Posted inଜାତୀୟ

ମମତା ବାନାର୍ଜୀଙ୍କୁ ବଡ଼ ଝଟକା ଦେଲେ ରାଜ୍ୟପାଳ

କୋଲକାତା,୬।୯: ପଶ୍ଚିମବଙ୍ଗ ରାଜ୍ୟପାଳ ଆନନ୍ଦ ବୋଷ କହିଛନ୍ତି ଯେ ମମତା ସରକାରଙ୍କ କାରଣରୁ ଅପାରାଜିତା ବିଲ ବିଚାରାଧୀନ ଅଛି। ମମତା ସରକାର ଏହି ବିଲ ସହିତ ବୈଷୟିକ ରିପୋର୍ଟ ପଠାଇ ନାହାଁନ୍ତି। ବୈଷୟିକ ରିପୋର୍ଟ ବିନା ଅପରାଜିତା ବିଲ ଅନୁମୋଦନ ହୋଇପାରିବ ନାହିଁ।

ରାଜ ଭବନ ପକ୍ଷରୁ ଗୁରୁବାର ଦିଆଯାଇଥିବା ବିବୃତ୍ତିରେ କୁହାଯାଇଛି ଯେ ମମତା ସରକାରଙ୍କ ଏହି ମନୋଭାବରେ ରାଜ୍ୟପାଳ ଆନନ୍ଦ ବୋଷ ଖୁସି ନୁହଁନ୍ତି। ମହିଳାମାନଙ୍କ ସହ ଜଡିତ ଏହି ବିଲ ସମ୍ବନ୍ଧରେ ମମତା ସରକାର କୌଣସି ପ୍ରସ୍ତୁତି କରିନାହାଁନ୍ତି।

ପ୍ରଥମରୁ ମମତା ସରକାର ମଧ୍ୟ ଏହା କରିଆସୁଛନ୍ତି। ଏହାପୂର୍ବରୁ ମମତା ସରକାର ବିଧାନସଭା ଦ୍ୱାରା ପାରିତ ହୋଇଥିବା ଅନେକ ବିଲର ବୈଷୟିକ ରିପୋର୍ଟ ପଠାଇ ନ ଥିଲେ, ଯେଉଁ କାରଣରୁ ଏହି ବିଲ ବିଚାରାଧୀନ ରହିଛି। ପରେ ମମତା ସରକାର ଏଥିପାଇଁ ରାଜ ଭବନକୁ ଦାୟୀ କରିଥିଲେ।

କୋଲକାତାର ଆର୍‌.ଜି କର ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ପରେ ରାଜ୍ୟରେ ମହିଳାଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ଏହି ପ୍ରସଙ୍ଗରେ ସାରା ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି। ଏହା ପରେ ସେପ୍ଟେମ୍ବର ୩ରେ ପଶ୍ଚିମବଙ୍ଗ ବିଧାନସଭାରେ ରାଜ୍ୟ ସରକାର ବଳାତ୍କାର ବିରୋଧୀ ବିଲ ଆଗତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା: ଭାରତରେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ,୯।୯: ଭାରତରେ ମଙ୍କିପକ୍ସର ପ୍ରଥମ ମାମଲା ସାମ୍ନାକୁ ଆସିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୋମବାର ଏନେଇ ସୂଚନା ଦେଇଛି। ରୋଗୀକୁ ବର୍ତ୍ତମାନ ଅଲଗା ରଖାଯାଇଛି। ଉକ୍ତ...

କୋଲକାତା ବଳାତ୍କାର ପୀଡିତାଙ୍କ ପରିବାରକୁ ଏମିତି ଚ୍ୟାଲେଞ୍ଜ ଦେଲେ ମମତା ବାନାର୍ଜୀ

କୋଲକାତା, ୯।୯: କୋଲକାତା ବଳାତ୍କାର ଓ ହତ୍ୟା ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବଡ ବିବୃତ୍ତି ପ୍ରକାଶ ପାଇଛି। କେବେ ଏବଂ କେଉଁଠାରେ ଟଙ୍କା...

ଶିକ୍ଷକ ନିଯୁକ୍ତି ମାମଲା: ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ ଲଗାଇଲେ ରୋକ

ନୂଆଦିଲ୍ଲୀ,୯।୯: ଉତ୍ତରପ୍ରଦେଶରେ ୬୯ ହଜାର ଶିକ୍ଷକ ନିଯୁକ୍ତି ମାମଲାରେ ଦାଖଲ ହୋଇଥିବା ଆବେଦନ ଉପରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ହାଇକୋର୍ଟଙ୍କ ଆଦେଶ ଉପରେ ସୁପ୍ରିମକୋର୍ଟ...

ଅଟଳ ବିହାରୀ ବାଜପେୟୀଙ୍କ ଅପେକ୍ଷା ମୋଦିଙ୍କ ଉପରେ ଲୋକଙ୍କ ରହିଛି ଅଧିକ ବିଶ୍ୱାସ:କହୁ କହୁ କହିଦେଲେ ଭାଜପା ନେତା

ଶ୍ରୀନଗର,୯।୯: ଜମ୍ମୁ କଶ୍ମୀରରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ଏହାକୁ ନେଇ ରାଜନୀତି ଜୋର ଧରିଛି। ଭାଜପା ଏମ୍‌ପି ଅନୁରାଗ ଠାକୁର କହିଛନ୍ତି, ଅଟଳ ବିହାରୀ...

ଭୋ ଭୋ ହୋଇ କାନ୍ଦିଲେ ମୁଖ୍ୟମନ୍ତ୍ରୀଙ୍କ ସ୍ତ୍ରୀ: କହିଲେ, ମୁଁ ଯେଉଁ ଯନ୍ତ୍ରଣା ସହିଛି, ତାହାର ପ୍ରତିଶୋଧ…

ରାଞ୍ଚି,୯।୯: ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ମୁର୍ମୁ ସୋରେନ ପୁଣି ଥରେ କାର୍ଯ୍ୟକର୍ତ୍ତାଙ୍କ ସାମ୍ନାରେ ଭୋ ଭୋ ହୋଇ କାନ୍ଦିଛନ୍ତି। କାର୍ଯ୍ୟକର୍ତ୍ତାମାନଙ୍କ ଉତ୍ସାହ...

କଂଗ୍ରେସ ସହ ମେଣ୍ଟ କରିବାକୁ ମନା କଲା ଏଏପି: ୨୦ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଚଣ୍ଡିଗଡ,୯।୯: ହରିୟାଣା ବିଧାନସଭା ନିର୍ବାଚନକୁ ନେଇ ଏକ ବଡ ଖବର ସାମ୍ନାକୁ ଆସିଛି। ଆମ ଆଦମୀ ପାର୍ଟି ଏବଂ କଂଗ୍ରେସ ମଧ୍ୟରେ ଏକ ମେଣ୍ଟ ଗଠନ...

ପ୍ରଧାନମନ୍ତ୍ରୀ ହେବେ କି ରାହୁଲ ଗାନ୍ଧୀ? ଗୁମର ଖୋଲିଦେଲେ ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ,୯।୯: ନିର୍ବାଚନ ରଣନୀତିଜ୍ଞ ପ୍ରଶାନ୍ତ କିଶୋର (ପି.କେ) ଲୋକ ସଭାରେ ବିରୋଧୀ ଦଳର ନେତା ତଥା ଉତ୍ତରପ୍ରଦେଶ (ୟୁପି)ର ରାଏବରେଲିର କଂଗ୍ରେସ ଏମ୍‌ପି ରାହୁଲ ଗାନ୍ଧୀଙ୍କ...

ଆର.ଜି କର ହସ୍ପିଟାଲ ମାମଲାର ଶୁଣାଣିବେଳେ ରାଗିଗଲେ ଚନ୍ଦ୍ରଚୁଡ଼, ଓକିଲଙ୍କୁ କହିଲେ…

ନୂଆଦିଲ୍ଲୀ,୯।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଟ୍ରେନି ମହଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସୋମବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଶୁଣାଣି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri