରାରେ ଉପଶମ ମିଳିଥାଏ। କେତେକ ବ୍ୟକ୍ତିଙ୍କୁ ରାତିରେ ଠିକ୍‌ ଭାବେ ନିଦ ହୋଇ ନଥାଏ। ସେଥିପାଇଁ ପ୍ରତିଦିନ କିଛି କିଛି ଅଙ୍ଗୁର ଖାଇବା ନିହାତି ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

Nails ରଙ୍ଗ କହିବ ରୋଗ, ଏବେଠୁ ଜାଣି ନିଅନ୍ତୁ…

ନଖର ରଙ୍ଗ ଏବଂ ଆକୃତିର ପରିବର୍ତ୍ତନ ରୋଗ ବିଷୟରେ ସୂଚନା ଦେଇଥାଏ । ଯଦି ଆପଣଙ୍କ ନଖରେ ପରିବର୍ତ୍ତନ ଦେଖନ୍ତି, ତେବେ ଆପଣ ସତର୍କ ହେଇଯାଆନ୍ତୁ...

ଦହିରେ ଲୁଣ ମିଶାଇ ଖାଉଛନ୍ତି କି? ଜାଣିନିଅନ୍ତୁ ଏହି ଗୋଟିଏ କଥା, ନଚେତ୍‌ ପସ୍ତାଇବେ

ଯେକୌଣସି ଋତୁ ହେଉ, ସମସ୍ତେ ଖାଦ୍ୟ ସହିତ ଦହି ଖାଇବାକୁ ପସନ୍ଦ କରନ୍ତି। କିଛି ଲୋକ ଏହାକୁ ଚିନି ସହିତ ଖାଇବାକୁ ପସନ୍ଦ କରନ୍ତି ତ...

ଏହି କାରଣରୁ ଭାରତରେ ବଢୁଛି Cancer ରୋଗୀଙ୍କ ସଂଖ୍ୟା, ବିଶେଷଜ୍ଞ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୧୯।୨: ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (WHO) ନିକଟରେ ମଦ୍ୟପାନର ଅତ୍ୟଧିକ ସେବନ ସମ୍ପର୍କରେ ଏକ ଚେତାବନୀ ଜାରି କରିଛି। ଏ ସମ୍ପର୍କରେ, ଭାରତର କିଛି ବିଶେଷଜ୍ଞ...

Maha Kumbh ପାଣିରେ ହାନିକାରକ ଜୀବାଣୁ, ହୋଇପାରେ ଏସବୁ ସାଂଘାତିକ ରୋଗ!

ନୂଆଦିଲ୍ଲୀ,୧୯।୨: କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୋମବାର ଜାତୀୟ ସବୁଜ ଟ୍ରିବ୍ୟୁନାଲ (ଏନଜିଟି)କୁ କହିଛି ଯେ କୁମ୍ଭମେଳା ହେଉଥିବା ଗଙ୍ଗାପାଣିରେ ଏକ କ୍ଷତିକାରକ ଜୀବାଣୁର...

ଶରୀରର କେଉଁ ଅଙ୍ଗରେ Blood ନାହିଁ? ନାଁ ଜାଣିଲେ ତାଜୁବ ହେବେ…

ବିଜ୍ଞାନର ନୂଆ ନୂଆ ଆବିଷ୍କାର ଆମକୁ ବାରମ୍ବାର ତାଜୁବ କରିଥାଏ। ସାଧାରଣ ଜ୍ଞାନ ପ୍ରାୟତଃ ପ୍ରତିଯୋଗିତାମୂଳକ ପରୀକ୍ଷାରେ ପଡ଼ିଥାଏ । କିନ୍ତୁ ବିଜ୍ଞାନର ଜଟିଳତାକୁ କେହି...

Blood Group ଅନୁସାରେ କରନ୍ତୁ ଡାଏଟ୍‌, ଜାଣନ୍ତୁ କେଉଁ ଖାଦ୍ୟ ଶରୀର ପାଇଁ ଭଲ…

ସ୍କୁଲ ହେଉ କି ଅଫିସ, ଆମକୁ ସବୁଠି ବ୍ଲଡ ଗ୍ରୁପ ସମ୍ପର୍କରେ ସୂଚନା ଦେବାକୁ ପଡିଥାଏ। କିନ୍ତୁ ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜ ବ୍ଲଡ...

Health Tips: ୪୦ ଟପିଲେ ଦେଖାଯାଏ ସ୍ବାସ୍ଥ୍ୟ ସମସ୍ୟା: ଡାଇବେଟିସ୍‌, ବ୍ଲଡପ୍ରେସର ବ୍ୟତୀତ ବର୍ଷକୁ ଅତିକମ୍‌ରେ ଥରେ କରାଇ ନିଅନ୍ତୁ …

ବୟସ ୪୦ ଟପୁଟପୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖାଯାଏ । ଡାଇବେଟିସ, ବ୍ଲଡପ୍ରେସର ତ ଏବେ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ  ପରିଣତ ହୋଇଗଲାଣି। ଏହାବ୍ୟତୀତ କାଶ,...

Kidney Stone ରୋଗୀ ଭୁଲ୍‌ରେ ଖାଆନ୍ତୁନି ଏହି ୫ ଖାଦ୍ୟ, ନ ହେଲେ…

ଯେତେବେଳେ ମିନେରାଲ୍‌ସ ଏବଂ ଅନ୍ୟାନ୍ୟ ଅପବ୍ୟବହାର କିଡନୀରେ ଜମା ହୁଏ, ସେଗୁଡ଼ିକ ଛୋଟ ଛୋଟ ପଥରରେ ପରିଣତ ହୁଏ। ଏହାକୁ କିଡନୀ ଷ୍ଟୋନ୍‌ କୁହାଯାଏ। ଯଦି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri