୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ପୁର୍ନିଆ ଜିଲାର ଜ୍ଞାନଡୋଭା ପଞ୍ଚାୟତର ସିମଲବାଡ଼ି ଅଞ୍ଚଳରେ କନକଈ ନଦୀ କୂଳରେ ଥିବା ପ୍ରାଥମିକ ସ୍କୁଲ ଦେଖୁ ଦେଖୁ ଭୁଶୁଡ଼ି ପଡ଼ିଥିଲା। ସ୍କୁଲର ସ୍ଥିତି ଖରାପ ଥିବା ନେଇ ପୂର୍ବରୁ ଜିଲା ପ୍ରଶାସନକୁ ଅବଗତ କରାଯାଇଥିଲା। ତେବେ ଏନେଇ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନ ଥିବା କୁହାଯାଉଛି। ଏଠାରେ ଛୋଟ ପିଲାମାନେ ବିପଦ ଶଙ୍କୁଳ ଅବସ୍ଥାରେ ପାଠପଢୁଥିବା ନେଇ ସ୍ଥାନୀୟ ପ୍ରଶାସନ ଜିଲା ପ୍ରଶାସନଙ୍କୁ ଚିଠି ଲେଖିଥିଲେ। ଗତ ୭୨ ଘଣ୍ଟାରେ ପୂର୍ନିଆ ଜିଲାରେ ୨୦୦ମିମି ବର୍ଷା ହୋଇଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଘଟଣା ମଙ୍ଗଳବାର ରାତିରେ ଘଟିଥିବା କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପିଲାଙ୍କୁ ସ୍ମାର୍ଟଫୋନ୍‌ଠାରୁ ଦୂରେଇବାକୁ ଏହି ସହର ଆପଣାଇଲା ନିଆରା ଉପାୟ

ସ୍ମାର୍ଟଫୋନ ଜୀବନକୁ ସହଜ ଏବଂ ସରଳ କରିଦେଇଛି। କିନ୍ତୁ ଏହି ଆଧୁନିକ ଟେକ୍ନୋଲୋଜି ପିଲାଙ୍କ ପାଇଁ ବହୁତ କ୍ଷତିକାରକ। ଏହାର ପ୍ରଭାବ ସେମାନଙ୍କ ମାନସିକ ଓ...

ହେଲ୍‌ମେଟ୍‌ ନ ପିନ୍ଧିଥିବାରୁ କାର୍‌ ଚାଳକଙ୍କ ଚାଲାଣ କାଟିଲା ପୋଲିସ

ଲକ୍ଷ୍ନୌ,୭।୯: ଉତ୍ତର ପ୍ରଦେଶର ଆଲିଗଡରେ ପୋଲିସର ଖାମଖିଆଲି ମନୋଭାବ ସାମ୍ନାକୁ ଆସିଛି। ଏଠାରେ ଇ ଚାଲାଣ କାଟିବା ସମୟରେ ଜଣେ କାର୍‌ ଚାଳକଙ୍କ ନାଁରେ ପୋଲିସ...

ଜେଏନ୍‌ୟୁ ହିଂସା ପରେ ପ୍ରଥମ ଥର ସାମ୍ନାକୁ ଆସିଲା କୁଳାଧିପତିଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ,୭।୧: ଜବାହରଲାଲ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ରେ ହୋଇଥିବା ହିଂସା ପରେ ପ୍ରଥମ ଥର ସେଠାକାର କୁଳାଧିପତିଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ...

କର୍ନାଟକ ସଙ୍କଟ: ୭୦ରୁ ଅଧିକ ଆଶାୟୀଙ୍କୁ ଅନୁମୋଦିତ ୩୪ କ୍ୟାବିନେଟ୍‌ରେ କିଭଳି ସ୍ଥାନ ଦେବ ଭାଜପା ମେଣ୍ଟ !

ବେଙ୍ଗାଲୁର୍‌,୨୫।୭: କର୍ନାଟକରେ ନୂଆ ସରକାର ଗଠନରେ ଭାଜପା ହାଇକମାଣ୍ଡ ଡେରି କରୁଛନ୍ତି। ବିଦ୍ରୋହୀ ବିଧାୟକଙ୍କ ଯୋଗ୍ୟତା ନେଇ ବାଚସ୍ପତିଙ୍କ ପଦକ୍ଷେପ ତଥା ସୁପ୍ରିମ୍‌କୋର୍ଟରେ ଦାଖଲ ହୋଇଥିବା...

କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ, ୩।୭: ଶେଷରେ କଂଗ୍ରେସ ଅଧ୍ୟକ୍ଷ ପଦରୁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେଇଛନ୍ତି ରାହୁଲ ଗାନ୍ଧୀ। ବୁଧବାର ନିଜ ଟୁଇଟରରେ ଇସ୍ତଫା କଥା ଘୋଷଣା କରିଛନ୍ତି...

ମୋଦି ସମାଲୋଚନା କରିବା ଅପେକ୍ଷା ଆଗ ପ୍ରତିଶୃତି ପାଳନ କରନ୍ତୁ: ଆନନ୍ଦ ଶର୍ମା

ନୂଆଦିଲ୍ଲୀ, ୨୬।୬: କଂଗ୍ରେସର ବରିଷ୍ଠ ନେତା ଆନନ୍ଦ ଶର୍ମା ଭାଜପା ସରକାର ଉପରେ ବର୍ଷିଛନ୍ତି। ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ନେଇ ରାଜ୍ୟସଭାରେ ଚାଲିଥିବା ଆଲୋଚନାରେ ଭାଗ...

ଓସ୍‌ମାନିଆ ବିଶ୍ୱବିଦ୍ୟାଳୟ ପ୍ରଫେସର ଗିରଫ; ମାଓବାଦୀଙ୍କ ସହ ସମ୍ପର୍କ ଥିବା ଅଭିଯୋଗ

ହାଇଦ୍ରାବାଦ,୧୮।୧(ପି.ଟି.): ମାଓବାଦୀଙ୍କ ସହ ସମ୍ପର୍କ ରଖିଥିବା ଅଭିଯୋଗରେ ଓସ୍‌ମାନିଆ ବିଶ୍ୱବିଦ୍ୟାଳୟର ଆସୋସିଏଟ୍‌ ପ୍ରଫେସର(ତେଲୁଗୁ ବିଭାଗ) ସି. କାସିମ୍‌ଙ୍କୁ ଶନିବାର ଗିରଫ କରାଯାଇଛି। ୨୦୧୫ରେ ମୁଗୁଲୁ ଥାନାରେ...

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି: ବାପାଙ୍କ ସମ୍ପତ୍ତିରେ ଝିଅର ସମାନ ଅଧିକାର

ନୂଆଦିଲ୍ଲୀ,୧୧।୮: ସୁପ୍ରିମକୋର୍ଟ ମଙ୍ଗଳବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଯେଉଁଥିରେ କୁହାଯାଇଛି ଯେ, ଝିଅମାନଙ୍କର ପୈତୃକ ସମ୍ପତ୍ତିରେ ସମାନ ଅଧିକାର ରହିଛି। ଉତ୍ତରାଧିକାର ଅଧିନିୟମ ୨୦୦୫ରେ...

Coronavirus Update


Archives

Model This Week

Why Dharitri