ଜେଜେ ଥିଲେ ମୁଖ୍ୟମନ୍ତ୍ରୀ, ନାତି ହେଲେ ଉପମୁଖ୍ୟମନ୍ତ୍ରୀ: ପଶ୍ଚିମ ଓଡ଼ିଶାରେ ଖୁସିର ଲହରି

ବଲାଙ୍ଗୀର,୧୨।୬: ୨୦୨୪ ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ସଫଳତା ପରେ ଦଳ ସରକାର ଗଢ଼ିବାକୁ ଯାଉଛି। ବୁଧବାର ନୂଆ ସରକାର ଦାୟିତ୍ୱ ଗ୍ରହଣ କରିବ। ଏଥିସକାଶେ ମଙ୍ଗଳବାର ଭୁବନେଶ୍ୱରଠାରେ ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗୀର ଜିଲା ପାଟଣାଗଡ ଆସନରୁ ନିର୍ବାଚିତ ବିଧାୟକ ତଥା ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ସିଂଦେଓଙ୍କୁ ଉପ ମୁଖ୍ୟମନ୍ତ୍ରୀ କରାଯିବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିବା ଖବର ପରିବେଷଣ ପରେ ପାଟଣାଗଡ଼ ବିଧାନସଭା ଆସନ, ବଲାଙ୍ଗୀର ଜିଲା ଏବଂ ସମଗ୍ର ପଶ୍ଚିମ ଓଡ଼ିଶାରେ ଖୁସିର ଲହରି ଖେଳିଯାଇଛି। ପାଟଣାଗଡ଼ରେ ଭାଜପା ସମର୍ଥକମାନେ ବାଣ ଫୁଟାଇ ଖୁସି ଜାହିର କରିଛନ୍ତି।
ପୂର୍ବରୁ କନକବର୍ଦ୍ଧନ ସିଂଦେଓଙ୍କ ଜେଜେବାପା ତଥା ପାଟଣା ମହାରାଜ ରାଜେନ୍ଦ୍ର ନାରାୟଣ ସିଂଦେଓ ମୁଖ୍ୟମନ୍ତ୍ରୀ ଥିଲେ। ଏବେ ନାତି କନକବର୍ଦ୍ଧନ ଉପମୁଖ୍ୟମନ୍ତ୍ରୀ ହେବା ପରେ ସେହି ନେତୃତ୍ୱର ଧାରା ଅବ୍ୟାହତ ରହିଛି। ରାଜେନ୍ଦ୍ର ନାରାୟଣ ସିଂଦେଓ ୧୯୬୭ ମାର୍ଚ୍ଚ ୮ରୁ ୧୯୭୧ ଜାନୁଆରୀ ୯ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ ସମ୍ଭାଳିଥିଲେ। ସେ ସ୍ବତନ୍ତ୍ର ପାର୍ଟିରୁ ପ୍ରତିନିଧିତ୍ୱ କରିଥିଲେ। ପରେ ସେ ପୁଣିଥରେ ୧୯୭୧ ଏବଂ ୧୯୭୪ ମସିହାରେ ନିର୍ବାଚିତ ହୋଇଥିଲେ। ସେ ମୁଖ୍ୟମନ୍ତ୍ରୀ ଥିବା ସମୟରେ ବଲାଙ୍ଗିର ଜିଲ୍ଲାରେ ଅନେକ ଜନକଲ୍ୟାଣକାରୀ କାର୍ଯ୍ୟ ହୋଇଥିଲା। ସେହି ସମୟରେ ଶିକ୍ଷା, ଗମନାଗମନ, ସ୍ବାସ୍ଥ୍ୟ
ଭଳି ଅନେକ କ୍ଷେତ୍ରରେ ହୋଇଥିବା ବିକାଶ ଏପର୍ଯ୍ୟନ୍ତ କାର୍ଯ୍ୟକାରୀ ହେଉଛି। ସେହିପରି ସ୍ବର୍ଗତ ରାଜେନ୍ଦ୍ର ନାରାୟଣ ସିଂଦେଓଙ୍କ ନାତି କନକବର୍ଦ୍ଧନ (ରାଜରାଜ ସିଂଦେଓଙ୍କ ପୁଅ) ମଧ୍ୟ ଜଣେ ପୁରୁଖା ରାଜନେତା ଅଟନ୍ତି ।
ବରିଷ୍ଠ ଭାଜପା ନେତା କନକ ବର୍ଦ୍ଧନ ୨୦୨୪ ନିର୍ବାଚନରେ ପାଟଣାଗଡ଼ ଆସନରୁ ଷଷ୍ଠ ଥର ପାଇଁ ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। କନକ ବର୍ଦ୍ଧନ ୧୯୯୦ରେ ରାଜନୀତିକୁ ପ୍ରବେଶ କରିଥିଲେ। ପ୍ରଥମ ଥର ପାଇଁ ସେ ପାଟଣାଗଡ଼ ଆସନରୁ ଭାଜପା ବିଧାୟକ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ତତ୍କାଳୀନ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କଠାରୁ ୧୯୨୫ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ ହୋଇଥିଲେ। ଏହାପରେ ୧୯୯୫ ମସିହା ନିର୍ବାଚନରେ ସେ ଦ୍ୱିତୀୟ ଥର ପାଟଣାଗଡରୁ ଭାଜପା ବିଧାୟକ ପ୍ରାର୍ଥୀ ହୋଇ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ରେକର୍ଡ ୪୩,୯୨୬ ଖଣ୍ଡ ଭୋଟ ବ୍ୟବଧାନରେ ଜନତା ଦଳ ପ୍ରାର୍ଥୀ ବିବେକାନନ୍ଦ ମେହେରଙ୍କୁ ପରାସ୍ତ କରି ପ୍ରଥମ ଥର ବିଧାୟକ ହୋଇଥିଲେ। ଏହାପରେ ସେ ୨୦୦୦, ୨୦୦୯, ୨୦୧୪ରେ କ୍ରମାଗତ ବିଧାୟକ ନିର୍ବାଚିତ ହୋଇଥିଲେ। ୨୦୧୯ ନିର୍ବାଚନରେ ସେ ବିଜେଡି ପ୍ରାର୍ଥୀ ସରୋଜ ମେହେରଙ୍କଠାରୁ ପରାଜିତ ହୋଇଥିଲେ। ୨୦୨୪ରେ ସେ ଷଷ୍ଠ ଥର ଭାଜପା ବିଧାୟକ ଭାବେ ପାଟଣାଗଡ଼ରୁ ନିର୍ବାଚିତ ହୋଇ ବୁଧବାର ଉପମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାପୂର୍ବରୁ ୨୦୦୦ରୁ ୨୦୦୪ ମସିହାରେ ସେ ବିଜେଡି-ଭାଜପା ମେଣ୍ଟ ସରକାର ସମୟରେ ଶିଳ୍ପମନ୍ତ୍ରୀ ଓ ୨୦୦୪ରୁ ୨୦୦୯ ମେଣ୍ଟ ସରକାରରେ ନଗର ଉନ୍ନୟନ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ୨୦୧୩ରୁ ୨୦୧୬ ଯାଏ ସେ ଭାଜପା ରାଜ୍ୟ ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରି ଦଳୀୟ ସଙ୍ଗଠନକୁ ସଶକ୍ତ କରିଥିଲେ। କନକ ବର୍ଦ୍ଧନଙ୍କ ସ୍କୁଲ ଓ କଲେଜ ଶିକ୍ଷା ନୂଆଦିଲ୍ଲୀରେ ସମ୍ପନ୍ନ ହୋଇଛି। ସେ ୧୯୭୫ ମସିହାରେ ନୂଆଦିଲ୍ଲୀ ଏୟାରଫୋର୍ସ ସେଣ୍ଟ୍ରାଲ ସ୍କୁଲରୁ ମାଟ୍ରିକ୍‌ ଏବଂ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ (ବିଏ ପାର୍ଟ-୧) ପାଠ ପଢ଼ିଛନ୍ତି। ତାଙ୍କ ସ୍ତ୍ରୀ ତଥା ବଲାଙ୍ଗୀର ଲୋକ ସଭା ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ ଚଳିତ ନିର୍ବାଚନକୁ ମିଶି ୫ ଥର ବଲାଙ୍ଗୀର ଲୋକ ସଭା ଆସନରୁ ଏମ୍‌ପି ନିର୍ବାଚିତ ହୋଇଛନ୍ତି। କନକ ବର୍ଦ୍ଧନ ସିଂଦେଓଙ୍କ ଏକମାତ୍ର ଝିଅ ନିଭ୍ରିତି କୁମାରୀ ସିଂଦେଓ ଅଛନ୍ତି। ଉପମୁଖ୍ୟମନ୍ତ୍ରୀ ଭାବେ କନକ ବର୍ଦ୍ଧନ ବୁଧବାର ଶପଥ ପାଠ କରିବେ ବୋଲି ଜଣାପଡିବା ପରେ ବଲାଙ୍ଗୀରର ବିଭିନ୍ନ ମହଲରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ା


Enter your email to get our daily news in your inbox.

All Right Reserved By Dharitri.Com

ବିଶାଖାପାଟଣାମ୍‌-ଗୋପାଳପୁର ମଧ୍ୟରେ ଅତିକ୍ରମ କରିବ ଗଭୀର ଅବପାତ: କାଲିଠୁ ରାଜ୍ୟରେ ପବନ ସହ ଭୀଷଣ ବର୍ଷା, ୪ ଜିଲାକୁ…

ଭୁବନେଶ୍ୱର, ୨୨ା୯(ବନ୍ଦନା ସେଠୀ) – କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ଥିବା ଅବପାତ ମଙ୍ଗଳବାର ଅପରାହ୍ନ ୫ଟା ୩୦ରେ ଗଭୀର ଅବପାତରେ ପରିଣତ ହୋଇଛି। ସନ୍ଧ୍ୟା ସୁଦ୍ଧା ଏହା…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

କଳାହାଣ୍ଡିରେ ଲଗାଣ ବର୍ଷାର ତାଣ୍ଡବ: କାଲି ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି, ୨୫ ଯାଏ ସରକାରୀ କର୍ମଚାରୀଙ୍କ…

ଭବାନୀପାଟଣା, ୨୨।୯(ଉତ୍ତମ କୁମାର ଦାଶ): ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ପ୍ରଭାବରେ କଳାହାଣ୍ଡି ଜିଲାରେ ପ୍ରବଳ ବର୍ଷା ଜାରି ରହିଛି। ମଙ୍ଗଳବାର ସକାଳୁ ଘଡ଼ଘଡ଼ି ଓ ବିଜୁଳି…

ଦିଗପହଣ୍ଡିରେ ଲଗାଣ ବର୍ଷା: ଘୋଡ଼ାହାଡ଼ ନଦୀକୂଳିଆ ଗ୍ରାମବାସୀଙ୍କୁ ଆଲର୍ଟ, ଯେକୌଣସି ମୁହୂର୍ତ୍ତରେ ଖୋଲିପାରେ ଡ୍ୟାମ୍ ଗେଟ୍

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅଧିକ ଘନୀଭୂତ ହୋଇ ଘୂର୍ଣ୍ଣିବଳୟରେ ପରିଣତ ହେବା ଫଳରେ ଦିଗପହଣ୍ଡି ଅଞ୍ଚଳରେ ମଙ୍ଗଳବାର ସକାଳୁ ଅବିଶ୍ରାନ୍ତ ବର୍ଷା…

ରାହୁ-ଚନ୍ଦ୍ରଙ୍କ ଭାରି ଖରାପ ଯୋଗ: ୩ରାଶିରେ ଘଟିବ ଅଶୁଭ, ପାଖରୁ ସରିଯିବ ସବୁ ଟଙ୍କା

ଜ୍ୟୋତିଷ ଶାସ୍ତ୍ରରେ ସମୟ ସମୟରେ ଗ୍ରହମାନଙ୍କ ଯୁତି ଯୋଗୁଁ ଅନେକ ଶୁଭ ତଥା ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଜ୍ୟୋତିଷରେ ରାହୁ ଏବଂ ଚନ୍ଦ୍ରଙ୍କ ଯୁତିରୁ ‘ଗ୍ରହଣ…

ରାଜ୍ୟ IPS ସ୍ତରରେ ବଡ଼ ଧରଣର ଅଦଳବଦଳ: ସର୍ବଣା ବିବେକ ହେଲେ ଭୁବନେଶ୍ୱର ଡିସିପି, ଅଭିନବ ସୋନକର ବ୍ରହ୍ମପୁର ଏସ୍‌ପି

ଭୁବନେଶ୍ୱର, ୨୨।୯: ରାଜ୍ୟ ପୋଲିସ ପ୍ରଶାସନକୁ ଅଧିକ କ୍ରିୟାଶୀଳ ଓ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ଆଇପିଏସ୍ (IPS) ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?