ସୁନା ଦୋକାନରେ ଜିଏସଟି ବିଭାଗର ଚଢ଼ାଉ

ଭବାନୀପାଟଣା,୨୧।୧୦(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜିଏସଟି ବିଭାଗ ପକ୍ଷରୁ ଶୁକ୍ରବାର ଭବାନୀପାଟଣା ସହରର ଗାନ୍ଧୀ ଛକରେ ଥିବା ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢ଼ାଉ କରାଯାଇଛି। ରାଜ୍ୟ ଜିଏସଟି ବିଭାଗ କମିଶନରଙ୍କ ନିର୍ଦ୍ଦେଶକ୍ରମେ ଜିଲା ଜିଏସଟି ବିଭାଗର ଦୁଇଟି ଟିମ ଏହି ଚଢ଼ାଉରେ ସାମିଲ ହୋଇଥିବା ବେଳେ ଲଷ୍ମୀପ୍ରିୟ ସୁନା ଦୋକାନ ସମେତ ଦୋକାନ ମାଲିକ ୟୋଗେଶ ଜୈନଙ୍କ ଘରେ ମଧ୍ୟ ଜିଏସଟି ବିଭାଗ ଏକକାଳୀନ ଚଢ଼ାଉ ଜାରି ରହିଛି। ଜିଏସଟି ଫାଙ୍କୁ ଥିବା ଏପରିକି ଆଗକୁ ଧନତେରସ ଥିବାରୁ ଷ୍ଟକ ରିପୋର୍ଟ, ସେଲ୍ସ ରିପୋର୍ଟ, ଜିଏସଟି ରେକର୍ଡ ଆଦି ଯାଞ୍ଚ କରୁଛି ଜିଏସଟି ବିଭାଗ। ସୁନା ବ୍ୟବସାୟରେ ଜିଏସଟି ଫାଙ୍କିଥିବା ସନ୍ଦେହ କରି ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ଚଢାଉ କରାଯାଇଥିବା ବିଭାଗୀୟ ଅଧିକାରୀ ସୂଚନା ଦେଇଛନ୍ତି। ଆଗକୁ ଧନତେରସ ଓ ଦୀପାବଳୀ ପର୍ବ ରହିଛି। ଏହି ସମୟରେ ଲକ୍ଷ ଲକ୍ଷ ଟଙ୍କାର ସୁନା ରୂପା କାରବାର ଏହି ଲକ୍ଷ୍ମୀପ୍ରିୟା ସୁନା ଦୋକାନରେ ହୋଇଥାଏ। ତେଣୁ ସୁନା ରୂପା କିଣାବିକାର ପ୍ରତ୍ୟେକ ବିଲ ତନଖି ଦେଖିବା ସହ ଦୋକାନରେ ଗଚ୍ଛିତ ସୁନା ରୂପାର ଠିକ ଆକଳନ ପରେ କେତେ ଟଙ୍କାର ଜିଏସଟି ଠକେଇ ହୋଇଛି ଅଥବା ହୋଇନାହିଁ ତାହା ସ୍ପଷ୍ଟ ହୋଇପାରିବ ବୋଲି ବିଭାଗୀୟ ଅଧିକାରୀଙ୍କ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୂବଘାଟି, ଟେଙ୍ଗେରୀ ଗ୍ରାମବାସୀଙ୍କୁ ଚୁଆ ଭରସା

ଫୁଲବାଣୀ ଅଫିସ, ୧୯ା୧୧: କନ୍ଧମାଳ ଜିଲା ଏକ ପାହାଡିଆ ଅଞ୍ଚଳ ହୋଇଥିବାରୁ ଏଠାରେ ପାଣିର ଘୋର ଅଭାବ। ଲୋକଙ୍କୁ ପାନୀୟ ଜଳ ଯୋଗାଇ ଦେବା ପାଇଁ...

ମାଓବାଦୀ ଦମନ ଲାଗି ହେବ ସ୍ବତନ୍ତ୍ର ରଣନୀତି: ଡିଜିପି

ଫୁଲବାଣୀ ଅଫିସ, ୧୨ା୨: ନୂତନ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ ଶୁକ୍ରବାର କନ୍ଧମାଳ ଜିଲା ଗସ୍ତ କରି ମାଓବାଦୀ ଦମନ ଉପରେ ସମୀକ୍ଷା କରିଛନ୍ତି।...

ଝିଅ ଆଗରେ ନଦୀକୁ ଡେଇଁଲେ ବାପା

ମାଲକାନଗିରି,୩୦ା୧୦(ଡି.ଏନ୍‌.ଏ.): ଦାରିଦ୍ରତା ଉଜାଡ଼ି ଦେଇଛି ପରିବାର। ପରିସ୍ଥିତି ଏପରି ହୋଇଛି ଶେଷରେ ଝିଅ ଆଗରେ ନଦୀକୁ ଡେଇଁ ଆତ୍ମହତ୍ୟା କରିଛନ୍ତି ବାପା। ଏଭଳି ଦୁଃଖଦ ଘଟଣା...

ଟ୍ରକ ଧକ୍କାରେ ସାଇକେଲ ଆରୋହୀ ମୃତ: କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ

କୋଳିମାଟି,୫ା୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ୨୦ ନଂ. ଜାତୀୟ ରାଜପଥର ବୀରଗୋବିନ୍ଦପୁର ଛକ ନିକଟରେ ସୋମବାର ଆଇରନ୍‌ ବୋଝେଇ ଟ୍ରକ୍‌ ଧକ୍କାରେ ଜଣେ ସାଇାକେଲ ଆରୋହୀଙ୍କ ମୃତ୍ୟୁ...

ଭଙ୍ଗାଗଲା ବଇଣ୍ଡା ରାଧାକୃଷ୍ଣ ମନ୍ଦିର

ବଇଣ୍ଡା,୧୨।୧୦(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ବଇଣ୍ଡା ରାଧାକୃଷ୍ଣ ମନ୍ଦିରକୁ ଶନିବାର ଠିକାସଂସ୍ଥା ପକ୍ଷରୁ ଭଙ୍ଗାଯାଇଛି। ୫୫ ନଂ. ଜାତୀୟ ରଜପଥ ସମ୍ପ୍ରସାରଣରେ ଉକ୍ତ ମନ୍ଦିର ଉଚ୍ଛେଦ...

ଗ୍ୟାଙ୍ଗଷ୍ଟର ହାଇଦର ଫେରାର ଘଟଣା: ୨ ଗିରଫ

କଟକ ଅଫିସ,୨୦।୪: କଟକ ଏସ୍‌ସିବି ମେଡିକାଲରୁ ଗ୍ୟାଙ୍ଗଷ୍ଟର ଶେଖ୍‌ ହାଇଦର ଫେରାର ମାମଲାରେ ମଙ୍ଗଳାବାଗ ଥାନା ପୋଲିସ ମଙ୍ଗଳବାର ୨ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ...

ତାଲା ଭାଙ୍ଗି ଦୋକାନରୁ ଚୋରି କରୁଥିବା ବେଳେ ଧରାପଡ଼ିଲେ ଚୋର

ବାସୁଦେବପୁର,୨୨ା୮(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ବଜାରରେ ଶନିବାର ବିଳମ୍ବିତ ରାତିରେ ଏକ ତେଜରାତି ଦୋକାନରୁ ଚୋରି ହୋଇଛି। ଦୋକାନୀ ପ୍ରେମ ଆନନ୍ଦ...

ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର

ଦେବଗଡ଼,୫ା୧(ଡି.ଏନ୍‌.ଏ.): ହାତୀ ଆକ୍ରମଣରେ ଫରେଷ୍ଟର ଗୁରୁତର ହୋଇଛନ୍ତି। ଦେବଗଡ଼ ବନାଞ୍ଚଳ ବଞ୍ଜାରୀ ନିକଟ ବରହାମୂଷା ଜଙ୍ଗଲରେ ଏହି ଅଘଟଣ ଘଟିଛି। ଗୁରୁବାର ଟ୍ରାକିଂ ସମୟରେ ଦନ୍ତାହାତୀ...

Advertisement
Archives

Model This Week