ଗୋଲାଘରେ ଏବେ ବି ହେଉଛି ଶସ୍ୟ ସଂରକ୍ଷଣ

କେନ୍ଦ୍ରାପଡ଼ା ଅଫିସ,୧୬ା୧୨: ଓଳିଆ, ଘୁମ, ଖଣି, ଅମାର ଆଦି ଶସ୍ୟ ସଂରକ୍ଷଣ ବ୍ୟବସ୍ଥା ସମ୍ପ୍ରତି ସ୍ବାଭବିକ ଜୀବନଯାତ୍ରାରୁ ଉଭେଇ ଗଲାଣି। ତେବେ କେନ୍ଦ୍ରାପଡ଼ା ଜିଲାର ଉପାନ୍ତ ଅଞ୍ଚଳରେ ଏବେ ବି ଗୋଲା ଘର ଉପରେ ଚାଷୀ ଭରସା ରଖିଛନ୍ତି। ତେବେ ଏହି ଶସ୍ୟାଗାର ବହୁ ପରିମାଣରେ କମିଯାଇଛି। ପୂର୍ବପରି ଶସ୍ୟ ସଂରକ୍ଷଣ ପାଇଁ ଗୋଲାଘର ଆବଶ୍ୟକ ପଡୁନାହିଁ। ସେହିପରି ଏହି ଘର ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ବ୍ୟବସ୍ଥା ନାହିଁ। ଏହାସତ୍ତ୍ୱେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଜିଲାର ମହାକାଳପଡ଼ା, ରାଜନଗର, ରାଜକନିକା ବ୍ଲକ ଅଞ୍ଚଳରେ ଆବଶ୍ୟକତା ରହିଛି। ହାତପାହାନ୍ତା ଓ ଶସ୍ତା ସାମଗ୍ରୀରେ ନିର୍ମିତ ଏହି ଘର ପରିବେଶ ଉପଯୋଗୀ ବୋଲି ସ୍ଥାନୀୟ ଅଞ୍ଚଳବାସୀ ମତ ଦେଇଛନ୍ତି।
ଏ ସମ୍ପର୍କରେ ରାଜନଗର ବ୍ଲକ ଓକିଲପାଳ ଗଁାର ସୁନାମଣି ବେହେରା କୁହନ୍ତି, ଧାନ, ବିରି, ମୁଗ ଅମଳ ପରେ ଏହାର ସଂରକ୍ଷଣ ବିଭିନ୍ନ ଉପାୟରେ କରାଯାଏ। ବାଉଁଶ, ମାଟି, ପାଳ ଦଉଡି ଆଦି ହାତପାଖରେ ଥିବା ସାମଗ୍ରୀରେ ଗୋଲ ଆକାରର ଘର ନିର୍ମାଣ ପରେ ଛଣ, ବରଡାରେ ଛାଉଣି ଦିଆଯାଏ। ପରେ ଗୋବର ପାଣିରେ ଲିପା ଯାଇ ଘର ସମ୍ପୂର୍ଣ୍ଣ ହୁଏ। ଗରିବ ଘରର ଏହି ଗୋଲାଘରେ ଶସ୍ୟ ସଂରକ୍ଷଣ କରି ବର୍ଷକ ଯାକ ଖର୍ଚ୍ଚ କରାଯାଏ। ତେବେ ଏହି ଘର ଆଗ ପରି ନିର୍ମାଣ ହେଉନାହିଁ। ବଳକା ଧାନ, ବିରି, ମୁଗ, ଚିନାବାଦାମ ଆଦିକୁ ବିକ୍ରି କରି ଦିଆଯାଉଛି। ଉପାନ୍ତ ଅଞ୍ଚଳର ଏହି ଗୋଲା ଘର ନିର୍ମାଣ ସଂସ୍କୃତି ମରିବାକୁ ବସିଥିବା ସେ ସୂଚନା ଦେଇଛନ୍ତି। ଗୁପ୍ତିର ଭାଗୀରଥି ମଣ୍ଡଳ କହିଛନ୍ତି, ଉପାନ୍ତ ଅଞ୍ଚଳରେ ଏହି ଗୋଲାଘର ନିର୍ମାଣ ବଞ୍ଚତ୍ ରହିବାର କାରଣ ଏହା ଶସ୍ତା, ସୁନ୍ଦର ଓ ମଜଭୁତ। ମାତ୍ର ୨ରୁ ୧୦ ହଜାର ଟଙ୍କା ମଧ୍ୟରେ ଛୋଟରୁ ବଡ ଗୋଲାଘର ନିର୍ମାଣ ହେଉଛି। ଶସ୍ୟ ବ୍ୟବହାର ପରେ ଏହି ଘରେ ଆବଶ୍ୟକ ସାମଗ୍ରୀ ରଖାଯାଉଛି। ଏହା ଗ୍ରାମାଞ୍ଚଳ ସଂସ୍କୃତିକୁ ବଞ୍ଚାଇ ରଖିବା ସହିତ ଘର ସଂସାର ପାଇଁ ଉପଯୋଗୀ ହେଉଛି। ତେବେ ୩ ଦଶନ୍ଧି ପୂର୍ବେ ଏହା ଗ୍ରାମର ପ୍ରତ୍ୟେକଙ୍କ ପାଇଁ ଉପଯୋଗୀ ହୋଇଥିବା ବେଳେ ଏବେ ଏହାର ନିର୍ମାଣ ପ୍ରାୟ ୪୦ ପ୍ରତିଶତରେ ରହିଛି। ଏପରି ଘର ନିର୍ମାଣ ପାଇଁ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ କୌଣସି ପ୍ରୋତ୍ସାହନ ରାଶି ସହଯୋଗ ନାହିଁ। ଏହି ଗ୍ରାମର ବଳରାମ ଦାସ କହିଛନ୍ତି, ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏବେ ଟଙ୍କିକିଆ ଚାଉଳ ଯୋଗାଣ ହେଉଛି। ଏଥିପାଇଁ ଚାଷୀ ଅମଳ ପରେ ଶସ୍ୟ ସାଇତି ରଖିବାର ଆବଶ୍ୟକତା ନାହିଁ। ଅମଳ ପରେ ସିଧା ସରକାରୀ ମଣ୍ଡିରେ ଚାଷୀ ଉପତ୍ାଦିତ ଶସ୍ୟ ବିକ୍ରି କରୁଛନ୍ତି। ଏଥିସହିତ ଉପାନ୍ତ ଅଞ୍ଚଳରେ ଚିଙ୍ଗୁଡି ଘେରି ପାଇଁ ପାରମ୍ପରିକ ଧାନ, ମୁଗ, ବିରି, ଚିନାବାଦାମ ଆଦି ଚାଷ ହେଉନାହିଁ। ଘେରିକୁ ଯାଉଥିବା ଲୁଣି ପାଣି ଓ ବାହାରୁଥିବା ରାସାୟନିକ ପାଣି ଚାଷ ଜମିକୁ ନଷ୍ଟ କରୁଛି। ଶସ୍ୟ ସଂରକ୍ଷଣ ପାଇଁ ଆବଶ୍ୟକତା ଥିଲେ ଏହି ଗୋଲାଘର ନିର୍ମାଣ ହେଉଥା’ନ୍ତା ବୋଲି ସେ ମତ ରଖିଛନ୍ତି। ରାଜନଗରର ସୁଶାନ୍ତ ପରିଡା କୁହନ୍ତି, ଗୋଲାଘର ଶସ୍ୟ ସଂରକ୍ଷଣ ପାଇଁ ଉପଯୁକ୍ତ ସ୍ଥାନ। ମାଟି ଗୋବରରେ ନିର୍ମିତ ଏହି ଘରେ ରହିଥିବା ଶସ୍ୟର ଜୈବିକ ବିଘଟନ ଆଶଙ୍କା କମ୍‌ ରହେ। ଫଳରେ ଖାଦ୍ୟ ସ୍ବାସ୍ଥ୍ୟ ପାଇଁ ହିତକର ସାବ୍ୟସ୍ତ ହୋଇଥାଏ। ତେବେ ରକ୍ଷଣାବେକ୍ଷଣ ପାଇଁ ମାଟି ଗୋବର ଲିପିବା, ନଡାରେ ଦଉଡି ବଳିବା ଆଦିରେ ଯୁବବର୍ଗ ଆଗ୍ରହ ପ୍ରକାଶ କରୁନାହାନ୍ତି। ଏ ସମ୍ପର୍କରେ କୃଷିବିଜ୍ଞାନ ବରିଷ୍ଠ ବୈଜ୍ଞାନିକ ସୂର୍ଯ୍ୟ ନାରାୟଣ ମିଶ୍ରଙ୍କୁ ପଚାରିବାରେ ଗୋଲାଘରେ ଶସ୍ୟ ସଂରକ୍ଷଣରେ ବିଶେଷ ଅସୁବିଧା ଅଛି। ଶସ୍ୟରେ ପୋକ ଲାଗିବା ସହିତ ମୂଷା ସାପଙ୍କ ବାସସ୍ଥଳୀ ହୋଇଥିବା କେତେକ ସ୍ଥାନରେ ଦେଖାଯାଇଥାଏ। ବ୍ୟକ୍ତିଗତ ଶସ୍ୟ ସଂରକ୍ଷଣାଗାର ନିର୍ମାଣ ପାଇଁ ସରକାରଙ୍କ ପକ୍ଷରୁ କୌଣସି ପ୍ରୋତ୍ସାହନ ରାଶି ନ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ କିରାଣି

ବୌଦ୍ଧ,୧୯ା୪(ଅଜିତ ବାରିକ): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ବରିଷ୍ଠ କିରାଣି ରବୀନ୍ଦ୍ର ନାଥ ପାଢ଼ୀ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ବୌଦ୍ଧ...

ପୋଲିସ ଅଧିକାରୀଙ୍କୁ ଭର୍ତ୍ତୃହରିଙ୍କ ଦୁର୍ବ୍ୟବହାର ମାମଲା: କୋର୍ଟରେ ହାଜର ହେଲେ ଅମିତାଭ

କଟକ,୧୯।୪(କାର୍ତ୍ତିକ ସାହୁ): କଟକ ଏମ୍‌ପି ଭର୍ତ୍ତୃହରି ମହତାବ ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର କରିବା ମାମଲା ପୁଣି ଉଠିଛି। କଟକ ଜେଏମ୍‌ଏଫ୍‌ସି ଅଦାଲତରେ ଶୁକ୍ରବାର ସାକ୍ଷ୍ୟ ଗ୍ରହଣ...

ନାମାଙ୍କନପତ୍ର ଦାଖଲ କଲେ କୋରାପୁଟ କଂଗ୍ରେସ ଏମ୍‌ପି ପ୍ରାର୍ଥୀ

କୋରାପୁଟ,୧୯ା୪(ଅମିତାଭ ବେହେରା): ଶୁକ୍ରବାର ମଧ୍ୟାହ୍ନରେ କୋରାପୁଟ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ନିକଟରେ କଂଗ୍ରେସର କୋରାପୁଟ ଏମ୍‌ପି ପ୍ରାର୍ଥୀ ସପ୍ତଗିରି ଶଙ୍କର ଉଲାକା ନାମାଙ୍କନପତ୍ର ଦାଖଲ...

ବାଇକ୍‌ଆରୋହୀଙ୍କଠାରୁ ଲକ୍ଷାଧିକ ଟଙ୍କା ଜବତ, ନିର୍ବାଚନ ସମୟରେ ଏତେ ଟଙ୍କା କେଉଁଠୁ ଆସିଲା ଚାଲିଛି ତନାଘନା

ଝାରବନ୍ଧ,୧୯ା୪(ଦେବେନ୍ଦ୍ର ସାହୁ): ବରଗଡ଼ ଜିଲା ଝାରବନ୍ଧ ଥାନା ପୋଲିସ ଗୁରୁବାର ରାତିରେ ଡଭାଛକଠାରେ ଚେକିଂ କରୁଥିବା ସମୟରେ ୨ ବାଇକ୍‌ଆରୋହୀଙ୍କଠାରୁ ୬ଲକ୍ଷ ୫୨ହଜାର ୮୦୦ ଟଙ୍କା...

ବିଜେଡି ଛାଡ଼ି ପାରନ୍ତି ପୂର୍ବତନ ଏମପି ପ୍ରସନ୍ନ ପାଟ୍ଟଶାଣୀ!

ଭୁବନେଶ୍ୱର,୧୯।୪: ଓଡ଼ିଶା ରାଜନୀତିରେ ଏବେ କେବଳ ଦଳ ବଦଳ ଚାଲିଛି। ଦଳରେ ଅନେକ ଦିନରୁ ଥିବା ବରିଷ୍ଠ ନେତାମାନେ ମଧ୍ୟ ଟିକେଟ ନ ମିଳିବାରୁ ଓ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ବହୁ ପୁରାତନ ବଗିବନ୍ଧ କାର୍ଯ୍ୟାରମ୍ଭ

ରାଜକନିକା,୧୯।୪(ସଞ୍ଜୟ କୁମାର ଦାଶ): ରାଜକନିକା ବ୍ଲକର ମରହଟ୍ଟା ବନ୍ଧ ବା ବଗିବନ୍ଧ ଭାବେ ଜଣାଶୁଣା କନିକା ଉପଖଣ୍ଡ ସାଲାଇନ୍‌ ଏମବାଗମେଣ୍ଟର କାର୍ଯ୍ୟ ଆରମ୍ଭ ହୋଇଛି। ୨୫ ଲକ୍ଷ...

ମାଲକାନଗିରି ଜିଲା ସୀମାରେ ହାଇ ଆଲର୍ଟ

ମାଲକାନଗିରି,୧୯ା୪(ଦୁର୍ଯ୍ୟୋଧନ ପାତ୍ର):ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ଶୁକ୍ରବାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ମାଓବାଦୀମାନେ ସୀମାନ୍ତ ଛତିଶଗଡ଼ରେ ସେମାନଙ୍କର କାୟା ବିସ୍ତାରକରି ନିର୍ବାଚନକୁ ଭଣ୍ଡୁର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri