ଭୂତଚାଷୀଙ୍କଠାରୁ କିଣାଯାଇଛି ଧାନ

ପଟ୍ଟାମୁଣ୍ଡାଇ,୨୫ା୩(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇରେ କ୍ରମାଗତ ଧାନକିଣାରେ ଦୁର୍ନୀତି, ମଣ୍ଡି ପରିଚାଳନାରେ ଅବ୍ୟବସ୍ଥା, ଫଲସ୍‌ ଏଣ୍ଟ୍ରି ପାଇଁ ଭୂତଚାଷୀ ନଁାରେ ପଞ୍ଜୀକରଣ ଓ ପ୍ରକୃତ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ କାହାର ନଜର ନାହିଁ। କଷ୍ଟ କରି ଚାଷୀ ଧାନ ଅମଳ କରୁଛନ୍ତି, ନକଲି ଚାଷୀ ନଁାରେ ଦଲାଲ ଧାନ ବିକୁଛନ୍ତି। ସମବାୟ ସମ୍ପାଦକ, ମିଲର ଓ ଯୋଗାଣ ବିଭାଗର ଭିତିରି ସମ୍ପର୍କ ଯୋଗୁ ଏଭଳି ବେଆଇନ ପଞ୍ଜୀକରଣ କରାଯାଇଛି ବୋଲି ପଟ୍ଟାମୁଣ୍ଡାଇ ବ୍ଲକର ଚାଷୀ ସଙ୍ଗଠକମାନେ ଅଭିଯୋଗ କରିଛନ୍ତି। ନକଲି ଚାଷୀ, ଠକ ବେପାରୀମାନେ ମଣ୍ଡି କର୍ମଚାରୀଙ୍କ ସହ ଅସାଧୁ ମେଣ୍ଟ କରି ଧାନ ବିକ୍ରି ନିମନ୍ତେ ଟୋକନ ହାତେଇବା ସହ ସରକାରୀ ଏମ୍‌ଏସ୍‌ପିକୁ ହରିଲୁଟ କରୁଛନ୍ତି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ପଟ୍ଟାମୁଣ୍ଡାଇ ବ୍ଲକ୍‌ ୧୪ଟି ସମବାୟ ସମିତିରେ ଧାନକିଣାକୁ ନେଇ ସନ୍ଦେହ ଦେଖାଦେଇଛି। ଏଠାରେ ଜାଲିଆତି ହୋଇଥିବା ସ୍ଥାନୀୟ କେତେଜଣ ଚାଷୀ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ଏହି ୧୪ ମଣ୍ଡିରେ ୫,୮୮୩ ଜଣ ଚାଷୀ ଧାନ ବିକ୍ରି ପାଇଁ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କ ପାଖରୁ ୧ ଲକ୍ଷ ୭୮ ହଜାର ୪୩୬ କୁଇଣ୍ଟାଲ ୩୨ କିଲୋ ଧାନକିଣା ହେବାର ଲକ୍ଷ୍ୟ ରଖାଯାଇଥିଲା। ଗୁରୁବାର ସୁଦ୍ଧା ୧ ଲକ୍ଷ ୭୭ ହଜାର ୧୦୪ କୁଇଣ୍ଟାଲ ୧୪ କିଲୋ ଧାନ କିଣାଯାଇଛି। ୫,୮୮୩ ଚାଷୀଙ୍କ ମଧ୍ୟରୁ ଅଧିକାଂଶ ଭୂତଚାଷୀ ଧାନ ଦେଇଥିବା ପଛରେ ଏକ ବଡ଼ଧରଣର ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି। ଉକ୍ତ ଚାଷୀମାନେ ଯେଉଁ ଅଞ୍ଚଳରେ ସେମାନଙ୍କ ଜମି କି ବାସିନ୍ଦାଗତ ପ୍ରମାଣପତ୍ର ନାହିଁ, ସେହି ଅଞ୍ଚଳର ମଣ୍ଡି ଅଧୀନରେ ନିଜ ଧାନ ବିକିବାକୁ ପଞ୍ଜୀକୃତ କରି ଧାନ ଦେଇଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଗ୍ରାଉଣ୍ଡ ଜିରୋରୁ ତନଖି କରିବାରୁ ଏଭଳି ତଥ୍ୟ ଜଣାପଡିଛି।
କୃଷକ ନେତା ବିଜୟ ଦାସଙ୍କ ସହ ସାନଜରିଆ ମଣ୍ଡିରୁ ଜାଣିବାକୁ ପାଇଲୁ ସମ୍ପାଦକଙ୍କ ଅନୁପସ୍ଥିତିରେ ଡାଟା ଏଣ୍ଟ୍ରି ଅପରେଟର (ଡିଇଓ) ଧାନ କିଣୁଛନ୍ତି। ମନଇଚ୍ଛା ଓଜନ କରି କଟ୍‌ନି ଛଟ୍‌ନି କରି ଧାନ କିଣାଯାଇଛି। ଆଉ ଚାଷୀ ସବୁ ଦେଖି ବି ଚୁପଚାପ୍‌ ଥିଲେ। କାରଣ ପାଟି ଖୋଲିଲେ ଚାଷୀଙ୍କ ଧାନ ଠିକ୍‌ ମାନର ନ ଥିବା କହି କିଣାଯାଉନି ବୋଲି ସେ କହିଥିଲେ। ସେହିପରି ବାଟରେ ଖଡିଅଣ୍ଟା ମଣ୍ଡିରେ ଚାଷୀ ନ ଥିଲେ। ଏଠାରେ ସ୍ଥାୟୀ ସମ୍ପାଦକ ନ ଥିବାରୁ ଡିଇଓ ଶଶିକାନ୍ତ ପଣ୍ଡା ବସିଥିଲେ। ଧାନକିଣା କେମିତି ଚାଲିଛି ବୋଲି ପଚାରିବାରୁ ରେଜିଷ୍ଟର ଦେଖି କହିଥିଲେ ପ୍ରାୟ ସରି ଆସିଲାଣି। ୧୨,୬୩୮ କୁଇଣ୍ଟାଲ ଟାର୍ଗେଟ ଥିଲା ୧୨,୫୫୨ କଇଣ୍ଟାଲ ଧାନ କିଣା ସରିଲାଣି। ହେଲେ କେଉଁ ଚାଷୀ ସବୁ ବିକିଛନ୍ତି ତାହାର ତଥ୍ୟ ପଚାରିଲା ବେଳକୁ ସେ ହଡ଼ବଡ଼େଇ ଯାଇଥିଲେ। ସେହିପରି ଗଁାର ଛକକୁ ଆସି ବୁଝାବୁଝି କରିବାରୁ ଜଣାପଡ଼ିଥିଲା ମଣ୍ଡିରେ ଦଲାଲ ରାଜ୍‌ ଚାଲିଛି। ଭୂତଚାଷୀ ନଁାରେ ଏଥର ଧାନକିଣା ହୋଇଛି। ଫଲ୍‌ସ ନାମ ଏଣ୍ଟ୍ରି କରାଯାଇଛି। ବହୁ ଚାଷୀ ସିଧାସଳଖ ମିଲ୍‌କୁ ନେଇ ଧାନ ଦେଇଛନ୍ତି ବୋଲି ଜଣାପଡିଥିଲା। ସେହିପରି ବଡ଼ପଡ଼ା ସମବାୟ ସମିତି ସମ୍ପାଦକ କୃଷ୍ଣଜୀବନ ଦାସ କହିଥିଲେ, ଏପରିକି ଭିଡ଼ କାରଣରୁ ସୁବିଧା ଦୃଷ୍ଟିରୁ ଚାଷୀଙ୍କ ଧାନ ଗାଡ଼ି ମଣ୍ଡିକୁ ନ ଆସି ମିଲଗୁଡ଼ିକୁ ଯାଉଛି। ଗତ ୧୯ ତାରିଖରେ ୨୩ ଜଣ ଚାଷୀଙ୍କ ଟୋକନ ଅବଧି ଶେଷ ହୋଇଥିଲା। ମାତ୍ର ଜିଲା ଯୋଗାଣ ବିଭାଗ କୌଣସି ଟାର୍ଗଟେ ଦେଇ ନ ପାରିବାରୁ ସେମାନେ ଧାନ ଦେବାରୁ ବଞ୍ଚତ୍ତ ହୋଇଥିଲେ। ବଡ଼ପଡ଼ା ସରପଞ୍ଚ ସୌଦାମିନୀ ସେଠୀଙ୍କୁ ପଚାରିବାରେ ପ୍ରକୃତ ଚାଷୀ ନାମ ପଞ୍ଜୀକୃତ ନ ହୋଇ ଭୂତଚାଷୀଙ୍କ ନାମରେ ପଞ୍ଜୀକୃତ ହୋଇ ଧାନ ବିକ୍ରି କରାଯାଇଛି। ଏନେଇ ଚାଷୀମାନେ ଆସି ଅଭିଯୋଗ କରିଥିଲେ। ଅନ୍ୟ ମଣ୍ଡିଗୁଡ଼ିକ ଖବର ନେବାରୁ ସବୁଠି କଟ୍‌ନି ଛଟ୍‌ନି ସାଙ୍ଗକୁ ମିଲଗୁଡ଼ିକୁ ସିଧାସଳଖ ଚାଷୀ ଧାନ ନେଇ ଯାଉଥିବା ସୂଚନା ମିଳିଛି। ଆଉ ମିଲକୁ ଗଲେ ଚାଷୀଙ୍କଠାରୁ ମନଇଚ୍ଛା ମିଲର୍ସ କୁଇଣ୍ଟାଲ ପିଛା ଧାନ କାଟୁଛନ୍ତି। ଅନ୍ୟପକ୍ଷରେ ସମବାୟ ସମିତି ଅନ୍ତର୍ଗତ ଚାଷୀମାନେ ପଞ୍ଜୀକରଣ କରି ଧାନ ବିକ୍ରି କରିବା କଥା। ମାତ୍ର ସଂସାରଫଳ, ଶ୍ୟାମସୁନ୍ଦରପୁର, ଚନ୍ଦନନଗର, କଷଣଅଣ୍ଟା, ବଡ଼ମୂଳବସନ୍ତ ପ୍ରଭୃତି ସମବାୟ ସମିତିରେ ଯେଉଁ ଚାଷୀମାନଙ୍କ ଜମି ଓ ସ୍ବତ୍ୱ ପ୍ରମାଣପତ୍ର ନ ଥିଲା ସେମାନେ ନାମ ପଞ୍ଜୀକରଣ କରି ଧାନ ବିକ୍ରି କରିଥିବା ଅଭିଯୋଗ ହେଉଛି। ଏହା ତଦନ୍ତ ସାପେକ୍ଷ ବୋଲି ଚାଷୀମାନେ କହିଛନ୍ତି। ଏଥିରୁ ଜଣାପଡୁଛି ଜମିଗୁଡିକ ଭେରିଫିକେଶନ ଦାୟିତ୍ୱରେ ଥିବା ପ୍ରଶାସନିକ ଅଧିକାରୀମାନେ କିଭଳି ଭୂତ ଚାଷୀଙ୍କ ସମ୍ପର୍କରେ ଜାଣିପାରିଲେ ନାହିଁ ବୋଲି ସ୍ଥାନୀୟ ଚାଷୀମାନେ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ ସମବାୟ ସମ୍ପାଦକ ନିଜେ ଭୂତଚାଷୀଙ୍କ ଦସ୍ତଖତ କରି ବ୍ୟାଙ୍କରୁ ଟଙ୍କା ଉଠାଇ ନେଉଥିବା ଜଣେ ବ୍ୟାଙ୍କ କର୍ମଚାରୀ ତାଙ୍କ ନାମ ଗୋପନ ରଖି କହିଛନ୍ତି। ଏ ସମ୍ପର୍କରେ ଜିଲା ଯୋଗାଣ ବିଭାଗ ଅଧିକାରୀ ପ୍ରଶାନ୍ତ କୁମାର ଗନ୍ତାୟତଙ୍କୁ ପଚାରିବାରୁ ୪ ଥର ଜମି ଭେରିଫିକେଶନ ହୋଇଛି। ଏଭଳି ଜାଲିଆତି ହୋଇ ନ ଥିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସଡ଼କ ଦୁର୍ଘଟଣାରେ ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କ ପରଲୋକ

ଭଦ୍ରକ,୭ା୧୨: ଓଡ଼ିଶାର ଜଣାଶୁଣା ଯାତ୍ରା କଳାକାର ଗୁରୁ ପୃଷ୍ଟିଙ୍କର ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ପରଲୋକ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁ ପୃଷ୍ଟି...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

RSFI ରାଜ୍ୟ ଚାମ୍ପିଅନସିପରେ ଗଜପତି ସ୍କେଟର୍ସଙ୍କ ଚମକ: ଜାତୀୟ ପାଇଁ ୭ ଜଣ ଯୋଗ୍ୟତା ହାସଲ

ଗଜପତି,୭ା୧୨(ଗିରିଧାରୀ ପରିଛା): ଜିଲା ପାଇଁ ଏକ ଗର୍ବର ମୁହୂର୍ତ୍ତରେ, ଗଜପତିର ସ୍କେଟର୍ସମାନେ RSFI ରାଜ୍ୟ ସ୍କେଟିଂ ଚାମ୍ପିଅନସିପରେ ଉତ୍କୃଷ୍ଟ ପ୍ରଦର୍ଶନ କରି ଅନେକ ପଦକ ହାସଲ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri