ଗୋଲାଘରେ ଏବେ ବି ହେଉଛି ଶସ୍ୟ ସଂରକ୍ଷଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୨: ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ଏବେ ବି ଗୋଲା ଘର ଉପରେ ଚାଷୀ ଭରସା ରଖିଛନ୍ତି। ତେବେ ଏହି ଶସ୍ୟାଗାର ବହୁ ପରିମାଣରେ କମିଯାଇଛି। ପୂର୍ବପରି ଶସ୍ୟ ସଂରକ୍ଷଣ ପାଇଁ ଗୋଲାଘର ଆବଶ୍ୟକ ପଡୁନାହିଁ। ସେହିପରି ଏହି ଘର ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାସତ୍ତ୍ୱେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଆବଶ୍ୟକତା ରହିଛି। ହାତପାହାନ୍ତା ଓ ଶସ୍ତା ସାମଗ୍ରୀରେ ନିର୍ମିତ ଏହି ଘର ପରିବେଶ ଉପଯୋଗୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନଗର ବ୍ଲକ ଓକିଲପାଳ ଗଁାର ସୁନାମଣି ବେହେରା କୁହନ୍ତି, ଧାନ, ବିରି, ମୁଗ ଅମଳ ପରେ ଏହାର ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଏ। ବାଉଁଶ, ମାଟି, ପାଳ ଦଉଡି ଆଦି ହାତପାଖରେ ଥିବା ସାମଗ୍ରୀରେ ଗୋଲ ଆକାରର ଘର ନିର୍ମାଣ ପରେ ଛଣ, ବରଡାରେ ଛାଉଣି ଦିଆଯାଏ। ପରେ ଗୋବର ପାଣିରେ ଲିପା ଯାଇ ଘର ସମ୍ପୂର୍ଣ୍ଣ ହୁଏ। ଗରିବ ଘରର ଏହି ଗୋଲାଘରେ ଶସ୍ୟ ସଂରକ୍ଷଣ କରି ବର୍ଷକ ଯାକ ଖର୍ଚ୍ଚ କରାଯାଏ। ତେବେ ଏହି ଘର ଆଗ ପରି ନିର୍ମାଣ ହେଉନାହିଁ। ବଳକା ଧାନ, ବିରି, ମୁଗ, ଚିନାବାଦାମ ଆଦିକୁ ବିକ୍ରି କରି ଦିଆଯାଉଛି। ଉପାନ୍ତ ଅଞ୍ଚଳର ଏହି ଗୋଲା ଘର ନିର୍ମାଣ ସଂସ୍କୃତି ମରିବାକୁ ବସିଥିବା ସେ ସୂଚନା ଦେଇଛନ୍ତି। ଗୁପ୍ତିର ଭାଗୀରଥି ମଣ୍ଡଳ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଏହି ଗୋଲାଘର ନିର୍ମାଣ ବଞ୍ଚତ୍ ରହିବାର କାରଣ ଏହା ଶସ୍ତା, ସୁନ୍ଦର ଓ ମଜଭୁତ। ମାତ୍ର ୨ରୁ ୧୦ ହଜାର ଟଙ୍କା ମଧ୍ୟରେ ଛୋଟରୁ ବଡ ଗୋଲାଘର ନିର୍ମାଣ ହେଉଛି। ଶସ୍ୟ ବ୍ୟବହାର ପରେ ଏହି ଘରେ ଆବଶ୍ୟକ ସାମଗ୍ରୀ ରଖାଯାଉଛି। ଏହା ଗ୍ରାମାଞ୍ଚଳ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଘର ସଂସାର ପାଇଁ ଉପଯୋଗୀ ହେଉଛି। ତେବେ ୩ ଦଶନ୍ଧି ପୂର୍ବେ ଏହା ଗ୍ରାମର ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ ହୋଇଥିବା ବେଳେ ଏବେ ଏହାର ନିର୍ମାଣ ପ୍ରାୟ ୪୦ ପ୍ରତିଶତରେ ରହିଛି। ଏପରି ଘର ନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ପ୍ରୋତ୍ସାହନ ରାଶି ସହଯୋଗ ନାହିଁ। ଏହି ଗ୍ରାମର ବଳରାମ ଦାସ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଟଙ୍କିକିଆ ଚାଉଳ ଯୋଗାଣ ହେଉଛି। ଏଥିପାଇଁ ଚାଷୀ ଅମଳ ପରେ ଶସ୍ୟ ସାଇତି ରଖିବାର ଆବଶ୍ୟକତା ନାହିଁ। ଅମଳ ପରେ ସିଧା ସରକାରୀ ମଣ୍ଡିରେ ଚାଷୀ ଉପତ୍ାଦିତ ଶସ୍ୟ ବିକ୍ରି କରୁଛନ୍ତି। ଏଥିସହିତ ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରି ପାଇଁ ପାରମ୍ପରିକ ଧାନ, ମୁଗ, ବିରି, ଚିନାବାଦାମ ଆଦି ଚାଷ ହେଉନାହିଁ। ଘେରିକୁ ଯାଉଥିବା ଲୁଣି ପାଣି ଓ ବାହାରୁଥିବା ରାସାୟନିକ ପାଣି ଚାଷ ଜମିକୁ ନଷ୍ଟ କରୁଛି। ଶସ୍ୟ ସଂରକ୍ଷଣ ପାଇଁ ଆବଶ୍ୟକତା ଥିଲେ ଏହି ଗୋଲାଘର ନିର୍ମାଣ ହେଉଥା’ନ୍ତା ବୋଲି ସେ ମତ ରଖିଛନ୍ତି। ରାଜନଗରର ସୁଶାନ୍ତ ପରିଡା କୁହନ୍ତି, ଗୋଲାଘର ଶସ୍ୟ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ। ମାଟି ଗୋବରରେ ନିର୍ମିତ ଏହି ଘରେ ରହିଥିବା ଶସ୍ୟର ଜୈବିକ ବିଘଟନ ଆଶଙ୍କା କମ୍‌ ରହେ। ଫଳରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ତେବେ ରକ୍ଷଣାବେକ୍ଷଣ ପାଇଁ ମାଟି ଗୋବର ଲିପିବା, ନଡାରେ ଦଉଡି ବଳିବା ଆଦିରେ ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କୃଷିବିଜ୍ଞାନ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରେ ଗୋଲାଘରେ ଶସ୍ୟ ସଂରକ୍ଷଣରେ ବିଶେଷ ଅସୁବିଧା ଅଛି। ଶସ୍ୟରେ ପୋକ ଲାଗିବା ସହିତ ମୂଷା ସାପଙ୍କ ବାସସ୍ଥଳୀ ହୋଇଥିବା କେତେକ ସ୍ଥାନରେ ଦେଖାଯାଇଥାଏ। ବ୍ୟକ୍ତିଗତ ଶସ୍ୟ ସଂରକ୍ଷଣାଗାର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ରାଶି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

ଇରାନ ସହ ଯୁଦ୍ଧ ଭିତରେ ଟ୍ରମ୍ପ ନେଲେ ବଡ଼ ନିଷ୍ପତ୍ତି, ଖୁସି ହୋଇଗଲା ଚାଇନା!

ଓ୍ବାଶିଂଟନ,୧୬/୮: ମଧ୍ୟପ୍ରାଚ୍ୟରେ ଇରାନ ସହିତ ‘ମହାଯୁଦ୍ଧ’ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ପ୍ରଶାନ୍ତ ମହାସାଗରରେ ମୁତୟନ ଥିବା ନିଜର…

ନାଗ ପଞ୍ଚମୀରେ ଦୁର୍ଲଭ ଯୋଗ; ସୂର୍ଯ୍ୟ କରିବେ ଗୋଚର, ୩ ରାଶିଙ୍କ ଉପରେ ବର୍ଷିବ ଧନ ଦୌଲତ…

ଚଳିତବର୍ଷ, ପବିତ୍ର ନାଗ ପଞ୍ଚମୀ ତିଥି ଆସନ୍ତା ଅଗଷ୍ଟ ୧୭ ତାରିଖ ଅର୍ଥାତ୍ ସୋମବାରରେ ପାଳିତ ହେବାକୁ ଯାଉଛି । ଏହି ବର୍ଷ, ନାଗ ପଞ୍ଚମୀ ମଧ୍ୟ…

ଥୁଆମୂଳ ରାମପୁରରେ ସ୍ବାଧୀନତା ଦିବସ: କୋର୍ଟରେ ପତାକା ଉତ୍ତୋଳନ କଲେ ବିଚାରପତି

ଥୁଆମୂଳ ରାମପୁର,୧୫।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକର ବିଭିନ୍ନ ସରକାରୀ ଏବଂ ବେସରକାରୀ ଅନୁଷ୍ଠାନଗୁଡ଼ିକରେ ୮୦ତମ ସ୍ବାଧୀନତା ଦିବସ ଉତ୍ସାହ ଏବଂ ଆନନ୍ଦର ସହିତ…

କଲ୍ୟାଣସିଂହପୁର ଭିଡ଼ ହିଂସାରୁ ଯୁବତୀଙ୍କୁ ଉଦ୍ଧାର କରିଥିବା ୩ ସାହସୀ ଯୁବକଙ୍କୁ ଜିଲାସ୍ତରୀୟ ସମ୍ମାନ

​କଲ୍ୟାଣସିଂହପୁର, ୧୫/୮(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲାରେ ଉତ୍ସାହ ଓ ଦେଶଭକ୍ତିର ମାହୋଲ ମଧ୍ୟରେ ୮୦ତମ ସ୍ୱାଧୀନତା ଦିବସ ଅତ୍ୟନ୍ତ ଆଡ଼ମ୍ବରର ସହ ପାଳିତ ହୋଇଯାଇଛି। ସ୍ଥାନୀୟ…

ବିଧାୟକଙ୍କ ଦ୍ଵାରା ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ ଉଦଘାଟିତ: ୭ ଟିମ୍ ଖେଳିଲେ ମ୍ୟାଚ୍, ରବିବାର ହେବ…

ଦିଗପହଣ୍ଡି, ,୧୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ୍ ଏବଂ ଏନ୍ଏସି କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ପବିତ୍ର ସ୍ଵାଧୀନତା ଦିବସ ଅବସରରେ…

ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ପାଳିତ: ମାନବ ଜୀବନର ଲକ୍ଷ୍ୟ କେବଳ…

ଭଞ୍ଜନଗର,୧୫। ୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଶ୍ରୀଅରବିନ୍ଦ ଶକ୍ତିପୀଠରେ ଶନିବାର ମହାପୁରୁଷ ଶ୍ରୀଅରବିନ୍ଦଙ୍କ ୧୫୪ତମ ଜୟନ୍ତୀ ଅତ୍ୟନ୍ତ ଶ୍ରଦ୍ଧା ଓ ଭକ୍ତିର ସହ ପାଳିତ ହୋଇଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri