ରାଜ୍ୟପାଳଙ୍କ ଅଡ଼ୁଆ ବଢ଼ିଲା, ଏବେ ନୃତ୍ୟଶିଳ୍ପୀ ଆଣିଲେ ଦିଲ୍ଲୀ ନେଇ ଅସଦାଚରଣ କରିଥିବା ଅଭିଯୋଗ

କୋଲକାତା,୧୪।୫: ପଶ୍ଚିମବଙ୍ଗ ରାଜ୍ୟପାଳ ସିଭି ଆନନ୍ଦଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଏବେ ତାଙ୍କ ଉପରେ ଜଣେ ନୃତ୍ୟଶିଳ୍ପୀ ଅସଦାଚରଣ ଭଳି ବଡ଼ ଅଭିଯୋଗ ଆଣିଛନ୍ତି।

ନୃତ୍ୟଶିଳ୍ପୀଙ୍କ ଅଭିଯୋଗ ମୁତାବକ କିଛି ମାସ ପୂର୍ବେ ଜଣେ ପ୍ରସିଦ୍ଧ ଗାୟକଙ୍କ ଜରିଆରେ ସେ କୋଲକାତା ରାଜଭବନ ଯାଇଥିଲେ। ସେଠାରେ ରାଜ୍ୟପାଳଙ୍କ ସହ ତାଙ୍କର କଥାବାର୍ତ୍ତା ହୋଇଥିଲା। ଏହି ସମୟରେ ସେ ନିଜର ସମସ୍ୟା ଜଣାଇଥିଲେ। ରାଜ୍ୟପାଳ ତାର ସମାଧାନ ଲାଗି ଜଣେ ଅଧିକାରୀଙ୍କୁ ଭେଟ କରାଇବାର ପ୍ରତିଶ୍ରୁତି ଦେଇଥିଲେ। ହେଲେ ରାଜ୍ୟପାଳ ତାଙ୍କୁ ଦିଲ୍ଲୀ ନେଇ ଏକ ହୋଟେଲରେ ଅସଦାଚରଣ କରିଥିବା ସେ ଦର୍ଶାଇଛନ୍ତି। କିଛି ମାସ ପୂର୍ବେ ପୀଡ଼ିତା ନୃତ୍ୟଶିଳ୍ପୀ ଏନେଇ କୋଲକାତା ପୋଲିସ ନିକଟରେ ଅଭିଯୋଗ ମଧ୍ୟ କରିଥିଲେ। ହେଲେ ପୋଲିସ ପକ୍ଷରୁ ତଦନ୍ତ ରିପୋର୍ଟ ସଚିବାଳୟ ନବାନ୍ନଙ୍କୁ ପଠାଯିବା ପରେ ଏହି ମାମଲା ସାମ୍ନାକୁ ଆସିଛି।

ତେବେ ଏହି ମାମଲା ରାଜ୍ୟପାଳଙ୍କ ବିରୋଧରେ ଦ୍ୱିତୀୟ ଅଭିଯୋଗ। କିଛି ସପ୍ତାହ ପୂର୍ବେ ରାଜଭବନରେ କାମ କରୁଥିବା ମହିଳା ଅସ୍ଥାୟୀ କର୍ମଚାରୀ ପୋଲିସ ନିକଟରେ ଅଭିଯୋଗ କରିଥିଲେ। ରାଜ୍ୟପାଳ ମହିଳାଜଣଙ୍କୁ ସ୍ଥାୟୀ ଚାକିରିର ପ୍ରଲୋଭନ ଦେଖାଇଥିବା ସେ ଦର୍ଶାଇଥିଲେ। ଘଟଣାକୁ ନେଇ ରାଜ୍ୟ ରାଜନୀତି ସରଗରମ ରହିଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସମେତ ଟିଏମ୍‌ସି ନେତାମାନେ ତାଙ୍କୁ କଟାକ୍ଷ କରୁଛନ୍ତି। କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ରାଜଭବନ ଯିବାକୁ ଡର ଲାଗୁଥିବା କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

ସ୍ୱପ୍ନରେ ଦେଖୁଛନ୍ତି କି ସୂର୍ଯ୍ୟପରାଗ? ମାଡ଼ି ଆସିବ ସଙ୍କଟ! ସ୍ୱପ୍ନଶାସ୍ତ୍ର ଅନୁସାରେ ଜାଣନ୍ତୁ କେଉଁ ରାଶି ପାଇଁ ଶୁଭ-ଅଶୁଭ…

୧୨ ଅଗଷ୍ଟରେ ଏହି ବର୍ଷର ଶେଷ ସୂର୍ଯ୍ୟପରାଗ ଲାଗୁଛି। ଏହି ସୂର୍ଯ୍ୟପରାଗ ଶ୍ରାବଣ ଅମାବାସ୍ୟା ଦିନ ଲାଗୁଛି, ଯାହା ଭାରତରେ ଦୃଶ୍ୟମାନ ହେବନାହିଁ। କିନ୍ତୁ ଏହାର ପ୍ରଭାବ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ନିଖୋଜ ହୋଇଥିଲେ ୧୬ ବର୍ଷିୟା ନାବାଳିକା: ପାରଳାଖେମୁଣ୍ଡିରୁ ମହିଳାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ

ପାରଳାଖେମୁଣ୍ଡି,୧୧।୮(ଗିରିଧାରୀ ପରିଛା): ନାବାଳିକା ଅପହରଣ ମାମଲାରେ ଗଜପତି ଜିଲା ପାରଳାଖେମୁଣ୍ଡି ସହରର ବିଶ୍ୱନାଥ ନଗରରେ ଏକ ଭଡ଼ା ଘରେ ରହୁଥିବା ଝୁନି ଜେନା ନାମକ ଜଣେ ମହିଳାଙ୍କୁ…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

କାଲି ସୂର୍ଯ୍ୟୋପରାଗ: ବିଶ୍ୱରେ ୭ ସେକେଣ୍ଡ ପାଇଁ ହୋଇଯିବ ଜିରୋ ଗ୍ରାଭିଟି, ଛାଏଁ ଛାଏଁ ଉଡିବ ମଣିଷ?

ଆସନ୍ତାକାଲି ମହାକାଶରେ ଘଟିବାକୁ ଯାଉଛି ଏକ ବିରଳ ଘଟଣା । ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଗୋଟିଏ ସରଳରେଖାରେ ରହିବେ । ସୂର୍ଯ୍ୟ ଓ ପୃଥିବୀ ମଧ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri