ଖୁସି ଖବର ଦେଲେ ଗୋବିନ୍ଦା: ୭ ବର୍ଷ ପରେ…

‘ହିରୋ ନମ୍ବର ୧’ ଗୋବିନ୍ଦା ପୁଣି ବଡ଼ ପରଦାରେ ଧମାଲ କରିବାକୁ ଯାଉଛନ୍ତି। ସେ ‘ରୂପା’ ଚଳଚ୍ଚିତ୍ରରେ ନଜର ଆସିବେ। ଗୋବିନ୍ଦା ନିଜେ ଏହି ପ୍ରୋଜେକ୍ଟ ଘୋଷଣା କରିଛନ୍ତି। ଏଥିରେ ସେ ନବାଗତ ରାଣୀ ସ୍ବର୍ଣ୍ଣକରଙ୍କ ସହ ଅଭିନୟ କରିବେ। ସେ ଏହି ଚଳଚ୍ଚିତ୍ରର ପ୍ରଯୋଜନା ମଧ୍ୟ କରୁଛନ୍ତି। ସେ କହିଛନ୍ତି, ମୁଁ ଏବେ ପ୍ରସ୍ତୁତ। ଖୁବଶୀଘ୍ର ସମ୍ପୂର୍ଣ୍ଣ କଳାକାରଙ୍କୁ ଦେଖିବେ। ମୁଁ ଭାବୁଛି ଏହା ଏକ ଅନନ୍ୟ ଚଳଚ୍ଚିତ୍ର ହେବ, ବିଶେଷକରି ଯୁବପିଢ଼ିଙ୍କ ପାଇଁ। ଯୁବକମାନେ ଉଚ୍ଚ ଆଶା ସହିତ କ୍ୟାରିୟର ଆରମ୍ଭ କରନ୍ତି କିନ୍ତୁ କେତେକ ସମୟରେ ନିଜର ପଥ ହରାନ୍ତି। ଏହି ଚଳଚ୍ଚିତ୍ରରେ, ମୁଁ ‘ମାୟା’ (ଭ୍ରମ/ସାଂସାରିକ ଆକର୍ଷଣ)ର ଦିଗକୁ ଚିତ୍ରଣ କରିବାକୁ ଚାହୁଁଛି।

ଗୋବିନ୍ଦାଙ୍କ ଶେଷ ଥର ପାଇଁ ୨୦୧୯ ଚଳଚ୍ଚିତ୍ର ‘ରଙ୍ଗୀଲା ରାଜା’ରେ ନଜର ଆସିଥିଲେ। ଏଥିରେ ସେ ଡବଲ ରୋଲ କରିଥିଲେ। କିନ୍ତୁ ଚଳଚ୍ଚିତ୍ରଟି ଭଲ ପ୍ରଦର୍ଶନ କରିପାରି ନ ଥିଲା। ଏହା ବ୍ୟତୀତ ସେ ୨୦୨୨ ଡକ୍ୟୁମେଣ୍ଟାରୀ ‘ନାମ ଥା କନହୈୟାଲାଲ’ରେ ଦେଖାଦେଇଥିଲେ। ଗୋବିନ୍ଦା ଗତ ୭ ବର୍ଷ ଧରି ପରଦାରୁ ଅନୁପସ୍ଥିତ ଅଛନ୍ତି।

ଗୋବିନ୍ଦାଙ୍କ ସ୍ତ୍ରୀ ସୁନିତା ଏବଂ ପୁଅ ଯଶବର୍ଦ୍ଧନ ଆହୁଜା ମଧ୍ୟ ସେମାନଙ୍କର ଚଳଚ୍ଚିତ୍ର ଡେବ୍ୟୁ କରିବାକୁ ଯାଉଛନ୍ତି। ଉଭୟ ଏକତା କପୁରଙ୍କ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ଦେଖାଯିବେ।

 


Enter your email to get our daily news in your inbox.

All Right Reserved By Dharitri.Com

ରାମ କେବଳ ଏକ ଧର୍ମର ନୁହନ୍ତି, ସବୁ ଭାରତୀୟଙ୍କ ରକ୍ତରେ ଅଛନ୍ତି: ଚର୍ଚ୍ଚାରେ ଜାଭେଦ ଅଖତରଙ୍କ ମନ୍ତବ୍ୟ

ବିଶିଷ୍ଟ ଗୀତିକାର ଓ ପଟ୍ଟକଥା ଲେଖକ ଜାଭେଦ ଅଖତର ଭଗବାନ ଶ୍ରୀରାମଙ୍କ ପ୍ରଶଂସା କରି କହିଛନ୍ତି। ରାମ ଏକ ପୂଜନୀୟ ବ୍ୟକ୍ତିତ୍ୱ। ତାଙ୍କ ମହତ୍ତ୍ୱ କୌଣସି ଗୋଟିଏ…

୨୫ ବର୍ଷ ପରେ କରିନା-ହ୍ରିତିକଙ୍କ କମବ୍ୟାକ୍! କରଣ ଜୋହରଙ୍କ ଭିଡ଼ିଓ ପରେ…

ମୁମ୍ବାଇ: ବଲିଉଡରେ ବିଶିଷ୍ଟ ନିର୍ଦ୍ଦେଶକ କରଣ ଜୋହର ଏପରି ଅନେକ ଯୋଡ଼ିକୁ ପରଦାକୁ ଆଣିଛନ୍ତି, ଯେଉଁମାନେ ଆଜି ମଧ୍ୟ ଦର୍ଶକଙ୍କର ଅତି ପ୍ରିୟ। ଏହିପରି ଏକ ଯୋଡ଼ି…

ଅମିତାଭ, ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ, ଦିଆଗଲା ଏଭଳି ଚେତାବନୀ

ମୁମ୍ବାଇ,୧୬ା୧୧: ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋନ୍‌ଙ୍କଠାରୁ ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିଷେକ ବଚ୍ଚନଙ୍କୁ ହତ୍ୟା ଧମକ ମିଳିଛି। ନିକଟରେ ଦିଲ୍ଲୀ ପୋଲିସ ଗୋଲ୍ଡି ଗ୍ୟାଙ୍ଗ୍‌ର ୨ ସଦସ୍ୟ…

ଗର୍ଭରେ ଆଲିଆ ଭଟ୍ଟ ଥିବାବେଳେ ଗୋଟିଏ ଦିନରେ ୧୦୦ ସିଗାରେଟ ଟାଣୁଥିଲେ ମା’ ସୋନି ରାଜଦାନ, ନିଜେ ଖୋଲିଲେ ଗୁମର

ମୁମ୍ବାଇ:ବଲିଉଡ୍‌ର ଜଣାଶୁଣା ଅଭିନେତ୍ରୀ ସୋନି ରାଜଦାନ ନିଜ ଦମ୍‌ଦାର ଅଭିନୟ ପାଇଁ ବେଶ ପରିଚିତ। ଦୀର୍ଘଦିନ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ସକ୍ରିୟ ଥିବା ସୋନି ନିଜ ଚରିତ୍ରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?