Posted inଜାତୀୟ

ୟୁପିରେ ବାବୁଙ୍କୁ ସୋସିଆଲ ମିଡିଆ ମନା: ନିର୍ବାଚନରେ ଭାଜପାର ପରାଜୟକୁ ନେଇ ଯୋଗୀ ସରକାର କ୍ଷୁବ୍ଧ

ଲକ୍ଷ୍ନୌ,୨୪ା୬: ଭାଜପା ଶାସିତ ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ପୂର୍ବରୁ ଛାପା ଗଣମାଧ୍ୟମ ଓ ରେଡିଓ କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀମାନଙ୍କ ଯୋଗଦାନ ଉପରେ ରୋକ ଲଗାଇଥିଲେ। ଏବେ ଏହି କଟକଣାକୁ ଆହୁରି କଡ଼ାକଡ଼ି କରିବାକୁ ଯାଇ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ, ଡିଜିଟାଲ ନ୍ୟୁଜ୍‌ ଆଉଟ୍‌ଲେଟ୍‌ ଏବଂ ନ୍ୟୁଜ୍‌ ଚ୍ୟାନେଲଗୁଡ଼ିକରେ ମତମନ୍ତବ୍ୟ ଦେବାକୁ ବାବୁମାନଙ୍କୁ ବାରଣ କରିଛନ୍ତି। ଲୋକ ସଭା ନିର୍ବାଚନରେ ଭାଜପାର ନୈରାଶ୍ୟଜନକ ପ୍ରଦର୍ଶନକୁ ନେଇ କ୍ଷୁବ୍ଧ ରାଜ୍ୟ ସରକାର ଏପରି କରି କର୍ମଚାରୀମାନଙ୍କ ଉପରେ ରାଗ ଶୁଝାଉଛନ୍ତି ବୋଲି ଜଣେ ଅଧିକାରୀ ଅଭିଯୋଗ ଆଣିଛନ୍ତି।

୨୦୨୪ ଲୋକ ସଭା ନିର୍ବାଚନରେ ସବୁଠୁ ବଡ଼ ରାଜ୍ୟ ୟୁପିର ୮୦ରୁ ୮୦ ଆସନ ଦଖଲ କରିବାକୁ ଭାଜପା ଲକ୍ଷ୍ୟ ରଖିଥିଲା। କିନ୍ତୁ ଶାସକ ଦଳ ୩୩ ଆସନରେ ସୀମିତ ରହିଯାଇଥିଲା। ସମାଜବାଦୀ ପାର୍ଟି (ଏସ୍‌ପି) ୩୭ ଆସନ ଦଖଲ କରି ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବାବେଳେ କଂଗ୍ରେସ ୬ ଆସନ ଦଖଲ କରିଛି। ନିର୍ବାଚନ ଫଳ ଆସିବାର ୧୫ ଦିନ ପରେ ଅର୍ଥାତ୍‌ ଜୁନ୍‌ ୧୯ରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶନାମା ଅତିରିକ୍ତ ମୁଖ୍ୟ ସଚିବ, ପ୍ରଧାନ ସଚିବ ଏବଂ ସଚିବମାନଙ୍କ ନିକଟକୁ ପଠାଇ ଦିଆଯାଇଛି। ସେମାନଙ୍କ ଅଧସ୍ତନ କର୍ମଚାରୀମାନଙ୍କୁ ଏସମ୍ପର୍କରେ ଅବଗତ କରାଇବା ପାଇଁ ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି।

ଉତ୍ତର ପ୍ରଦେଶ ସରକାରୀ ଚାକିରିଆଙ୍କ ଆଚରଣ ନିୟମ, ୧୯୫୬ ଅନୁସାରେ ସରକାରୀ କର୍ମଚାରୀମାନେ ପ୍ରିଣ୍ଟ ମିଡିଆ ଓ ରେଡିଓ କାର୍ଯ୍ୟକ୍ରମଗୁଡ଼ିକରେ ଭାଗନେଇପାରିବେ ନାହିଁ ବୋଲି ପୂର୍ବରୁ ରହିଥିବା ନିୟମକୁ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଇଲେକ୍ଟ୍ରୋନିକ୍‌ ମିଡିଆକୁ ବିସ୍ତାର କରାଯାଇଥିବା ଏଥିରେ କୁହାଯାଇଛି। ଏପରି କି ଫେସ୍‌ବୁକ୍‌, ଏକ୍ସ, ହ୍ବାଟ୍ସଆପ୍‌ ଏବଂ ଇନ୍‌ଷ୍ଟାଗ୍ରାମ ଭଳି ପ୍ଲାଟ୍‌ଫର୍ମଗୁଡ଼ିକୁ ମଧ୍ୟ ସେମାନେ ବ୍ୟବହାର କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟପକ୍ଷେ ଏଭଳି ସରକାରୀ କଟକଣାକୁ ସରକାରୀ କର୍ମଚାରୀମାନେ ନାପସନ୍ଦ କରିଛନ୍ତି। କେବଳ ସରକାରଙ୍କ ସମାଲୋଚନାକୁ ରୋକିବା ପାଇଁ ଏପରି ପଦକ୍ଷେପ ନିଆଯାଇଥିବା ସେମାନେ କହିଛନ୍ତି।

ଜଣେ ପୂର୍ବତନ ମୁଖ୍ୟମନ୍ତ୍ରୀ ସଚିବ ଭାବେ କାର୍ଯ୍ୟ କରିଥିବା ଜଣେ ଅମଲାତନ୍ତ୍ରୀ କହିଛନ୍ତି, ହ୍ବାଟ୍ସଆପ୍‌ ଗ୍ରୁପ୍‌ରେ ବିଭିନ୍ନ ପୋଷ୍ଟିଂକୁ ନେଇ କର୍ମଚାରୀମାନେ ସରକାରଙ୍କ ଆକ୍ରୋଶର ଶିକାର ହେଉଛନ୍ତି। ଅନ୍ୟ ଜଣେ ସରକାରୀ କର୍ମଚାରୀଙ୍କ ମତରେ ଲୋକ ସଭା ନିର୍ବାଚନରେ ଭାଜପାର ଖରାପ ପ୍ରଦର୍ଶନ ଯୋଗୁ ସେମାନଙ୍କ ଉପରେ ସରକାର ରାଗ ଶୁଝାଉଛନ୍ତି। ଏହି ସରକାର ନିର୍ବାଚନ ପୂର୍ବରୁ କର୍ମଚାରୀ ଓ ଅଧିକାରୀମାନଙ୍କୁ ସରକାରୀ ଯୋଜନା ସମ୍ପର୍କରେ ପ୍ରଚାରପ୍ରସାର ପାଇଁ ଟିଭି ଶୋ’ ଏବଂ ଅନ୍ୟ ମିଡିଆ କାର୍ଯ୍ୟକ୍ରମଗୁଡ଼ିକରେ ଭାଗନେବା ପାଇଁ ବାଧ୍ୟ କରୁଥିଲେ। ଅନେକ ପୋଲିସ କର୍ମଚାରୀ ମଧ୍ୟ ୟୁନିଫର୍ମ ପିନ୍ଧି ଟିଭିରେ ମୁହଁ ଦେଖାଉଥିଲେ। କିନ୍ତୁ ଭାଜପାର ଲୋକପ୍ରିୟତା ହ୍ରାସ ହୋଇଯିବା ପରେ ସେମାନେ ସରକାରୀ ଯୋଜନାକୁ ସମାଲୋଚନା କରୁଥିବା କର୍ମଚାରୀମାନଙ୍କୁ ଧମକ ଦେଉଛନ୍ତି ବୋଲି ଜଣେ ଅଧିକାରୀ ଅଭିଯୋଗ ଆଣିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହାରିଲା ପାକିସ୍ତାନ, ତଥାପି ଇସଲାମାବାଦରେ କାହିଁକି ଉତ୍ସବର ମାହୋଲ! ଭାଇରାଲ୍ ଭିଡିଓକୁ ନେଇ ଚର୍ଚ୍ଚା

ଇସଲାମାବାଦ,୧୫।୯: ଇଂଲଣ୍ଡ ଗସ୍ତରେ ପରାଜିତ ହୋଇ ଫେରିଥିବା ପାକିସ୍ତାନ ଦଳକୁ ଚାରିଆଡୁ କଡ଼ା ସମାଲୋଚନା କରାଯାଉଛି। କିନ୍ତୁ ଏହି ନିରାଶାଜନକ ପ୍ରଦର୍ଶନ ମଧ୍ୟରେ ଦଳର ୨୧ ବର୍ଷୀୟ…

ଶନିଙ୍କ ନଜରରେ ୬ ରାଶି! ୨୦୨୭ ପୂର୍ବରୁ ବଦଳିବ ଭାଗ୍ୟ, ଧନଲାଭ ଯୋଗକୁ ମିଳିବ ବଡ଼ ଚାକିରିର ସୁଯୋଗ

ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କ ଚଳନର ଏକ ବିଶେଷ ମହତ୍ତ୍ୱ ରହିଛି। ଶନି ସମସ୍ତ ଗ୍ରହଙ୍କ ମଧ୍ୟରେ ସବୁଠାରୁ ମନ୍ଥର ଗତିରେ ଚଳନ କରୁଥିବା ଗ୍ରହ ଏବଂ ସେ…

ଯୌତୁକ ନିର୍ଯ୍ୟାତନା ପରେ ସ୍ତ୍ରୀ ବାପ ଘରେ, ଏବେ ଅନ୍ୟ ଯୁବତୀଙ୍କୁ ନେଇ ସ୍ୱାମୀ ଫେରାର, ଥାନାରେ…

ଦିଗପହଣ୍ଡି,୧୫।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ସାନଖେମୁଣ୍ଡି ବ୍ଲକ୍ ଡେଙ୍ଗାଓସ୍ତା ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଅଧିକ ଯୌତୁକ ପାଇଁ…

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ: ପ୍ରଥମ, ଦ୍ୱିତୀୟ ସ୍ଥାନରେ ଭାରତୀୟ ଖେଳାଳି, ଜାଣନ୍ତୁ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?