କମିପାରେ ଶସ୍ୟ ଉତ୍ପାଦନ

ଭୁବନେଶ୍ୱର,୧୧ା୯(ବ୍ୟୁରୋ):ଚଳିତ ବର୍ଷର ଅନିୟମିତ ମୌସୁମ ବର୍ଷା ଖରିଫ ଫସଲ ପାଇଁ ମହା ବିପଦ ସୃଷ୍ଟି କରିଛି। ଜୁଲାଇ ମାସର ବର୍ଷାଭାବ ଏବଂ ଅଗଷ୍ଟର ଅତ୍ୟଧିକ ବୃଷ୍ଟି ରାଜ୍ୟର ଖରିଫ ଶସ୍ୟ ଉତ୍ପାଦନକୁ ଗୁରୁତର ପ୍ରଭାବିତ କରିବା ଆଶଙ୍କା ଦେଖାଦେଇଛି। କମ୍‌ ବେଶି ବର୍ଷା ଓ ବନ୍ୟା ଯୋଗୁ ରାଜ୍ୟର ଖାଦ୍ୟଶସ୍ୟ ଉତ୍ପାଦନ ପ୍ରାୟ ୨୦ ଲକ୍ଷ ମେଟ୍ରକ ଟନ୍‌ କମିପାରେ ବୋଲି କୃଷି ବିଶେଷଜ୍ଞ ଆକଳନ କରିଛନ୍ତି।
ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଜୁନ୍‌ ପହିଲାରୁ ସେପ୍ଟେମ୍ବର ୧୦ ତାରିଖ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୧୦୧୭.୫ ମିଲିମିଟର ବର୍ଷା ହେବା ସ୍ଥାନରେ ହୋଇଛି ୧୦୩୬.୪ ମିଲିମିଟର। ଅର୍ଥାତ୍‌ ଏ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ ହାରାହାରି ୨ ପ୍ରତିଶତ ଅଧିକ ବର୍ଷା ହୋଇଛି। ଜୁନ୍‌ରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେକ ମାସକୁ ହିସାବକୁ ନିଆଗଲେ ଜୁନ୍‌ ମାସରେ ସ୍ବାଭାବିକ ବର୍ଷା ଠାରୁ ୩୭ ପ୍ରତିଶତ ଅଧିକ ବର୍ଷା ହୋଇଥିଲା। ଏହି ମାସରେ ସ୍ବାଭାବିକ ଭାବେ ୨୧୭.୭ ମିଲିମିଟର ହେବା ଜାଗାରେ ହୋଇଛି ୨୫୧ ମିଲିମିଟର। ଏହା ପରେ ମୌସୁମ ଉଭାନ ହୋଇଯିବା ଯୋଗୁ ଜୁଲାଇରେ ସ୍ବାଭାବିକ ଠାରୁ ୩୫ ପ୍ରତିଶତ କମ୍‌ ବର୍ଷା ହୋଇଥିଲା। ତେବେ ଅଗଷ୍ଟରେ କ୍ରମାଗତ ଲଘୁଚାପ ଯୋଗୁ ବର୍ଷା ପରିମାଣ ବୃଦ୍ଧି ପାଇଥିଲା। ଏହି ମାସରେ ରାଜ୍ୟରେ ୧୧ଟି ଜଲାରେ ୬୦ ପ୍ରତିଶତରୁ ଅଧିକ ବର୍ଷା ହୋଇଥିବା ବେଳେ ୯ଟି ଜିଲାରେ ୨୦ ପ୍ରତିଶତରୁ ଅଧିକ ହୋଇଛି। ସେହିପରି ୮ଟି ଜିଲାରେ ସ୍ବାଭାବିକ ବର୍ଷା ହୋଇଥିବା ବେଳେ ୨ଟି ଜିଲାରେ ସ୍ବାଭାବିକ ଠାରୁ କମ୍‌ ବର୍ଷାହୋଇଛି। ଅଗଷ୍ଟ ମାସରେ ପ୍ରବଳ ବର୍ଷା ଯୋଗୁ ରାଜ୍ୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା।
ଚଳିତ ବର୍ଷ ରାଜ୍ୟରେ ୬୧.୬୬ ଲକ୍ଷ ହେକ୍ଟର ଜମିରେ ଧାନ ଓ ଅଣଧାନ ଚାଷ କରିବାକୁ ଲକ୍ଷ୍ୟଧାର୍ଯ୍ୟ ହୋଇଛି। ସେପ୍ଟେମ୍ବର ୧୦ ତାରିଖ ସୁଦ୍ଧା ୫୭.୫୦ ଲକ୍ଷ ହେକ୍ଟରରେ ଚାଷକାର୍ଯ୍ୟ ହୋଇଛି। ସେଥିରୁ ୩୭ ଲକ୍ଷ ହେକ୍ଟରରେ ଧାନଚାଷ ହୋଇଥିବା ବେଳେ ୨୦.୫୦ ଲକ୍ଷ ହେକ୍ଟରରେ ଅଣଧାନ ଫସଲ ହୋଇଛି। ଏସବୁ ଜମିରୁ ଚଳିତ ବର୍ଷ କୃଷି ବିଭାଗ ୯୬ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ ଲକ୍ଷ୍ୟଧାର୍ଯ୍ୟ କରିଛି। ସେଥିରୁ ଧାନ ୮୦ ଲକ୍ଷ ଟନ୍‌ ଓ ଅନ୍ୟାନ୍ୟ ଖାଦ୍ୟଶସ୍ୟ ୧୬ ଲକ୍ଷ ଟନ୍‌ ଉତ୍ପାଦନ ହେବ ବୋଲି କୃଷି ବିଭାଗ ଅନୁମାନ କରିଛି। ତେବେ ଚାଷ କାର୍ଯ୍ୟ ଆରମ୍ଭରୁ ଅନାବୃଷ୍ଟି , ଧାନ ବେଉଷଣ ବିଳମ୍ବ ଓ ବନ୍ୟା ଯୋଗୁ ଏହି ଲକ୍ଷ୍ୟ ହାସଲରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ବନ୍ୟା ଯୋଗୁ ରାଜ୍ୟର ୧୭ଟି ଜିଲାରେ ପ୍ରାୟ ୨ ଲକ୍ଷ ୩ ହଜାର ହେକ୍ଟର ଜମି ଜଳମଗ୍ନ ହୋଇଛି।
କୃଷି ବିଶେଷଜ୍ଞ ତଥା ଓଡ଼ିଶା କୃଷି ବୈଷୟିକ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବା କଥା ହେଲା ରାଜ୍ୟରେ ସାଧାରଣତଃ ଧାନବୁଣା କାର୍ଯ୍ୟ ଜୁନ୍‌ ପ୍ରଥମ ସପ୍ତାହରୁ ଆରମ୍ଭ ହୋଇଥାଏ। ଏହାର ୨୦ ଦିନ ମଧ୍ୟରେ ତଳି ରୁଆ ଓ ବେଉଷଣ କାର୍ଯ୍ୟ ହୋଇଥାଏ। ଜୁଲାଇ ମାସରେ ବର୍ଷା ନ ହେବାରୁ ରୁଆ ବେଷଣ ହୋଇ ପାରି ନ ଥିଲା। ବୁଣାଯାଇଥିବା ତଳି ବୁଢା ହୋଇ ଯାଇଥିଲା। ଅଗଷ୍ଟ ପ୍ରଥମ ସପ୍ତାହରେ ଲଘୁଚାପ ବର୍ଷା ହେବା ପରେ ତଳି ରୁଆ ଓ ବେଉଷଣ କରାଯାଇଥିଲା। ବେଉଷଣ ଓ ଧାନ ରୁଆ ପାଖାପାଖି ୧୫ରୁ ୨୦ ଦିନ ବିଳମ୍ବ ହୋଇଗଲା। ଫଳରେ ଧାନ ପିଲ ବୁଦା ବାନ୍ଧି ପାରି ନାହିଁ। ଏଥିଯୋଗୁ ଶସ୍ୟ ଉତ୍ପାଦନ ପ୍ରାୟ ୧୫ରୁ ୨୦ ପ୍ରତିଶତ କମିଯିବ। ଧାନ ଫୁଲ ଉଡାଇବା ପୂର୍ବରୁ ରାଜ୍ୟର ୧୭ଟି ଜିଲାରେ ବନ୍ୟା ପାଣି ପଶିବା ଯୋଗୁ ୨ ଲକ୍ଷ ୩ ହଜାର ହେକ୍ଟର ଜମି ଜଳ ମଗ୍ନ ହୋଇଛି। ସେହି ସବୁ ଜମିରୁ ଧାନ ଉତ୍ପାଦନ ଆଶା ଏକ ପ୍ରକାର ଧୂଳିସାତ୍‌ ହୋଇଛି। ପାଣି ପଶି ଧାନ ପଚିବା, ବେଉଷଣ ଧାନ ଧୋଇ ନେବା ଏବଂ ବାଲିଚର ଯୋଗୁ ଅନେକ ଜମିରେ ଫସଲ ନଷ୍ଟ ହୋଇଛି। ଅନ୍ୟ ପକ୍ଷରେ ଠିକ୍‌ ସମୟରେ ଚାଷୀଙ୍କୁ ୟୁରିଆ ସାର ନ ମିଳିବାରୁ ଧାନ ଉତ୍ପାଦନ ପ୍ରଭାବିତ ହେବା ସମ୍ଭାବନା ରହିଛି। ଏସବୁ କାରଣକୁ ଦେଖିଲେ ପ୍ରାୟ ୨୦ ଲକ୍ଷ ଟନ୍‌ ଖାଦ୍ୟଶସ୍ୟ ଉତ୍ପାଦନ କମିବ ବୋଲି ସେ ଅନୁମାନ କରିଛନ୍ତି। ଅନ୍ୟ ପକ୍ଷରେ କୃଷି ନିର୍ଦ୍ଦେଶାଳର ମୁଖ୍ୟ ପରିସଂଖ୍ୟକ(ଚିଫ ଷ୍ଟାଟିଷ୍ଟିସିଆନ) ରାଜେଶ ଦାସ କହିଛନ୍ତି ଯେ ବର୍ଷା ଅଭାବ ଓ ବନ୍ୟା ଯୋଗୁ ରାଜ୍ୟରେ କିଛି ପରିମାଣରେ ଫସଲ ନଷ୍ଟ ହେଲେ ମଧ୍ୟ ଚଳିତ ବର୍ଷ ଭଲ ଖାଦ୍ୟଶସ୍ୟ ଉତ୍ପାଦନ ହେବ ବୋଲ ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

Video: ମେଟ୍ରୋରେ ଯାତ୍ରା କଲେ ପ୍ରଧାନମନ୍ତ୍ରୀ ମୋଦି, ପିଲାମାନଙ୍କ ସହିତ ଆଲୋଚନା ସମୟରେ ତାଙ୍କ ସଂସଦୀୟ କ୍ଷେତ୍ର କାଶୀକୁ ମନେ ପକାଇଲେ, ଯାହାକୁ ନେଇ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୬।୯: ଦିଲ୍ଲୀ ମେଟ୍ରୋରେ ଯାତ୍ରା କରୁଥିବା ଯାତ୍ରୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ, ଶନିବାର (ସେପ୍ଟେମ୍ବର 5, 2026) ସାରେ, ସେମାନଙ୍କ ସହିତ ଯାତ୍ରା କରୁଥିବା ଦେଖି ଖୁସିରେ…

ରୋନାଲ୍ଡୋ-ମେସିଙ୍କୁ ନେଇ ଇତିହାସରେ ପ୍ରଥମ ଥର ଘଟିବାକୁ ଯାଉଛି ଏମିତି ଘଟଣା, ଅପେକ୍ଷାରେ ପ୍ରଶଂସକ

ନୂଆଦିଲ୍ଲୀ,୬।୯: ପର୍ତ୍ତୁଗାଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏବଂ ଆର୍ଜେଣ୍ଟିନାର ଲିଓନେଲ ମେସି ଫୁଟବଲ ଜଗତର ଦୁଇ କିମ୍ବଦନ୍ତୀ ତାରକା। ପ୍ରାୟ 15 ବର୍ଷ ଧରି, ସେମାନଙ୍କର ପ୍ରତିଦ୍ୱନ୍ଦ୍ୱିତା ବିଶ୍ୱ…

୨୦୨୭ ଯାଏ ୩ ରାଶିଙ୍କୁ କଲବଲ କରିବେ ଶନି, ଛୋଟ ଛୋଟ ଭୁଲ ପଡିବ ଭାରି!

ବର୍ତ୍ତମାନ ସମୟରେ ଶନିଦେବ ମୀନ ରାଶିରେ ଅବସ୍ଥାନ କରୁଛନ୍ତି ଏବଂ ତାଙ୍କ ଗୋଚରର ପ୍ରଭାବ କିଛି ରାଶି ଉପରେ ବିଶେଷ ଭାବରେ ଦେଖିବାକୁ ମିଳୁଛି। ସାଢ଼େସାତୀ ଓ…

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ଦୀପାବଳି ପାଇଁ ଏବେଠୁ ବୁକ୍‌ ହୋଇଗଲା ସବୁ ଟ୍ରେନ ଟିକେଟ୍‌! କିଛି ସମୟରେ…

ନୂଆଦିଲ୍‌ଲୀ,୬।୯: ଦୀପାବଳିରେ ଘରକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବା ରେଳ ଯାତ୍ରୀମାନଙ୍କ ପାଇଁ ରିଜର୍ଭେସନ ୱିଣ୍ଡୋ ଖୋଲିଯାଇଛି। ନଭେମ୍ୱର ୮ ତାରିଖ ଦୀପାବଳିକୁ ଦୃଷ୍ଟିରେ ରଖି ଯାତ୍ରୀମାନେ…

କାର- ଅଟୋ ମୁହାଁମୁହିଁ ଧକ୍କା: ୨ ଜଣ ଗୁରୁତର

ଧାମନଗର, ୬/୯ (ସନ୍ତୋଷ କୁମାର ମହାପାତ୍ର): ଧାମନଗର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥର ଧାମନଗର ଛକ ଫ୍ଲାଏଓଭର ବ୍ରିଜ୍‌ ନିକଟରେ ରବିବାର ସକାଳ ପ୍ରାୟ…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri