ଏସବୁ ରୋଗଠୁ ଦୂରେଇ ରଖେ ଅଙ୍ଗୁର

ଆଜିକାଲିର ବ୍ୟସ୍ତ ଜୀବନ ମଧ୍ୟରେ ଆମେ ଆବଶ୍ୟକ ମୁତାବକ ଶୋଇବା ନିହାତି ଦରକାର। ଯଦି ଭଲ ଭାବରେ ନିଦ ନ ହେଲା ତେବେ ତାହା କେତେକ ସ୍ବାସ୍ଥ୍ୟ ସମସ୍ୟାକୁ ପରୋକ୍ଷରେ ଆମନ୍ତ୍ରଣ କରିଥାଏ। ତେଣୁ ସୁନିଦ୍ରା ବା ଭଲ ନିଦ ପାଇଁ ଆମେ ଯତ୍ନବାନ ହେବା ନିହାତି ଦରକାର। ଏହାର ଏକ ସରଳ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ ଅଙ୍ଗୁର ଖାଆନ୍ତି ତେବେ ତାହା ସୁନିଦ୍ରା ପାଇଁ କେତେକାଂଶରେ ସହାୟକ ହୋଇଥାଏ ବୋଲି ଏକ ସଦ୍ୟତମ ସର୍ଭେରୁ ଜଣାପଡ଼ିଛି। ‘ସୁନିଦ୍ରା ଏବଂ ଅଙ୍ଗୁର’ ବିଷୟରେ ଲଣ୍ଡନ ବିଶ୍ୱବିଦ୍ୟାଳୟର ବିଶେଷଜ୍ଞମାନେ ଏକ ସର୍ଭେ କରିଥିଲେ। ନିଦ୍ରାଜନିତ ସମସ୍ୟା ସହ ଜଡ଼ିତ ତଥା ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ନିୟମିତ କିଛି କିଛି ଅଙ୍ଗୁର ଖାଇବାକୁ ସେମାନେ ପରାମର୍ଶ ଦେଇଥିଲେ। ଫଳସ୍ବରୂପ ଏମାନଙ୍କ ମଧ୍ୟରୁ ପ୍ରାୟ ୪୫ ପ୍ରତିଶତ ବ୍ୟକ୍ତି ନିଦ୍ରା ସମସ୍ୟାରୁ ନିଜକୁ କେତେକାଂଶରେ ମୁକୁଳାଇବାରେ ସକ୍ଷମ ହୋଇଥିଲେ ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଅଙ୍ଗୁରରେ ଭିଟାମିନ୍‌-ସି ଭରି ରହିଛି। ଏହାକୁ ଖାଇଲେ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୃଢ଼ ହୋଇଥାଏ। କେବଳ ସେତିକି ନୁହେଁ, ଏହା ରକ୍ତଚାପକୁ ମଧ୍ୟ ସନ୍ତୁଳିତ ରଖେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ପେଟରୋଗ ସମସ୍ୟା ଥିଲେ ବଢ଼ିଥାଏ ଓଜନ, ଜାଣନ୍ତୁ କାରଣ, ନିରାକରଣ

ପ୍ରାୟତଃ ଲୋକମାନେ ବିଶ୍ୱାସ କରନ୍ତି ଯେ, ପେଟ ରୋଗ ଥିଲେ ଓଜନ ପ୍ରାୟତଃ ହ୍ରାସ ପାଇଥାଏ। ମାତ୍ର ନା କିଚି ପେଟ ସମ୍ବନ୍ଧୀୟ ସମସ୍ୟା ଯୋଗୁ...

ସ୍ବାସ୍ଥ୍ୟ ପାଇଁ ଅମୃତ ଚିଆ ସିଡ୍ସ; ଭୁଲ୍‌ରେ ବି ଏସବୁ ଖାଦ୍ୟ ସହ କରନ୍ତୁ ନାହିଁ ସେବନ, ଲାଭ ବଦଳରେ….

ସିଡ୍ସ ସେବନ ସ୍ବାସ୍ଥ୍ୟ ପାଇଁ ଲାଭଦାୟକ। କାରଣ ଏଥିରେ ଅନେକ ପ୍ରକାରର ପୋଷକ ତତ୍ତ୍ୱ, ଆଣ୍ଟି ଅକ୍ସିଡାଣ୍ଟ, ସ୍ବାସ୍ଥ୍ୟକର ଫ୍ୟାଟ୍ସ ଏବଂ ପ୍ରୋଟିନ ରହିଥାଏ। ଏସବୁ...

ବିଟ୍‌ ରୁଟକୁ କଞ୍ଚା ଖାଇବା ଠିକ ନା ସିଝାଇ ଖାଇବା ଠିକ? ଜାଣନ୍ତୁ ଏହାର ସଠିକ ଉପାୟ ନଚେତ ହୋଇପାରେ ବଡ଼ ସମସ୍ୟା

ଅଧିକାଂଶ ଲୋକ ବିଟ ରୁଟ ରସ ପିଇବାକୁ ପସନ୍ଦ କରନ୍ତି, ଅନେକ ଲୋକ ବିଟ ରୁଟକୁ ସାଲାଡ ଭାବରେ ଖାଆନ୍ତି। କଞ୍ଚା ବିଟ ରୁଟ ଉଭୟ...

Gallbladder Stone: ଜାଣନ୍ତୁ ପିତ୍ତାଶୟରେ ପଥର ହେବାର ଲକ୍ଷଣ, କାରଣ, ଚିକିତ୍ସା; କ’ଣ ସର୍ଜରୀ ନିହାତି…

Gallbladder Stone Treatment: ପିତ୍ତାଶୟ ପଥର ବା ଗଲ୍ଡଷ୍ଟୋନ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା, ଯାହା ପିତ୍ତାଶୟରେ କଠିନ ଜମାଟ ଦ୍ରବ୍ୟ ହିସାବରେ ଗଠିତ ହୁଏ।...

କାମ ଚାପରେ କେମିତି ରଖିବେ ମାଇଣ୍ଡ୍‌ ଫ୍ରି:ମନକୁ ରିଲାକ୍ସ କରିବାର ଉପାୟ ଜାଣନ୍ତୁ…

ଅତ୍ୟଧିକ କାମ ଚାପରେ ବ୍ୟତିବ୍ୟସ୍ତ ହୋଇ ଅନେକ ସମୟରେ ଭାରାକ୍ରାନ୍ତ ହୋଇଯାଏ ମନ। ନୀତିଦିନିଆ ଜୀବନରେ ବିଭିନ୍ନ ଭାବରେ ଏହାର ପ୍ରଭାବ ପଡ଼େ। କାର୍ଯ୍ୟ ଦକ୍ଷତା...

ବର୍ଷାଦିନେ ଘରେ ହେଉଛନ୍ତି କି ପୋକ, ଆପଣାନ୍ତୁ ଏହି ଉପାୟ

ବର୍ଷାଦିନେ ସାଧାରଣତଃ କୀଟପତଙ୍ଗଙ୍କ ସଂଖ୍ୟା ବହୁତ ବଢ଼ିଯାଏ। ତେବେ ଘରକୁ ଏମାନଙ୍କଠାରୁ ସୁରକ୍ଷିତ ରଖିବାକୁ ହେଲେ କିଭଳି ପ୍ରତିକାର କରିବେ ଜାଣିରଖନ୍ତୁ… -ବର୍ଷାଦିନେ ଘର ଭିତରକୁ...

ବିଳମ୍ବରେ ଭୋଜନ କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍‌…

ଆଧୁନିକ ଜୀବନଶୈଳୀରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କାମ କରିବା ଓ ବିଳମ୍ବରେ ଭୋଜନ କରିବା ଏକ ସାଧାରଣ କଥା ହୋଇଗଲାଣି । କିନ୍ତୁ ଏହି ଅଭ୍ୟାସ...

ଏସବୁ ପତ୍ରକୁ ଖାଲି ପେଟରେ ଖାଇଲେ ଯିବାକୁ ପଡ଼ିବନି ମେଡିକାଲ: ସୁସ୍ଥ ରହିବ ହାର୍ଟ…

ଏମିତି ବି କିଛି ଗୁଣକାରୀ ପତ୍ର ରହିଛି; ଯାହାକୁ ଖାଲିପେଟରେ ଚୋବେଇ ଖାଇଲେ ଶରୀରକୁ ଅନେକ ଫାଇଦା ମିଳିଥାଏ। ଯେମିତିକ, ଖାଲିପେଟରେ କିଛି ନିମପତ୍ରକୁ ଚୋବେଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri