ଅଗଷ୍ଟର ଶେଷ ସପ୍ତାହରେ ବୁଧାଦିତ୍ୟ ରାଜଯୋଗ: କ୍ୟାରିୟର ସହ ଲଭ୍‌ ଲାଇଫରେ ବୃଷ, ମିଥୁନ ସହ ଏହି ରାଶିଙ୍କୁ…

ଅଗଷ୍ଟର ଶେଷ ସପ୍ତାହ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ। ଏହି ସମୟରେ ବୁଧ ସିଂହ ରାଶିରେ ଗୋଚର କରିବେ। ସିଂହରେ ପୂର୍ବରୁ ସୂର୍ଯ୍ୟ ରହିଥିବାରୁ ବୁଧ ଓ ସୂର୍ଯ୍ୟଙ୍କ ଯୁତିରେ ବୁଧାଦିତ୍ୟ ରାଜଯୋଗ ଗଠନ ହେବ। ଏହା ସହ ଏହି ସପ୍ତାହରେ ଚନ୍ଦ୍ରଗ୍ରହଣ ମଧ୍ୟ ହେବାକୁ ଥିବାରୁ ଗ୍ରହଙ୍କ ଚଳନ ବେଶ ଗୁରୁତ୍ୱପୂର୍ଣ୍ଣ ରହିବ।

ଅନ୍ୟପଟେ ଗୁରୁ କର୍କଟ ରାଶିରେ ଗୋଚର କରି ହଂସ ରାଜଯୋଗ ଗଠନ କରୁଛନ୍ତି। ଜ୍ୟୋତିଷାଚାର୍ଯ୍ୟଙ୍କ ଅନୁସାରେ, ଏହି ଗ୍ରହ ସଂଯୋଗର ପ୍ରଭାବରେ ବୃଷ, ମିଥୁନ, କର୍କଟ, ବିଛା ଓ ଧନୁ ରାଶିଙ୍କ ପାଇଁ ଅଗଷ୍ଟର ଶେଷ ସପ୍ତାହ ଶୁଭ ରହିପାରେ। କ୍ୟାରିୟରରେ ଆଗକୁ ବଢ଼ିବା ସହ ପ୍ରେମ ଜୀବନରେ ମଧ୍ୟ ଖୁସି ଆସିବାର ଯୋଗ ରହିଛି।

ବୃଷ ରାଶିଙ୍କ ପାଇଁ ଅଗଷ୍ଟର ଶେଷ ସପ୍ତାହ ଆର୍ଥିକ ଦୃଷ୍ଟିରୁ ଫଳଦାୟକ ରହିପାରେ। ପଞ୍ଚମ ଭାବରେ ଶୁକ୍ରଙ୍କ ଗୋଚର ଏବଂ ଚତୁର୍ଥ ଭାବରେ ବୁଧାଦିତ୍ୟ ଯୋଗ ଆପଣଙ୍କୁ ସୁଖ-ସୁବିଧା ଓ ଉନ୍ନତି ଦେଇପାରେ। ନିବେଶରୁ ଭଲ ଲାଭ ମିଳିବାର ସମ୍ଭାବନା ରହିଛି। ପ୍ରେମ ସମ୍ପର୍କରେ ନିକଟତା ବଢ଼ିବ ଏବଂ ଲଭ ଲାଇଫରେ ଖୁସି ଆସିପାରେ। ପରିବାର ସହ ଭଲ ସମୟ କାଟିବେ। ବ୍ୟବସାୟରେ ଲାଭ ମିଳିବା ସହ ଉପହାର ଓ ସମ୍ମାନ ପାଇବାର ଯୋଗ ରହିଛି। ସପ୍ତାହ ମଧ୍ୟଭାଗରେ କୌଣସି ସମ୍ପର୍କୀୟଙ୍କ ସହ ସାକ୍ଷାତ ହୋଇପାରେ।

ମିଥୁନ ରାଶିଙ୍କ ପାଇଁ ଏହି ସପ୍ତାହ ବିଶେଷ ଫଳଦାୟକ ହୋଇପାରେ। ସପ୍ତାହ ଶେଷ ଆଡ଼କୁ ବୁଧାଦିତ୍ୟ ରାଜଯୋଗ ଯୋଗୁଁ କ୍ୟାରିୟର ଓ ବ୍ୟବସାୟରେ ଉନ୍ନତିର ସୁଯୋଗ ମିଳିପାରେ। ଦୀର୍ଘଦିନ ଧରି ଅଟକି ରହିଥିବା କାମ ପୂରା ହେବାର ସମ୍ଭାବନା ରହିଛି। ଆପଣଙ୍କ ପ୍ରୋଜେକ୍ଟଗୁଡ଼ିକ ସମୟରେ ଶେଷ ହୋଇପାରେ। ଭାଇ-ଭଉଣୀଙ୍କ ସହଯୋଗ ମିଳିବ। ବିବାହିତ ଜୀବନ ଓ ପ୍ରେମ ସମ୍ପର୍କରେ ମଧ୍ୟ ସମୟ ଭଲ ରହିବ। ଏହା ସହ ଶୁକ୍ରଙ୍କ ସ୍ଥିତି ଯୋଗୁଁ ଘରେ ସୁଖ-ସୁବିଧା ବଢ଼ିପାରେ।

କର୍କଟ ରାଶିରେ ବୁଧ ଓ ଗୁରୁଙ୍କ ସଂଯୋଗ ହେବାରୁ ହଂସ ରାଜଯୋଗର ପ୍ରଭାବ ଦେଖିବାକୁ ମିଳିପାରେ। ତେବେ ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁ ସପ୍ତାହଟି ମିଶ୍ରିତ ରହିପାରେ। ସପ୍ତାହ ଆରମ୍ଭରେ ଲାଭର ସୁଯୋଗ ମିଳିବା ସହ ବ୍ୟବସାୟରେ ଉନ୍ନତି ହୋଇପାରେ। ମଧ୍ୟଭାଗରେ କିଛି ଚିନ୍ତା ଓ ମାନସିକ ଚାପ ରହିପାରେ। କୌଣସି ସମ୍ପର୍କୀୟଙ୍କ କାରଣରୁ ମଧ୍ୟ ଅସୁବିଧା ହୋଇପାରେ। ତେବେ ସପ୍ତାହ ଶେଷରେ ଧନ ବୃଦ୍ଧିର ଯୋଗ ରହିଛି। ପ୍ରେମ ଜୀବନରେ ପାରସ୍ପରିକ ବୁଝାମଣା ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ଚାପ ପରେ ସଫଳତା ମିଳିପାରେ। ତେବେ ବିରୋଧୀଙ୍କଠାରୁ ସତର୍କ ରହିବା ଭଲ

ବିଛା ରାଶିଙ୍କ ପାଇଁ ଅଗଷ୍ଟର ଶେଷ ସପ୍ତାହ ଉନ୍ନତି ଆଣିପାରେ। ପରିବାର ଓ ସମ୍ପର୍କୀୟଙ୍କ ସହ ଭଲ ସମୟ କାଟିବାର ସୁଯୋଗ ମିଳିବ। ଶ୍ୱଶୁର ଘର ପକ୍ଷରୁ ସହଯୋଗ ଓ ଲାଭ ପାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ବୁଧାଦିତ୍ୟ ଯୋଗ ଓ ଗୁରୁଙ୍କ ଶୁଭ ଦୃଷ୍ଟି ଆପଣଙ୍କ କ୍ୟାରିୟରକୁ ଆଗକୁ ନେଇପାରେ। କୌଣସି ବଡ଼ ଦାୟିତ୍ୱ ମିଳିପାରେ। ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହଯୋଗରୁ ମଧ୍ୟ ଲାଭ ମିଳିପାରେ।

ଧନୁ ରାଶିଙ୍କ ପାଇଁ ଅଗଷ୍ଟର ଶେଷ ସପ୍ତାହ ଭାଗ୍ୟଶାଳୀ ରହିପାରେ। ବାପା କିମ୍ବା ବାପାଙ୍କ ଭଳି କୌଣସି ବ୍ୟକ୍ତିଙ୍କ ସହଯୋଗରେ ବଡ଼ ଲାଭ ମିଳିପାରେ। ଅପ୍ରତ୍ୟାଶିତ ଧନଲାଭର ମଧ୍ୟ ଯୋଗ ରହିଛି। ପରିବାର ଓ ସାମାଜିକ ଜୀବନରେ ମାନ-ସମ୍ମାନ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ଉନ୍ନତି ମିଳିବା ସହ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସହଯୋଗ ପାଇବେ। ଫଳରେ ନିଜ ଟାର୍ଗେଟ ସହଜରେ ପୂରଣ କରିପାରିବେ। ଆର୍ଥିକ ଲାଭର ଯୋଗ ମଧ୍ୟ ରହିଛି। ସମଗ୍ର ଭାବେ ଏହି ସପ୍ତାହ ଆପଣଙ୍କ ମନକୁ ଖୁସି ରଖିପାରେ।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ରେ ନୂଆ ଇତିହାସ ରଚିଲା ଆମେରିକା: ଦିନିକିଆରେ ପ୍ରଥମଥର କଲା ଏମିତି କାରନାମା

ଡଲାସ,୬।୧୦: ଆମେରିକା କ୍ରିକେଟ ଟିମ ଦିନିକିଆ କ୍ରିକେଟ୍‌ରେ ଏକ ବଡ଼ ଇତିହାସ ରଚିଛି। ଡଲାସରେ ଖେଳାଯାଇଥିବା ICC ମେନ୍ସ କ୍ରିକେଟ ୱାଲର୍‌ଡ କପ ଲିଗ-୨ ମ୍ୟାଚ୍‌ରେ ଆମେରିକା…

୬ଟି ଆସନରେ ଆଜି ଉପନିର୍ବାଚନ; CM ବିଜୟଙ୍କ ପାଇଁ ବଡ଼ ରାଜନୈତିକ ପରୀକ୍ଷା, ଏହି ଦିନ ଫଳାଫଳ

ନୂଆଦିଲ୍ଲୀ,୬।୧୦: ଦେଶର ୬ଟି ଆସନରେ ଆଜି ଉପନିର୍ବାଚନ ପାଇଁ ଭୋଟିଂ ଆରମ୍ଭ ହୋଇଛି । ଆସାମର ନଗାଓଁ ଲୋକସଭା ଆସନ ସମେତ ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ଓ ରେଜିନଗର,…

ଭାଉଜଙ୍କୁ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲେ ଦିଅର: ଆଉ ତା’ପରେ ଘଟିଲା…

ଭୁବନେଶ୍ୱର,୬।୧୦ (ପ୍ରସନଜିତ୍‌ ସାହୁ):ରାଜଧାନୀରେ ମହିଳାଙ୍କୁ ନିର୍ଯାତନା ଘଟଣା ସାମନାକୁ ଆସିଛି। ଭାଉଜଙ୍କୁ ଦିଅର ମାନସିକ ନିର୍ଯାତନା ଦେବା ସହ ତାଙ୍କ ଫଟୋ ଭିଡିଓ ଶୁଟ୍‌ କରି ଭାଇରାଲ…

SCB ମେଡିକାଲ୍‌ କ୍ୟାମ୍ପସ୍‌ରେ ଯୁବକଙ୍କ ହାଇଡ୍ରାମା, ୫୦ ଫୁଟ ପାଣିଟାଙ୍କି ଉପରୁ ଡେଇଁ…

କଟକ,୬।୧୦(ପ୍ରଭୁକଲ୍ୟାଣ ପାଲ୍): କଟକ ବଡ ମେଡିକାଲରେ ଅଘଟଣ। ପାଣି ଟାଙ୍କି ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ଯୁବକ। ଦୀର୍ଘ ସମୟଧରି ହାଇଡ୍ରାମା ପରେ ସେ ଟାଙ୍କି…

ସୂର୍ଯ୍ୟକୁମାରଙ୍କୁ ଲାଗିଲା ଝଟକା: ସବୁଠୁ ବିଦା, ଅନ୍ଧାରରେ କ୍ୟାରିୟର

ମୁମ୍ବାଇ,୬।୧୦: ଭାରତର ଟି-୨୦ ବିଶ୍ୱକପ ବିଜୟୀ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଏବେ ଚିନ୍ତା ବଢ଼ିଛି। ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ଏବେ ମୁମ୍ବାଇର ରଣଜୀ…

ୱାଇଡ ବଲ୍‌ରେ ସିଧା ଛକା! କ୍ରିକେଟ୍‌ରେ ଘଟିଲା ଅଜବ ଘଟଣା, ଦେଖନ୍ତୁ Video

ନୂଆଦିଲ୍ଲୀ,୫।୧୦: କ୍ରିକେଟ୍‌ରେ ୱାଇଡ ବଲ ବାଉଣ୍ଡାରୀ ପାର କରିବା ଦୃଶ୍ୟ ଦର୍ଶକମାନେ ଅନେକ ଥର ଦେଖିଛନ୍ତି। ବିଶେଷକରି ଉଇକେଟକିପରଙ୍କ ପହଞ୍ଚରୁ ଦୂରକୁ ଯାଇଥିବା ୱାଇଡ ବଲ ବାଉଣ୍ଡାରୀ…

ପାଣ୍ଡିଆନ୍‌ଙ୍କ ବୟାନ୍‌ ରେକର୍ଡ: ଫାଇଲ୍‌ ରିସିଭ୍‌ ହୋଇଛି, କୁଆଡ଼େ ଗଲା ଜାଣିନାହାନ୍ତି

ଭୁବନେଶ୍ୱର,୬।୧୦(ତ୍ରିନାଥ ମହାନ୍ତି):ସିଏମ୍‌ଓରୁ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡ ଏବଂ କନ୍ଧମାଳ ଦଙ୍ଗା ସମ୍ପର୍କିତ ନାଇଡୁ କମିଶନ ଫାଇଲ ହଜିବା ଘଟଣାରେ ୩ ଜଣଙ୍କ ବୟାନ ରେକର୍ଡ କରାଯାଇଛି। ଭି.କେ.…

୫୩ ବର୍ଷ ପରେ ଏକାଠି ହେଲେ ୫ ଶିକ୍ଷକ ବନ୍ଧୁ: ମିଶିକି କଲେ ଏମିତି କାମ

ତାଳଚେର,୬ା୧୦(ମନୋଜ ନନ୍ଦ): ଶିକ୍ଷକତା ଜୀବନର ପ୍ରାରମ୍ଭରେ ପରସ୍ପର ସଂସ୍ପର୍ଶରେ ଆସିଥିଲେ। ତାଲିମ କେନ୍ଦ୍ରରେ ଚିହ୍ନା ପରିଚୟ ପରେ ସେମାନଙ୍କ ଭିତରେ ଗଢ଼ି ଉଠିଥିଲା ବନ୍ଧୁତା। ହେଲେ ସ୍କୁଲକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?