ଘରୋଇ ଲାବ୍‌କୁ ସରକାରଙ୍କ ଚେତାବନୀ

ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଟେଷ୍ଟ୍‌ ପ୍ରସଙ୍ଗରେ ଘରୋଇ ଲାବ୍‌କୁ କଡ଼ା ଚେତାବନୀ ଦେଇଛନ୍ତି ରାଜ୍ୟ ସରକାର। ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ଧାର୍ଯ୍ୟ ଦର ଠାରୁ ଅଧିକ ଟଙ୍କା ନେଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଡ଼ଭାଇଜରି ଜାରି ହୋଇଛି। ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ସମସ୍ତ ଜିଲାପାଳ, ମହାନଗର ନିଗମ କମିଶନର ଓ ଜିଲା ଚିକିତ୍ସାଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। କେତେକ ଘରୋଇ ଲାବ୍‌ କରୋନା ସନ୍ଦିଗ୍ଧ ରୋଗୀଙ୍କ ଘରକୁ ଯାଇ ଆର୍‌ଟି-ପିସିଆର୍‌ ଟେଷ୍ଟ ପାଇଁ ନମୁନା ସଂଗ୍ରହ କରୁଛନ୍ତି। କିନ୍ତୁ ସରକାରଙ୍କ ନିର୍ଦ୍ଧାରିତ ଦରଠାରୁ ଅଧିକ ଟଙ୍କା ନେଉଥିବା ଓ ଠିକ୍‌ ସମୟରେ ରିପୋର୍ଟ ଦେଉ ନ ଥିବା ଅଭିଯୋଗ ହୋଇଛି। ତେଣୁ ଘରୋଇ ଲାବ୍‌ ପାଇଁ ସରକାର ଆଡ଼ଭାଇଜରି ଜାରି କରିଥିବା ପ୍ରଦୀପ୍ତ ମହାପାତ୍ର ଚିଠିରେ ଉଲ୍ଲେଖ କରିଛନ୍ତି। ଉକ୍ତ ଆଡ଼ଭାଇଜରି ଅନୁସାରେ, ଲାବ କର୍ମଚାରୀମାନେ ଠିକ୍‌ ଗାଇଡ୍‌ଲାଇନ ପାଳନ କରି ପିପିଇ କିଟ୍‌ ପିନ୍ଧି ଘରୁ ନମୁନା ସଂଗ୍ରହ କରିବେ। ଅଧିକୃତ ଲାବ୍‌ ନମୁନା ସଂଗ୍ରହ ପାଇଁ ଅନ୍ୟ ଲାବ୍‌କୁ ନିୟୋଜିତ କରିପାରିବେ ନାହିଁ। ପରୀକ୍ଷା ପାଇଁ ଘରୋଇ ଲାବ୍‌ ସରକାରୀ ଧାର୍ଯ୍ୟ ଦର ହିଁ ଦାବି କରିପାରିବେ। ଅତିରିକ୍ତ ସେବା ପାଇଁ ଟଙ୍କା ନେଇପାରିବେ ନାହିଁ। ଅଧିକ ଦର ନେଲେ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମହାପାତ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଆଣ୍ଟିବଡ଼ି ସୃଷ୍ଟିରେ ମଧ୍ୟପ୍ରଦେଶ ଶୀର୍ଷରେ, କେରଳ ତଳେ…

ନୂଆଦିଲ୍ଲୀ,୨୯।୭: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ଦେଶର ୧୧ ଟି ରାଜ୍ୟରେ ସମ୍ପନ୍ନ ହୋଇଥିବା ସର୍ଭେ ଅନୁସାରେ ମୋଟ ଜନସଂଖ୍ୟାର ଦୁଇ...

ସୋନ ଡ୍ୟାମ୍‌ରୁ ନିଖୋଜ ଦମ୍ପତିଙ୍କ ମୃତଦେହ ଉଦ୍ଧାର: ଗୁଣିଗାରେଡି ସନ୍ଦେହରେ ହତ୍ୟା, ଜଣେ ଅଭିଯୁକ୍ତ ଗିରଫ

କପ୍ତିପଦା,୯ା୧୦(ଡି.ଏନ.ଏ.)- ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧିନ ମଝିଗଡିଆ ପଞ୍ଚାୟତ ଭେଜଡ଼ିହା ଗ୍ରାମର ଏକ ଦମ୍ପତି ଗତ ରବିବାର ସନ୍ଧ୍ୟାରୁ ନିଖୋଜ ଥିଲେ। ବୁଧବାର ସେମାନଙ୍କ...

ଜୁଲାଇ ୭ରୁ ଉତ୍କଳ ବିଶ୍ୱବିଦ୍ୟାଳୟ ଯୁକ୍ତ୩ ଷଷ୍ଠ ସେମିଷ୍ଟର

ଭୁବନେଶ୍ୱର, ୯।୬(ବ୍ୟୁରୋ)- ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ଡିଗ୍ରୀ କଲେଜର ଯୁକ୍ତ୩ ଷଷ୍ଠ ସେମିଷ୍ଟର ପରୀକ୍ଷା ପାଇଁ ତାରିଖ ଘୋଷଣା କରାଯାଇଛି। ଜୁଲାଇ ୭ରୁ...

ଆଉ ସପ୍ତାହକ ମଧ୍ୟରେ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ଛୁଇଁବା ଆଶଙ୍କା

ନୂଆଦିଲ୍ଲୀ,୩୦।୫: ଭାରତରେ କରୋନା ମହାମାରୀ ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ପ୍ରତିଦିନ ନୂଆ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ପ୍ରତି ୨୪ ଘଣ୍ଟାରେ ଏବେ ନୂଆ...

ସମସ୍ୟା ନ ସୁଧୁରିଲେ ମୋଦିଙ୍କ ଇସ୍ତଫା ଦାବି କରିିବେ ଲୋକେ: ସଞ୍ଜୟ ରାଉତ

ମୁମ୍ବାଇ,୨।୮: ଭାରତରେ ଦେଖାଦେଇଥିବା କରୋନା ମହାମାରୀ ରୋକିବାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ଅସଫଳ ରହିଛନ୍ତି। ସେହିପରି ଆର୍ଥିକ ସଙ୍କଟର ସମାଧାନ କରିବାକୁ ସରକାର ଅସମର୍ଥ।...

ପାଣିରେ ମରିପାରନ୍ତି କରୋନା ଭାଇରସ୍‌!

ମସ୍କୋ,୩୧।୭: ମହାମାରୀ କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ କାୟା ବିସ୍ତାର କରିସାରିଛି। ପ୍ରତିଦିନ ବିଭିନ୍ନ ଦେଶରେ କରୋନାର ବର୍ଦ୍ଧିତ ମାମଲା ସାମ୍ନାକୁ ଆସୁଛି। ଏଥିରୁ ରକ୍ଷା...

କୋଇଲା ଖଣିରେ ଶ୍ରମିକଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଷତିପୂରଣ ଦାବିରେ ଆନ୍ଦୋଳନ

ତାଳଚେର,୨୮।୫(ନି.ପ୍ର.): ଅନୁଗୋଳ ଜିଲା ତାଳଚେର ସ୍ଥିତ ଏମ୍‌ସିଏଲ ବଳରାମ କୋଇଲା ଖଣିରେ ସୋମବାର ବିଳମ୍ବିତ ରାତିରେ ଦୁର୍ଘଟଣା ଘଟି ଜଣେ ସୁରକ୍ଷା କର୍ମୀଙ୍କ ମୃତ୍ୟୁ ଘଟିଛି।...

ରାଉରକେଲାରେ ହେବ ବିଶ୍ୱସ୍ତରୀୟ ହକି ଷ୍ଟାଡିୟମ

ଭୁବନେଶ୍ୱର,୨୪।୧୨(ବ୍ୟୁରୋ)-୨୦୨୩ରେ ହେବାକୁ ଥିବା ପୁରୁଷ ହକି ବିଶ୍ୱକପକୁ ଓଡ଼ିଶା ସରକାର ଆୟୋଜନ କରିବେ। ଏ ନେଇ କ୍ରୀଡ଼ା ଭିତ୍ତିଭୂମିର ବିକାଶ କରାଯାଉଛି। ବିଶ୍ୱକପକୁ ଦୃଷ୍ଟିରେ ରଖି...

Advertisement
Archives

Model This Week