Posted inଜାତୀୟ

ବିନା ବିରୋଧୀ ଦଳରେ ରାଜ୍ୟରେ ଚାଲିବ ସରକାର, ଏକଜୁଟ ହେଲେ ସଭିଏଁ…

କୋହିମା,୧୯।୯: ନାଗାଲାଣ୍ଡରେ ବିରୋଧ ଦଳ ବିନା ସରକାର ଚାଲିବ। ସମସ୍ତ ରାଜନୈତିକଦଳ ଏହି ପ୍ରସ୍ତାବ ଉପରେ ମୋହର ଲଗାଇଛନ୍ତି। ବିରୋଧୀ ବିନା ସରକାର ଚଳାଇବାରେ ନାଗାଲାଣ୍ଡ ଦେଶର ଏକମାତ୍ର ରାଜ୍ୟ ହେବ। ସରକାର ଏବଂ ବିରୋଧୀ ଦଳର ନେତାଙ୍କ ପରାମର୍ଶ ପରେ ଏହି ପ୍ରସ୍ତାବ ପାରିତ ହୋଇଛି। ନୂତନ ସରକାରର ନାମ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ ରଖାଯାଇଛି।

ଏହାଦ୍ୱାରା ଦେଶର ଉତ୍ତର-ପୂର୍ବ ରାଜ୍ୟ ନାଗାଲାଣ୍ଡ ଏକ ନୂତନ ଇତିହାସ ସୃଷ୍ଟି କରିବାକୁ ଯାଉଛି। ନାଗାଲାଣ୍ଡ ବିଧାନସଭାରେ ପ୍ରତିନିଧିତ୍ୱ କରୁଥିବା ସମସ୍ତ ରାଜନୈତିକ ଦଳ ଏକ ବୈଠକରେ ସର୍ବଦଳୀୟ ସରକାର ଗଠନକୁ ଚୂଡାନ୍ତ ରୂପ ଦେଇଛନ୍ତି। ରାଜ୍ୟ ଶାସନରେ ଶାସକ ଦଳ ଏବଂ ସମସ୍ତ ବିରୋଧୀ ଦଳ ହାତ ମିଳାଇଛନ୍ତି। ନୂତନ ସରକାର ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସରେ ଭାଜପା ମଧ୍ୟ ସାମିଲ ହୋଇଛି।

ରାଜଧାନୀ କୋହିମାରେ ମୁଖ୍ୟମନ୍ତ୍ରୀ ନିଫି ରିଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବିରୋଧୀ ବିନା ସରକାର ଚଳାଇବାକୁ ସର୍ବସମ୍ମତି କ୍ରମେ ଏକ ପ୍ରସ୍ତାବ ପାରିତ ହୋଇଛି। ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀ ନିଫି ରିଓ ଟୁଇଟ କରି କହିଛନ୍ତି ଯେ ନାଗାଲାଣ୍ଡରେ ବିନା ବିରୋଧୀ ସରକାରଙ୍କୁ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ (ୟୁଡିଏ) ଭାବେ ନାମକରଣ କରାଯାଇଛି। ଦଳର ନେତା ତଥା ଏନଡିପିପି, ଭାଜପା, ଏନପିଏଫ ଏବଂ ସ୍ବାଧୀନ ବିଧାୟକମାନେ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇ ସେ ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ୟୁଡିଏ ଗଠନ ପାଇଁ ବିଧାନସଭାରେ ବାଚସ୍ପତିଙ୍କୁ ଏକ ଚିଠି ଲେଖାଯିବ। ନାଗାଲାଣ୍ଡ ସରକାରୀ ମୁଖପାତ୍ର ନୀବା କ୍ରୋନୁ କହିଛନ୍ତି ଯେ ଆସନ୍ତା କିଛି ଦିନ ମଧ୍ୟରେ ୟୁଡିଏ ଗଠନ ପାଇଁ ବିଧାୟକମାନେ ବାଚସ୍ପତିଙ୍କୁ ଚିଠି ଲେଖିବେ। ଏହା ପୂର୍ବରୁ ନୂତନ ସରକାରଙ୍କୁ ନାଗାଲାଣ୍ଡ ୟୁନାଇଟେଡ ସରକାର କୁହାଯିବ ବୋଲି ଘୋଷଣା କରାଯାଇଥିଲା, କିନ୍ତୁ ଶନିବାର ଅନୁଷ୍ଠିତ ବୈଠକରେ ଏହାକୁ ୟୁନାଇଟେଡ ଡେମୋକ୍ରାଟିକ ଆଲାଏନ୍ସ (ୟୁଡିଏ) ଭାବେ ନାମକରଣ କରାଯାଇଥିବା ସେ କହିଛନ୍ତି।

ପୂର୍ବରୁ ନାଗା ସମସ୍ୟାର ସମାଧାନ ପାଇଁ ଏକ ପ୍ରସ୍ତାବ ଅଣାଯାଇଥିଲା। ଜୁଲାଇ ୧୯ରେ, ମୁଖ୍ୟ ବିରୋଧୀ ନାଗା ପିପୁଲ୍ସ ଫ୍ରଣ୍ଟ (ଏନପିଏଫ) ବିଧାନସଭାରେ କୌଣସି ସର୍ତ୍ତ ବିନା ସର୍ବଦଳୀୟ ସରକାର ଗଠନ ପାଇଁ ଏକ ପ୍ରସ୍ତାବ ଅଗାତ କରିଥିଲା, ଏବଂ ଏହା ଉପରେ ବିଚାର କରିବାକୁ ଦଳ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରାଯାଇଥିଲା। ନାଗା ପ୍ରସଙ୍ଗର ଶୀଘ୍ର ସମାଧାନ ଉପରେ ମିଳିତ ଭାବରେ ଗୁରୁତ୍ୱ ଦେବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଦଳ ପକ୍ଷରୁ କୁହାଯାଇଥିଲା।

ଏହି ପଦକ୍ଷେପକୁ ପ୍ରଥମେ ଶାସକ ନ୍ୟାଶନାଲିଷ୍ଟ ଡେମୋକ୍ରାଟିକ ପ୍ରଗତିଶୀଳ ପାର୍ଟି (ଏନଡିପିପି) ଦ୍ୱାରା ପ୍ରଶଂସା କରାଯାଇଥିଲା, କିନ୍ତୁ ଭାରତୀୟ ଜନତା ପାର୍ଟି ଏହାକୁ ଗ୍ରହଣ କରିବାକୁ ମନା କରିଦେଇଥିଲା। ତେବେ ଭାଜପାର କେନ୍ଦ୍ରୀୟ ନେତୃତ୍ୱଙ୍କ ବିଶ୍ୱାସ ଆଧାରରେ ମୁଖ୍ୟମନ୍ତ୍ରୀ ରିଓ ଏହି ପ୍ରସ୍ତାବକୁ ସ୍ବୀକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?