ପ୍ରବାସୀ ଶ୍ରମିକଙ୍କ ସଞ୍ଚୟ ଖାତାକୁ ସରକାର ପଠାଇବେ ଟଙ୍କା…

ନୂଆଦିଲ୍ଲୀ,୪।୮: କରୋନା ମହାମାରୀ ସଂକ୍ରମଣ ସଙ୍କଟ ଯୋଗୁ ଦେଶରେ ପ୍ରବାସୀ ଶ୍ରମିକଙ୍କ ଆର୍ଥିକ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଏପରିସ୍ଥଳେ ସରକାର ସେମାନଙ୍କର ସଞ୍ଚୟ ଖାତାକୁ ଟଙ୍କା ପଠାଇବାର ଆବଶ୍ୟକତା ରହିଛି ବୋଲି ପାର୍ଲାମେଣ୍ଟାରୀ କମିଟି ପକ୍ଷରୁ କେନ୍ଦ୍ର ସରକାରଙ୍କୁ ସୁପାରିଶ୍‌ କରାଯାଇଛି। ଶ୍ରମ ମନ୍ତ୍ରଣାଳୟ ସହିତ ଜଡ଼ିତ ଥିବା ପାର୍ଲାମେଣ୍ଟାରୀ ଷ୍ଟାଣ୍ଡିଂ କମିଟି କରୋନା ମହାମାରୀ ଯୋଗୁ ଲକ୍‌ଡାଉନ ଭଳି ପରିସ୍ଥିତିରେ ସିଧାସଳଖ ଟଙ୍କା ପଠାଇ ଶ୍ରମିକମାନଙ୍କୁ ସାହାଯ୍ୟ କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି। କମିଟି ମଙ୍ଗଳବାର ଦିନ ସଂସଦରେ ’ସଂଗଠିତ ତଥା ଅସଂଗଠିତ କ୍ଷେତ୍ରରେ ବେକାରୀ ବୃଦ୍ଧି ଉପରେ କରୋନା ପ୍ରଭାବ’ ପ୍ରସଙ୍ଗରେ ଏହାର ରିପୋର୍ଟ ଉପସ୍ଥାପନ କରିଛି। କମିଟିର ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତର ମୋଟ ୪୬ କୋଟି ୫୦ ଲକ୍ଷ ଶ୍ରମିକଙ୍କ ମଧ୍ୟରୁ ପ୍ରାୟ ୪୨ କୋଟି ଅର୍ଥାତ୍‌ ୯୦ ପ୍ରତିଶତ ଅଣ-ସଂଗଠିତ କ୍ଷେତ୍ରରେ ଶ୍ରମିକ ଭାବେ କାର୍ଯ୍ୟ କରିଥାନ୍ତି।
ଅଣ-ସଂଗଠିତ କ୍ଷେତ୍ର କରୋନା ଦ୍ୱାରା ଅଧିକ ପ୍ରଭାବିତ ହୋଇଛି। ତେଣୁ ଏହି କ୍ଷେତ୍ରର ଶ୍ରମିକଙ୍କୁ ସହାୟତା ଯୋଗାଇ ଦେବା ଆବଶ୍ୟକ ବୋଲି କମିଟି କହିଛି। ସାହାଯ୍ୟ ଆବଶ୍ୟକ କରନ୍ତି। ଅଣ-ସଂଗଠିତ କ୍ଷେତ୍ରର ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ବିସ୍ତୃତ ଆଲୋଚନା କରାଯିବା ସହିତ ଶୀଘ୍ର ପଦକ୍ଷେପ ଗ୍ରହଣ କରିବାକୁ କମିଟି ପକ୍ଷରୁ କୁହାଯାଇଛି। କରୋନା ମହାମାରୀ ଭଳି ବିପଦ ସମୟରେ ଶ୍ରମିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରିବାକୁ କମିଟି ସରକାରଙ୍କୁ ସୁପାରିଶ କରିଛି। ବିଜେଡି ସାଂସଦ ଭତ୍ତୃହରି ମହତାବଙ୍କ ନେତୃତ୍ୱରେ ଗଠିତ କମିଟି କରୋନାର ପ୍ରଥମ ଲହର ସମୟରେ ଘରକୁ ଫେରିଥିବା ପ୍ରବାସୀ ଶ୍ରମିକଙ୍କ ଅବସ୍ଥା ପାଇଁ ସରକାରଙ୍କୁ ତାଗିଦ କରିଛି। ଏଭଳି ଲୋକଙ୍କ ବିଷୟରେ ତଥ୍ୟ ସଂଗ୍ରହ କରିବାକୁ ସରକାର ପ୍ରାୟ ଦୁଇମାସ ସମୟ ନେଇଥିଲେ। ଯେତେବେଳେ ସମଗ୍ର ଦେଶ ପ୍ରବାସୀ ଶ୍ରମିକଙ୍କ ହୃଦୟ ବିଦାରକ ଦୃଶ୍ୟକୁ ଦେଖୁଥିଲା, ସେତେବେଳେ ସରକାର ତଥ୍ୟ ସଂଗ୍ରହ ଲାଗି ପ୍ରାୟ ଦୁଇମାସ ଅପେକ୍ଷା କରିଥିବାରୁ କମିଟି ଆଶ୍ଚର୍ଯ୍ୟ ପ୍ରକଟ କରିଛି।
ରିପୋର୍ଟରେ କୁହାଯାଇଛି ଯେ ୨୦୨୦ ଜୁନ୍‌ ୯ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ସରକାରଙ୍କ ନିଦ ଭାଙ୍ଗିଥିଲା। ରାଜ୍ୟ ସରକାରଙ୍କୁ ତଥ୍ୟ ସଂଗ୍ରହ କରିବାକୁ କୁହାଯାଇଥିଲା। ଏହା ଶ୍ରମ ମନ୍ତ୍ରଣାଳୟର ଅବହେଳା। କରୋନାର ପ୍ରଥମ ଲହର ସମୟରେ ଲକ୍‌ ଡାଉନ୍‌ ଘୋଷଣା ପରେ ୧ କୋଟି ୧୫ ଲକ୍ଷ ପ୍ରବାସୀ ଶ୍ରମିକ ଘରକୁ ଫେରିଥିଲେ। ଏଥିମଧ୍ୟରୁ ସର୍ବାଧିକ ୩୨ ଲକ୍ଷ ଉତ୍ତରପ୍ରଦେଶର ଥିଲେ। ସେହିଭଳି ଅନ୍ୟ ରାଜ୍ୟ ବ୍ୟତୀତ ବିହାରରେ ୧୫ ଲକ୍ଷ ଏବଂ ପଶ୍ଚିମବଙ୍ଗରେ ୧୩,୫ ଲକ୍ଷ ଶ୍ରମିକ ନିଜ ରାଜ୍ୟକୁ ଫେରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri