ଛାତରେ ଫଳୁଛି ସେଓ, ଅଙ୍ଗୁର

ନବରଙ୍ଗପୁର,୨୮।୩(ବି.ପ୍ର.):ନବରଙ୍ଗପୁର ଚାମୁରିଆଗୁଡ଼ାସ୍ଥିତ ଜଗନ୍ନାଥ ରଥ ଜଣେ ଭେଷଜକ। ରୋଗୀଙ୍କୁ ସେବା ଯୋଗାଇବା ସହ ପ୍ରକୃତିକୁ ମଧ୍ୟ ସେତିକୁ ଭଲ ପାଆନ୍ତି। ନିଜ ଘରେ ବିଭିନ୍ନ ବୃକ୍ଷ ଲତା ଫଳ ଫୁଲ ଲଗାଇ ଅନ୍ୟ ପାଇଁ ଉଦାହରଣ ସାଜିଛନ୍ତି ଜଗନ୍ନାଥ। ଗଛଟିଏ ଲଗାଇ ସେଠାରେ ଫଳ ଓ ଫୁଲ ଫଳାଇଲେ ଖୁସି ଲାଗିଥାଏ। ନବରଙ୍ଗପୁର ଭଳି ପାଣିପାଗରେ ଅଙ୍ଗୁର ଓ ସେଓ ଫଳିବ ନା ନାହିଁ ବୋଲି ସନ୍ଦେହ ଥିବାବେଳେ କିନ୍ତୁ ଭେଷଜକ ଜଗନ୍ନାଥ ଏହାକୁ ସମ୍ଭବ କରି ପାରିଛନ୍ତି। ସେ ନିଜ ବାଡ଼ରେ ଲଗାଇଛନ୍ତି ସେଓ ଅଙ୍ଗୁର ଲଗାଇଛନ୍ତି। ଏବେ ସେ ସବୁ ଫଳ ଧରିଲାଣି। ଏଥିସହ ଛାତ ଉପରେ ଲେମ୍ବୁ, ଆମ୍ବ, ଡାଲିମ୍ବ, କମଳା, ଜାମୁନ, ନସପାତି ଭଳି ଫଳ ଫଳିଛି। ତାଙ୍କ ବାଡରେ ହୋଇଥିବା ୮ ପ୍ରକାର ଗୋଲାପୀ ଫୁଲ ସମସ୍ତଙ୍କୁ ଆକୃଷ୍ଠ କରୁଛି। କେବଳ ଏତିକି ନୁହେଁ ଧଳା ଅରଖ, ନିରଗୁଣ୍ଡି, ବରୁଣ, ବାତରାଜ, ଗୁଳୁଚି, ହିଞ୍ଜଳ, ଅଁଳା, ଘି କୁଆଁରି ଭଳି ଅନେକ ଔଷଧୀୟ ବୃକ୍ଷ ଲତା ମଧ୍ୟ ଲଗାଇଛନ୍ତି। ରୋଗୀ ସେବା ସହ ଭଳିକି ଭଳି ଫୁଲ ଫଳ ଗଛ ଲଗାଇ ଫସଲ କରିବା ଖୁସି ଦେଉଛି ବୋଲି ସେ କହିଛନ୍ତି। ସୂଚନାନୁଯାୟୀ, ଜଗନ୍ନାଥ ନିରନ୍ତର ଭାବେ ଲୋକଙ୍କୁ ରୋଗୀସେବା ଯୋଗାଇବା ଓ ଜଣେ ସାମାଜିକ କର୍ମୀଭାବେ ମଧ୍ୟ ଜିଲାରେ ବେଶ ପରିଚିତ। ଏନେଇ ଜିଲା ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

‘ଯାହାଙ୍କ ପାଖରେ ଆଧାରକାର୍ଡ ଅଛି, ତାଙ୍କୁ ମିଳିବ ସୁନା’, ଘୋଷଣା କଲେ PM ମୋଦି? ଜାଣନ୍ତୁ ଭାଇରାଲ ଦାବି ପଛର ସତ୍ୟ

ନୂଆଦିଲ୍ଲୀ, ୧୭।୮: ସୋସିଆଲ ମିଡିଆରେ ପ୍ରତିଦିନ ସରକାରଙ୍କ ସହ ଜଡ଼ିତ ଅନେକ ଯୋଜନା ବିଷୟରେ ସୂଚନା ଦିଆଯାଉଛି। କେତେବେଳେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଡିଓ ଭାଇରାଲ ହେଉଛି, ତ…

ବୃହସ୍ପତି-ଶନିଙ୍କ ମଧ୍ୟରେ ହେବାକୁ ଯାଉଛି ଅଦ୍ଭୁତ ଯୋଗ: ପୂରା ସେପ୍ଟେମ୍ବରରେ ମାସରେ ଏହି ୫ ରାଶିଙ୍କର ବଲ୍ଲେ-ବଲ୍ଲେ

ସେପ୍ଟେମ୍ବର ୨୦୨୬ ମାସର ଆରମ୍ଭ ଏକ ଶୁଭ ଯୋଗରୁ ହେବାକୁ ଯାଉଛି। ଦ୍ରିକ ପଞ୍ଚାଙ୍ଗ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖରେ ଦେବଗୁରୁ ବୃହସ୍ପତି ଏବଂ ନ୍ୟାୟର ଦେବତା…

ସୁରଟରୁ ଫେରିଲା ଦାଦନ ଶ୍ରମିକଙ୍କ ମୃତଦେହ, ଗାଁରେ ଶୋକାକୁଳ ପରିବେଶ

ହିଞ୍ଜିଳିକାଟୁ,୧୭।୮(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଅଞ୍ଚଳରୁ ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି। ଦାଦନ ଖଟିବାକୁ ଯାଇଥିବା ଜଣେ ଓଡ଼ିଆ ଶ୍ରମିକଙ୍କ ମୃତଦେହ ସୋମବାର…

ଚୋର-ପୋଲିସ୍‌ର ଖେଳ ସୋସିଆଲ୍‌ ମିଡିଆରେ ଭାଇରାଲ୍‌: ଚାରି ଥାନାର ପୋଲିସ୍‌କୁ ପାଣି ପିଆଇ…

ପୁରୁଷୋତ୍ତମପୁର, ୧୭।୮ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଘଟିଥିବା ଚୋର-ପୋଲିସ୍‌ ଲଢ଼େଇ ଏବେ ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେବାରେ ଲାଗିଛି। ଗତ ଶୁକ୍ରବାର…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨୨ ଅଗଷ୍ଟରୁ ତ୍ରିଗ୍ରହୀ ଯୋଗର ପ୍ରଭାବ: ଏହି ୪ ରାଶି ଲୋକଙ୍କ ଭାଗ୍ୟରେ ନୂଆ ମୋଡ଼, ଜାଣନ୍ତୁ କ’ଣ ଘଟିବ…

ଜ୍ୟୋତିଷୀୟ ଗଣନା ଅନୁଯାୟୀ, ଅଗଷ୍ଟ ୨୦୨୬ରେ ସିଂହ ରାଶିରେ ୩ଟି ଗ୍ରହର ଯୁତି ଗଠିତ ହେବାକୁ ଯାଉଛି। ପ୍ରଥମେ କେତୁ ସିଂହ ରାଶିରେ ଅବସ୍ଥିତ ରହିବେ। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri