ପ୍ରବାସୀ ଶ୍ରମିକଙ୍କ ସଞ୍ଚୟ ଖାତାକୁ ସରକାର ପଠାଇବେ ଟଙ୍କା…

ନୂଆଦିଲ୍ଲୀ,୪।୮: କରୋନା ମହାମାରୀ ସଂକ୍ରମଣ ସଙ୍କଟ ଯୋଗୁ ଦେଶରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କର ସଞ୍ଚୟ ଖାତାକୁ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ବୋଲି ପାର୍ଲାମେଣ୍ଟାରୀ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରାଯାଇଛି। ଶ୍ରମ ମନ୍ତ୍ରଣାଳୟ ସହିତ ଜଡ଼ିତ ଥିବା ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ଭଳି ପରିସ୍ଥିତିରେ ସିଧାସଳଖ ଟଙ୍କା ପଠାଇ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କମିଟି ମଙ୍ଗଳବାର ଦିନ ସଂସଦରେ ’ସଂଗଠିତ ତଥା ଅସଂଗଠିତ କ୍ଷେତ୍ରରେ ବେକାରୀ ବୃଦ୍ଧି ଉପରେ କରୋନା ପ୍ରଭାବ’ ପ୍ରସଙ୍ଗରେ ଏହାର ରିପୋର୍ଟ ଉପସ୍ଥାପନ କରିଛି। କମିଟିର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତର ମୋଟ ୪୬ କୋଟି ୫୦ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୪୨ କୋଟି ଅର୍ଥାତ୍‌ ୯୦ ପ୍ରତିଶତ ଅଣ-ସଂଗଠିତ କ୍ଷେତ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି।
ଅଣ-ସଂଗଠିତ କ୍ଷେତ୍ର କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ତେଣୁ ଏହି କ୍ଷେତ୍ରର ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି କମିଟି କହିଛି। ସାହାଯ୍ୟ ଆବଶ୍ୟକ କରନ୍ତି। ଅଣ-ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ବିସ୍ତୃତ ଆଲୋଚନା କରାଯିବା ସହିତ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କମିଟି ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଭଳି ବିପଦ ସମୟରେ ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରିବାକୁ କମିଟି ସରକାରଙ୍କୁ ସୁପାରିଶ କରିଛି। ବିଜେଡି ସାଂସଦ ଭତ୍ତୃହରି ମହତାବଙ୍କ ନେତୃତ୍ୱରେ ଗଠିତ କମିଟି କରୋନାର ପ୍ରଥମ ଲହର ସମୟରେ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ପାଇଁ ସରକାରଙ୍କୁ ତାଗିଦ କରିଛି। ଏଭଳି ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ସରକାର ପ୍ରାୟ ଦୁଇମାସ ସମୟ ନେଇଥିଲେ। ଯେତେବେଳେ ସମଗ୍ର ଦେଶ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଦୃଶ୍ୟକୁ ଦେଖୁଥିଲା, ସେତେବେଳେ ସରକାର ତଥ୍ୟ ସଂଗ୍ରହ ଲାଗି ପ୍ରାୟ ଦୁଇମାସ ଅପେକ୍ଷା କରିଥିବାରୁ କମିଟି ଆଶ୍ଚର୍ଯ୍ୟ ପ୍ରକଟ କରିଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ଜୁନ୍‌ ୯ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଥିଲା। ରାଜ୍ୟ ସରକାରଙ୍କୁ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଥିଲା। ଏହା ଶ୍ରମ ମନ୍ତ୍ରଣାଳୟର ଅବହେଳା। କରୋନାର ପ୍ରଥମ ଲହର ସମୟରେ ଲକ୍‌ ଡାଉନ୍‌ ଘୋଷଣା ପରେ ୧ କୋଟି ୧୫ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିଥିଲେ। ଏଥିମଧ୍ୟରୁ ସର୍ବାଧିକ ୩୨ ଲକ୍ଷ ଉତ୍ତରପ୍ରଦେଶର ଥିଲେ। ସେହିଭଳି ଅନ୍ୟ ରାଜ୍ୟ ବ୍ୟତୀତ ବିହାରରେ ୧୫ ଲକ୍ଷ ଏବଂ ପଶ୍ଚିମବଙ୍ଗରେ ୧୩,୫ ଲକ୍ଷ ଶ୍ରମିକ ନିଜ ରାଜ୍ୟକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?