Posted inଜାତୀୟ

ବିନା ବିରୋଧୀ ଦଳରେ ରାଜ୍ୟରେ ଚାଲିବ ସରକାର, ଏକଜୁଟ ହେଲେ ସଭିଏଁ…

କୋହିମା,୧୯।୯: ନାଗାଲାଣ୍ଡରେ ବିରୋଧ ଦଳ ବିନା ସରକାର ଚାଲିବ। ସମସ୍ତ ରାଜନୈତିକଦଳ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ବିରୋଧୀ ବିନା ସରକାର ଚଳାଇବାରେ ନାଗାଲାଣ୍ଡ ଦେଶର ଏକମାତ୍ର ରାଜ୍ୟ ହେବ। ସରକାର ଏବଂ ବିରୋଧୀ ଦଳର ନେତାଙ୍କ ପରାମର୍ଶ ପରେ ଏହି ପ୍ରସ୍ତାବ ପାରିତ ହୋଇଛି। ନୂତନ ସରକାରର ନାମ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ ରଖାଯାଇଛି।

ଏହାଦ୍ୱାରା ଦେଶର ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି। ନାଗାଲାଣ୍ଡ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ରାଜନୈତିକ ଦଳ ଏକ ବୈଠକରେ ସର୍ବଦଳୀୟ ସରକାର ଗଠନକୁ ଚୂଡାନ୍ତ ରୂପ ଦେଇଛନ୍ତି। ରାଜ୍ୟ ଶାସନରେ ଶାସକ ଦଳ ଏବଂ ସମସ୍ତ ବିରୋଧୀ ଦଳ ହାତ ମିଳାଇଛନ୍ତି। ନୂତନ ସରକାର ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସରେ ଭାଜପା ମଧ୍ୟ ସାମିଲ ହୋଇଛି।

ରାଜଧାନୀ କୋହିମାରେ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିରୋଧୀ ବିନା ସରକାର ଚଳାଇବାକୁ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନିଫି ରିଓ ଟୁଇଟ କରି କହିଛନ୍ତି ଯେ ନାଗାଲାଣ୍ଡରେ ବିନା ବିରୋଧୀ ସରକାରଙ୍କୁ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ (ୟୁଡିଏ) ଭାବେ ନାମକରଣ କରାଯାଇଛି। ଦଳର ନେତା ତଥା ଏନଡିପିପି, ଭାଜପା, ଏନପିଏଫ ଏବଂ ସ୍ବାଧୀନ ବିଧାୟକମାନେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ୟୁଡିଏ ଗଠନ ପାଇଁ ବିଧାନସଭାରେ ବାଚସ୍ପତିଙ୍କୁ ଏକ ଚିଠି ଲେଖାଯିବ। ନାଗାଲାଣ୍ଡ ସରକାରୀ ମୁଖପାତ୍ର ନୀବା କ୍ରୋନୁ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ୟୁଡିଏ ଗଠନ ପାଇଁ ବିଧାୟକମାନେ ବାଚସ୍ପତିଙ୍କୁ ଚିଠି ଲେଖିବେ। ଏହା ପୂର୍ବରୁ ନୂତନ ସରକାରଙ୍କୁ ନାଗାଲାଣ୍ଡ ୟୁନାଇଟେଡ ସରକାର କୁହାଯିବ ବୋଲି ଘୋଷଣା କରାଯାଇଥିଲା, କିନ୍ତୁ ଶନିବାର ଅନୁଷ୍ଠିତ ବୈଠକରେ ଏହାକୁ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ (ୟୁଡିଏ) ଭାବେ ନାମକରଣ କରାଯାଇଥିବା ସେ କହିଛନ୍ତି।

ପୂର୍ବରୁ ନାଗା ସମସ୍ୟାର ସମାଧାନ ପାଇଁ ଏକ ପ୍ରସ୍ତାବ ଅଣାଯାଇଥିଲା। ଜୁଲାଇ ୧୯ରେ, ମୁଖ୍ୟ ବିରୋଧୀ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ବିଧାନସଭାରେ କୌଣସି ସର୍ତ୍ତ ବିନା ସର୍ବଦଳୀୟ ସରକାର ଗଠନ ପାଇଁ ଏକ ପ୍ରସ୍ତାବ ଅଗାତ କରିଥିଲା, ଏବଂ ଏହା ଉପରେ ବିଚାର କରିବାକୁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ନାଗା ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ମିଳିତ ଭାବରେ ଗୁରୁତ୍ୱ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

ଏହି ପଦକ୍ଷେପକୁ ପ୍ରଥମେ ଶାସକ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଦ୍ୱାରା ପ୍ରଶଂସା କରାଯାଇଥିଲା, କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ତେବେ ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସ ଆଧାରରେ ମୁଖ୍ୟମନ୍ତ୍ରୀ ରିଓ ଏହି ପ୍ରସ୍ତାବକୁ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଧାରରେ ମିଳିଥିବା କ୍ଷମତାରୁ ହଟାଇବା ଜାଣିଛୁ: ନେହା

ଭୁବନେଶ୍ୱର,୩୦ା୮(ସୁନିତ୍‌ ମିଶ୍ର): ଆମେ ଛାତ୍ର, ଯାହା ହାତରେ ଅସ୍ତ୍ରଶସ୍ତ୍ର, ଦିଲ୍ଲୀ ପୋଲିସର ଲାଠି, ପେଲେଟ ଗନ୍‌ କି ଟିଅର ଗ୍ୟାସ୍‌ ନାହିଁ। ତଥାପି ଆମର ସେହି ସାଧାରଣ…

ଭାରତରେ ମୁସଲମାନଙ୍କୁ ଚାହୁଁ ନ ଥିବା ଲୋକେ ହିନ୍ଦୁତ୍ୱ ବୁଝନ୍ତିନି, ଭାଗବତଙ୍କ ବଡ଼ ବୟାନ

ନ୍ୟୁୟର୍କ,୩୦ା୮: ହିନ୍ଦୁ ରାଷ୍ଟ୍ର ବିଚାରଧାରାରେ ମୁସଲମାନଙ୍କୁ ବାଦ୍‌ ଦିଆଯାଇ ନାହିଁ। ଭାରତରେ ମୁସଲମାନଙ୍କର ସ୍ଥାନ ନାହିଁ ବୋଲି ଯଦି କେହି ବିଶ୍ୱାସ କରୁଥାନ୍ତି, ତେବେ ସେ ହିନ୍ଦୁତ୍ୱକୁ…

ନେପାଳ ଫେରିଲେ ତିବ୍ବତରେ ଫସି ରହିଥିବା ଭାରତୀୟ ତୀର୍ଥଯାତ୍ରୀ

ବେଜିଂ,୨୯ା୮: ବନ୍ୟାରେ ଗିରୋଙ୍ଗ୍‌ ସୀମାନ୍ତ ପୋଷ୍ଟ ଧ୍ୱଂସ ହୋଇଯାଇଥିବା ବେଳେ ତିବ୍ବତରେ ଅଟକି ରହିଥିବା ବହୁସଂଖ୍ୟାରେ ଭାରତୀୟ ତୀର୍ଥଯାତ୍ରୀ ଶନିବାର ବିକଳ୍ପ ସୀମାନ୍ତ ରାସ୍ତା ଦେଇ ନେପାଳ…

ଉଜ୍‌ବେକିସ୍ତାନରେ ପ୍ରଧାନମନ୍ତ୍ରୀ ମୋଦି

ତାଶକେଣ୍ଟ,୨୯ା୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଜ୍‌ବେକିସ୍ତାନ ଏବଂ କିର୍‌ଗିଜସ୍ତାନକୁ ୪ ଦିନିଆ ଗସ୍ତରେ ଯାଇ ଶନିବାର ଉଜ୍‌ବେକିସ୍ତାନରେ ପହଞ୍ଚିଛନ୍ତି। ୨ ଦେଶ ମଧ୍ୟରେ ରଣନୈତିକ ସହଭାଗିତାକୁ ଆହୁରି…

ସୃଷ୍ଟି ହେଲା ଲଘୁଚାପ, ୫ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲାକୁ ରେଡ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୨୯ା୮ (ବନ୍ଦନା ସେଠୀ) – ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତରଓଡ଼ିଶା ଉପକୂଳରେ ଶନିବାର ସକାଳ ୫ଟା ୩୦ରେ ଆଉଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା…

ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକ ଅସୁରକ୍ଷିତ: ମୁଖାପିନ୍ଧା ଯୁବକଙ୍କ ଅତର୍କିତ ଆକ୍ରମଣକୁ ନେଇ କୋଟିଆ ଥାନାରେ ମାମଲା ରୁଜୁ

ପଟ୍ଟାଙ୍ଗି,୨୯।୮(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ପ୍ରସିଦ୍ଧ ଦେଓମାଳି ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଶୁକ୍ରବାର ସନ୍ଧ୍ୟାରେ…

ତାରାତାରିଣୀ ଛକରେ ସାଙ୍ଘାତିକ କାର୍ ଦୁର୍ଘଟଣା: ତହସିଲଦାରଙ୍କ କଲ୍‌କୁ ବି ଖାତିର କଲାନି ଆମ୍ବୁଲାନ୍ସ କଲ୍ ସେଣ୍ଟର; ଛଟପଟ ହେଲେ…

ପୁରୁଷୋତ୍ତମପୁର,୨୯।୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ମୁଖ୍ୟ ରାସ୍ତାର ତାରାତାରିଣୀ ଛକ ନିକଟରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri